• SCHOOL BOARDS
  • BSE/CHSE ODISHA
  • CLASS 10
  • HISTORY
  • Odia Medium Class 10th History -Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥିରେ ଓଡିଶାର ଭୂମିକା- Notes

Odia Medium Class 10th History -Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥିରେ ଓଡିଶାର ଭୂମିକା- Notes

Language : Odia

LRNR provides this material totally free

Odia Medium Class 10th History -Chapter 3


ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥିରେ ଓଡିଶାର ଭୂମିକା


  • ୧୯୧୯ ଭାରତ ଶାସନ ଆଇନର କାର୍ଯ୍ୟକାରିତା ଅନୁଧ୍ୟାନ କରିବା ପାଇଁ ୧୯୨୭ରେ ସାର୍ ଜନ୍‌ ସାଇମନଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠିତ ହୋଇଥିଲା, ଏଥିରେ ଥିବା ସାତ ଜଣ ସଦସ୍ୟ ମଧ୍ୟରୁ ଜଣେ ହେଲେ ଭାରତୀୟ ନ ଥିଲେ |


  • ୧୯୨୭ ରେ ଭାରତୀୟ ଜାତୀୟ କଂଗ୍ରେସର ମାଡ୍ରାସ ଅଧିବେଶନରେ ସାଇମନ୍ କମିଶନକୁ ବର୍ଜନ କରିବା ପାଇଁ ସ୍ଥିର କରାଗଲା |ଏହି ନିଷ୍ପତ୍ତିକୁ ହିନ୍ଦୁ ମହାସଭା ଓ ମୁସ୍‌ଲିମ୍ ଲିଗ୍ ସମର୍ଥନ ଜଣାଇ ଥିଲେ |


  • ୧୯୨୮ ଫେବୃଆରୀ ୩ରେ ସାଇମନ କମିଶନ ମୁମ୍ବାଇରେ ପଦାର୍ପଣ କଲା ମାତ୍ରେ “ସାଇମନ୍ ଫେରିଯାଅ” ଧ୍ୱନି ସହି ସଦସ୍ୟ ମାନଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ |


  • ଲକ୍ଷ୍ନୌଠାରେ ଜବାହରଲାଲ୍ ନେହେରୁ ଓ ଗୋବିନ୍ଦ ବଲ୍ଲଭ ପନ୍ଥ ପୋଲିସ ଲାଠିମାଦର ଶିକାର ହୋଇଥିଲେ |


  • ଲାହୋରଠାରେ “ପଞ୍ଜାବ କେଶରୀ” ନାମରେ ଖ୍ୟାତ ଲାଲା ଲାଜପତ ରାୟ ୧୯୨୮ ଅକ୍ଟୋବର ୩୦ରେ ସାଇମନ କମିଶନ ବିରୋଧୀ ନେତୃତ୍ୱ ନେଲାବେଳେ ପୋଲିସ୍ ଲାଠି ପ୍ରହାର ଦ୍ୱାରା ଛାତିରେ ଆଘାତ ହୋଇଥିଲେ |(ମୃତ୍ୟୁ ୧୯୨୮ ନଭେମ୍ବର ୧୭)


  • ୧୯୨୯ ଲାହୋରଠାରେ ନେହେରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ କଂଗ୍ରେସ ଅଧିବେଶନ “ପୂର୍ଣ୍ଣ ସ୍ୱରାଜ” ପ୍ରସ୍ତାବ ଅନୁମୋଦନ କଲା |


  • ୧୯୨୯ ଡିସେମ୍ବର ୩୧ରେ ରାବି ନଦୀ କୂଳରେ ଜବାହରଲାଲ୍‌ ନେହେରୁ ସ୍ୱାଧୀନତାର ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ |


  • ୧୯୩୦ ଜାନୁଆରୀ ୨୬କୁ ଭାରତର ପ୍ରଥମ ସ୍ୱାଧୀନତା ଦିବସ ରୂପେ ଘୋଷଣା କରାଗଲା |


  • ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବା ପୂର୍ବରୁ ଗାନ୍ଧିଜୀ ୧୧ ଦଫା ସମ୍ବଳିତ ଶାସନ ସଂସ୍କାରର ଚିଠା ପ୍ରସ୍ତୁତ କରି ଇଂରେଜ ସରକାରଙ୍କ ଆଗରେ ଉପସ୍ଥାପନ କରିଥିଲେ |


