• SCHOOL BOARDS
  • BSE/CHSE ODISHA
  • CLASS 10
  • HISTORY
  • Odia Medium Class 10th History 2nd Unit - 3rd Chapter- ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ- Notes

Odia Medium Class 10th History 2nd Unit - 3rd Chapter- ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ- Notes

Language : Odia

LRNR provides this material totally free

ତୃତୀୟ ପାଠ

୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

 

  • ବ୍ରିଟିଶ ଶାସନ ସମୟରେ କଟକ, ପୁରୀ ଓ ବାଲେଶ୍ଵର ଇଂରେଜମାନଙ୍କ ପ୍ରତ୍ୟକ୍ଷ ଶାସନାଧୀନ ଥିଲା ବେଳେ ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକ ପରୋକ୍ଷ ଶାସନାଧୀନ ଥିଲା ।
  • ଗଂଜାମ ଅଞ୍ଚଳ ୧୭୫୯ ମସିହାରେ ଇଂରେଜମାନେ ଅଧିକାର କରି ମାଡ୍ରାସ ପ୍ରେସିଡେନ୍ସିରେ ମିଶାଇଥିଲେ । ୧୮୪୯ ମସିହାରେ ସମ୍ବଲପୁର “ରାଜସ୍ଵତ୍ଵ ଲୋପ ନୀତି” ଦ୍ଵାରା ଇଂରେଜମାନଙ୍କ ଦ୍ଵାରା ଅଧିକୃତ ହୋଇ କେନ୍ଦ୍ରୀୟ ପ୍ରଦେଶ (Central Province) ଅଧୀନକୁ ହସ୍ତାନ୍ତରିତ ହୋଇଥିଲା ।
  • ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମେଦିନିପୁର ବଙ୍ଗ ପ୍ରେସିଡେନ୍ସିରେ ମିଶିଥିଲା ଏବଂ ସିଂହଭୂମି ବିହାରର ଛୋଟନାଗପୁର ଅଧୀନସ୍ଥ ହୋଇଥିଲା ।

ଭାଷା ଆନ୍ଦୋଳନ

  • ୧୮୪୯ ମସିହାରେ କଟକର ତତ୍‌କାଳୀନ କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରିଥିଲେ ଏବଂ ଓଡ଼ିଆ ଏକ ସ୍ଵତନ୍ତ୍ର ଭାଷା ନୁହେଁ ବୋଲି ବଙ୍ଗର ବିଶିଷ୍ଟ ଐତିହାସିକ ରାଜେନ୍ଦ୍ର ଲାଲ ମିତ୍ର ଏବଂ ଅନ୍ୟମାନେ ମତ ପ୍ରକାଶ କରିଥିଲେ | କିନ୍ତୁ ବିଖ୍ୟାତ ଭାଷାବିତ୍ ଜନ ବିମ୍ସ ଓଡ଼ିଶା ଗଭର୍ଣ୍ଣର     ଗୋଲ୍ଡସବରୀ ଏବଂ ବଙ୍ଗର ପ୍ରସିଦ୍ଧ ଲେଖକ ବାସୁଦେବ ବନ୍ଦୋପାଧ୍ୟୟ ଏହି ପ୍ରକାର ମତକୁ ଗ୍ରହଣ କରିନଥିଲେ |


