• SCHOOL BOARDS
  • BSE/CHSE ODISHA
  • CLASS 10
  • HISTORY
  • Odia Medium Class 10th History - 4th - Unit - 1st Chapter- ଚତୁର୍ଥ ଅଧ୍ୟାୟ - ପ୍ରଥମ ପାଠ–ସାମାଜିକ ବିକାଶ - Notes

Odia Medium Class 10th History - 4th - Unit - 1st Chapter- ଚତୁର୍ଥ ଅଧ୍ୟାୟ - ପ୍ରଥମ ପାଠ–ସାମାଜିକ ବିକାଶ - Notes

Narayan Panigrahi Sir

Language : Odia

LRNR provides this material totally free

 

ପ୍ରଥମ ପାଠ - ସାମାଜିକ ବିକାଶ

  • ସ୍ଵାଧୀନତା ବେଳକୁ ଓଡ଼ିଶାର ଜନସଂଖ୍ୟା ଥିଲା ଏକକୋଟି ସଇଁତିରିଶି ଲକ୍ଷ | ଏଥି ମଧ୍ୟରୁ ୩୫ ଲକ୍ଷ ଥିଲେ ଆଦିବାଦୀ ଏବଂ ୧୮ ଲକ୍ଷ ୬୦ ହଜାର ଥିଲେ ଅନୁସୂଚିତ ଜାତି |୧୯୪୭ ମସିହାରେ ଆଇନ ପ୍ରଣୀତ ହୋଇ ସ୍ଥିର କରାଗଲା ଯେ ଅଣଆଦିବାସୀମାନେ ଆଦିବାସୀମାନଙ୍କ ଜମି କୌଣସି ଆଳରେ ଜବରଦଖଲ କରିପାରିବେ ନାହିଁ ଏବଂ ୧୯୪୭ ମାର୍ଚ୍ଚ ମାସରେ ଏକ ଆଇନ ପ୍ରଣୀତ ହୋଇ ମହାଜନମାନଙ୍କର ଋଣ କାରବାରକୁ ନିୟନ୍ତ୍ରିତ କରାଯାଇଥିଲା |


  • ୧୯୪୯ ମସିହାରେ ଅପରାଧୀ ଜନଜାତି ଆଇନ ଭଳି ଅଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ରଦ୍ଦ କରିଦିଆଗଲା |


  • ସ୍ଵାଧୀନତା ପରେ ଓ ବିଶେଷ କରି ଓଡ଼ିଶାରେ ଗଡ଼ଜାତ ମିଶ୍ରଣପରେ ଗ୍ରାମ୍ୟ ମହାଜନମାନଙ୍କ କବଳରୁ ନିରୀହ ଆଦିବାସୀମାନଙ୍କୁ ଉଦ୍ଧାର କରିବାପାଇଁ କଠୋର ପଦକ୍ଷେପ ନିଆଗଲା | ୧୯୪୮ ମସିହା ଜୁନମାସରେ ଓଡ଼ିଶା ଗୋତିପ୍ରଥା ଉଚ୍ଛେଦ ନିୟମକୁ କଡାକଡି ପାଳନ କରିବା ଦ୍ଵାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଗୋତିପ୍ରଥା ଆଇନତଃ ନିଷିଦ୍ଧ ହୋଇଗଲା | ଫଳରେ ହଜାର ହଜାର ଗୋତି ଶ୍ରମିକଙ୍କୁ ଉଦ୍ଧାର କରାଗଲା ଏବଂ ଗଡ଼ଜାତ ଅଞ୍ଚଳରେ ଥିବା ଚାଲୁଥିବା ବେଠି, ବେଗାରୀ, ମାଗଣ, ରସଦ ଓ ଭେଟି ପ୍ରଥାକୁ ବନ୍ଦ କରିଦିଆଗଲଓଡ଼ିଶାରେ ଦଳିତମାନଙ୍କୁ “ଅସ୍ପୃଶ୍ୟ” କହି ବିଭିନ୍ନ ସାମାଜିକ ଅନୁଷ୍ଠାନରୁ ବାସନ୍ଦ କରାଯାଉଥିଲା, ଏହି ଅମାନବିକ ପ୍ରଥାକୁ ବନ୍ଦ କରିବା ପାଇଁ ସରକାର ଦୁଇଟି ଆଇନ ପ୍ରଣୟନ କଲେ |ଓଡ଼ିଶା ମନ୍ଦିର ପ୍ରବେଶ ଅନୁମତି ଆଇନ ୧୯୪୮ |


  • ଓଡ଼ିଶା ନାଗରିକ ଅଯୋଗ୍ୟତା ଦୂରୀକରଣ ଆଇନ |୧୯୪୮ ମସିହା ମାର୍ଚ୍ଚ ୧ ରେ ଅନୁସୂଚିତ ଜାତିର ଭକ୍ତମାନେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରବେଶ କଲେ | ନାଗରିକ ଅଯୋଗ୍ୟତା ଦୂରୀକରଣ ଆଇନ ବଳରେ ଅସ୍ପୃଶ୍ୟତା ଭଳି କଳଙ୍କିତ ପ୍ରଥା କ୍ରମଶଃ ଅପସରିଗଲା |


