• SCHOOL BOARDS
  • BSE/CHSE ODISHA
  • CLASS 10
  • HISTORY
  • Odia Medium Class 10th History - 4th - Unit - 2nd Chapter- ଚତୁର୍ଥ ଅଧ୍ୟାୟ - ଦ୍ଵିତୀୟ ପାଠ – ଶିକ୍ଷାର ବିକାଶ - Notes

Odia Medium Class 10th History - 4th - Unit - 2nd Chapter- ଚତୁର୍ଥ ଅଧ୍ୟାୟ - ଦ୍ଵିତୀୟ ପାଠ – ଶିକ୍ଷାର ବିକାଶ - Notes

Language : Odia

LRNR provides this material totally free

ଦ୍ଵିତୀୟ ପାଠ - ଶିକ୍ଷାର ବିକାଶ



  • ସ୍ଵାଧୀନତା ପରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମୌଳିକ ଶିକ୍ଷା ପଦ୍ଧତି ଉପରେ ଗୁରୁତ୍ଵ ଦିଆଯାଇଥିଲା | ଏହି ମୌଳିକ ଶିକ୍ଷା ପଦ୍ଧତି ଥିଲା ମହାତ୍ମାଗାନ୍ଧୀଙ୍କ ସ୍ଵପ୍ନ | ଏହା ଦ୍ଵାରା ଶିଶୁକୁ କର୍ମାଭିମୁଖୀ ଶିକ୍ଷା ପ୍ରଦାନ କରି ସ୍ଵାବଲମ୍ବୀ ହେବାର ବ୍ୟବସ୍ଥା କରାଯାଉଥିଲା |



  • ୧୯୪୭ – ୪୮ ଶିକ୍ଷାବର୍ଷରେ ରାଜ୍ୟ ସରକାର ମୌଳିକ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାପାଇଁ ଦୁଇଟି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଅନୁଗୁଳ ଓ ରସୁଲକୋଣ୍ଡା ଠାରେ ଖୋଲିଲେ |


  • ୧୯୫୦ ମସିହା ବେଳକୁ ୬୦ ଟି ମୌଳିକ ଶିକ୍ଷା ବିଦ୍ୟାଳୟ ଓ ଆଉ ୨ ଟି ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିବାର ବ୍ୟବସ୍ଥା ହେଲା | ୧୯୫୦ ରେ ଓଡ଼ିଶାରେ ପ୍ରାଥମିକ ବିଦ୍ୟାଳୟର ସଂଖ୍ୟାଥିଲା ୧୦, ୧୬୫ ଏବଂ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ଥିଲା ୪,୪୧, ୯୬୭ |ଓଡ଼ିଶା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପରିଚାଳନା ପାଇଁ ଓଡ଼ିଶା ସେକେଣ୍ଡାରୀ ଏଡୁକେଶନ ଏକ୍ଟ ୧୯୫୩ ବଳରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଗଠିତ ହେଲା | ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରୀକ୍ଷା ପରିଚାଳନା ଭାର କେନ୍ଦ୍ରୀୟ ମାଧ୍ଯମିକ ଶିକ୍ଷାବୋର୍ଡ ଓ ଭାରତୀୟ ମାଧ୍ୟମିକ ଶିକ୍ଷା ପରିଷଦ ହାତରେ ରହିଲା |


  • ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାପାଇଁ ୧୯୯୫ ମସିହାଠାରୁ ସରକାର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଛନ୍ତି | କେନ୍ଦ୍ର ସରକାରଙ୍କ ସହାୟତାରେ “ ଜିଲ୍ଲା ପ୍ରାଥମିକ ଶିକ୍ଷା ଯୋଜନା” (ଡିପିଇପି – DPEP) ୧୯୯୬ ଠାରୁ ଓଡ଼ିଶାରେ କାର୍ଯ୍ୟକାରୀ ହୋଇଛି |“ସର୍ବ ଶିକ୍ଷା ଅଭିଯାନ” (ଏସ୍ ଏସ୍ ଏ - SSA) ଯୋଜନା ମାଧ୍ୟମରେ ସମଗ୍ର ଓଡ଼ିଶାରେ ନୂତନ ବିଦ୍ୟାଳୟମାନ ଖୋଲାଯାଇଛି |


  • ୨୦୦୯ – ୧୦ ଶିକ୍ଷା ବର୍ଷଠାରୁ ସରକାର “ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ” (ଆର୍ ଏମ୍ ଏସ୍ ଏ )ନାମକ ଏକ ବହୁମୁଖୀ ଶିକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି | ୧୪ ରୁ ୧୮ ବର୍ଷର ପିଲାମାନେ ଯେପରି ସୁଲଭ ଓ ସୁଶିକ୍ଷା ଲାଭ କରିପାରିବେ – ତାହା ଏହି ଅଭିଯାନର ଲକ୍ଷ୍ୟ |


ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ

  • ସ୍ଵାଧିନତା ବେଳକୁ ଓଡ଼ିଶାରେ ଉତ୍କଳ ବିଶ୍ୱବିଦ୍ୟାଳୟ ନାମରେ ଗୋଟିଏ ମାତ୍ର ବିଶ୍ୱବିଦ୍ୟାଳୟ ଥିଲା |୧୯୪୩ ମସିହାରୁ ଉତ୍କଳ ବିଶ୍ୱବିଦ୍ୟାଳୟର ଏକ ସହବନ୍ଧନ ଓ ପରୀକ୍ଷା ପରିଚାଳକ ବିଶ୍ୱବିଦ୍ୟାଳୟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା |ବାଲେଶ୍ଵର, ପୁରୀ ଓ ସମ୍ବଲପୁରରେ ତିନିଟି କନିଷ୍ଠ ମହାବିଦ୍ୟାଳୟ ଥିଲା | ୧୯୪୭ ରେ ସରକାର ସେଗୁଡିକରେ ଡିଗ୍ରୀ ଶ୍ରେଣୀ ସଂଯୁକ୍ତ କଲେ | ୧୯୪୭ ମସିହାରେ କୋରାପୁଟଠାରେ ଏକ ଇଣ୍ଟରମିଡିଏଟ୍ ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା ଏବଂ ସେହି ବର୍ଷ ପାରଳାଖେମୁଣ୍ଡି ମହାବିଦ୍ୟାଳୟ ସରକାର ହାତକୁ ନେଲେ |


  • ୧୯୫୦ ବେଳକୁ ଓଡ଼ିଶାରେ ସର୍ବମୋଟ ମହାବଦ୍ୟାଳୟ ସଂଖ୍ୟା ଥିଲା – ୧୪ ଏବଂ ଏଗୁଡିକର ୫୬୮୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ |୧୯୬୭ ମସିହାରେ ପ୍ରତିଷ୍ଠିତ ହେଲା ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ | ୧୯୮୧ ପୁରୀ ଠାରେ ପ୍ରତିଷ୍ଠା କରାଗଲା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ |


  • ୧୯୯୯ ରେ ଉତ୍ତର – ବାଲେଶ୍ଵର ଠାରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ବାରିପଦାଠାରେ ଉତ୍ତର – ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହେଲା | କଟକ ରେଭେନ୍ସା ମହାବିଦ୍ୟାଳୟରେ ରୂପାନ୍ତରିତ ହେଲା | କୋରାପୁଟରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଟିତ ହେଲା |ସମ୍ବଲପୁର ଗଙ୍ଗାଧର ମହାବିଦ୍ୟାଳୟ ଏବଂ ବଲାଙ୍ଗୀର ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯାଇଛି | ନାରୀ ଶିକ୍ଷାର ବିକାଶ ପାଇଁ ଭୁବନେଶ୍ୱର ଠାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି |


  • ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ଆବଶ୍ୟକତା ଦୃଷ୍ଟିରୁ ପରବର୍ତ୍ତୀ କାଳରେ ଓଡ଼ିଶାର ତତ୍କାଳୀନ ସମସ୍ତ ୧୩ ଟି ଜିଲ୍ଲାରେ ଗୋଟିଏ ପ୍ରଶିକ୍ଷଣ ମହାବିଦ୍ୟାଳୟ ଖୋଲାଗଲା |



ବୈଷୟିକ ଶିକ୍ଷା

  • ୧୯୫୦ ରେ ଓଡ଼ିଶାର କଟକରେ ଗୋଟିଏ ଯାନ୍ତ୍ରିକ ବିଦ୍ୟାଳୟ ଥିଲା | ୧୯୫୬ ମସିହାରେ ବୁର୍ଲାରେ ପ୍ରତିଷ୍ଠା ହେଲା ଓଡ଼ିଶା ପାଇଁ ଏକ ଯାନ୍ତ୍ରିକ ମହାବିଦ୍ୟାଳୟ | ୧୯୬୧ ରେ ରାଉରକେଳାରେ ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟ ଶୁଭାରମ୍ଭ କରାଗଲା | ଭୁବନେଶ୍ୱରରେ କଲେଜ ଅଫ୍ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ନାମରେ ଯାନ୍ତ୍ରିକ ଓ ବୈଷୟିକ ଶିକ୍ଷା ମହାବିଦ୍ୟାଳୟ ପ୍ରତିଷ୍ଠା ହେଲା |ସରାଙ୍ଗଠାରେ ପ୍ରତିଷ୍ଠିତ ହେଲା ଅନ୍ୟ ଏକ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ | ଯାନ୍ତ୍ରିକ ମହାବିଦ୍ୟାଳୟଗୁଡିକରେ ପରୀକ୍ଷା ପରିଚାଳନା ପାଇଁ ୨୦୦୨ରେ ରାଉରକେଲା ଠାରେ ବିଜୁପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲା |


  • ରାଉରକେଲା ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନଭାବେ ରୂପାନ୍ତରିତ ହେଲା | ବୁର୍ଲାଠାରେ ମଧ୍ୟ ବୀର ସୁରେନ୍ଦ୍ର ସାଏ ଯାନ୍ତ୍ରିକ ମହାବିଦ୍ୟାଳୟ ରହିଛି | ଭୁବନେଶ୍ଵରର ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ (IIT) ଅନୁଗୁଳଠାରେ ସ୍ଥାପିତ ହୋଇଛି |


କୃଷି, ପଶୁ ପାଳନ, ମତ୍ସ୍ୟ ଚାଷ ସମ୍ପର୍କିତ ଶିକ୍ଷା ଓ ଗବେଷଣା :


  • କୃଷି ବିଷୟକ ଶିକ୍ଷା ପ୍ରଦାନ ପାଇଁ ୧୯୫୪ ମସିହାରେ ଭୁବନେଶ୍ୱରରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା | ଏହାକୁ ୧୯୬୨ ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହେଲା |କେନ୍ଦ୍ର ସରକାର କଟକ ଠାରେ କଟକ ଠାରେ ପ୍ରତିଷ୍ଠା କଲେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର |


  • ୧୯୭୭ ମସିହାରେ କୌଶଲ୍ୟାଗଙ୍ଗା ଠାରେ ଏକ ମତ୍ସ୍ୟ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପିତ ହେଲା | ସାକ୍ଷୀଗୋପାଳଠାରେ ଏକ ନାରିକେଳ ଗବେଷଣା କେନ୍ଦ୍ର ମଧ୍ୟ ସ୍ଥାପିତ ହୋଇଛି | ହୀରାକୁଦର ଅନତିଦୂରରେ ଚିପିଲିମାଠାରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଛି |


ଚିକିତ୍ସା ବିଜ୍ଞାନ ଶିକ୍ଷା :


  • ୧୯୪୯ – ୧୯୫୦ ଶିକ୍ଷା ବର୍ଷରେ ଏହି ମେଡ଼ିକାଲ କଲେଜକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ନାମରେ ନାମିତ କରାଗଲା ୧୯୫୯ ମସିହାରେ ସମ୍ବଲପୁରର ବୁର୍ଲା ଠାରେ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଆରମ୍ଭ ହେଲା | ବ୍ରହ୍ମପୁରରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ନାମିତ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଗଲା | ବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଓଡ଼ିଶାରେ ଆର୍ୟୁବିଜ୍ଞାନ ଶିକ୍ଷା କ୍ଷେତ୍ରରେ ତିନୋଟି ଅନୁଷ୍ଠାନ ଥିଲାଏକବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଘରୋଇ ଉଦ୍ୟମରେ ଓଡ଼ିଶାର ଭୁବନେଶ୍ୱରରେ ଆଉ ତିନୋଟି ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଇଛି | ସେଗୁଡିକ ହେଲା ହାଇଟେକ ମେଡ଼ିକାଲ କଲେଜ, କଳିଙ୍ଗ ଇନଷ୍ଟିଚୁଟ୍ ଅଫ ମେଡ଼ିକାଲ ସାଇନ୍ସ ଓ ହସପିଟାଲ ଏବଂ ସମ୍ ହସପିଟାଲ ଓ ମେଡ଼ିକାଲ କଲେଜ | ୨୦୧୨ରେ ଭୁବନେଶ୍ୱରରେ ସର୍ବଭାରତୀୟ ଆର୍ୟୁବିଜ୍ଞାନ ଅନୁଷ୍ଠାନ ଶିକ୍ଷାଦାନକାର୍ଯ୍ୟ ଆରମ୍ଭ କରିଛି |


ଅନ୍ୟାନ୍ୟ ଶିକ୍ଷା :


  • ସଂସ୍କୃତି ଶିକ୍ଷାର ତଦାରଖ ଓ ବିକାଶ ପାଇଁ ୨୦୦୦ ମସିହାରେ ଓଡ଼ିଶା ସରକାର ଭୁବନେଶ୍ୱରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା କଲେ | ବ୍ୟବସାୟିକ ପରିଚାଳନା ଶିକ୍ଷା ପାଇଁ ଭୁବନେଶ୍ୱରରେ ଜାଭିଅର ଇନଷ୍ଟିଚୁଟ୍ ଅଫ ମ୍ୟାନେଜମେଣ୍ଟ |କଟକ ଠାରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓ ଢେଙ୍କାନାଲରେ ଭାରତୀୟ ଗଣଯୋଗାଯୋଗ କେନ୍ଦ୍ରୀୟ ଅନୁଷ୍ଠାନ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିଅଛି | ଓଲଟପୁର ଠାରେ ଜାତୀୟ ପୁନଃ ଥଇଥାନ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠିତ ହୋଇଛି | ଶାରୀରିକ ଶିକ୍ଷାର ବିକାଶ ପାଇଁ ଭୁବନେଶ୍ୱର ଠାରେ ଏକ ସରକାରୀ ପ୍ରଶିକ୍ଷଣ ମହାବିଦ୍ୟାଳୟ ରହିଛି |








|

Ratings
No reviews yet, be the first one to review the product.