  • କର୍ଣ୍ଣାଟକ, ଗୁଜୁରାଟ, ଉତ୍ତର ପ୍ରଦେଶ, ମାଡ୍ରାସ, ବମ୍ବେ ଆଦି ସ୍ଥାନରେ ଲୋକମାନେ ସରକାରୀ ଟିକସ ଦେବାଲାଗି ମନା କରି ଦେଲେ |
  • ମହାରାଷ୍ଟ୍ରରେ ଜନତା ଜଙ୍ଗଲ ଆଇନ ଅମାନ୍ୟ କଲେ |


  • ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶରେ “ସିମାନ୍ତ ଗାନ୍ଧୀ” ଭାବେ ପରିଚିତ ଖାନ ଅବଦୁଲ ଗଫର ଖାନଙ୍କ ନେତୃତ୍ୱରେ ଗଠିତ ହୋଇଥିବା “ଖୁଦାଇ ଖିଦମତଗାର” ସାହାଯ୍ୟରେ ଆଇନ୍‌ ଅମାନ୍ୟ ଆନ୍ଦୋଳନ ସଂଗଠିତ ହୋଇଥିଲା |


  • ନାଗାଲାଣ୍ଡର ରାଣୀ ଚୌଦୁଲିଉଙ୍କ (ଆସାମରେ ୧୯୩୨ ରୁ ୧୯୪୭ କାରାରୁଦ୍ଧ) ନେତୃତ୍ୱରେ ମଣିପୁରୀ ଓ ନାଗାମାନେ ମଧ୍ୟ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ |


  • ୧୯୩୨ ଅଗଷ୍ଟରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ରାମ୍‌ସେ ମାକ୍‌ଡୋନାଲଡ୍ ଦଳିତ ବା ହରିଜନ ଶ୍ରେଣୀର ଲୋକଙ୍କ ପାଇଁ ଏକ ପୃଥକ ନିର୍ବାଚନ ମଣ୍ଡଳୀ ଘୋଷଣା କଲେ | ଗାନ୍ଧିଜୀ ଏହାକୁ ଭାରତର ଏକତା ଓ ଜାତୀୟତାବାଦ ତଥା ଅସ୍ପୃଶ୍ୟତା ନିବାରଣ ଉଦ୍ଦେଶ୍ୟ ପ୍ରତି କୁଠାରଘାତ ବୋଲି ମତ ବ୍ୟକ୍ତ କରି ଏହାର ପ୍ରତ୍ୟାହାର ଦାବି କଲେ |


  • ଏହି ଦାବିର ପୂରଣ ପାଇଁ ସେ ପୁନାର ୟେରାଭାଡା କାରଗାରରେ ୧୯୩୨ ସେପ୍ଟେମ୍ବର ୨୦ ରୁ ଆମରଣ ଅନଶନ ଅରମ୍ଭ କଲେ |


  • ସରକାର “ପୁନା ଚୁକ୍ତି” ଅନୁଯାୟୀ ଦଳିତମାନଙ୍କ ପାଇଁ ପୃଥକ ନିର୍ବାଚନ ମଣ୍ଡଳୀ ବ୍ୟବସ୍ଥା ପ୍ରତ୍ୟାହାର କଲେ ଏବଂ ପ୍ରାଦେଶିକ ଓ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାରେ ସେମାନଙ୍କ ପାଇଁ ସଂରକ୍ଷିତ ସ୍ଥାନ ସଂଖ୍ୟା ବୃଦ୍ଧି କଲେ |


  • ୧୯୩୩ ମେ ମାସରେ ହରିଜନ ସମସ୍ୟା ଉପରେ ଧ୍ୟାନ ଦେବା ପାଇଁ ଏବଂ ନିଜର ଓ ସହଯୋଗୀମାନଙ୍କର ମନର ଶୁଦ୍ଧିକରଣ ପାଇଁ ଗାନ୍ଧିଜୀ ୨୧ ଦିନିକିଆ ଅନଶନ ଘୋଷଣା କଲେ |


  • ୧୯୩୩ ମେ ମାସରେ ସ୍ଥଗିତ ରଖାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ଆଇନ୍ ଅମନ୍ୟ ଆନ୍ଦୋଳନ ୧୯୩୪ ଏପ୍ରିଲରେ ଔପଚାରିକ ଭାବେ ପ୍ରତ୍ୟାହୃତ

