- SCHOOL BOARDS
- BSE/CHSE ODISHA
- CLASS 10
- LIFE SCIENCE
- BSE Odisha Class 10 Life Science (ଜୀବ ବିଜ୍ଞାନ) Chapter-8 Sources of Energy ( ଶକ୍ତିର ଉତ୍ସ) Notes

BSE Odisha Class 10 Life Science (ଜୀବ ବିଜ୍ଞାନ) Chapter-8 Sources of Energy ( ଶକ୍ତିର ଉତ୍ସ) Notes

Language : Odia
BSE Odisha Class 10 Life Science (ଜୀବ ବିଜ୍ଞାନ) Chapter-8 Sources of Energy ( ଶକ୍ତିର ଉତ୍ସ) Notes
LRNR provides this material totally free
Chapter – 8
ଶକ୍ତିର ଉତ୍ସ (Sources of Energy)
ଯେ କୌଣସି କାର୍ଯ୍ୟ କରିବା ନିମନ୍ତେ ଶକ୍ତିର ଆବଶ୍ୟକତା ରହିଥାଏ |
ଶକ୍ତିକୁ ସୃଷ୍ଟି କରାଯାଇପାରିବ ନାହିଁ କିମ୍ବା ନଷ୍ଟ ମଧ୍ୟ କରିହୁଏ ନାହିଁ |
ଶକ୍ତିର ପ୍ରକାର ଭେଦ:-
ଶକ୍ତି ବିଭିନ୍ନ ପ୍ରକାରେ ଉପଲବ୍ଧ ହୁଏ ଏବଂ ଗୋଟିଏ ପ୍ରକାର ଶକ୍ତି ଅନ୍ୟ ଏକ ପ୍ରକାର ଶକ୍ତିକୁ ରୂପାନ୍ତରିତ ହୋଇପାରେ ପରନ୍ତୁ ଶକ୍ତିକୁ ସୃଷ୍ଟି କିମ୍ବା ବିନାଶ କରାଯାଇ ପାରେ ନାହିଁ |
ଉଦାହରଣ : - ଯଦି ଆମେ ଗୋଟିଏ ପ୍ଳେଟ କିମ୍ବା କିଛି ବସ୍ତୁ ଉପରୁ ତଳକୁ ପକାଇଥାଉ ,ତେବେ ବସ୍ତୁଟି ତଳେ ପଡିବା ପରେ ସେଥିରେ ଥିବା ସ୍ଥିତିଜ ଶକ୍ତି , ଶବ୍ଦ ଶକ୍ତିରେ ରୂପାନ୍ତରିତ ହୋଇଥାଏ |
କାର୍ଯ୍ୟ କରିବା ସମୟରେ ବ୍ୟବହୃତ ହେଉଥିବା ଶକ୍ତି , ଅନ୍ୟ ରୂପକୁ ରୂପାନ୍ତରିତ ହୋଇଥାଏ ଏବଂ ବ୍ୟବହାର ପରେ ରୂପାନ୍ତରିତ ଶକ୍ତି ତାହାର ପରବର୍ତ୍ତୀ ରୂପକୁ ଫେରାଯାଇପାରେ ନାହିଁ |
ଯେଉଁ ଶକ୍ତି ଉତ୍ସ : -
(କ) ପ୍ରତି ଘନଫଳ ବା ବସ୍ତୁତ୍ଵ ପ୍ରତି ଅଧିକ କାର୍ଯ୍ୟ କରିପାରେ ,
(ଖ) ସହଜରେ ଉପଲବଧ ହୋଇପାରେ ,
(ଗ) ସହଜରେ ସଂରକ୍ଷଣ କରାଯାଇପାରେ ଏବଂ
(ଘ) ସର୍ବୋପରି କମ୍ ବ୍ୟୟସାପେକ୍ଷ ହୋଇଥାଏ ,
ତାହାକୁ ଆମେ ଉତ୍ତମ ଶକ୍ତି ଉତ୍ସ ବୋଲି କହିପାରିବା
ଶକ୍ତିର ଉତ୍ସ: -
ସୁଲଭତା ଦୃଷ୍ଟିରୁ ଶକ୍ତି ଉତ୍ସକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ , ଯଥା : -
(କ) ନବୀକରଣ ଯୋଗ୍ୟ ( renewable source of energy)
(ଖ) ନବୀକରଣ ଅଯୋଗ୍ୟ ( non – renewable source of energy)
କ) ନବୀକରଣଯୋଗ୍ୟ ଶକ୍ତି ଉତ୍ସ : -
ଯେଉଁ ଶକ୍ତି ଉତ୍ସରୁ ଶକ୍ତି ବ୍ୟବହାର କଲାପରେ ପୁନର୍ବାର ସେହି ଉତ୍ସ ସୃଷ୍ଟି କରିହୁଏ ବା ପ୍ରାକୃତିକ ଉପାୟରେ ସେ ସମସ୍ତ ଶକ୍ତି ଉତ୍ସରୁ ବାରମ୍ବାର ଶକ୍ତି ମିଳିଥାଏ | ଏହିପରି ଶକ୍ତି ଉତ୍ସ ଗୁଡିକୁ ନବୀକରଣଯୋଗ୍ୟ ଶକ୍ତି ଉତ୍ସ କୁହାଯାଏ |