  • ଓଡ଼ିଆ ଭାଷାରେ ସ୍ଵତନ୍ତ୍ର ସ୍ଥିତି ବିଷୟରେ 'ଉତ୍କଳ ସଭା” ସଙ୍ଗଠନ ମାଧ୍ୟମରେ ଏବଂ ବିଭିନ୍ନ ଖବରକାଗଜରେ ଯଥା ‘ ଉତ୍କଳଦୀପିକା’, ‘ ସମ୍ବାଦ ବାହିକା’ ‘ ଉତ୍କଳବର୍ପଣ’ ପ୍ରକାଶିତ ହୋଇଥିଲା | ବ୍ୟାସକବି ଫକୀରମୋହନ ସେନାପତି ଓ କବିବର ରାଧାନାଥରାୟ ଓଡ଼ିଆ ଭାଷା ବିରୋଧୀ ମନ୍ତବ୍ୟକୁ ତୀବ୍ର ବିରୋଧ କରିଥିଲେ ।
  • ଗଞ୍ଜାମ ଅଞ୍ଚଳରେ ‘ଗଞ୍ଜାମ ଉତ୍କଳ ହିତବାଦିନୀ ସଭା” ନାମକ ଏକ ସଂଗଠନ ସ୍ଥାପନ କରି ଓଡ଼ିଆ ଭାଷା ଆନ୍ଦୋଳନକୁ ସେ ଅଞ୍ଚଳରେ ବଳବତ୍ତର କରାଯାଇଥିଲା | ଏହି ସଂଗଠନ ମାଧ୍ୟମରେ ଗଞ୍ଜାମ ଅଞ୍ଚଳକୁ ମାଡ୍ରାସ ପ୍ରେସିଡେନ୍ସି ଅଧୀନରୁ ଓଡ଼ିଶା ସହିତ ମିଶ୍ରଣ ପାଇଁ ଦାବି ଉପସ୍ଥାପନା କରାଯାଇଥିଲା |
  • ୧୮୮୮ ମସିହାରେ ବଙ୍ଗର ଲେଫଟନାଣ୍ଟ ଗଭର୍ଣ୍ଣର ସାର ଏସ୍.ସି. ବେଲି ଓଡ଼ିଶା ଭ୍ରମଣରେ ଆସିଥିଲା ବେଳେ ତାଙ୍କୁ କଟକଠାରେ ଉତ୍କଳ ସଭା ପକ୍ଷରୁ ଏକ ସ୍ମାରକ ପତ୍ର ଦିଆଯାଇ କେନ୍ଦ୍ରୀୟ ପ୍ରଦେଶ, ମାନ୍ଦ୍ରାଜ ଏବଂ ବଙ୍ଗରେ ମିଶିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଅଲଗା କରିବା ପାଇଁ ଦାବି ଉପସ୍ଥାପନା କରାଯାଇଥିଲା । କିନ୍ତୁ ଏହି ଦାବିକୁ ସାର୍ ବେଲି ପ୍ରତ୍ୟାଖ୍ୟାନ କରି ଦେଇଥିଲେ ଯାହାକି ଓଡ଼ିଆମାନଙ୍କୁ ବ୍ୟଥିତ କରିଥିଲା |
  • ୧୮୯୫ ଜାନୁଆରୀ ୧୫ରେ କେନ୍ଦ୍ରୀୟ ପ୍ରବେଶ କଚେରୀମାନଙ୍କରୁ ଓଡ଼ିଆ ଭାଷା ଉଚ୍ଛେଦ କରି ହିନ୍ଦୀ ଭାଷା ମୁଖ୍ୟ କମିଶନର ସାର ଆଣ୍ଡ୍ରୁଫ୍ରେଜର ସମ୍ବଲପୁର କୋର୍ଟ କଚେରୀମାନଙ୍କରୁ ଓଡିଆ ଭାଷା ଉଚ୍ଛେଦ କରି ହିନ୍ଦୀ ଭାଷା ପ୍ରଚଳନ କରିଥିଲେ ।
  • ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନରେ ପ୍ରକାଶିତ ' ସମ୍ବଲପୁର ହିତୈଷିଣୀ’ ପତ୍ରିକାରେ ଏହାକୁ ସମାଲୋଚନା କରାଯାଇଥିଲା । ଏଥିପାଇଁ ସ୍ଵାଭାବ କବି ଗଙ୍ଗାଧର ମେହେର ନୀଳମଣିଙ୍କୁ ସାଧୁବାଦ ଜଣାଇଥିଲେ |
  • ୧୯୦୧ ମସିହା ଅଗଷ୍ଟ ମାସରେ ସିମଳାଠାରେ ଲର୍ଡ଼ କର୍ଜନଙ୍କୁ ସମ୍ବଲପୁରର ନେତୃସ୍ଥାନୀୟ ବ୍ୟକ୍ତିମାନେ ଏହି ମର୍ମରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ଦାବୀଗୁଡ଼ିକୁ ବିଚାର କରିବାକୁ ଲର୍ଡ଼ କର୍ଜନ ପ୍ରତିଶ୍ରୁତି ଦେଇଥିଲେ ଏବଂ ପଦକ୍ଷେପ ସ୍ୱରୂପ ଆଣ୍ଡ୍ରୁଫ୍ରେଜର ପତ୍ର ପ୍ରଦାନ କରିଥିଲେ ।
