• SCHOOL BOARDS
  • BSE/CHSE ODISHA
  • CLASS 10
  • HISTORY
  • Odia Medium Class 10th History 3rd Unit - 2nd Chapter- ତୃତୀୟ ଅଧ୍ୟାୟ - ଦ୍ଵିତୀୟ ପାଠ – ଓଡ଼ିଶା ସହିତ ଗଡଜାତ ରାଜ୍ୟମାନଙ୍କର ମିଶ୍ରଣ- Notes

Odia Medium Class 10th History 3rd Unit - 2nd Chapter- ତୃତୀୟ ଅଧ୍ୟାୟ - ଦ୍ଵିତୀୟ ପାଠ – ଓଡ଼ିଶା ସହିତ ଗଡଜାତ ରାଜ୍ୟମାନଙ୍କର ମିଶ୍ରଣ- Notes

Language : Odia

LRNR provides this material totally free

ଦ୍ଵିତୀୟ ପାଠ

ଓଡ଼ିଶା ସହିତ ଗଡଜାତ ରାଜ୍ୟମାନଙ୍କର ମିଶ୍ରଣଓଡ଼ିଶା ସହିତ ଗଡଜାତ ରାଜ୍ୟମାନଙ୍କର ମିଶ୍ରଣଭୌଗୋଳିକ ଦୃଷ୍ଟିକୋଣରୁ ବ୍ରିଟିଶ ଓଡ଼ିଶା ସୀମାସହ ମିଶିରହିଥିବା ଓଡ଼ିଆ ଭାଷାଭାଷୀ ଗଡ଼ଜାତ ମାନଙ୍କର ସଂଖ୍ୟା ଥିଲା ଛବିଶ। ଏହି ଗଡ଼ଜାତ ବା ଦେଶୀୟ ରାଜ୍ୟଗୁଡ଼ିକୁ ସେମାନଙ୍କର ଆୟତନ ଦୃଷ୍ଟିରୁ ‘କ’, ‘ଖ’ ଓ ‘ଗ’ ଭାବରେ ତିନି ଶ୍ରେଣୀରେ ବିଭକ୍ତ କରାଯାଇଥିଲା।

 

‘କ’ ଶ୍ରେଣୀଭୁକ୍ତ ଗଡ଼ଜାତଗୁଡ଼ିକର ସଂଖ୍ୟାଥିଲା ଏଗାର |

(୧) ଢେଙ୍କାନାଳ (୨) କେନ୍ଦୁଝର (୩) ମୟୂରଭଞ୍ଜ (୪) ବାମଣ୍ଡା (୫) ବୌଦ (୬) ସାଂଗପୁର (୭) ପାଟଣା (୮) କଳାହାଣ୍ଡି (୯) ସୋନପୁର (୧୦) ଷଢ଼େଇକଳା (୧୧) ନୟାଗଡ଼

‘ଖ’’ ଶ୍ରେଣୀ ଭୁକ୍ତ ବାରଟି ଗଡ଼ଜାତ ଥିଲେ

(୧) ଆଠଗଡ଼ (୨) ବଡ଼ମ୍ବା (୩) ନରସିଂହପୁର (୪) ଆଠମଲ୍ଲିକ (୫) ହିନ୍ଦୋଳ (୬) ଦଶପଲ୍ଲା (୭) ଖଣ୍ଡପଡ଼ା (୮) ଖରସୁଆଁ (୯) ରେଢ଼ାଖୋଲ (୧୦) ତାଳଚେର (୧୧) ସମ୍ବଲପୁର (୧୨) ନୀଳଗିରି

‘ଗ’ ଶ୍ରେଣୀଭୁକ୍ତ ଥିଲା

(୧) ପାଲଲହଡ଼ା (୨) ତିଗିରିଆ (୩) ରଣପୁର

 

  • ଦେଶୀୟ ରାଜ୍ୟମାନଙ୍କରେ ବେଠି, ବେଗାରୀ, ମାଗଣ, ରସଦ ଓ ଭେଟି ପ୍ରଭୃତି ପ୍ରଜାମାରଣ ପ୍ରଥାର ପ୍ରଚଳନ ଥିଲା । ଏଥିପାଇଁ ପ୍ରଜାମାନଙ୍କୁ ଶ୍ରମଦାନ ବା ଅର୍ଥଦାନ ବା ଦ୍ରବ୍ୟ ଦାନ କରିବାକୁ ପଡ଼ୁଥିଲା ।


