BSE Odisha Class 10 Life Science (ଜୀବ ବିଜ୍ଞାନ) Chapter 4 - ରେଚନ (Excretion) Notes

Manas Ranjan Sir

Language : Odia

LRNR provides this material totally free

BSE Odisha Class 10 Life Science (ଜୀବ ବିଜ୍ଞାନ) Chapter 4 - ରେଚନ (Excretion) Notes

ରେଚନ (Excretion)


  • ଶରୀର ମଧ୍ୟରେ ହେଉଥିବା ବିଭିନ୍ନ ପ୍ରକାର ଚୟାପଚୟ ପ୍ରକ୍ରିୟାରୁ ଜାତ ହେଉଥିବା ବର୍ଜ୍ୟବସ୍ତୁ ଶରୀରରୁ ନିଷ୍କାସିତ କରିବା ପ୍ରକ୍ରିୟାକୁ ରେଚନ କୁହାଯାଏ |


  • ରେଚନ ତନ୍ତ୍ର ମାଧ୍ୟମରେ ଶରୀରରୁ ଏମୋନିଆ, ୟୁରିଆ , ୟୁରିକ୍ ଏସିଡ୍ ଜାତୀୟ ବର୍ଜ୍ୟବସ୍ତୁର ନିଷ୍କାସନ ହୁଏ ଏବଂ ଶରୀରରେ ଜଳ ଓ ଧାତବ ଲବଣ ଆଦି ପଦାର୍ଥର ସନ୍ତୁଳନ ବଜାୟ ରହେ |


  •  ଶରୀରରେ ପୁଷ୍ଟିସାର ଚୟାପଚୟ ଫଳରେ ଏମୋନିଆ ନିର୍ଗତ ହୋଇଥାଏ | ଜଳଚର ପ୍ରାଣୀମାନେ ଏମୋନିଆକୁ ସିଧାସଳଖ ବିସରଣ ଦ୍ଵାରା ଏବଂ ସ୍ଥଳଚର ପ୍ରାଣୀ ମାନେ ୟୁରିଆ ବା ୟୁରିକ୍ ଏସିଡ୍ ରେ ପରିଣତ କରି ନିଷ୍କାସିତ କରିଥାନ୍ତି |


ପ୍ରାଣୀରେ ରେଚନ :-


  • ମେରୁଦଣ୍ଡୀ ପ୍ରାଣୀମାନଙ୍କ ଯକୃତରେ ସୃଷ୍ଟି ହେଉଥିବା ୟୁରିଆ ରକ୍ତରେ ମିଶି ବୃକକ୍ ରେ ପହଞ୍ଚିଥାଏ ଏବଂ ବୃକକ୍ ରେ ରକ୍ତରୁ ଅଲଗା ହୋଇ ଜଳରେ ଦ୍ରବୀଭୂତ ହୋଇ ମୂତ୍ର ସହ ଶରୀରରୁ ବାହାରିଯାଏ |


  •  ପତଙ୍ଗ ଓ ସରୀସୃପମାନଙ୍କର ଏମୋନିଆରୁ ୟୁରିକ୍ ଏସିଡ୍ ତିଆରି ହୋଇ ମଳ ସହ ନିଷ୍କାସିତ ହୋଇଥାଏ |


  •  ପ୍ରାଣୀମାନଙ୍କ ରେଚନ ଅଙ୍ଗର ଗଠନ , ପ୍ରକାର ଭେଦ ଓ କାର୍ଯ୍ୟକାରିତାରେ ବିଭିନ୍ନତା ଦେଖିବାକୁ ମିଳେ |


i. ଏମିବା ପରି ଏକକୋଷୀ ପ୍ରାଣୀ – ପ୍ଲାଜମା ଝିଲ୍ଲୀ ଓ ସଙ୍କୋଚିକିଧାନୀ


ii. ସ୍ପଞ୍ଜ , ହାଇଡ୍ରା ପରି ନିମ୍ନବର୍ଗର ପ୍ରାଣୀ – ନିର୍ଦ୍ଦିଷ୍ଟ ରେଚନ ଅଙ୍ଗ ନାହିଁ


iii. ଚେପଟା କୃମି ମାନଙ୍କଠାରେ – ଶିଖାକୋଷ


iv. ଜିଆ, ଜୋକ ପରି ପ୍ରାଣୀ – ନେଫ୍ରିଡିଆ


v. ଝିଣ୍ଟିକା ଆଦି ପତଙ୍ଗରେ – ମାଲପିଟିଆନ୍ ନଳିକା


  •  ମେରୁଦଣ୍ଡୀ ପ୍ରାଣୀମାନଙ୍କରେ ସ୍ଵତନ୍ତ୍ର ରେଚନ ଅଙ୍ଗ ରହିଛି , ଏହି ଅଙ୍ଗଗୁଡିକ ମଧ୍ୟରେ ବୃକକ୍ ଏବଂ ଚର୍ମ ପ୍ରଧାନ |