  • ମଧୁସୂଦନ ଦାସ ସିମଳାଠାରେ ଭାରତର ବଡ଼ଲାଟ ଲର୍ଡ କର୍ଜନଙ୍କୁ ସାକ୍ଷାତ କରି ପରିଚୟ ବିହୀନ ଓଡ଼ିଆ ଜାତିର ସମସ୍ୟାକୁ ଅତ୍ୟନ୍ତ ମାର୍ମିକଭାବରେ ଉପସ୍ଥାପିତ କରିଥିଲେ । ମଧୁବାବୁ ଲର୍ଡ କର୍ଜନଙ୍କୁ ଓଡ଼ିଶା ଆସିବା ପାଇଁ ଅନୁରୋଧ କରିଥିଲେ । ଲର୍ଡ କର୍ଜନ ଓଡ଼ିଶା ଗସ୍ତ କରି ସ୍ଥାନୀୟ କଳା ଓ ସ୍ଥାପତ୍ୟରେ ମୁଗ୍‌ଧ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କ ଏକତ୍ରୀକରଣର ଆବଶ୍ୟକତାକୁ ହୃଦବୋଧ କରିଥିଲେ ।
  • ଫଳ ସ୍ୱରୂପ ୧୯୦୩ ଜାନୁଆରୀ ୧ ତାରିଖରୁ ସମ୍ବଲପୁର କୋର୍ଟ କଚେରୀରେ ଓଡ଼ିଆ ଭାଷା ପ୍ରଚଳିତ ହୋଇଥିଲା । ଏହା ଥିଲା ଓଡ଼ିଆ ଆନ୍ଦୋଳନର ପ୍ରଥମ ବିଜୟ ।
  • ୧୯୦୩ ଡିସେମ୍ବର ୩ ତାରିଖରେ ଭାରତ ସରକାରଙ୍କ ଘରୋଇ ସଚିବ ହେନରୀ ରିଲେ ‘ରିସ୍‌ଲେ ସାର୍କୁଲାର’(Risley Circular) ପ୍ରକାଶ କରିଥିଲେ । କେନ୍ଦ୍ରୀୟ ପ୍ରଦେଶ ସରକାର ଏହି ସାର୍କୁଲାର ମାନିଥିଲେ । ଏହାଦ୍ଵାରା ୧୯୦୫ ଜୁଲାଇ ୧୯ ତାରିଖରୁ କେନ୍ଦ୍ରୀୟ ପ୍ରଦେଶରୁ ସମ୍ବଲପୁର ସହିତ ପାଟଣା, କଳାହାଣ୍ଡି, ସୋନପୁର, ବାମଣ୍ଡା ଓ ରେଢ଼ାଖୋଲ ଏବଂ ଛୋଟନାଗପୁରରୁ ଗାଙ୍ଗପୁର ଓ ବଣେଇ ଆସି ଓଡ଼ିଶା ଡିଭିଜନ ସହିତ ମିଶିଥିଲା । ଏହା ଥିଲା ଓଡ଼ିଶା ପ୍ରଦେଶ ଗଠନ ଦିଗରେ ପ୍ରଥମ ସଫଳତା ।
  • ୧୯୦୪ ମସିହା ଜାନୁଆରୀ ୫ ତାରିଖରେ ଲର୍ଡ କର୍ଜନ ମାନ୍ଦ୍ରାଜ ଗଭର୍ଶରଙ୍କୁ ଓଡ଼ିଶା ସହିତ ଦକ୍ଷିଣରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ମିଶାଇବା ପାଇଁ ଏକ ପତ୍ର ଲେଖିଥିଲେ । କିନ୍ତୁ ମାନ୍ଦ୍ରାଜର ଗଲର ବର୍ଜ୍ ଆମଥର ଭିନ୍ନ ମତ ପ୍ରଦାନ କରିଥିଲେ ।
  • ୧୯୦୪ ଜୁନ୍ ୨୦ ତାରିଖରେ ମହାଜର ମୁଖ୍ୟ ଶାସନ ସଚିବ ଏମ ହାମରିକ ଭାରତ ସରକାରଙ୍କୁ ଲେଖିଥିଲେ |
  • ମଧୁବାବୁ ୧୯୦୭ରେ ଇଂଲଣ୍ଡ ଯାତ୍ରା କରି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ନିମନ୍ତେ ଭାରତ ଶାସନ ସହିତ ସମ୍ପୃକ୍ତ କର୍ମକର୍ତ୍ତାଙ୍କୁ ପ୍ରବର୍ତ୍ତାଇଥିଲେ | ବିହାର ଓଡ଼ିଶା ପ୍ରାଦେଶିକ ଲେଜିସ୍‌ଲେଟିର କାଉନ୍‌ସିଲର ସଭ୍ୟ ଭାବେ ମଧୁବାବୁ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ଗଠନ ପାଇଁ ଦାବୀ ଉପସ୍ଥାପନା କରୁଥିଲେ |
  •  ୧୯୧୧ ମସିହା ଜାନୁଆରୀ ମାସରେ ଗଞ୍ଜାମର ଓଡ଼ିଆ ସମାଜର ପ୍ରତିନିଧି ଦଳ ମାନ୍ଦ୍ରାଜ ସରକାରଙ୍କୁ ଭେଟି ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ହସ୍ତାନ୍ତର କରିବାକୁ ଦାବି କଲେ ।