ହେଲା |



ଦାଣ୍ଡିଯାତ୍ରା

  • ୧୯୩୦ ମାର୍ଚ୍ଚ ୧୨ରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ |


  • ଗୁଜୁରାଟ ସାବରମତୀ ଆଶ୍ରମଠାରୁ ବାହାରି ୨୪୧ ମାଇଲ ଦୂରରେ ଅବସ୍ଥିତ ଗୁଜୁରାଟର ଦାଣ୍ଡି ନାମକ ସ୍ଥାନକୁ ୭୮ ଜଣ କଂଗ୍ରେସ କର୍ମୀଙ୍କ ସହ ଲବଣ ଆଇନ ଭଙ୍ଗ କରିବାପାଇ ଯାତ୍ରା କଲେ |


  • ଏହି ଯାତ୍ରା ପଥରେ ପୁରୁଷ ମହିଳା ନିର୍ବିଶେଷରେ ଆନେକ ନେତା ଓ ସାଧାରଣ ଜନତା ଗାନ୍ଧୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ତାଙ୍କ ଯାତ୍ରା ରେ ଯୋଗ ଦେଇଥିଲେ |


  • ଗୁଜୁରାଟର ସାବରମତୀଠାରୁ ଦାଣ୍ଡୀ ପର୍ଯ୍ୟନ୍ତ ଯାତ୍ରା ଐତିହାସିକ “ଦାଣ୍ଡିଯାତ୍ରା” ନାମରେ ପ୍ରସିଦ୍ଧ |


  • ୧୯୩୦ ଏପ୍ରିଲ ୬ ତାରିଖ ସକାଳ ଗାନ୍ଧୀ ଲୁଣ ମାରିବା ଉଦ୍ଦେଶ୍ୟରେ ଦାଣ୍ଡି ସମୁଦ୍ର ଉପକୂଳରେ ମୁଠାଏ ବାଲି ଉଠାଇଥିଲେ | ଏହା ଦ୍ୱାରା ସରକାରଙ୍କ ପ୍ରଚଳିତ ଲବଣ ଆଇନ ଭଙ୍ଗ ହେଲା ଏବଂ ସମଗ୍ର ଦେଶବାସୀଙ୍କୁ ଆଇନ ଅମାନ୍ୟ ଆନ୍ଦୋଳନର ସଙ୍କେତ ପ୍ରଦାନ କରିଥିଲା |


ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ

  • ୧୯୩୦ ଏପ୍ରିଲ ୯ରେ ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ ଘୋଷଣା କରାଗଲା |


  • ଲବଣ ଆଇନ ଭଙ୍ଗ କରି ଲବଣ ତିଆରି କରାଯିବ |


  • ମଦ ଦୋକାନ, ଅଫିମ ବିକ୍ରୟ ସ୍ଥାନ ଓ ବିଦେଶୀ ଲୁଗା ବ୍ୟବସାୟୀଙ୍କ ଦୋକାନ ଆଗରେ ସତ୍ୟାଗ୍ରହ କରାଯିବ |


  • ଯୁବକ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଚରଖାରେ ସୂତା କାଟିବେ |


  • ବିଦେଶୀ ଲୁଗାରେ ଅଗ୍ନି ସଂଯୋଗ କରାଯିବ |


  • ଅସ୍ପୃଶ୍ୟତା ବର୍ଜନ କରାଯିବ |


  • ଛାତ୍ରମାନେ ସରକାରୀ ସ୍କୁଲ ଓ କଲେଜ ପରିତ୍ୟାଗ କରିବେ, ସରକାରୀ କର୍ମଚାରୀମାନେ ଚାକିରିରୁ ଇସ୍ତଫା ଦେବେ ଏବଂ ଓକିଲମାନେ ଆଇନ ବ୍ୟବସାୟ ତ୍ୟାଗ କରିବେ |


  • ପୂର୍ଣ୍ଣ ସ୍ୱରାଜ ଲାଭ କରିବାପାଇଁ ସମସ୍ତ କାର୍ଯ୍ୟକ୍ରମ ସତ୍ୟ ଓ ଅହିଂସାତ୍ମକ ପନ୍ଥାରେ ସମ୍ପାଦିନ ହେବ |