  • ରାସ୍ତା, ରାଜପ୍ରାସାଦ ପ୍ରଭୃତି ନିର୍ମାଣ ପାଇଁ ପ୍ରଜାମାନେ ବିନା ପାରିଶ୍ରମିକରେ କରୁଥିବା ଶ୍ରମଦାନକୁ ‘ବେଠି’ କୁହାଯାଉଥିଲା ।
  • ଗୋଟିଏ ଶିବିରରୁ ଅନ୍ୟ ଶିବିରକୁ ରାଜା ବା ରାଜକର୍ମଚାରୀମାନଙ୍କୁ ବିନା ପାଉଣାରେ ପାଲିଙ୍କି ବା ସବାରୀରେ ବୋହିବା ପ୍ରଥାକୁ ‘ବେଗାରୀ’ କୁହାଯାଉଥିଲା |


  • ରାଜକୀୟ ବିବାହ ଅନ୍ୟାନ୍ୟ ଉତ୍ସବ ସମୟରେ ପ୍ରଜାମାନେ ଅର୍ଥ ଓ ଦ୍ରବ୍ୟ ଆକାରରେ ଉପହାର ଦେବା ପ୍ରଥାକୁ ‘ମାଗଣ’ କୁହାଯାଉଥିଲା |


  • ରାଜା ଓ ରାଜ କର୍ମଚାରୀମାନେ ମଫସଲ ଗ୍ରସ୍ତ ସମୟରେ ସେମାନଙ୍କ ଶିବିରରେ ମାଗଣା ଖାଦ୍ୟପେୟର ବନ୍ଦୋବସ୍ତ ପ୍ରଥାକୁ ‘ରସଦ’ କୁହାଯାଉଥିଲା |


  • ପର୍ବପର୍ବାଣୀ ବା ବିବାହ ସମୟରେ ରାଜଉଆସକୁ ଉପହାର ପଠାଇବା ପ୍ରଥାକୁ ଭେଟି କୁହାଯାଉଥିଲା |


ଗଡ଼ଜାତ ଶାସନ ବିରୋଧରେ ପ୍ରଜା ଆନ୍ଦୋଳନ :

  • ଓଡ଼ିଶା ଗଡ଼ଜାତରେ ଚାଲିଥିବା କୁଶାସନ, ଶୋଷଣ, ଅତ୍ୟାଚାର ବିରୋଧରେ ଗଡ଼ଜାତ ପ୍ରଜାମାନେ ୧୯୨୨ରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କଲେ | ଏହି ପ୍ରଜା ଆନ୍ଦୋଳନ ଢେଙ୍କାନାଳରେ ଆରମ୍ଭ ହୋଇଥିଲା। ୧୯୨୮ରେ ନୀଳଗିରିରେ ପ୍ରଜା ବିଦ୍ରୋହ ଆରମ୍ଭ ହେଲା |
  • ୧୯୩୦ରେ ବୌଦରେ ଓ ୧୯୩୨ରେ ତାଳଚେରରେ ପ୍ରଜା ଆନ୍ଦୋଳନ ଆରମ୍ଭ ହେଲା|


  • ୧୯୩୧ ଜୁନ ୨୦ ତାରିଖ ଦିନ କଟକଠାରେ ଓଡ଼ିଶା ଗଡ଼ଜାତ ପ୍ରଜା ସମ୍ମିଳନୀର ପ୍ରଥମ ଅଧିବେଶନ ଭୁବନାନନ୍ଦ ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହେଲା |


  • ପ୍ରଜା ସମ୍ମିଳନୀର ଦ୍ଵିତୀୟ ଅଧିବେଶନ ମଧ୍ୟ କଟକରେ ୧୯୩୭ ଜୁନ ୨୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନର ସଭାପତି ଥିଲେ ପଟ୍ଟାଭି ସୀତାରାମାୟା ଏବଂ ଆବାହକ ଥିଲେ ସାରଙ୍ଗଧର ଦାସ | 