ଏହିପରି ଶକ୍ତି ଉତ୍ସଗୁଡିକ ପ୍ରାୟ ଅସରନ୍ତି ଏବଂ ସେଗୁଡିକରେ ପ୍ରଚୁର ପରିମାଣରେ ଶକ୍ତି ଗଚ୍ଛିତ ରହିଥାଏ |
ଉଦାହରଣ:- ସୌରଶକ୍ତି, ଜୈବ ବସ୍ତୁତ୍ଵରୁ ଜାତ ଶକ୍ତି, ଜଳଶକ୍ତି, ବାୟୁଶକ୍ତି, ନାଭିକୀୟ ଶକ୍ତି, ତାପଜ ଶକ୍ତି, ସମୁଦ୍ରତରଙ୍ଗ ଜାତ ଶକ୍ତି ଇତ୍ୟାଦି |
ସୂର୍ଯ୍ୟ ହେଉଛି ପୃଥିବୀ ପୃଷ୍ଠରେ ମିଳୁଥିବା ସମସ୍ତ ପ୍ରକାର ଶକ୍ତି ଗୁଡିକର ମୂଳଉତ୍ସ |
ବୃକ୍ଷଲତାରେ ଥିବା ଜୈବ ରାସାୟନିକ ଶକ୍ତି ସେମାନେ ଆଲୋକଶ୍ଳେଷଣ ପଦ୍ଧତିରେ ସୂର୍ଯ୍ୟାଲୋକରୁ ଲାଭ କରିଥାନ୍ତି | ଏହି ଶକ୍ତିକୁ ଖାଦ୍ୟ – ଖାଦକ ଶୃଙ୍ଖଳରେ ଅନ୍ୟ ପ୍ରାଣୀମାନେ ଲାଭ କରନ୍ତି |
ବିଭିନ୍ନ ପ୍ରକାର ପ୍ରାକୃତିକ ଉପାୟରେ ଜଙ୍ଗଲପୁର୍ଣ୍ଣ ଭୂଖଣ୍ଡ ଓ ଜୀବଜନ୍ତୁ ମାଟିତଳେ ପୋତି ହୋଇଗଲେ ଅତ୍ୟଧିକ ତାପ ଓ ଚାପ ଯୋଗୁଁ ତାହା କୋଇଲା , ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସରେ ରୂପାନ୍ତରିତ ହୋଇଥାଏ ଏବଂ ଜୀବାଶ୍ମ ଜାଳେଣୀଗୁଡିକ ବ୍ୟବହାର କରି ଆମେ ତାପଶକ୍ତି , ବିଦ୍ୟୁତଶକ୍ତି ଓ ଯାନ୍ତ୍ରିକଶକ୍ତି ଆଦି ପାଇଥାଉ |
ସୌରଶକ୍ତି: -
ସୂର୍ଯ୍ୟ ଅନନ୍ତ ଆକାଶକୁ ଯେତେ ଶକ୍ତି ବିକିରଣ କରେ ତାହାର ପ୍ରାୟ 50 ନିୟୁତ ଭାଗରୁ ୧ ଭାଗ ପୃଥିବୀ ପୃଷ୍ଠରେ ପହଞ୍ଚିଥାଏ , ଏହାକୁ ସୌର ପ୍ରବାହ କୁହାଯାଏ |
ଏକ ମିନିଟରେ ପ୍ରତିବର୍ଗ ସେ. ମି. କୁ ଏହାର ପରିମାଣ ହେଉଛି ପ୍ରାୟ ୨ କ୍ୟାଲୋରି |
ଯେଉଁଶକ୍ତି ପୃଥିବୀ ପୃଷ୍ଠରେ ପହଞ୍ଚେ ତାର ପ୍ରାୟ ଅଧା ପୃଥିବୀ ଅବଶୋଷଣ କରେ ଏବଂ ଅବଶିଷ୍ଟ ପ୍ରତିଫଳିତ ଓ ବିକିରିତ ହୋଇ ମହାକାଶକୁ ଚାଲିଯାଏ | ଏହି ପ୍ରତିଫଳନକୁ ‘ଆଲବେଡୋ’ କୁହାଯାଏ |
ହିସାବରୁ ଜଣାଯାଇଛି ,ଆମ ପୃଥିବୀପୃଷ୍ଠରେ’ଏକ ବର୍ଗମିଟର ଅଞ୍ଚଳରେ ଲମ୍ବଭାବରେ ପ୍ରାୟ ୧୨ କିଲୋୱାଟ ସୌରଶକ୍ତି ପଡିଥାଏ |
ଗୋଟିଏ ବର୍ଷ ମଧ୍ୟରେ ଭାରତ ଯେଉବ ସୌରଶକ୍ତି ଲାଭ କରିଥାଏ ତାହା 5000 ନିୟୁତ କିଲୋୱାଟ ଆୱାର ଶକ୍ତିଠାରୁ ଅଧିକ |
ନିର୍ମଳ ମେଘମୁକ୍ତ ଆକାଶରେ ପ୍ରତିଦିନ ପ୍ରାୟ 4 ରୁ 7kw h/mଶକ୍ତି ମିଳିଥାଏ |
ଗୋଟିଏ କଳାପୃଷ୍ଠ ,ଧଳାପୃଷ୍ଠ ବା ପ୍ରତିଫଳନ କରୁଥିବା ପୃଷ୍ଠଠାରୁ ଅଧିକ ତାପ ଅବଶୋଷଣ କରେ | ସୌରଚୁଲା ଓ ସୌର ଜଳଉତ୍ତାପକର କାର୍ଯ୍ୟପଦ୍ଧତି ଏହି ନୀତି ଉପରେ ଆଧାରିତ |
ସୌରଚୁଲା: -