 ବିହାର – ଓଡ଼ିଶା ପ୍ରଦେଶ ଗଠନ ଏବଂ ପରବର୍ତ୍ତୀ ଓଡ଼ିଆ ଆନ୍ଦୋଳନ

  •  ୧୯୧୧ରେ ଲର୍ଡ଼ ହାଡିଞ୍ଜ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ସୀମା ପରିବର୍ତ୍ତନ ପାଇଁ ଘୋଷଣା କଲେ ।୧୯୧୧ ଡିସେମ୍ବର ୨୭ ତାରିଖରେ ଇଂରେଜ ସରକାର ବଙ୍ଗ ପ୍ରେସିଡେନସିକୁ ଭାଗ ଭାଗ କରିଦେଲେ ।
  • ୧୯୧୨ ଅଗଷ୍ଟ ୧ ତାରିଖରେ ଗଠିତ ହେଲା ବିହାର-ଓଡ଼ିଶା ନାମକ ଏକ ନୂତନ ପ୍ରଦେଶ |
  • ୧୯୧୨ ଏପ୍ରିଲ ୬ ଓ ୭ ତାରିଖରେ ବ୍ରହ୍ମପୁରରେ ଅନୁଷ୍ଠିତ ‘ଉତ୍କଳ ସମ୍ମିଳନୀ’ର ଅଷ୍ଟମ ଅଧିବେଶନରେ ବିହାର-ଓଡ଼ିଶା ପ୍ରଦେଶ ଗଠନକୁ ମଧୁବାକୁ ବିରୋଧ କରିଥିଲେ। ସେ କହିଥିଲେ, “ବ୍ରିଟିଶ ଶାସନ ଅଧୀନରେ ଏପରି କୌଣସି ଜାତି ନାହିଁ ଯେଉଁମାନଙ୍କ ପ୍ରତି ଓଡ଼ିଶାର ଲୋକମାନଙ୍କଠାରୁ ଅଧିକ ଅନ୍ୟାୟ ଓ ନିର୍ଦ୍ଦୟ ବ୍ୟବହାର ପ୍ରଦର୍ଶନ କରାଯାଇଛି। ଯଦିଓ ସେମାନେ ନିର୍ଦ୍ଦୋଷ | ଇଂଲଣ୍ଡ ସଂସଦର କେତେକ ସଭ୍ୟ ମଧ୍ୟ ମଧୁସୂଦନ ଦାସଙ୍କ ଦୃଢ଼ ସମର୍ଥନ ଜଣାଇ ଥିଲେ।
  • ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ୧୯୧୪ରେ ଡିସେମ୍ବର ୨୬ ଓ ୨୬ରେ ପାରଳାଖେମୁଣ୍ଡି ମହରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଦ୍ଵାରା ଆୟୋଜିତ ଜୟପୁର ରାଜା ବିକ୍ରମଦେବ ବର୍ମା କହିଥିଲେ “ଯଦି ମୋର ଛିନ୍ନ ମସ୍ତକ ରାଞ୍ଚିରେ ରଖାଯାଏ, ମୋର ଦୁଇଗୋଡକୁ ମାନ୍ଦ୍ରାଜର ଚିକିତ୍ସାଳୟରେ ରଖାଯାଏ, ଓ ମୋ ଶରୀରର ଗଣ୍ଡିକୁ ବଙ୍ଗୋପସାଗରରେ ଫିଙ୍ଗି ଦିଆଯାଏ ତେବେ କ’ଣ ମୁଁ ବଞ୍ଚିଛି ବୋଲି କୁହାଯାଇପାରିବ ? ଆମ ଉତ୍କଳ ଜନନୀ ବିକ୍ଷିପ୍ତ ଅବସ୍ଥାରେ ପଡ଼ି ରହିଛି ତେଣୁ ଉତ୍କଳ ଜନନୀର ବିକ୍ଷିପ୍ତାଂଶ ଗୁଡ଼ିକର ଏକତ୍ରୀକରଣ ଦରକାର |

 

ମଣ୍ଟେଗୁ – ଚେମସ୍‌ଫୋର୍ଡ ଖସଡ଼ା :

  • ୧୯୧୭ ଡିସେମ୍ବର ୧୧ରେ ‘ଉତ୍କଳ ଦଳନା ଜଳଫଗୁ ମଧୁବାବୁଙ୍କ ନେତୃତ୍ୱ ରେ ସାତଜଣ ସଭ୍ୟ ବିଶିଷ୍ଟ ଏକ କମିଟି କରିକତା ଠାରେ ମଣ୍ଟେଗୁ ଓ ଚେମସ୍ ଫୋର୍ଡଙ୍କୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ମିଶ୍ର ସମ୍ପର୍କରେ ଏକ ଦାବି ପତ୍ର ଦେଇଥିଲେ। କିନ୍ତୁ ୧୯୧୮ରେ ପ୍ରସ୍ତୁତ ‘ମଣ୍ଟେଗୁ – ଚେମସ୍‌ଫୋର୍ଡ ଖସଡ଼ା’ରେ ଓଡ଼ିଶାର ବିଛିନ୍ନାଞ୍ଚଳ ଏକତ୍ରିକରଣ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଶାସନ ଯୋଜନା ନ ଥିଲା |
  • ନୂତନ ପ୍ରଦେଶ । ବାକୁ ଓଡ଼ିଆମାନେ ଗ୍ରହଣ କରି ନଥିଲେ ବରଂ ଓଡ଼ିଆ ବିଛିନ୍ନାଞ୍ଚଳର ଏକତ୍ରୀକରଣ କରି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋକାନ ତୀବ୍ରତର କରିଥିଲେ ।


ସିହ୍ନା ପ୍ରସ୍ତାବ :