  • ୧୯୩୭ ମସିହାରେ ଗଡ଼ଜାତ ପ୍ରକାମାନଙ୍କର ଆନ୍ଦୋଳନାତ୍ମକ କାର୍ଯ୍ୟ ଭାରତୀୟ ଜାତୀୟ କଂଗ୍ରେସର ସମର୍ଥନ ଲାଭକଲା। ୧୯୩୮ ମସିହାରେ ସାରଙ୍ଗଧର ଦାସଙ୍କ ନେତୃତ୍ଵରେ ନୀଳଗିରିରେ ପ୍ରଜାମଣ୍ଡଳ ଗଠିତ ହେଲା । ୧୯୩୯ରେ ତାଳଚେରରେ ପ୍ରଜାମଣ୍ଡଳ ଆନ୍ଦୋଳନ ଆରମ୍ଭ ହେଲା ।


ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ଦାବିଗୁଡ଼ିକ

  • ବେଠି, ବେଗାରୀ, ମାଗଣ, ରସଦ ଓ ଭେଟି ପ୍ରଭୃତି ଅନ୍ୟାୟ ପ୍ରଥାକୁ ବନ୍ଦକରିବା,


  • ପ୍ରଜାମାନଙ୍କୁ ଅଭିବ୍ୟକ୍ତିର ଅଧିକାର, ଗଣ ମାଧ୍ୟମର ସ୍ଵାଧୀନତା ଅଧିକାର, ସଂଘ ଗଠନ କରିବାର ଅଧିକାର ପ୍ରଭୃତି ମୌଳିକ ନାଗରିକ ଅଧିକାର ପ୍ରଦାନ କରିବା,


  • ଚାଷଜମି ଉପରେ ରୟତର ଅଧିକାର ସମ୍ପର୍କିତ ସ୍ପଷ୍ଟ ନିୟମ ପ୍ରଚଳନ କରିବା,


  • ଜଙ୍ଗଲଜାତ ଦ୍ରବ୍ୟର ସୁବିନିଯୋଗ ଓ ଆଦିବାସୀ ଜନଜାତିମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟ ଉପଯୋଗ କରିବାର ଅଧିକାର ପ୍ରଦାନ କରିବା,
  • ଏକଚାଟିଆ ବାଣିଜ୍ୟ କାରବାରକୁ ବନ୍ଦ କରିବା |


  • ୧୯୩୮ ମସିହାରେ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟି ପୁନର୍ଗଠିତ ହେଲା | ହରେକୃଷ୍ଣ ମହତାବ ଏହାର ଅଧ୍ୟକ୍ଷ ରହିଲେ | ଏହି କମିଟିରେ ସମ୍ପାଦକ ଥିଲେ ସାରଙ୍ଗଧର ଦାସ ଏବଂ ଅନ୍ୟ ଦୁଇ ଜଣ ସଭ୍ୟଥିଲେ ଲାଲ୍ ମୋହନ ପଟ୍ଟନାୟକ ଓ ବଳବନ୍ତରାୟ ମେହେଟ୍ଟା |


  • ୧୯୩୯ ମସିହାରେ କମିଟି ତାଙ୍କର ବିବରଣୀ ପ୍ରକାଶ କଲେ|
  • ଓଡ଼ିଶା ପ୍ରଦେଶ ଓ ଗଡ଼ଜାତମାନଙ୍କ ମଧ୍ୟରେ କୌଣସି ଭୌଗଳିକ ସୀମା ନାହିଁ, ଏହି ବିଷୟରେ ହରେକୃଷ୍ଣ ମହତାବ ୧୯୪୨ ସାର ଷ୍ଟାଫୋର୍ଡ କ୍ରିପ୍ସ ସହ ସାକ୍ଷାତ କରିଥିଲେ ଏବଂ ୧୯୪୬ ଏପ୍ରିଲ ୬ ଗଡଜାତ ମିଶ୍ରଣ ସପକ୍ଷରେ ଯୁକ୍ତ ବାଢିବା ପାଇଁ ସେ କ୍ୟାବିନେଟ ମିଶନକୁ ସାକ୍ଷାତ କରିଥିଲେ କଳାହାଣ୍ଡିର ମହାରାଜା ହରେକୃଷ୍ଣ ମହତାବଙ୍କୁ “ପର୍ଶୁରାମ” ଆଖ୍ୟା ଦେଲେ |