ମଣିଷର ରେଚନତନ୍ତ୍ର : -


  • ବୃକକ୍ , ମୂତ୍ର ସାରଣୀ , ମୂତ୍ରାଶୟ ଆଦିକୁ ନେଇ ଗଠିତ |


ବୃକକ୍ :-


  • ମଧ୍ୟଚ୍ଛଦାର ଠିକ୍ ତଳକୁ ଉଦର ଗହ୍ଵର ଭିତରେ ମେରୁଦଣ୍ଡର ଉଭୟ ପାର୍ଶ୍ଵରେ ଦୁଇଟି ବୃକକ୍ ରହିଛି |


  • ସୁସ୍ଥ ବୟଃ ପ୍ରାପ୍ତ ବ୍ୟକ୍ତିର ବୃକକ୍ ଲମ୍ବ ପ୍ରାୟ 10 ରୁ 12 ସେ.ମି. , ପ୍ରସ୍ଥ ପ୍ରାୟ 5 ରୁ 7 ସେ.ମି. ଓ ମୋଟେଇ ପ୍ରାୟ 3 ସେ.ମି. |


  • ବୃକକ୍ ଭିତର ପାଖରେ ଥିବା ଖାଲୁଆ ସ୍ଥାନଟିକୁ ହାଇଲମ୍ କୁହାଯାଏ ଏବଂ ଏହା ମଧ୍ୟଦେଇ ବୃକକୀୟ ଶିରା, ଧମନୀ ଓ ମୂତ୍ରସାରଣୀ ଦେଇ ବୃକକ୍ ରୁ ମୂତ୍ର ମୂତ୍ରାଶୟକୁ ଆସେ |


ବୃକକ୍ ର ଗଠନ :-


  • ପ୍ରତ୍ୟେକ ବୃକକ୍ ଭିତରେ 10 ଲକ୍ଷରୁ ଅଧିକ ଅତି ସୂକ୍ଷ୍ମ ମୂତ୍ରଜଳ ନଳିକା ବା ନେଫ୍ରନ୍ ରହିଛି |


  •  ପ୍ରତି ବୃକକୀୟ ନାଲିକାର କପ୍ ଆକୃତି ପାର୍ଶ୍ଵଟି ବୃକକ୍ ର ବାହାର ପଟକୁ ମୁହେଁଇ ଥାଏ | ଏହି କପ୍ କୁ ବାଓମ୍ୟାନ୍ସ କ୍ୟାପସୁଲ୍ କୁହାଯାଏ |


  •  ପ୍ରତି ନେଫ୍ରନ୍ ସହ ସଂଯୁକ୍ତ ହୋଇ ଏଫରେଣ୍ଟ ଉପଧମନୀ ରହିଛି | ଏହା ନେଫ୍ରନ୍ ଭିତରେ ପ୍ରବେଶ କରି ଅନେକ ଅତି ସୂକ୍ଷ୍ମ ଶାଖାପ୍ରଶାଖା ବା କୈଶିକନଳୀରେ ପରିଣତ ହୋଇଥାଏ |


  •  ସମସ୍ତ କୈଶିକ ନଳୀ ପରସ୍ପର ସହ ପୁଣିମିଶି ଇଫରେଣ୍ଣ ଉପଧମନୀ ଜାତ ହୁଏ |


  • ଦୁଇଟି ଉପଧମନୀ ସହ ସଂଶ୍ଲିଷ୍ଟ କୈଶିକ ନଳୀର ଗୁଚ୍ଛକୁ କୈଶିକଗୁଚ୍ଛ ବା ଗ୍ଲୋମେରୁଲସ୍ କୁହାଯାଏ ଏବଂ ଏହା ବାଓମ୍ୟାନ୍ସ କ୍ୟାପସୁଲରେ ଯୋଖି ହୋଇ ରହିଥାନ୍ତି |


  • ରକ୍ତ ଛଣା କାର୍ଯ୍ୟ ପାଇଁ ରକ୍ତ , ଅନ୍ତର୍ବାହୀ ଉପଧମନୀ ଦେଇ କୈଶିକଗୁଚ୍ଛରେ ପ୍ରବେଶ କରେ ଏବଂ ବହିର୍ବାହୀ ଉପଧମନୀ ଦେଇ ବାହାରକୁ ଯାଇଥାଏ |