ପ୍ରଥମ ଗୋଲ ଟେବୁଲ ବୈଠକ

  •  ଭାରତ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ପାଇଁ ବ୍ରିଟିଶ ସରକାର ୧୯୩୦ ମସିହାରେ ପ୍ରଥମ ଗୋଲଟେବୁଲ ବୈଠକ ଡକାଇଲେ କିନ୍ତୁ ଏଥିରେ କଂଗ୍ରେସ ଯୋଗ ନ ଦେବାରୁ ଏହା ବିଫଳ ହୋଇଥିଲା |


  • ଗାନ୍ଧିଜୀଙ୍କ ଯୋଗଦାନ ବିନା କୌଣସି ରାଜନୈତିକ ଆଲୋଚନା ସଫଳ ହେବନାହିଁ ବୋଲି ଅନୁଭବ କରି ଇଂରେଜ ସରକାର ଗାନ୍ଧିଜୀଙ୍କ ସମେତ ଅନ୍ୟ ତୁଙ୍ଗ ନେତାମାନଙ୍କୁ ୧୯୩୧ ମସିହା ଜାନୁଆରୀ ମାସରେ କାରାଗାରରୁ ମୁକ୍ତ କରିଦେଲେ |


ଗାନ୍ଧୀ – ଇର୍‌ଉଇନ୍ ଚୁକ୍ତି

  • ଗାନ୍ଧୀ – ଇର୍‌ଉଇନ ଚୁକ୍ତି ୧୯୩୧ ମାର୍ଚ୍ଚ ୫ରେ ସମ୍ପାଦିତ ହୋଇଥିଲା |


  • ଏହି ଚୁକ୍ତି ଅନୁସାରେ ଇଂରେଜ ସରକାର ସମସ୍ତ ଦମନ ମୂଳକ ଆଇନ ପ୍ରତ୍ୟାହାର କରିଥିଲେ ଏବଂ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ |


  • ସରକାରୀ କର୍ମଚାରୀମାନଙ୍କର ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ଫେରସ୍ତ କରିଥିଲେ ଏବଂ ଇସ୍ତଫା ଦେଇଥିବା କର୍ମଚାରୀଙ୍କ ପ୍ରତି କୋହଳ ନୀତି ଗ୍ରହଣ

କଲେ |


  • ଉପକୂଳବର୍ତ୍ତୀ ଗ୍ରାମଗୁଡିକର ଅଧିବାସୀଙ୍କୁ ନିଜ ବ୍ୟବହାର ପାଇଁ ଲୁଣ ଉତ୍ପାଦନ କରିବାର ଅଧିକାର ଦେଲେ ଏବଂ ଜାତୀୟ କଂଗ୍ରେସ ଆଇନ୍ ଅମାନ୍ୟ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ତଥା ଦ୍ୱିତୀୟ ଗୋଲ ଟେବୁଲ ବୈଠକରେ ଯୋଗ ଦେବା ନିମ୍ମିତ୍ତ ସମ୍ମତି ପ୍ରଦାନ କଲା |


ଦ୍ୱିତୀୟ ଗୋଲଟେବୁଲ ବୈଠକ

  • ୧୯୩୧ ସେପ୍ଟେମ୍ବର ୭ ତାରିଖରୁ ଡିସେମ୍ବର୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନରେ ଦ୍ୱିତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା |


  • ଏହାର ଅଧ୍ୟକ୍ଷତା କରିଥିଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରାମସେ ମାକ୍‌ଡୋନାଲଡ୍ |


  • ଉଇନଷ୍ଟନ ଚର୍ଚ୍ଚିଲ ଗାନ୍ଧିଜୀଙ୍କୁ ଏହି ବୈଠକରେ “ଅର୍ଦ୍ଧନଗ୍ନ ଫକୀର” ଭାବରେ ଆକ୍ଷେପ କରିଥିଲେ |


  • ସମ୍ରାଟ ପଞ୍ଚମ ଜର୍ଜ ଗାନ୍ଧୀଙ୍କୁ ଧମକ ଦେଇଥିଲେ ଯେ ତାଙ୍କ ସରକାରଙ୍କୁ ସହଯୋଗ ନ କଲେ ଭାରତୀୟ ମାନଙ୍କୁ ମେସିନ୍‌ଗନ୍ ଓ ବୋମାରେ ଉଡାଇ ଦେବେ | ଏହାର ଉତ୍ତରରେ ଗାନ୍ଧିଜୀ ନିର୍ଭୀକ ଭାବରେ କହିଥିଲେ ଯେ ଭାରତୀୟମାନଙ୍କ ପାଇଁ ଇଂରେଜଙ୍କର ବୋମା ଫୋଟକ ତୁଲ୍ୟ |