  •  “ମିଶ୍ରଣ” ଶବ୍ଦଟି ଓଡ଼ିଶା ଗଡ଼ଜାତ ରାଜାମାନଙ୍କ ପାଇଁ ଶ୍ରୁତିକଟୁ ଥିଲା। ମହାତାବଙ୍କର ଏହି ଯୋଜନାକୁ ପଣ୍ଡ କରିବାକୁ ଯାଇ ଓଡ଼ିଶା ଓ ଛତିଶଗଡ଼ର ଅଣଚାଳିଶଟି ଦେଶୀୟ ରାଜା “ ପୂର୍ବାଞ୍ଚଳ ଗଡ଼ଜାତ ସଂଘ” ନାମରେ ଏକ ସଂଗଠନ ଆରମ୍ଭ କଲେ । ଏହା ୧୯୪୭ ମସିହା ଅଗଷ୍ଟ ୧ ତାରିଖଠାରୁ କାର୍ଯ୍ୟକ୍ଷମ ହେଲା |


୧୯୪୭ ଅଗଷ୍ଟ ୧୦ ତାରିଖ ଦିନ ପ୍ରଜାମଣ୍ଡଳର ଏକ ସମ୍ମିଳନୀ କଟକ ଠାରେ ଆହୂତ ହେଲା। ଏହି ସମ୍ମିଳନୀରେ ଛତିଶଗଡ଼ ଓ ଓଡ଼ିଶାରେ ଥିବା ଗଡ଼ଜାତ ମାନଙ୍କରୁ ଅନେକ ପ୍ରକା ଯୋଗ ଦେଇଥିଲେ | ଏହାର ପାଞ୍ଚ ଦିନ ପରେ ଭାରତ ସ୍ଵାଧୀନ ହେବାର ଥିଲା | ହରେକୃଷ୍ଣ ମହତାବ ଓଡିଆ ଭାଷାଭାଷୀ ଗଡ଼ଜାତମାନଙ୍କର ରାଜାମାନଙ୍କୁ ୧୯୪୭ ଅକ୍ଟୋବର ୧୬ ସମ୍ବଲପୁର ଠାରେ ଅନୁଷ୍ଠିତ ହେବାକୁଥିବା ସମ୍ମିଳନୀକୁ ନିମନ୍ତ୍ରଣ କଲେ | ନୀଳଗିରିରୁ ଗଡ଼ଜାତ ମିଶ୍ରଣ ପ୍ରକ୍ରିୟା ଆରମ୍ଭ :

  • ଯେତେବେଳେ ନେହେରୁ, ସର୍ଦାର ପଟେଲ ଓ ଭି.ପି. ମେନନ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିବାପାଇଁ ସମୟ ଓ ସୁଯୋଗର ଅପେକ୍ଷାରେ ଥିଲେ, ନୀଳଗିରିର ଘଟଣା ପ୍ରବାହ ଏହି କାର୍ଯ୍ୟକୁ ତ୍ଵାରାନ୍ଵିତ କରିଥିଲା |

(ନୀଳଗିରିର କ୍ଷେତ୍ରଫଳ ଥିଲା ୨୮୪ ବର୍ଗ ମାଇଲ ଓ ଜନସଂଖ୍ୟାଥିଲା ୭୩୧୦୯ । ଏହାର ଜନସଂଖ୍ୟାର ୧୫ ପ୍ରତିଶତ ଥିଲେ ଜନଜାତି |)

 

  • ନୀଳଗିରିରେ ପ୍ରଜାମଣ୍ଡଳ ଯଥେଷ୍ଟ ସକ୍ରିୟ ଥିଲା | ଆନ୍ଦୋଳନକୁ ଦମନ କରିବାପାଇଁ ନୀଳଗିରି ରାଜା ତାଙ୍କର ପୋଲିସବାହିନୀକୁ ଶକ୍ତିଶାଳୀ କଲେ । ଗୁଖାମାନଙ୍କୁ ପୋଲିସ ବାହିନୀରେ ନିଯୁକ୍ତି ଦିଆଗଲା | ପ୍ରଜାମଣ୍ଡଳ ଆନ୍ଦୋଳନରେ ଯୋଗଦାନ କରିଥିବା ଲୋକମାନଙ୍କର ଘରଦ୍ଵାର ପୋଡ଼ି ସେମାନଙ୍କର ଧନସମ୍ପଭି ଲୁଣ୍ଠନ କରିବାକୁ ନୀଳଗିରି ରାଜା ସରଳ ଆଦିବାସୀମାନଙ୍କୁ ପ୍ରରୋଚିତ କରି ନିୟୋଜିତ କଲେ । ନୀଳଗିରିରେ ଅରାଜକତା ବ୍ୟାପିଗଲା|