  •  ଗ୍ଲୋମେରୁଲସ୍ ଓ ବାଓମ୍ୟାନ୍ସ କ୍ୟାପସୁଲ୍ ମିଶି ମାଲପିଟିଆନ୍ ପିଣ୍ଡ ବା ରିନାଲ୍ କର୍ପସଲ୍ ଗଠନ କରନ୍ତି |


  •  ବୃକକ୍ ମଧ୍ୟରେ ଗୁଡ଼େଇ ରହି ଶେଷ ମୁଣ୍ଡଟି ମୂତ୍ର ସଂଗ୍ରହନଳୀକା ମଧ୍ୟରେ ପସିଥାଏ |ମୂତ୍ର ସଂଗ୍ରହ ନଳିକା ଗୁଡିକ ଏକାଠି ହୋଇ ବୃକକ୍ ଭିତରେ ଥିବା ଏକ ଗହ୍ଵର (ଗବଣୀବସ୍ତି) ଭିତରକୁ ହୋଲିଥାନ୍ତି |


  •  ମୂତ୍ର ସାରଣୀ ବୃକକ୍ ରୁ ବାହରି ତଳିପେଟରେ ଥିବା ମୂତ୍ରାଶୟ ଭିତରେ ପଶିଥାଏ |


  •  ମୂତ୍ରାଶୟରେ ମୂତ୍ର ସଞ୍ଚିତ ହୋଇ ରହେ ଓ ପରିସ୍ରା କଲାବେଳେ ତାହା ମୂତ୍ର ମାର୍ଗ ଦେଇ ନିଷ୍କାସିତ ହୋଇଥାନ୍ତି |


ଗ୍ଲୋମେରୁଲସ୍ ର କାର୍ଯ୍ୟ :-


  • ଗ୍ଲୋମେରୁଲସ୍ ରେ ରକ୍ତଛଣା କାର୍ଯ୍ୟ ସମ୍ପାଦିତ ହୋଇଥାଏ |


  •  ବୃକକୀୟ ନଳିକା ଭିତରେ ପ୍ରବେଶ କରୁଥିବା ଉପାଦାନଗୁଡିକ ଭିତରେ ଜଳ, ଗ୍ଲୁକୋଜ୍ , ଏମିନୋ ଏସିଡ୍ , ୟୁରିଆ , ୟୁରିକ ଏସିଡ୍ , କ୍ରିଏଟିନିନ୍ , ସୋଡିୟମ୍ , ପୋଟାସିୟମ , କ୍ଲୋରାଇଡ୍ ଆଦି ପ୍ରଧାନ |


  • ଗ୍ଲୁକୋଜ୍ ଓ ଏମିନୋ ଏସିଡ୍ ଭଳି ଉପାଦାନ ଆମ ଶରୀର ପାଇଁ ଅଧିକ ଉପଯୋଗୀ ହୋଇଥିବାରୁ ସେଗୁଡିକ ନିଷ୍କାସିତ ନ ହୋଇ ବୃକକୀୟ ନଳିକାକୁ ଘେରି ରହିଥିବା କୈଶିକ ନଳୀ ଭିତରକୁ ପୁନଃଶୋଷିତ ହୋଇଥାଏ |


  •  ଏହି କୈଶିକ ରକ୍ତ ନଳୀ ମାନ ମିଶି ବୃକକୀୟ ଶିରାରେ ପରିଣତ ହୁଏ |


  • ମୂତ୍ରରେ ନିଷ୍କାସିତ ହେଉଥିବା ପଦାର୍ଥ ମାନଙ୍କ ଭିତରେ ମୁଖତଃ ଜଳ ଓ ୟୁରିଆ ଏବଂ ଅଳ୍ପ ପରିମାଣର ୟୁରିକ୍ ଏସିଡ୍ , କ୍ରିଏଟିନିନ୍ , ବିଭିନ୍ନ ଲବଣ ଯଥା ସୋଡିୟମ କ୍ଲୋରାଇଡ୍ , ପୋଟାସିୟମ୍ କ୍ଲୋରାଇଡ୍ ଆଦି ପ୍ରଧାନ |


  • ମୂତ୍ରରେ ୟୁରୋକ୍ରୋମ ନାମକ ବର୍ଣ୍ଣକଣା ଥିବା ହେତୁ ଜଣେ ସୁସ୍ଥ ବ୍ୟକ୍ତି ର ପରିସ୍ରା ରଙ୍ଗ ଈଷତ୍ ହଳଦିଆ |