  • ଅନୁସୂଚିତ ଜାତି ଓ ଜନଜାତି ଲୋକମାନଙ୍କ ମଧ୍ୟରେ ଶିକ୍ଷା ଅପହଞ୍ଚ ଥିଲା | ଶତକଡା ୧.୫ ଭାଗ ଆଦିବାସୀ ସାକ୍ଷର ଥିଲେ | ଅନୁସୂଚିତ ଜାତିମାନଙ୍କ କ୍ଷେତ୍ରରେ ଏହା ଥିଲା ମାତ୍ର ୩.୩ |


  • ଆଦିବାସୀ ଓ ଦଳିତ ବର୍ଗର ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ପାଇଁ ବିଭିନ୍ନ ପଦକ୍ଷେପ ନିଆଗଲା | କୋରପୁଟର କୋୟାମାନେ “ୟଜ୍” ନାମକ ଏକ ଭୟଙ୍କର ରୋଗର ଶିକାର ହେଉଥିଲେ | ସେମାନଙ୍କୁ ଆର୍ଥିକ ପ୍ରଲୋଭନ ଦେଖାଇ ଚିକିତ୍ସାଳୟକୁ ଅଣାଗଲା ଓ ସୁସ୍ଥହେବାରୁ ସୁଯୋଗ ପାଇଲେ | ଗଞ୍ଜାମ ଓ କୋରାପୁଟର ଆଦିବାସୀମାନେ କେତେକ ଯୌନରୋଗର ଶିକାର ହେଉଥିଲେ |


  • ନିଯୁକ୍ତି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀମାନଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା କରାଗଲା |


ଗ୍ରାମାଞ୍ଚଳର ବିକାଶ

  • ସ୍ଵାଧୀନତା ପରେ ଗ୍ରାମାଞ୍ଚଳଲୋକଙ୍କ ବିକାଶ ଉପରେ ଗୁରୁତ୍ଵ ଦିଆଯାଇଛି | ଇନ୍ଦିରା ଆବାସ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନେ ନିଜସ୍ଵ ବାସଗୃହ ସୁବିଧା ପାଇଲେ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗାଁଗୁଡ଼ିକରେ ସିମେଣ୍ଟ କଂକ୍ରିଟର ପକ୍‌କା ସଡ଼କ ନିର୍ମିତ ହେଲା |


  • କେନ୍ଦ୍ର ସରକାରଙ୍କର ଅନ୍ତ୍ୟୋଦୟ ଯୋଜନା ଦ୍ଵାରା ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରଙ୍କୁ ମାସିକ କିଲୋଗ୍ରାମ ପିଛା ୩ ଟଙ୍କା ଦରରେ ୩୫ କିଲୋଗ୍ରାମ ଚାଉଳ ଦେବା ବ୍ୟବସ୍ଥା ହେଲା | ପରେ ରାଜ୍ୟ ସରକାର ନିଜ ପକ୍ଷରୁ କିଲୋଗ୍ରାମ ପ୍ରତି ୨ ଟଙ୍କାରେ ଚାଉଳର ବ୍ୟବସ୍ଥା କଲେ |


  • ୨୦୦୫ ମସିହାରେ ଆରମ୍ଭ ହୋଇଥିବା ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ଅନୁଯାୟୀ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ବର୍ଷକୁ ଅନ୍ୟୁନ ୧୦୦ ଦିନ କାମଧନ୍ଦା ଯୋଗାଇ ଦିଆଯାଇଛି । ବର୍ତ୍ତମାନ ଏହି ଯୋଜନା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାଭାବେ ପରିଚିତ |


  • ଏହା ବ୍ୟତୀତ ‘ ଖାଦ୍ୟପାଇଁ କାମ’, ‘ସମ୍ପୂର୍ଣ ଗ୍ରାମ ସ୍ଵରୋଜଗାର ଯୋଜନା’, ‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’, ‘ଜବାହର ଗ୍ରାମ ସମୃଦ୍ଧି ଯୋଜନା, ‘ନିଶ୍ଚିତ ରୋଜଗାର ଯୋଜନା’ ବଳରେ ସାଧାରଣ ଲୋକଙ୍କୁ କର୍ମନିଯୁକ୍ତି ମିଳିବା ସହିତ ଗ୍ରାମାଞ୍ଚଳର ବିକାଶ ସାଧ୍ୟ ହୋଇଛି |


  • ଗୋପବନ୍ଧୁ ଗ୍ରାମୀଣ ଯୋଜନା ଦ୍ଵାରା ବିଜୁଳି, ସଡ଼କ ଓ ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା ପାଇଁ ଉଦ୍ୟମ କରାଯାଉଛି ଏବଂ ବିଜୁ ଗ୍ରାମଜ୍ୟୋତି ଯୋଜନାରେ ରାଜ୍ୟର ସମସ୍ତ ଗ୍ରାମଗୁଡ଼ିକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି |


ଶିଶୁବିକାଶ କାର୍ଯ୍ୟକ୍ରମ

  • କନ୍ୟାଭ୍ରୁଣ ହତ୍ୟାକୁ ନିଷେଧ କରାଯାଇଛି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ଉଚ୍ଛେଦ କରାଯାଇଛି |


  • ଶିଶୁମାନଙ୍କୁ ଶିକ୍ଷାଦେବା ପାଇଁ ଗ୍ରାମାଞ୍ଚଳରେ ଅଙ୍ଗନବାଡି କେନ୍ଦ୍ର ପ୍ରତିଷ୍ଠା, ପ୍ରାଥମିକ ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକାରୀ କରି ଶିଶୁମାନଙ୍କ ମଧ୍ୟରେ ବିଦ୍ୟାଳୟକୁ ଯିବା ପାଇଁ ଆଗ୍ରହ ସୃଷ୍ଟି କରାଯାଇପାରୁଛି |

ମହିଳା ବିକାଶ

  • ଜନ୍ମନିୟନ୍ତ୍ରଣକୁ ପ୍ରୋତ୍ସାହିତ କରି ସେମାନଙ୍କୁ ଅବାଞ୍ଛିତ ଗର୍ଭଧାରଣ କରିବାରୁ ରକ୍ଷା କରାଯାଇପାରିଛି | ଜନନୀ ସୁରକ୍ଷା ଯୋଜନା ମାଧ୍ୟମରେ ସେମାନଙ୍କୁ ପ୍ରସବକାଳୀନ ଡାକ୍ତରୀ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି |


  • ୨୦୦୧ ମସିହା ମାର୍ଚ୍ଚ ୮ ରୁ “ମିଶନ ଶକ୍ତି” ନାମକ ଏକ ମହିଳା ସଶକ୍ତୀକରଣ ଯୋଜନା ଆରମ୍ଭ କରାଯାଇଛି | ଓଡ଼ିଶାର ମହିଳାମାନଙ୍କର ସାମାଜିକ ତଥା ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ହେଉଛି “ମିଶନ ଶକ୍ତି”ର ଉଦ୍ଦେଶ୍ୟ |

ସାମାଜିକ ନିରାପତ୍ତା

  • ସାଧାରଣ ଲୋକମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇ ଦେବାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କେତେକ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି | ୨୦୦୮ ଜାନୁଆରୀ ୧ ରୁ ଓଡ଼ିଶାରେ ମଧୁବାବୁ ପେନସନ ଯୋଜନା ଅନୁଯାୟୀ ବୃଦ୍ଧ, ବିଧବା, ଭିନ୍ନକ୍ଷମ ଓ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ପାଇଁ ମାସିକ ଭତ୍ତା ଦେବାର ବ୍ୟବସ୍ଥା କରାଯାଇଛି ୧୯୯୯ ମସିହାକୁ ମିଳିତ ଜାତିସଂଘ “ବୃଦ୍ଧବ୍ୟକ୍ତିମାନଙ୍କର ବର୍ଷ” ଭାବରେ ପାଳନ କରିଥିଲା |


  • ଦାରିଦ୍ର୍ୟ ସୀମାରେଖାର ନିମ୍ନରେ ରହିଥିବା ପରିବାରମାନଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ୨୦୦୮ ଏପ୍ରିଲ ୧ରୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଓଡ଼ିଶାରେ କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାରେ ୨୦୦୯ – ୧୦ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେଉଛି | ଏହି ଯୋଜନା ଅନୁଯାୟୀ ରୋଗୀର ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚ ତିରିଶ ହଜାର ଟଙ୍କା ପର୍ଯ୍ୟନ୍ତ ଭରଣା କରାଯାଏ |


  • ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ ଓ ଗୁରୁତ୍ଵର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଜରୁରୀକାଳିନ ଅବସ୍ଥାରେ ତୁରନ୍ତ ସେବା ଯୋଗାଇବା ପାଇଁ ୨୦୧୩ ମାର୍ଚ୍ଚ ୫ ରୁ ଓଡ଼ିଶା ଜରୁରୀକାଳୀନ ମେଡ଼ିକାଲ ଆମ୍ବୁଲାନ୍ସ ସେବା ପ୍ରବର୍ତ୍ତନ କରାଯାଇଛି |


  • ଜଙ୍ଗଲ ଅଧିକାର ଆଇନ୍ ଦ୍ଵାରା ଉପକୃତ ହିତାଧିକାରୀଙ୍କୁ ଇନ୍ଦିରା ଆବାସ ଗୃହ ଯୋଗାଣ ଏବଂ ବନ୍ୟା, ଘରପୋଡି ଓ ହାତୀ ଉପଦ୍ରବ ଦ୍ଵାରା ଗୃହଶୂନ୍ୟ ଲୋକଙ୍କ ପାଇଁ “ ମୋ କୁଡିଆ ଯୋଜନା” ଏବଂ କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ ଅଞ୍ଚଳର ବିକାଶ ପାଇଁ ବିଜୁ କେବିକେ ଯୋଜନା ବ୍ୟବସ୍ଥା ରହିଛି |


 


Ratings
No reviews yet, be the first one to review the product.