  • ୧୯୧୯ରେ "ଉତ୍କଳ ସମ୍ମିଳନୀ'ର ପୁରୀ ଅଧିବେଶନରେ ବିହାର ପ୍ରତିନିଧି ସଚ୍ଚିଦାନନ୍ଦ ସିହ୍ନା ଏବଂ କନିକା ରାଜା ରାଜେନ୍ଦ୍ର ଭଞ୍ଜଦେଓଙ୍କୁ କେନ୍ଦ୍ରରେ ସମ୍ରାଟଙ୍କ ବିଧାୟକ ପରିଷଦରେ ଓଡ଼ିଶା ପ୍ରଦେଶ ଗଠନ ଦାବି ଉତଥାପନ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା |
  • ୧୯୨୦ ଫେବୃୟାରୀ ୨୦ରେ ପରିଷଦରେ ସିହ୍ନା ପ୍ରସ୍ତାବ ଦେଇଥିଲେ ଯେ ବଙ୍ଗ, ମାନ୍ଦ୍ରାଜ ଓ କେନ୍ଦ୍ରୀୟ ପ୍ରଦେଶରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ବିହାର-ଓଡ଼ିଶା ପ୍ରଦେଶରେ ଓଡ଼ିଶା କରିଜନରେ ମିଶାଇ ଦିଆଯାଉ । ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରିବା ନିମିତ୍ତ ସରକାରୀ ଓ ବେସରକାରୀ ସଦସ୍ୟମାନଙ୍କର ଏକ ମିଳିତ କମିଟି ନିଯୁକ୍ତ କରାଯିବା ଆବଶ୍ୟକ | ଏହାକୁ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ସମର୍ଥନ କରିଥିଲେ |
  • କିନ୍ତୁ ବଙ୍ଗ, ମାନ୍ଦ୍ରାଜ ଓ କେନ୍ଦ୍ରୀୟ ପ୍ରବେଶ ସରକାର ଏହି ପ୍ରସ୍ତାବରେ ରାଜି ହୋଇନଥିଲେ । ବିହାର ଓଡ଼ିଶା ସରକାର ଓଡ଼ିଶାକୁ ଏକ ଉପ ପ୍ରଦେଶ ପାହ୍ୟା ଦେବା ପାଇଁ ପ୍ରସ୍ତାବ ଦେଇଥିଲେ |
  • ୧୯୨୧ ମସିହାରେ ବିହାର-ଓଡ଼ିଶା ବିଧାନ ପରିଷଦର ସଭ୍ୟ ବିଶ୍ଵନାଥ କର ଓ ମାନ୍ଦ୍ରାଜ ବିଧାନ ପରିଷଦର ସଭ୍ୟ ଶଶିଭୂଷଣ ରଥ ସମସ୍ତ ଓଡିଆ ଭାଷାଭାଷୀ ଅଞ୍ଚଳକୁ ଏକ ଶାସନ ଅଧିନସ୍ଥ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ |
  • ବିଶ୍ଵନାଥ କରଙ୍କ ପ୍ରସ୍ତାବ ସମ୍ପୃକ୍ତ ପାର୍ଷଦରେ ଗୃହିତ ହୋଇଥିଲା, କିନ୍ତୁ ଶଶିଭୂଷଣ ରଥଙ୍କ ପ୍ରସ୍ତାବକୁ ମାନ୍ଦ୍ରାଜ ଗଭର୍ଣ୍ଣର ଅଗ୍ରାହ୍ୟ କରିଦେଲେ |
  • ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ବିଧାୟକ ପରିଷଦରେ ପଣ୍ଡିତ ନୀଳକଣ୍ଠ ଦାସ ଓ ଭୁବନାନନ୍ଦ ଦାସ ଓଡ଼ିଆ ଭାଷଘାଷୀ ଅଞ୍ଚଳଗୁଡ଼ିକର ଓଡ଼ିଶାରେ ମିଶ୍ରଣ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ ।

ଫିଲିଫ୍ କଫ କମିଟି :

  • ଓଡ଼ିଶାବାସୀଙ୍କ ବାରମ୍ବାର ଦାବି ଫଳରେ ଇଂରେଜ ସରକାର ୧୯୨୪ ଶେଷଭାଗରେ ଏକ ଦୁଇ ଜଣିଆ କମିଟି ନିଯୁକ୍ତ କଲେ । ଗଞ୍ଜାମର ଓଡ଼ିଶାରେ ମିଶ୍ରଣ ଦାବିର ଯଥାର୍ଥତା ଅନୁଷ୍ଠାନ କରିବାପାଇଁ ଗଠିତ ଏହି କମିଟିରେ ଗଡ଼ଜାତ ରାଜ୍ୟ ସମୂହର ପଲିଟିକାଲ ଏଜେଣ୍ଟ ସି.ଏଲ୍ . ଫିଲିପ୍ ଓ ମାନ୍ଦ୍ରାଜ ପ୍ରେସିଡେନ୍ସିର ବେଲା ଜିଲ୍ଲାର ଜିଲ୍ଲାପାଳ ଏ.ସି.ଡଫ ସଦସ୍ୟ ଥିଲେ |ଏହି କମିଟି 'ଫିଲିପ ଡଫ କମିଟି' ନାମରେ ପରିଚିତ ।

  ସାଇମନ କମିଶନ :