  • ଭାରତୀୟଙ୍କର ଦାବିକୁ ଏହି ବୈଠକରେ ଉପେକ୍ଷା କରାଯାଇ ହିନ୍ଦୁ, ମୁସଲମାନ ଓ ହରିଜନ ଆଦିଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀର ବ୍ୟବସ୍ଥା

କରାଗଲା |


  • ଏହାର ମୂଳ ଲକ୍ଷ୍ୟ ଥିଲା ଭେଦଭାବ ନୀତି ପ୍ରୟୋଗ କରି ଭାରତୀୟଙ୍କ ଏକତାକୁ ଭଙ୍ଗ କରିବା ଓ ବ୍ରିଟିଶ ଶାସନକୁ ଦୃଢ କରିବା |


  • (ଗାନ୍ଧିଜୀ ୧୯୩୧ ଡିସେମ୍ବର ୨୮ ରେ ଭାରତକୁ ପ୍ରତ୍ୟାବର୍ତ୍ତନ କଲେ )


ତୃତୀୟ ଗୋଲଟେବୁଲ ବୈଠକ

  • ୧୯୩୨ ମସିହା ନଭେମ୍ବର ୧୭ ରୁ ଡିସେମ୍ବର ୨୪ ପର୍ଯ୍ୟନ୍ତ ଇଂଲଣ୍ଡରେ ତୃତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା | ଆଇନ ଅମାନ୍ୟ ଆନ୍ଦୋଳନ ଚାଲୁଥିବାରୁ କଂଗ୍ରେସ ଏହି ବୈଠକକୁ ବର୍ଜନ କରିଥିଲା |


  • ବୈଠକ ଶେଷରେ ସାଇମନ କମିଶନର ସୁପାରିସ ଭିତ୍ତିର ଭାରତର ଶାସନ ପାଇଁ ପ୍ରସ୍ତୁତ ଏକ ନୂତନ ସମ୍ବିଧାନର ରୂପରେଖ ସମ୍ବଳିତ ଶ୍ୱେତ ପତ୍ର ପ୍ରକାଶିତ ହେଲା ଓ ଏହି ଆଲୋଚନା ନିମନ୍ତେ ବ୍ରିଟିଶ ପାର୍ଲିଆମେଣ୍ଟ ପଠାଗଲା |


  • ୧୯୩୫ ଅଗଷ୍ଟ ୨ ରେ ଏହା ଗୃହୀତ ହୋଇ “ଭାରତ ଶାସନ ଆଇନ ୧୯୩୫” ଭାବେ ନାମିତ ହେଲା |



ଆଇନ ଅମାନ୍ୟ ଆନ୍ଦୋଳନରେ ଓଡିଶାର ଭୂମିକା


  • ୧୯୩୦ ମାର୍ଚ୍ଚ ୧୬ରେ ବାଲେଶ୍ୱର ଠାରେ ଅନୁଷ୍ଠିତ କଂଗ୍ରେସର ଉତ୍କଳ ପ୍ରାଦେଶିକ କମିଟିର ସଭାରେ ଓଡିଶାରେ ଆଇନ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଗଲା ଏବଂ ଗୋପବନ୍ଧୁ ଚୌଧୁରୀଙ୍କୁ ଆନ୍ଦୋଳନରେ ନେତୃତ୍ୱ ଦିଆଯାଇଥିଲା |


  • ସତ୍ୟାଗ୍ରହୀମାନେ ଲୌହ ସ୍ତମ୍ଭ ବାହିନୀ, ପତିତ ବାହିନୀ, ଗଞ୍ଜା ବାହିନୀ, ସମ୍ବଲପୁର ବାହିନୀ ରେ ବିଭକ୍ତ ହୋଇଥିଲେ |


ଇଞ୍ଜୁଡି ଲବଣ ସତ୍ୟାଗ୍ରହ

  • ୧୯୩୦ ଏପ୍ରିଲ ୬ତାରିଖ ଦିନ ଓଡିଶାରେ ୨୧ ଜଣ ସତ୍ୟାଗ୍ରହୀ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ କଟକ ସ୍ୱରାଜ ଆଶ୍ରମରୁ ଇଞ୍ଚୁଡି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ |


  • ଏପ୍ରିଲ୍ ୮ ତାରିଖରେ ଚାନ୍ଦୋଳ ଠାରେ ଗୋପବନ୍ଧୁ ଚୌଧୁରୀଙ୍କୁ ନିଷେଧକାରୀ ଆଦେଶ ଅମାନ୍ୟ କରିଥିବା ଅଭିଯୋଗରେ ଗିରଫ କରାଯିବାରୁ ଆଚାର୍ଯ୍ୟ ହରିହରି ପଦଯାତ୍ରା ସତ୍ୟାଗ୍ରହୀଙ୍କର ନେତୃତ୍ୱ ନେଲେ ଏବଂ ସେମାନେ ୧୯୩୦ ଏପ୍ରିଲ୍‌ ୧୨ ରେ ଇଞ୍ଚୁଡିରେ ପହଞ୍ଚିଲେ |


  • ରମାଦେବୀ, ମାଳତୀ ଦେବୀ, କୋକିଳା ଦେବୀ, ଜାହ୍ନବୀ ଦେବୀ ଓ ସୁଭଦ୍ରା ମହତାବ ଆଦି ନାରୀ ନେତ୍ରୀମାନେ ଇଞ୍ଚୁଡିରେ ପହଞ୍ଚି ଯାଇଥିଲେ |


  • ୧୯୩୦ ଏପ୍ରିଲ୍ ୧୩ ରେ ଆଚାର୍ଯ୍ୟ ହରିହର ଇଞ୍ଚୁଡି ଠାରେ ଲବଣ ଆଇନ ଭଙ୍ଗ କଲେ | ଆଚାର୍ଯ୍ୟ ହରିହର ଓ ତାଙ୍କ ୭ ଜଣ କର୍ମୀଙ୍କୁ ସରକାର ଗିରଫ କଲେ |


  • ଏପ୍ରିଲ୍ ୨୦ରେ ରମାଦେବୀ ଓ ମାଳତୀ ଦେବୀଙ୍କ ନେତୃତ୍ୱରେ ବହୁ ନାରୀ ଲବଣ ଆଇନ ଭଙ୍ଗ କଲେ | ଇଞ୍ଚୁଡି ହୋଇଯାଇଥିଲା ଦ୍ୱିତୀୟ ଦାଣ୍ଡି |
  • ଆନ୍ଦୋଳନର ପ୍ରସାର


  • ସାର୍ଥାଠାରେ ମଥୁରା ମୋହନ ବେହେରା, କରୁଣାକର ପାଣିଗ୍ରାହୀ ଓ ନୀଳାମ୍ବର ଦାସଙ୍କ ସମେତ ଅନେକ ସଂଖ୍ୟକ ସତ୍ୟଗ୍ରାହୀ ଗିରଫ ହେଲେ |


  • ୧୯୩୦ ମେ ୮ ରେ କୁଜଙ୍ଗ ଠାରେ ନାରାୟଣ ବୀରବର ସାମନ୍ତ, ରମାଦେବୀ ଓ ମାଳତୀ ଦେବୀଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା |
  • କୁଜଙ୍ଗ ରାଣୀ ଭାଗ୍ୟବତୀ ପାଟମହାଦେଈ ଏଇ ସତ୍ୟାଗ୍ରହରେ ଯୋଗଦାନ କରିଥିଲେ | ପାରାଦ୍ୱୀପ, ଏରସମା, ଗଡୁଆ, ବରଡିଆ, କାଳିଘାଟ ଆଦି ସ୍ଥାନରେ ଲବଣ ଆଇନ ଭଙ୍ଗ କରିଥିଲେ |


  • ପୁରୀ ଜିଲ୍ଲାରେ ପଣ୍ଡିତ ନୀଳକଣ୍ଠ ଦାସ ଓ ଜଗନ୍ନାଥ ରଥଙ୍କର ନେତୃତ୍ୱରେ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା |


  • ଗଞ୍ଜାମ ଜିଲ୍ଲାରେ ବିଶ୍ୱନାଥ ଦାସ, ନିରଞ୍ଜନ ପଟ୍ଟନାୟକ, ଶଶିଭୂଷଣ ରଥ, ଦିବାକର ପଟ୍ଟନାୟକ, ସରଳା ଦେବୀ ଓ ମାଳତୀ ଦେବୀ ଲବଣ ସତ୍ୟାଗ୍ରହ ପରିଚାଳନା କରିଥିଲେ |