  • ଓଡ଼ିଶା ସରକାର ଭାରତ ସରକାରଙ୍କ ନିକଟକୁ ନୀଳଗିରିର ଉଦବେଗଜନକ ଆଇନ ଶୃଙ୍ଖଳା ପରିସ୍ଥିତି ଉଲ୍ଲେଖ କରି ବିବରଣୀ ପ୍ରେରଣ କଲେ | ଓଡ଼ିଶାର ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ଦିଲ୍ଲୀରେ ଥାଆନ୍ତି | ସେ ପଟେଲଙ୍କ ସହିତ ବିଚାର ବିମର୍ଶ କଲେ|


  • ଭାରତ ସରକାର ନିକଟସ୍ଥ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହାୟତାରେ ନୀଳଗିରିକୁ ଦଖଲ କରିନେବାକୁ ଓଡ଼ିଶା ସରକାରଙ୍କୁ କ୍ଷମତା ପ୍ରଦାନ କଲେ। ମହତାବଙ୍କ ଅନୁପସ୍ଥିତିରେ ମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନୀଳଗିରି ଦଖଲ କାର୍ଯ୍ୟ ପରିଚାଳନା କରିଥିଲେ|


  • ୧୯୪୭ ମସିହା ନଭେମ୍ବର ୧୪ ତାରିଖରେ ନୀଳଗିରିକୁ ଓଡ଼ିଶା ସରକାର ଦଖଲ କରିନେଲେ। ନଭେମ୍ବର ଶେଷ ସୁଦ୍ଧା ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସ୍ଵାଭାବିକ ହୋଇଗଲା । ଏହାଥିଲା ଭାରତରେ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟାର ଆରମ୍ଭ । ହାଇଦ୍ରାବାଦ ଦଖଲ ପରେ ଏହି ପ୍ରକ୍ରିୟାର ଯବନିକା ପତନ ହୋଇଥିଲା|


କଟକ ସମ୍ମିଳନୀ :

 

  • ୧୯୪୭ ଡିସେମ୍ବର ୧୩ ତାରିଖରେ କଟକ ସମ୍ମିଳନୀରେ ଯୋଗ ଦେବାକୁ ସର୍ଦାର ପଟେଲ ଓ ଭି.ପି. ମେନନ୍‌ଙ୍କ ସହ କେନ୍ଦ୍ର ସରକାରଙ୍କର କେତେକ ଉଚ୍ଚପଦସ୍ଥ ଅଫିସର ସେଠାରେ ପହଞ୍ଚିଥିଲେ |


  • ପ୍ରଥମେ “ଖ” ଓ “ଗ” ଶ୍ରେଣୀର ପନ୍ଦର ଜଣ ଗଡ଼ଜାତ ରାଜାଙ୍କ ମଧ୍ୟରୁ ବାର ଜଣ ଉପସ୍ଥିତ ଥିଲେ | ଆଠମଲ୍ଲିକ, ବଣାଇ ଓ ତିଗିରିଆର ରାଜା ଏହି ସମ୍ମିଳନୀରେ ଯୋଗଦେଇନଥିଲେ |ସାମାନ୍ୟ ପ୍ରତିବାଦ ପରେ ଗଡ଼ଜାତ ରାଜ୍ୟ ଚୁକ୍ତିପତ୍ରରେ ସ୍ଵାକ୍ଷର କଲେ ଏବଂ ଅନୁପସ୍ଥିତ ଥିବା ଆଠମଲ୍ଲିକ, ବଣାଇ ଓ ତିଗିରିଆର ରାଜାମାନେ ଚୁକ୍ତିପତ୍ରରେ ଦସ୍ତଖତ କରିଥିଲେ |