  • ୧୯୨୮ ମସିହା ଫେବୃୟାରୀ ୩ ତାରିଖରେ ସାଇମନ କମିଶନ ଭାରତରେ ପଦାର୍ପଣ କରିଥିଲା | ସାଇମନ କମିଶନଙ୍କୁ ଭାରତୀୟ କଂଗ୍ରେସ ଓ ଓଡ଼ିଶାର ପ୍ରାଦେଶିକ କଂଗ୍ରେସ ବାସନ୍ଦ କରିଥିଲା କିନ୍ତୁ କମିଶନକୁ ଉତ୍କଳ ସମ୍ମିଳନୀର ସଭ୍ୟମାନେ ପାଟନା ଠାରେ ସ୍ଵାଗତ ଜଣାଇଥିଲେ |  ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ, ବ୍ରଜ ସୁନ୍ଦର ଦାସ ଓ ଲକ୍ଷ୍ମୀଧର ମହାନ୍ତି କମିଶନଙ୍କ ନିକଟରେ ସ୍ବତନ୍ତ୍ର ଓଡ଼ିଶା ପ୍ରବେଏ ଦାବି ଉପସ୍ଥାପନ କରିଥିଲେ |

ଅଟଲି ସବ୍ କମିଟି :

  • ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ସମ୍ପର୍କରେ ମତାମତ ଦେବା ନିମନ୍ତେ ସାଇମନ କମିଶନର ଅନ୍ୟତମ ସଦସ୍ୟ ସି.ଆର. ଅଟଲିଙ୍କ ଅଧ୍ୟକ୍ଷତାରେ ଏକ ସର୍ବକମିଟି ଗଠନ କରାଯାଇଥିଲା | ଏହାର ଅନ୍ୟ ସଦସ୍ୟମାନେ ଥିଲେ କେନ୍ଦ୍ରୀୟ ବିଧାୟକ ସଭାର ସଦସ୍ୟ ଡକ୍ଟର ସୁରୱାର୍ଦ୍ଦି ଏବଂ ବିହାର ଓଡ଼ିଶା ବିଧାନ ପରିଷଦର ଓଡ଼ିଆ ସଦସ୍ୟ ରାଜେନ୍ଦ୍ର ନାରାୟଣ ଇଞ୍ଜଦେଓ ଓ ଲକ୍ଷ୍ମୀଧର ମହାନ୍ତି | କମିଟିର ସୁପାରିସ ଥିଲା - “ଓଡ଼ିଆ ମାନଙ୍କର ଦାବି ଯୁକ୍ତିଯୁକ୍ତ ଏବଂ ସ୍ଵତନ୍ତ୍ର ସାର୍ବଜନୀନ ମତ।" ଏହି ସବକମିଟି ଓଡ଼ିଶା ଡିଭିଜନ, ଅନୁଗୁଳ, ବଙ୍ଗର ମେଦିନୀପୁର, ମାନ୍ଦ୍ରାଜ ପ୍ରେସିଡେନ୍ସିର ଗଞ୍ଜାମ ଅଞ୍ଚଳ ଓ କେନ୍ଦ୍ରୀୟ ପ୍ରଦେଶର ଖଡିଆଳି ଅଞ୍ଚଳକୁ ଏକତ୍ର କରି ଏକ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସୁପାରିସ କରିଥିଲା| କିନ୍ତୁ ଏହା ମାନ୍ଦ୍ରାଜ  ସରକାରଙ୍କ ବିରୋଧ ଯୋଗୁଁ କାର୍ଯ୍ୟକାରୀ ହୋଇପାରିଲା ନାହିଁ |

ପ୍ରଥମ ଗୋଲଟେବୁଲ ବୈଠକ

  • ୧୯୩୦ ନଭେମ୍ବର ୧୨ ରୁ ୧୯୩୧ ଜାନୁୟାରୀ ୧୯ ପର୍ଯ୍ୟନ୍ତ ଲଣ୍ଡନଠାରେ ଅନୁଷ୍ଠିତ ପ୍ରଥମ ଗୋଲଟେବୁଲା ବୈଠକରେ ବିହାର – ଓଡ଼ିଶା ସରକାରଙ୍କ ଦ୍ୱାରା ମନୋନୀତ ହୋଇ ଓଡିଆମାନଙ୍କର ପ୍ରତିନିଧି ରୂପେ କୃଷ୍ଣଚନ୍ଦ୍ର ଗଜପତି ଯୋଗ ଦେଇଥିଲେ | 

ସୀମା ନିର୍ଦ୍ଧାରଣ କମିଟି :