ଆନ୍ଦୋଳନର ଅନ୍ୟାନ୍ୟ କାର୍ଯ୍ୟକ୍ରମ

  • ଲବଣ ଆଇନ ଭଙ୍ଗ ବ୍ୟତୀତ ଆଇନ ଅମାନ୍ୟ ଆନ୍ଦୋଳନର ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ସାମାଜିକ ବାସନ୍ଦ, ବିଦେଶୀ ବସ୍ତ୍ର ବର୍ଜନ, ଚୌକିଦାରୀ କର ଉଚ୍ଛେଦ ଓ ନିଶାନିବାରଣ ଥିଲା ପ୍ରଧାନ |


  • ଓଡିଶାରେ ଆଇନ୍ ଅମାନ୍ୟ ଆନ୍ଦୋଳନ ସମୟରେ ବିଦେଶୀ ମଦ ଦୋକାନ ଆଗରେ ବିକ୍ଷୋଭ କରି ରମାଦେବୀ ଓ ସରଳା ଦେବୀଙ୍କୁ ବେତ୍ରାଘାତ ଶିକାର ହୋଇଥିଲେ |


  • “ବାନର ସେନା” ନାମରେ ୧୬ ବର୍ଷରୁ କମ୍‌ ବୟସ୍କ ପିଲାମାନଙ୍କ ଦ୍ୱାରା ଗଠିତ ବାହିନୀ ଲୁଗା ଦୋକାନ, ମଦ ଦୋକାନ ଆଗରେ ଧାରଣା ଦେବା ଓ ପ୍ରଚାରପତ୍ର ବାଣ୍ଟିବା କାର୍ଯ୍ୟରେ ସାହାଯ୍ୟ କରୁଥିଲେ |


  • ଆଇନ ଅମାନ୍ୟ ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ବ୍ରିଟିଶ ସରକାର ଓଡିଶାରେ “ସମାଜ”, “ପ୍ରଜାତନ୍ତ୍ର”, ଓ “ଆଶା” ଆଦି ସମ୍ୱାଦ ପତ୍ର ଉପରେ କଟକଣା ଜାରି କଲେ |


ଶ୍ରୀଜଙ୍ଗ ଚୌକିଦାରୀ କରର ବିରୋଧ : -

  • ଆଇନ ଅମାନ୍ୟ ଆନ୍ଦୋଳନର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା ଚୌକିଦାରୀ କରର ବିରୋଧ |


  • ଇଞ୍ଚୁଡି ନିକଟସ୍ଥ ଶ୍ରୀଜଙ୍ଗ ଅଞ୍ଚଳରେ ଗୌରମୋହନ ଦାସ ଓ ବିଦ୍ୟାଧର ରଥଙ୍କ ନେତୃତ୍ୱରେ ୧୯୩୧ ମେ’ରେ ଏହା ଆରମ୍ଭ କରାଯାଇଥିଲା|


  • ଚୌକିଦାର ତଥା ଦଫାଦାରମାନଙ୍କୁ ଇଂରେଜ ସରକାରଙ୍କ ଗୋଲାମୀ ନ କରିବା ପାଇଁ କୁହାଗଲା | ଏଥିରେ ଉଦ୍‌ବୁଦ୍ଧ ହୋଇ କେତେକ ଚୌକିଦାର ଚାକିରିରୁ ଇସ୍ତଫା ଦେଲେ |


  • ଏହି ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ପୋଲିସ୍‌ କେତେକ ନେତୃ ସ୍ଥାନୀୟ ସତ୍ୟାଗ୍ରହୀଙ୍କୁ ଗିରଫ କରିବାପରେ କ୍ରୋଧାନ୍ୱିତ ଗ୍ରାମବାସୀ ଏକ ପୁଲିସ ବାହିନୀକୁ ମାରଧାର କରିବାରୁ ୫୪ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ସେଠାରେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସମ୍ପତ୍ତି ଲୁଟ ସହିତ ଗ୍ରାମବାସୀଙ୍କ ଉପରେ ଛ ହଜାର ଟଙ୍କାର ଶାସ୍ତିମୂଳକ କରଭାର ଲଦି ଦିଆଯାଇଥିଲା |



Ratings
No reviews yet, be the first one to review the product.