ଯେଉଁ ଉପକରଣ ଦ୍ଵାରା ସୌରତାପରେ ରୋଷେଇ କରାଯାଏ ତାକୁ ସୌରଚୁଲା ବା ସୋଲାର କୁକର କୁହାଯାଏ |
ସୌରଚୁଲାର ଗଠନ ଓ କାର୍ଯ୍ୟ ପଦ୍ଧତି: -
ଗୋଟିଏ ସୌରଚୁଲାର ପ୍ରଧାନ ଅଂଶଗୁଡିକ ହେଲା ଆଧାରପାତ୍ର , ତାପଶୋଷୀ ଆଚ୍ଛାଦନ ଓ ପ୍ରତିଫଳକ |
କ)ଆଧାରପାତ୍ର : - ଏଥିରେ ଜଳ ଓ ରନ୍ଧାଦ୍ରବ୍ୟ ରଖିବା ପାଇଁ ପାତ୍ରମାନ ଥାଏ ଏବଂ ଅଧିକ ତାପ ଅବଶୋଷଣ ପାଇଁ ଏହି ପାତ୍ରଗୁଡିକର ବାହାରପାଖ କଳାରଙ୍ଗର ପ୍ରଲେପ ଦିଆଯାଇଥାଏ |
ଖ)ତାପଶୋଷୀ ଆଚ୍ଛାଦନ : - ଆଧାରପାତ୍ରର ଭିତର ପାର୍ଶ୍ଵରେ କଳାରଙ୍ଗର ପ୍ରଲେପ ଦିଆଯାଇଥାଏ | ଏହାର ଉପରିଭାଗକୁ କାଚଫଳକରେ ଆବୃତ କରାଯାଇଥାଏ | ଫଳରେ ପାତ୍ରର ଭିତର ପାର୍ଶ୍ଵର ତାପମାତ୍ରା ବୃଦ୍ଧିପାଏ | କିନ୍ତୁ ପାତ୍ରଦ୍ଵାରା ଅବଶୋଷିତ ତାପ ସହଜରେ କାଚ ଆବରଣର ବାହାରକୁ ଯାଇପାରେନାହିଁ |
ଗ)ପ୍ରତିଫଳକ :- ଆଲୁମିନିୟମ ଧାତୁ କିମ୍ବା କାଚରେ ପ୍ରସ୍ତୁତ ସିଧା କିମ୍ବା ଅବତଳ ପ୍ରତିଫଳକ ସହାୟତାରେ ସୂର୍ଯ୍ୟକିରଣକୁ କେନ୍ଦ୍ରୀଭୂତ କରି ଆଧାର ପାତ୍ର ମଧ୍ୟକୁ ପକାଯାଏ | ଫଳରେ ଆଧାର ପାତ୍ରର ତାପମାତ୍ରାକୁ ବୃଦ୍ଧି କରାଇ ରୋଷେଇ ଦ୍ରବ୍ୟ ଅଧିକ ତାପମାତ୍ରାରେ ଗରମ କରାଯାଏ ଓ ରୋଷେ କରାଯାଏ | ଅଧିକ ପ୍ରତିଫଳକ ନିମନ୍ତେ ପ୍ରତିଫଳକର ଭିତରପୃଷ୍ଠକୁ ଅତି ମସୃଣ କରାଯାଇଥାଏ |
ସୋଲାର ସେଲ୍ :-
ଯେଉଁ ଉପକରଣ ବ୍ୟବହାର କରି ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ପରିଣତ କରାଯାଏ, ତାହାକୁ ସୌର ସେଲ୍ କୁହାଯାଏ |
୧୯୫୪ ମସିହାରେ ପ୍ରଥମ ଥର ଯୁକ୍ତରାଷ୍ଟ୍ର ଆମେରିକାରେ ସୌରସେଲ୍ ଉପରେ ସଫଳ ପରିକ୍ଷଣ କରାଯାଇଥିଲା |
ସୌରସେଲ୍ ମଧ୍ୟରେ ସୌରଶକ୍ତିର ବିନିଯୋଗ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟିକରେ | ଏବଂ ଏହି ପଦ୍ଧତିକୁ ଆଲୋକ ଭୋଲ୍ଟୀୟ ପ୍ରଭାବ କୁହାଯାଏ |
ସୌର ସେଲ୍ରେ N–ପ୍ରକାର ସିଲିକନ୍ (ସିଲିକନ୍ + ଆର୍ସେନିକ)କୁ P–ପ୍ରକାର ସିଲିକନ୍ (ସିଲିକନ୍ + ବୋରନ୍) ଉପରେ ଚପାଇ ରଖାଯାଏ |
N – ପ୍ରକାର ସିଲିକନ୍ ରୁ ବିଯୁକ୍ତ ଚାର୍ଜ ଏବଂ P – ପ୍ରକାର ସିଲିକନ୍ ରୁ ଯୁକ୍ତ ଚାର୍ଜ ନିର୍ଗତ ହୋଇଥାଏ |
ସେଲ୍ ଉପରେ ସୂର୍ଯ୍ୟକିରଣ ପଡିଲେ ଯୁକ୍ତ ଓ ବିଯୁକ୍ତ ଅଗ୍ରମଧ୍ୟରେ ବିଭବାନ୍ତର ସୃଷ୍ଟି ହୋଇଥାଏ ଏବଂ ଉଭୟ ଅଗ୍ରକୁ ପରିବାହୀ ଦ୍ଵାରା ସଂଯୋଗ କଲେ ବିଦ୍ୟୁତ୍ ପ୍ରବାହ ହୋଇଥାଏ |