  • “କ” ଶ୍ରେଣୀର ଗଡ଼ଜାତ ରାଜାମାନଙ୍କ ସହିତ ଅନେକ ସମୟ କଥାବାର୍ତ୍ତା ଓ ଚାପ ପ୍ରୟୋଗ ପରେ ନଅ ଜଣ ଦେଶୀୟ ରାଜା ମିଶ୍ରଣ ଚୁକ୍ତିରେ ୧୯୪୭ ଡିସେମ୍ବର ୧୫ ରେ ସ୍ଵାକ୍ଷର କଲେ | ମୟୁରଭଞ୍ଜ ମହାରାଜା ଏହି ମିଶ୍ରଣରେ ସ୍ଵାକ୍ଷର କଲେ ନାହିଁ | ୧୯୪୭ ଡିସେମ୍ବର ୨୩ ରେ ଭାରତ ସରକାର ଏହି ପଚିଶ ଗଡ଼ଜାତର ଶାସନଭାର ଓଡ଼ିଶାର ପ୍ରାଦେଶିକ ସରକାରଙ୍କୁ ହସ୍ତାନ୍ତର କଲେ | ୧୯୪୮ ଜାନୁୟାରୀ ୧ ତାରିଖ ଠାରୁ ଓଡିଆ ଭାଷାଭାଷୀ ପଚିଶଟି ଗଡ଼ଜାତ ଓଡ଼ିଶା ପ୍ରଦେଶ ସହିତ ମିଶିଗଲା |


  • ଷଢେଇକଳା ଓ ଖରସୁଆଁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ମୟୂରଭଞ୍ଜ ଓଡ଼ିଶାରେ ନ ମିଶିବାରୁ ଏହି ଦୁଇ ରାଜ୍ୟ ମଧ୍ୟରେ ଯୋଗାଯୋଗ ହୋଇ ପାରିଲା ନାହିଁ | ଫଳରେ ଭାରତ ସରକାର ୧୯୪୮ ମେ ୧୮ ତାରିଖରୁ ସେ ଦୁଇଟି ଗଡ଼ଜାତକୁ ଓଡ଼ିଶାରୁ କାଢ଼ିନେଇ ବିହାରରେ ମିଶାଇ ଦେଇଥିଲେ |


  • ମୟୂରଭଞ୍ଜ ମହାରାଜା ୧୯୪୮ ଅକ୍ଟୋବର ୧୭ ତାରିଖ ଦିନ ମିଶ୍ରଣ ଚୁକ୍ତିରେ ସ୍ଵାକ୍ଷର କଲେ |୧୯୪୯ ମସିହା ଜାନୁୟାରୀ ୧ ତାରିଖ ଦିନ ମୟୂରଭଞ୍ଜ ଓଡ଼ିଆ ସହିତ ମିଶିଥିଲା |

 

ଗଡ଼ଜାତ ମିଶ୍ରଣର ଫଳାଫଳ :

  • ଓଡ଼ିଶା ସହିତ ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶାର ଗଣତାନ୍ତ୍ରିକ ପ୍ରକ୍ରିୟା ଗଡ଼ଜାତମାନଙ୍କୁ ସଂପ୍ରସାରିତ ହୋଇଥିଲା ।


  • ଓଡ଼ିଶା ବିଧାନ ସଭାରେ ନିର୍ବାଚିତ ସଭ୍ୟ ସଂଖ୍ୟା ୬୦ ଥିଲା | ଗଡ଼ଜାତ ମିଶ୍ରଣ ପରେ ଆଉ ୩୧ ଆସନ ସଂଯୁକ୍ତ ନିର୍ବାଚିତ ସଭ୍ୟ ସଂଖ୍ୟା ୯୧ହେଲା | ୧୯୪୯ ମସିହା ଅକ୍ଟୋବର ୧୦ ତାରିଖରେ ସମସ୍ତ ସଦସ୍ୟଙ୍କୁ ନେଇ ଓଡ଼ିଶା ବିଧାନ ସଭାର ଅଧିବେଶନ ନୂଆ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା |


  • ଗଡ଼ଜାତଗୁଡ଼ିକୁ ସାମିଲ କରି ଓଡ଼ିଶାର ଜିଲ୍ଲାଗୁଡ଼ିକୁ ପୁନର୍ଗଠନ କରି ତେରଟି ଜିଲ୍ଲା କରାଯାଇଥିଲା ।



Ratings
No reviews yet, be the first one to review the product.