  •  ସୁସ୍ଥ ଲୋକର ମୂତ୍ରରେ ଗ୍ଲୁକୋଜ୍ , ପ୍ରୋଟିନ ବା ରକ୍ତ – କଣିକା ନ ଥାଏ |


ବୃକକ୍ ର ଅନ୍ୟ କାର୍ଯ୍ୟ :-


  •  ବୃକକ୍ ର ଅନ୍ୟ କାର୍ଯ୍ୟ ହେଉଛି ଶରୀରର ଜଳ ଓ ଧାତବ ଲବଣ ପରିମାଣରେ ନିୟନ୍ତ୍ରଣ , ରକ୍ତର ଅମ୍ଳ ଓ କ୍ଷାରୀୟ ମାତ୍ରା ନିୟନ୍ତ୍ରଣ କରୁଥିବା ପଦାର୍ଥ ମାନଙ୍କ ସନ୍ତୁଳନ ରକ୍ଷା କରିବା , ଶରୀରର ରକ୍ତଚାପ ନିୟନ୍ତ୍ରଣ ଓ ଏରିଥ୍ରୋପୋଇଏଟିନ୍ ନାମକ ହରମୋନ କ୍ଷରଣ କରି ଲୋହିତ ରକ୍ତ କଣିକା ତିଆରି କରିବାରେ ସାହାଯ୍ୟ କରିବା |


  •  ପରିସ୍ରବଣ, ପୁନଃଶୋଷଣ, କ୍ଷରଣ ଏବଂ ନିଷ୍କାସନ | ଏହି ଚାରୋଟି ପ୍ରକ୍ରିୟା ମାଧ୍ୟମରେ ବୃକକ୍ ଶରୀରରେ ଅନ୍ତଃ ପରିବେଶରେ ସନ୍ତୁଳନ ବଜାୟ ରଖିଥାଏ |


ଶରୀରର ଅନ୍ୟ ରେଚନ ଅଙ୍ଗ :-


  • ଶରୀରୁ ବର୍ଜ୍ୟବସ୍ତୁ କିଛି ପରିମାଣରେ ଚର୍ମରେ ଥିବା ସ୍ୱେଦଗ୍ରନ୍ଥି ଦେଇ ଝାଳ ଆକାରରେ ନିଷ୍କାସିତ ହୋଇଥାଏ |


  •  ପାକତନ୍ତ୍ର ସହିତ ଜଡ଼ିତ ଯକୃତ କିଛି ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ ସହାୟକ ହୋଇଥାଏ |ଏହାଛଡା ନିଃଶ୍ଵାସ ଛାଡିଲା ବେଳେ ଫୁସଫୁସ୍ ରୁ ଶରୀରରେ ଉତ୍ପନ୍ନ ଅଙ୍ଗାରକାମ୍ଳ ଓ ଜଳୀୟ ବାଷ୍ପ ନିଷ୍କାସିତ ହୋଇଥାଏ |


ଉଦ୍ଭିଦରେ ରେଚନ :-


  •  ଉଦ୍ଭିଦରେ ରେଚନ ପାଇଁ କୌଣସି ସ୍ଵତନ୍ତ୍ର ଅଙ୍ଗ ନ ଥାଏ |


  • ଚୟାପଚୟ ପ୍ରକ୍ରିୟା ଦ୍ଵାରା ଜାତ ଉପଜାତ ପଦାର୍ଥ ଉଦ୍ଭିଦର ବିଭିନ୍ନ ଅଂଶରେ ଗଚ୍ଛିତ ହୋଇ ରହେ | ଯଥା – ଖଇର ବା ଟାନିନ୍, ଝୁଣା ବା ରେଜିନ୍ , ଅଠା , କ୍ଷୀର ଏହାର କେତୋଟି ଉଦାହରଣ |


  •  ଅଦରକାରୀ ପଦାର୍ଥଗୁଡିକ ଯୋଗୁଁ ଉଦ୍ଭିଦର କୌଣସି କ୍ଷତି ହୋଇ ନ ଥାଏ, ସୁତରାଂ ସ୍ଵତନ୍ତ୍ର ରେଚନ ଅଙ୍ଗ ରହିବାର ଆବଶ୍ୟକତା ନାହିଁ |


  •  ଉଦ୍ଭିଦରେ ଷ୍ଟୋମାଟା ଶ୍ଵାସକ୍ରିୟା ସମ୍ପାଦନ କରିବା ସହିତ ଏକ ରେଚନ ଅଙ୍ଗ ପରି କାର୍ଯ୍ୟ କରିଥାଏ |



  •  ଉଦ୍ଭିଦମାନେ ବର୍ଜ୍ୟବସ୍ତୁରୁ ମୁକ୍ତ ରହିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି |


Ratings
No reviews yet, be the first one to review the product.