ଗୋଟିଏ ସେଲ୍ ଆଲୋକିତ ହେଲେ ପ୍ରାୟ 0.5 ରୁ 1.0V ପର୍ଯ୍ୟନ୍ତ ଭୋଲ୍ଟେଜ ସୃଷ୍ଟି କରିପାରେ ଏବଂ ପ୍ରାୟ 0.7 W ପର୍ଯ୍ୟନ୍ତ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିପାରେ |
ସୌର ସେଲ୍ ତିଆରି ପାଇଁ ବ୍ୟବହାର ହେଉଥିବା ସିଲିକନ୍ ସହଜରେ ଉପଲବ୍ଧ ହୋଇନଥାଏ ତେଣୁ ସୌର ସେଲ୍ର ସଂପୂର୍ଣ୍ଣ ତିଆରି ମଧ୍ୟ ଅତ୍ୟନ୍ତ ବ୍ୟୟବହୁଳ |
ପବନ ଶକ୍ତି : -
ପ୍ରାୟ ପାଞ୍ଚହଜାର ବର୍ଷ ପୂର୍ବେ ମିଶରରେ ପବନଶକ୍ତି ବ୍ୟବହାର କରି ପାଲଟଣା ଡଙ୍ଗା ଚଳାଯାଉଥିଲା | ପରବର୍ତ୍ତୀ ସମୟରେ ପବନ କଳ ସାହାଯ୍ୟରେ କାଠଚିରା, ଅଟାପେଷା, ତେଲପେଡ଼ା ଇତ୍ୟାଦି ଅନେକ କାର୍ଯ୍ୟ କରାଗଲା |
ଭୂପୃଷ୍ଠ ବା ସମୁଦ୍ର ସୂର୍ଯ୍ୟକିରଣ ଦ୍ଵାରା ଅସନ୍ତୁଳିତ ଭାବେ ଗରମ ହେଲେ ସେ ସ୍ଥାନକୁ ପବନ ବହିବାକୁ ଆରମ୍ଭ କରେ | ବାୟୁର ଏହି ଗତିଜ ଶକ୍ତିକୁ ବ୍ୟବହାର କରି ବିଭିନ୍ନ ପ୍ରକାର କାର୍ଯ୍ୟ କରାଯାଇଥାଏ |
ପ୍ରାୟ 6 ମିଟର ବ୍ୟାସ ବିଶିଷ୍ଟ ପ୍ରପେଲର୍ କୁ ଏକ ଉଚ୍ଚ ଇସ୍ପାତ ନିର୍ମିତ ଟାୱାର ଉପରେ ରଖାଯାଏ ଏବଂ ପ୍ରପେଲର୍ ସହିତ ଜେନେରେଟର କୁ ସଂଯୁକ୍ତ କରାଯାଇଥାଏ |
ବାୟୁ ପ୍ରବାହ ଯୋଗୁଁ ପ୍ରପେଲର୍ ଘୂରେ ଫଳରେ ପ୍ରପେଲର୍ ସହିତ ସଂଯୁକ୍ତ ଜେନେରେଟର ଘୂରେ ଫଳରେ ବିଦ୍ୟୁତ ଶକ୍ତି ଉପନ୍ନ ହୋଇଥାଏ |
ଡେନମାର୍କ ସରକାରଙ୍କ ସହାୟତାରେ ଓଡ଼ିଶା ସରକାର ପୁରୀ ସମୁଦ୍ରକୂଳରେ କେତେକ ପବନ କଳ ସ୍ଥାପନ କରିଛନ୍ତି ଯେଉଁଥିରୁ ବାର୍ଷିକ ପ୍ରାୟ 5.5 ମେଗାୱାଟ ଶକ୍ତି ମିଳିପାରୁଛି |
ନେଦରଲ୍ୟାଣ୍ଡ ଓ ଡେନମାର୍କରେ ପ୍ରାୟ 30 ହଜାର ଘରେ ଓ 3 ହଜାର କାରଖାନାରେ ପବନ କଳ କାର୍ଯ୍ୟ କରୁଛି |
ଆମ ଦେଶରେ ପ୍ରଥମ ଥର ପାଇଁ 1966 ମସିହାରୁ ବେଙ୍ଗାଲୁରୁ ଠାରେ ପବନ କଳ ସାହାଯ୍ୟରେ ପାଣି ଉଠାଇବାରେ ବ୍ୟବସ୍ଥା କରାଯାଇଥିଲା | ଏହାକୁ ପବନ ଶକ୍ତି କେନ୍ଦ୍ର ବା ପବନ ଶକ୍ତି କ୍ଷେତ୍ର କୁହାଯାଇଥାଏ |
ଅତ୍ୟଧିକ ବେଗରେ ପବନ ବହିଲେ କିମ୍ବା ଅତ୍ୟଧିକ କମିଗଲେ ପବନ ଚକି ଘୂରାଇ ବିଦ୍ୟୁତ୍ ଜେନେରେଟର ଚଳାଇ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରିବା ସମ୍ଭବ ହୋଇନଥାଏ |
ଜଳଶକ୍ତି :-
ବାୟୁପରି ଜଳରୁ ମଧ୍ୟ ଶକ୍ତି ଉତ୍ପାଦନ କରି ବ୍ୟବହାର କରାଯାଇ ପାରୁଛି | ଏହାକୁ ଜଳଶକ୍ତି କୁହାଯାଏ |
ବିଭିନ୍ନ ପ୍ରକାରରେ ଜଳଶକ୍ତିକୁ ବ୍ୟବହାର କରାଯାଏ : -
କ)ଜୁଆରଶକ୍ତି : -
ଚନ୍ଦ୍ରର ମାଧ୍ୟାକର୍ଷଣ ପ୍ରଭାବ ଯୋଗୁଁ ସମୁଦ୍ରଜଳର ଉତ୍ଥାନ ପତନ ପରିଲକ୍ଷିତ ହୁଏ ଓ ଜୁଆର ସୃଷ୍ଟି ହୋଇଥାଏ | ଏବଂ ଏହି ସମୁଦ୍ରଜଳର ଉତ୍ଥାନ ପତନରୁ ଜୁଆର ଶକ୍ତିର ସୃଷ୍ଟି ହୋଇଥାଏ |