  •  ୧୯୩୧ ମସିହା ସେପ୍ଟେମ୍ବର ୧୩ରେ ଭାରତ ସରକାର ତିନି ସଦସ୍ୟ ବିଶିଷ୍ଟ ଏକ ସୀମା ନିର୍ଦ୍ଧାରଣ କମିଟି ନିଯୁକ୍ତ କରିଥିଲେ। ଏହି କମିଟିର ଅଧ୍ୟକ୍ଷ ଥିଲେ ସାମୁଏଲ ଓ’ଡନେଲ ଓ ଅନ୍ୟ ଦୁଇ ଜଣ ସଭ୍ୟ ଥିଲେ ବମ୍ବେର ଏଚ.ଏମ. ମେହେଟ୍ଟା ଓ ଆସାମର ଟି.ଆର ଫୁକନ | ଏହି କମିଟିରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ସଚ୍ଚିଦାନନ୍ଦ ସିହ୍ନା ଓ ସି.ଭି. ଏସ୍ ନରସିଂହ ରାଜୁ ସହଯୋଗୀ ସଦସ୍ୟ ରୂପେ ରହିଥିଲେ 
  • ପାରଳାଖେମୁଣ୍ଡି ମହାରାଜାଙ୍କ ସମର୍ଥନ ଏବଂ ପ୍ରେରଣାରେ ପାରଳାଖେମୁଣ୍ଡିର ଓଡ଼ିଆ ମାନେ ଏବଂ ପାରଳାଖେମୁଣ୍ଡି "ଉତ୍କଳ ହିତୈଷିଣୀ" ସମାଜର ସଭ୍ୟମାନେ ଓଡ଼ିଶାରେ ପାରଳାଖେମୁଣ୍ଡିକୁ ମିଶାଇ ଦେବା ପାଇଁ ଦୃଢ଼ ଭାବରେ ଓ’ଡନେଲ କମିଟି ଆଗରେ ଦାବି ଜଣାଇ ଥିଲେ | 
  • ଓ’ଡନେଲ କମିଟିର ନିର୍ଦ୍ଧାରଣ ଓଡ଼ିଆମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସନ୍ତୁଷ୍ଟ କରି ନଥିଲା, କାରଣ ଏଥିରେ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶରୁ ପାରଳାଖେମୁଣ୍ଡି, ମଞ୍ଜୁଷା, ମେଦିନୀପୁର ଏବଂ ସିଂହଭୂମିକୁ ବାଦ ଦିଆଯାଇଥିଲା। ଏହାର ପ୍ରତିବାଦ କରିବା ପାଇଁ ୧୯୩୨ ମସିହା ଅଗଷ୍ଟ ୨୧ରେ ବ୍ରହ୍ମପୁରଠାରେ ଲକ୍ଷ୍ମୀଧର ମହାରିଙ୍କ ଅଧ୍ୟକ୍ଷତାରେ ସହରରେ ଉତ୍କଳ ସମ୍ମିଳନୀର ଏକ ଜରୁରୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା |
  • ଏହି ଅଧିବେଶନରେ ଓ’ଡନେଲ କମିଟିର ପ୍ରତିକୂଳ ନିର୍ଦ୍ଧାରଣ ବିରୋଧରେ ବଡ଼ଲାଟଙ୍କୁ ଅବଗତ କରାଇବା ପାଇଁ ପାରଳାଖେମୁଣ୍ଡି ମହାରାଜାଙ୍କ ଅଧିନାୟକତ୍ଵରେ ଏକ କମିଟି ଗଢାଯାଇଥିଲା |
  • ଏହି କମିଟି ୧୯୩୨ ସେପ୍ଟେମ୍ବର ୧୭ ତାରିଖରେ ସିମଳା ଠାରେ ବଡଲାଟ ଲର୍ଡ ୱିଲିଙ୍ଗଡନ୍ ଙ୍କୁ ସାକ୍ଷାତ କରିଥିଲେ |

 ସରକାରଙ୍କ ଶ୍ଵେତପତ୍ର :