1961 ମସିହାରେ ଫରାସୀ ବୈଜ୍ଞାନିକମାନେ ଜୁଆରରୁ ଶକ୍ତି ସଂଗ୍ରହ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲେ |
ଦିନକ ଭିତରେ ଦୁଇଥର ଜୁଆର ଓ ଭଟ୍ଟା ହୋଇଥାଏ ଏବଂ ସେହି ଜୁଆରରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ |
ଜୁଆର ଶକ୍ତି ସଂଗ୍ରହ ନିମନ୍ତେ ନଦୀ ମୁହାଣରେ ପ୍ରାୟ 20 କି.ମି. ଲମ୍ବର ଜଳାଶୟ ନିର୍ମାଣ କରାଯାଇଥାଏ ଏବଂ ଏଥିରେ ସ୍ଲୁଇସ୍ ଗେଟ୍ ଲଗାଯାଇଥାଏ |
ଉଚ୍ଚ ଜୁଆର ସମୟରେ ସ୍ଲୁଇସ୍ ଗେଟ୍ କୁ ଖୋଲିଦିଆଯାଏ ଏବଂ ଜଳାଶୟ ମଧ୍ୟକୁ ଜଳ ପ୍ରବେଶ କଲାପରେ ଗେଟ୍ ବନ୍ଦ କରାଯାଏ | ପରେ ଉଚ୍ଚପତ୍ତନରୁ ଜଳକୁ ନିୟନ୍ତ୍ରିତଭାବେ ସମୁଦ୍ରକୁ ଖଲାସ କରିବା ସମୟରେ ଖଲାସ ହେଉଥିବା ଜଳସ୍ରୋତରେ ଟର୍ବାଇନ୍ ଚଳାଇ ବିଦ୍ୟୁତ୍ଶକ୍ତି ଉତ୍ପାଦନ କରାଯାଏ |
ଆମ ଦେଶରେ ବମ୍ବେ ଉପସାଗର, କଚ୍ଛ ଉପସାଗର ଓ ପଶ୍ଚିମବଂଗର ହୁଗୁଳୀ ନଦୀ ମୁହାଣରେ ଏହିପରି ବ୍ୟବସ୍ଥା ଅଛି |
ଖ)ଢେଉଶକ୍ତି :-
ଜୁଆର ପରି ଢେଉରେ ଥିବା ଗତିଜ ଶକ୍ତିକୁ ବିନିଯୋଗ କରି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରିବ |
ସମୁଦ୍ରର ଉପରିଭାଗରେ ପ୍ରବଳ ବାୟୁପ୍ରବାହରୁ ଢେଉର ସୃଷ୍ଟି ଏବଂ ଏହି ଢେଉଶକ୍ତିକୁ ସଂଗ୍ରହ କରି ଟର୍ବାଇନ୍ ଚଳାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରୁଛି |
ଜଳବିଦ୍ୟୁତ୍ ଶକ୍ତି :-
ନଦୀବନ୍ଧ ଯୋଜନା :-
ଏହି ଯୋଜନା ମାଧ୍ୟମରେ ନଦୀରେ ବନ୍ଧ ପକାଇ ଏକ ବୃହତ୍ ଜଳଭଣ୍ଡାର ସୃଷ୍ଟି କରାଯାଏ ଏବଂ ପରେ ଉଚ୍ଚପତ୍ତନରୁ ନିମ୍ନ ପତ୍ତନକୁ ପ୍ରବଳ ବେଗରେ ଛଡ଼ାଯାଏ |
ସେଥୁରୁ ଜାତ ହେଉଥିବା ଜଳସ୍ରୋତ ଶକ୍ତି ଟର୍ବାଇନ୍ ଘୂରାଇବାରେ ବ୍ୟବହୃତ ହୁଏ | ଟର୍ବାଇନ୍ସହ ସଂଯୁକ୍ତ ଜେନେରେଟରର ଆର୍ମେଚର୍ ଘୂରିବା ଦ୍ଵାରା ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୁଏ |
1948 ମସିହାରେ ଭାରତ ସରକାର ଜଳବିଦ୍ୟୁତ୍ ଯୋଗାଣ ଆଇନ ପ୍ରଣୟନ କରିଛନ୍ତି |
ଆମ ରାଜ୍ୟରେ ହୀରାକୁଦ, ମାଛକୁଣ୍ଡ, ବାଲିମେଳା, ରେଙ୍ଗାଲି, ଉପର କୋଲାବ, ଉପ ଇନ୍ଦ୍ରାବତୀ ଆଦି ଜଳ ବିଦ୍ୟୁତ୍ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି |ଜଳଶକ୍ତିର କ୍ଷମତା ଯଥେଷ୍ଟ ଅଧିକ | ଏହାକୁ ସହଜରେ ଅନ୍ୟ ଶକ୍ତିରେ ରୂପାନ୍ତରିତ କରାଯାଇପାରେ |
ସାମୁଦ୍ରିକ ତାପଜଶକ୍ତି : -
ସମୁଦ୍ରର ପୃଷ୍ଠଭାଗ ଓ ଆଭ୍ୟନ୍ତରୀଣ ଜଳମଧ୍ୟରେ ଥିବା ତାପମାତ୍ରାର ପ୍ରଭେଦକୁ ବ୍ୟବହାର କରି ଶକ୍ତି ସଂଗ୍ରହ ସାମୁଦ୍ରିକ ତାପଜ ଶକ୍ତି ରୂପାନ୍ତରଣ କେନ୍ଦ୍ର ମାନଙ୍କରେ ତାପଜ ଶକ୍ତିରେ ରୂପାନ୍ତରିତ କରାଯାଏ |
ସମୁଦ୍ରର ପୃଷ୍ଠଭାଗ ଜଳ ଓ 2 କି.ମି. ଗଭୀର ଜଳ ମଧ୍ୟରେ ତାପମାତ୍ରାର ପାର୍ଥକ୍ୟ 20°C ବା 293°K ହେଲେ, ରୂପାନ୍ତରଣ ପାୱାର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇ ଶକ୍ତି ଉତ୍ପାଦନ ହୋଇଥାଏ | ଏଥିପାଇଁ ପବନର ଗତି ଉପରେ ନିର୍ଭର କରିବାକୁ ପଡ଼େନାହିଁ |
ଭୂତାପଜ : -
ଭୂ-ଅଭ୍ୟନ୍ତରରେ ଥିବା ତାପଶକ୍ତିକୁ ଭୂତାପଜ ଶକ୍ତି କୁହାଯାଏ | ପୃଥିବୀର ଗଭୀରତମ ସ୍ଥାନ ଅତ୍ୟନ୍ତ ଉତ୍ତପ୍ତ ରହିଥାଏ ତେଣୁ ଶିଲାଗୁଡିକ ମଧ୍ୟ ତରଳ ଅବସ୍ଥାରେ (ମାଗ୍ମା) ରହିଥାନ୍ତି |
ଭୂଭାଗରେ ପରିବର୍ତ୍ତନ ହେତୁ ଏହି ମାଗମା କିଛି ପରିମାଣରେ ଉପରକୁ ଉଠିଆସେ | ଏହି ସ୍ଥାନଗୁଡ଼ିକୁ “ଉତ୍ତପ୍ତ ସ୍ଥାନ” ବୋଲି କୁହାଯାଏ, ଯାହା ଭୂତାପଜ ଶକ୍ତିର ଉତ୍ସଭଳି କାର୍ଯ୍ୟକରେ |
ଭୂତଳ ଜଳ ଏହି ଉତ୍ତପ୍ତ ସ୍ଥାନମାନଙ୍କର ସଂସ୍ପର୍ଶରେ ଆସି ଉତ୍ତପ୍ତ ହୋଇ ଫାଟ ପାଇ ଭୂପୃଷ୍ଠକୁ ଚାଲିଆସେ | ଏହାକୁ ଉଷ୍ଣ ପ୍ରସ୍ରବଣ କୁହାଯାଇଥାଏ |
ଭୂତଳ ଜଳ ଉତ୍ତପ୍ତ ସ୍ଥାନମାନଙ୍କର ସଂସ୍ପର୍ଶରେ ଆସି ବାଷ୍ପରେ ମଧ୍ୟ ପରିଣତ ହୋଇଥାଏ ଏବଂ ବାଷ୍ପ ସହାୟତାରେ ଟରବାଇନ୍ କୁ ଘୂରାଇ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରାଯାଏ |
ବର୍ଷର ସବୁ ସମୟରେ ଭୂ- ତାପଜ ଶକ୍ତି ସଂଗ୍ରହ କରାଯାଇପାରେ, ପରିବେଶ ପ୍ରଦୂଷଣ କରେନାହିଁ, ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ଖର୍ଚ୍ଚ ବହୁତ କମ୍ | ଆମ ଦେଶରେ ମଧ୍ୟ ପ୍ରଦେଶରେ ଭୂତାପଜ ଶକ୍ତିର ଉପଯୋଗ କରାଯାଉଅଛି |
ନାଭକିୟ ଶକ୍ତି :-
ନାଭିକୀୟ ବିଭାଜନ ଦ୍ଵାରା ୟୁରାନିୟମ, ପ୍ଲୁଟୋନିୟମ ବା ଖୋରିୟମ୍ ପରି କୌଣସି ଗୁରୁ ପରମାଣୁର ନାଭିକୀୟ ବିଭାଜନ ଘଟିଲେ ଏହା ଲଘୁ ନାଭିକରେ ପରିଣତ ହୁଏ ଏବଂ ପ୍ରଚୁର ପରିମାଣରେ ଶକ୍ତି ନିର୍ଗତ କରିଥାଏ | ଏହାକୁ ନାଭିକୀୟ ଶକ୍ତି କୁହାଯାଏ |
ଆମ ଦେଶରେ ନାଭିକୀୟ ଶକ୍ତିରୁ ଉତ୍ପାଦିତ ବିଦ୍ୟୁତ୍ ଶକ୍ତି ସମସ୍ତ ଉତ୍ପାଦିତ ଶକ୍ତିର ୩%ରୁ କମ୍ ହୋଇଥିବା ବେଳେ ଅନେକ ବିଭବଶାଳୀ ଦେଶ ୩୦%ରୁ ଅଧିକ ଶକ୍ତି ଉତ୍ପାଦନ କରୁଛନ୍ତି |