  • ତୃତୀୟ ଗୋଲ ଟେବୁଲ୍ ବୈଠକ ପରେ ୧୯୩୨ ଡିସେମ୍ବର ୨୪ରେ ଭାରତ ସଚିବ ସାମୁଏଲ୍‌ ହୋଇ ଭାରତ ପାଇଁ ଉଦ୍ଦିଷ୍ଟ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଏକ ପୃଥକ ଓଡ଼ିଶା ପ୍ରଦେଶ ଗଠନର ଘୋଷଣା କରିଥିଲେ |
  • ୧୯୩୩ ମାର୍ଚ୍ଚ ୧୭ ତାରିଖରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ଇଂରେଜ ସରକାରଙ୍କ ଏକ ଶ୍ଵେତ ପତ୍ର ପ୍ରକାଶ ପାଇଥିଲା । ଏଥିରେ ଓଡ଼ିଶା ଏକ ରାଜ୍ୟପାଳ ଶାସିତ ପ୍ରଦେଶ ରୂପେ ଗଠିତ ହେବ ବୋଲି ଉଲ୍ଲେଖ କରାଯାଇଥିଲା ଏବଂ ପ୍ରସ୍ତାବିତ ଓଡ଼ିଶାର କ୍ଷେତ୍ରଫଳ ୩୩ ହଜାର ବର୍ଗ ମାଇଲରୁ ହ୍ରାସ କରାଯାଇ ୨୧,୫୪୫ ବର୍ଗ ମାଇଲ ରଖାଯାଇଥିଲା | ଏହି ଶ୍ଵେତପତ୍ରରେ ଓଡ଼ିଶା ପ୍ରଦେଶରୁ ଜୟପୁର ଏବଂ ପାରଳାଖେମୁଣ୍ଡିକୁ ବାଦ ଦିଆଯାଇଥିଲା |
  • ମଧୁସୂଦନଙ୍କ ଆବେଦନ କ୍ରମେ ୧୯୩୩ ଜୁଲାଇ ୩ ତାରିଖରେ ଲଣ୍ଡନ ଠାରେ ସାମୁଏଲ ହୋର୍ ଙ୍କ ନିକଟରେ ପାରଳା ମହାରାଜା, କୃଷ୍ଣଚନ୍ଦ୍ର ଗଜପତି, ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଓ ଭଗବାନ ଦାସ ପ୍ରମୁଖ ଓଡ଼ିଶା ସୀମାର ପୁନଃ ନିର୍ଦ୍ଧାରଣ ପାଇଁ ଦାବି ଉପସ୍ଥାପନ କରିଥିଲେ | ଇଂରେଜ ସରକାର ଜୟପୁରର ମିଶ୍ରଣ ପାଇଁ ରାଜି ହୋଇଥିଲେ, କିନ୍ତୁ ପାରଳାଖେମୁଣ୍ଡିର ମିଶ୍ରଣ ପାଇଁ ଅମଙ୍ଗ ହୋଇଥିଲେ |
  • ଉତ୍କଳ ସମ୍ମିଳନୀର ତ୍ରୟୋ ବିଂଶ ଅଧିବେଶନରେ ମଧୁସୂଦନ ପାଣିଗ୍ରାହୀ ସଭାପତିତ୍ଵ କରିଥିଲେ | ଏହି ଅଧିବେଶନରେ ପାରଳାଖେମୁଣ୍ଡି ରାଜା ଓ ଜୟପୁର ଜମିଦାରୀ ଓଡ଼ିଶାରେ ମିଶାଇବା ପାଇଁ ଦାବି କରାଯାଇଥିଲା | 

ମିଳିତ ସଂସଦୀୟ କମିଟି

  • ୧୯୩୩ ମସିହା ଏପ୍ରିଲ ମାସରେ ବ୍ରିଟିଶ ପାର୍ଲାମେଣ୍ଟରେ ଉଭୟ ଗୃହର ୧୬ ଜଣ ସଦସ୍ୟଙ୍କୁ ନେଇ ଲର୍ଡ ଲିନଲିଥଗୋଙ୍କ ଅଧ୍ୟକ୍ଷତାରେ ଏକ “ମିଳିତ ସଂସଦୀୟ କମିଟି” ଗଠନ କରାଯାଇଥିଲା |
  • ୧୯୩୪ ନଭେମ୍ବରରେ ଶ୍ଵେତପତ୍ରରେ ଘୋଷିତ ନୂତନ ଓଡ଼ିଶା ପ୍ରଦେଶ ସହିତ ସୀମା ନିର୍ବାରଣ କମିଟି ପ୍ରସ୍ତାବିତ ଜୟପୁର ଜମିଦାରୀ ଅଂଶଜଳନ୍ତର ସାଲିହା ଏବଂ ପାରଳାଖେମୁଣ୍ଡି ଜମିଦାରୀର ଏକ ଅଂଶକୁ ଯୋଗ କଲା | ଏହାଦ୍ଵାରା ଶ୍ଵେତପତ୍ରରେ ଥିବା ଓଡ଼ିଶାର କ୍ଷେତ୍ର ୨୧,୫୫୫ ବର୍ଗ ମାଇଲ ରୁ ବୃଦ୍ଧି ପାଇ ୩୨,୬୯୫ ମାଇଲ ହେଲା |

୧୯୩୫ ଭାରତ ଶାସନ ଆଇନ ଏବଂ ଓଡ଼ିଶା ପ୍ରଦେଶ ଗଠନ : 

  • ୧୯୩୫ ମସିହାରେ ଇଂରେଜ ସରକାରଙ୍କ ଦୁଇ ପ୍ରଣୀତ ହେଲା “ଭାରତ ଶାସନ ଆଇନ” । ଏହି ପରି ଧାରା ୨୮୯ ଅନୁସାରେ ଓଡ଼ିଶାକୁ ନୂତନ ପ୍ରଦେଶ ଭାଷା ସ୍ୱୀକୃତି ଦିଆଗଲା |
  • ୧୯୩୬ ମାର୍ଚ୍ଚ ୩ ତାରିଖରେ “ଭାରତ ଶାସନ (ଓଡ଼ିଶା ଗଠନ) ନିର୍ଦ୍ଦେଶ ୧୯୩୬” ସମ୍ରାଟଙ୍କ ଦ୍ଵାରା ଘୋଷିତ ହେଲା | ଫଳସ୍ଵରୂପ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସୃଷ୍ଟି ହେଲା ଓଡ଼ିଆମାନଙ୍କ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ | ଭାରତରେ ଓଡ଼ିଶା ପ୍ରଥମ ଭାଷା ଭିତ୍ତିକ ରାଜ୍ୟ । 



Ratings
No reviews yet, be the first one to review the product.