ବ୍ୟବହୃତ ପରମାଣୁର ସଂରକ୍ଷଣ ଓ ଏହାର ଠିକ୍ ଉପାୟରେ ପରିଚାଳନା ଏକ ବିଶେଷ ଅସୁବିଧା | ଏହା ହୋଇ ନ ପାରିଲେ ପରିବେଶ ପ୍ରଦୂଷଣର ଯଥେଷ୍ଟ ସମ୍ଭାବନା ଥାଏ |
ଜୈବଶକ୍ତି :-
ସମସ୍ତ ପ୍ରକାର ଜାଳେଣି ଉଭିଦ ଓ ପ୍ରାଣୀମାନଙ୍କଠାରୁ ମିଳୁଥିବାରୁ ସେଗୁଡିକୁ “ଜୈବ ଜାଳେଣି” ବା ଜୈବ ବସ୍ତୁତ୍ଵରୁ ପ୍ରସ୍ତୁତ ଢାଳେଣି କୁହାଯାଏ | ଏହିସବୁ ଜାଳେଣି ଜଳିଲେ ବିଶେଷ ପରିମାଣରେ ଉତ୍ତାପ ଏବଂ ଅଧିକ ଧୂଆଁ ନିର୍ଗତ ହେଉଥିବାରୁ ବିଭିନ୍ନ ଉପାୟରେ ଏହି ପ୍ରକାର ଜାଳେଣିର ଉପାଦେୟତା ବୃଦ୍ଧି କରିବା ପାଇଁ ଚେଷ୍ଟା କରାଯାଉଛି |
ଜୈବଶକ୍ତି ଜୈବ ପଦାର୍ଥରେ (କାଠ, ଗୋବର, ପାରିବା ଚୋପା ଇତ୍ୟାଦି) ନିହିତ ଥାଏ |
ଯଥା :
କ) ନୂତନ ଉଦ୍ଭିଦ : ବିଭିନ୍ନ ବୃକ୍ଷ, ଶସ୍ୟ ଇତ୍ୟାଦି
ଖ) ଅବଶେଷ : କଉଟା, କୁଣ୍ଡା , ଆଖୁଖଦା ଇତ୍ୟାଦି
ଗ) ଆବର୍ଜନା : ଗୋବର , ମଳ , ଅପଘଟନ ଯୋଗ୍ୟ ଆବର୍ଜନା ଇତ୍ୟାଦି
ଦହନ, ତାପ ଅପଘଟନ , ଗ୍ୟାସୀକରଣ ଓ ତରଳୀକରଣ ପ୍ରଣାଳୀରେ ଜୈବ ପଦାର୍ଥରୁ ଜୈବଶକ୍ତି ଉତ୍ପାଦନ କରାଯାଏ |
ଜୈବଗ୍ୟାସ୍ :-
ଅମ୍ଳଜାନ ଅନୁପସ୍ଥିତିରେ ଜୈବ ପଦାର୍ଥର ବିଘଟନ ଦ୍ଵାରା ନିର୍ଗତ ଗ୍ୟାସ୍ ର ମିଶ୍ରଣକୁ “ଜୈବଗ୍ୟାସ୍”କୁହାଯାଏ |
ବିଶେଷତଃ ଗୋବର ବ୍ୟବହାର ହେଉଥିବାରୁ ଏହାକୁ ଗୋବର ଗ୍ୟାସ୍ ବୋଲି ମଧ୍ୟ କୁହାଯାଏ | ଏଥିରୁ ମିଥେନ ଗ୍ୟାସ୍ ନିର୍ଗତ ହୋଇଥାଏ |
ଦେଶରେ ଥିବା ପ୍ରାୟ 30 କୋଟି ଗୋରୁ, ମଇଁଷିଙ୍କ ଠାରୁ ବର୍ଷକୁ ପ୍ରାୟ ୯୦ କୋଟି ଟନ୍ ଗୋବର ମିଳେ | ସେଥିପାଇଁ ଗୋବରରୁ ଉତ୍କୃଷ୍ଟ ଉପାୟରେ ଶକ୍ତି ଉତ୍ପାଦନ ପାଇଁ ଗୋବର ଗ୍ୟାସ୍ ପ୍ଳାଣ୍ଟ ନିର୍ମାଣ କରାଯାଉଛି |
ଚାରି ପାଞ୍ଚଟି ଗାଈଗୋରୁଙ୍କ ଗୋବରରେ ଏକ ଗୋବର ଗ୍ୟାସ୍ ପ୍ଲାଣ୍ଟ କଲେ ଏହା ସାତ ଆଠଜଣିଆ ପରିବାରର ରୋଷେଇ ପାଇଁ ଗ୍ୟାସ୍ ଯୋଗାଇପାରିବ |
ଗୋବର ଗ୍ୟାସ୍ ପ୍ଲାଣ୍ଟର ଗଠନ :-
ଗୋବର ଗ୍ୟାସ୍ ପ୍ଲାଣ୍ଟର ବିଭିନ୍ନ ଅଂଶ ଗୁଡିକ ହେଉଛି :-
କ) ପ୍ରବେଶ ପାତ୍ର :-
4:5 ଆୟତନ ଅନୁପାତରେ ଗୋବର ଓ ପାଣି ମିଶାଇ ମଣ୍ଡ ପ୍ରସ୍ତୁତ କରିବା ପରେ ପ୍ରବେଶ ପାତ୍ରରେ ଭର୍ତ୍ତି କରାଯାଏ |
ପରେ ଏହା ଏକ ନଳମଧ୍ୟଦେଇ ଦେଇ ଆପେ ଆପେ ଡାଇଜେଷ୍ଟର କୂପକୁ ଚାଲିଯାଏ |
ଖ) ଡାଇଜେଷ୍ଟର କୂପ :-
ଏହାର ଚାରିକାନ୍ଥ ପ୍ରାୟ ଏକ ତୃତୀୟାଂଶ ଭୂମିର ଉପରକୁ ଓ ଦୁଇ ତୃତୀୟାଂଶ ଭୂମି ଠାରୁ ତଳକୁ ଇଟା ଓ ସିମେଣ୍ଟରେ ତିଆରି ହୋଇଥାଏ |
ଗ) ଧାତୁନିର୍ମିତ ଡୋମ୍ :-
ଇସ୍ପାତ୍ ରେ ନିର୍ମିତ କିମ୍ବା ସିମେଣ୍ଟ ଓ କଂକ୍ରିଟରେ ନିର୍ମିତ ଡୋମ୍ ଦ୍ଵାରା କୂପକୁ ସମ୍ପୂର୍ଣ୍ଣରୂପେ ଘୋଡ଼ାଇ ବାୟୁରୋଧୀ କରିଦିଏ |
ଅମ୍ଳଜାନ ଅନୁପସ୍ଥିତିରେ ବଢ଼ି ପାରୁଥିବା ମିଥାନୋଜେନ୍ ଓ ଅନ୍ୟାନ୍ୟ ବ୍ୟାକ୍ଟେରିଆ ଏହି ମିଶ୍ରଣରୁ କିଣ୍ଟନ ଦ୍ଵାରା ମିଥେନ, କାର୍ବନ ଡାଇକ୍ସାଇଡ୍ ଓ ହାଇଡ୍ରୋଜେନ ଓ ହାଇଡ୍ରୋଜେନ ସଲଫାଇଡ୍ ଗ୍ୟାସ୍ ଉତ୍ପନ୍ନ କରନ୍ତି | ମିଥେନ ଗ୍ୟାସ୍ ଶତକଡା ପ୍ରାୟ 65 – 75 ଭାଗ ରହିଥାଏ |
ଘ) ନିର୍ଗମନଳୀ :-
ଏହି ଧାତବନଳୀ ବାଟଦେଇ ଗ୍ୟାସ୍ ରୋଷେଇ ଘର ଚୁଲାକୁ ଯାଏ ଏବଂ ନିୟନ୍ତ୍ରିତ ଚାପରେ ଏହାକୁ ଜଳାଇବାର ବ୍ୟବସ୍ଥା ହୋଇଥାଏ |
ଗୋବର ଗ୍ୟାସ୍ , ଶୁଖିଲା ଗୋବର ଠାରୁ ଜାଳେଣି ହିସାବରେ 6 ଗୁଣ ଦକ୍ଷ ଏବଂ ପରିବେଶ ମଧ୍ୟ ପ୍ରଦୂଷଣ ହୋଇନଥାଏ |
ଗୋବରକୁ ସିଧା ସଳଖ ବ୍ୟବହାର କଲେ 50% ନଷ୍ଟ ହେଉଥିବା ବେଳେ ଗୋବର ଗ୍ୟାସ୍ ବାହାର କଲାପରେ ଖଦାକୁ ଖତଭାବେ ବ୍ୟବହାର କଲେ 25% ନଷ୍ଟହୁଏ |
ନବୀକରଣ-ଅଯୋଗ୍ୟ ଶକ୍ତି ଉତ୍ସ :-
ଏହି ଶକ୍ତି ଉତ୍ସଗୁଡିକ ପ୍ରାକୃତିକ ଉପାୟରେ ବହୁଦିନ ସମୟ ନେଉଥିବାରୁ ନବୀକରଣ ସମ୍ଭବପର ନୁହେଁ |
ଅବିରତ ବ୍ୟବହାର କରିବାଦ୍ଵାରା ସମୟକ୍ରମେ ସେଗୁଡ଼ିକ ଶେଷ ହୋଇଯାଏ | ଯଥା : କୋଇଲା, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଇତ୍ୟାଦି|
ଜୀବାଶ୍ମ ଇନ୍ଧନ :-
କୋଇଲା, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଆଦି ଜୀବାଶ୍ମ ଇନ୍ଧନ ଶ୍ରେଣୀଭୁକ୍ତ |
ପ୍ରକୃତିରେ ଏଗୁଡିକ ପରିମାଣ ସୀମିତ | ଥରେ ବ୍ୟବହାର ପୁନର୍ବ୍ୟବହାର କରାଯାଇପାରେ ନାହିଁ |
ଶିଳ୍ପ ଗୁଡିକର ଅଭିବୃଦ୍ଧିରୁ ହିଁ ମନୁଷ୍ୟର ଜୀବନଶୈଳୀରେ ପରିବର୍ତ୍ତନ ଘଟିଛି ଏବଂ ଏଥିପାଇଁ ଜୀବାଶ୍ମ ଜାଳେଣି ସହାୟତା କରିଥାଏ |
କ)କୋଇଲା :-
ଭୂତଳ ମଧ୍ୟରେ ପରସ୍ତ ପରସ୍ତ ଭାବେ ଚଟାଣ ଆକାରରେ କୋଇଲା ଗଚ୍ଛିତ ହୋଇ ରହିଥାଏ |
କୋଇଲାରେ କାର୍ବନ ସହିତ ଅଂକେ ଯୌଗିକ ପଦାର୍ଥ ରହିଥିଲେ ମଧ୍ୟ କାର୍ବନର ପରିମାଣ ଅନୁଯାୟୀ କୋଇଲାର ଗୁଣ ନିର୍ଦ୍ଧାରଣ ହୋଇଥାଏ ଏବଂ ସେଗୁଡ଼ିକର ଶ୍ରେଣୀ ବିଭାଗ କରାଯାଇଥାଏ | : -
ଆନ୍ଥ୍ରାସାଇଟ : - ଏହା ସବୁଠାରୁ ଉତ୍କୃଷ୍ଟ ଧରଣର କୋଇଲା, ଏଥିରେ କାର୍ବନର ପରିମାଣ 94 % ରୁ 98% |
ବିଟୁମିନ୍ସ : କାର୍ବନର ପରିମାଣ 79% ରୁ 93% |
ଲିଗନାଇଟ୍ : କାର୍ବନର ପରିମାଣ ପ୍ରାୟ 72% ରୁ 78% |
ପିଟ୍: କାର୍ବନର ପରିମାଣ ପ୍ରାୟ 44% ରୁ 71% |
କୋଇଲାରୁ ସୃଷ୍ଟ ତାପଜ ଶକ୍ତି ଭାବେ ଘରେ ଓ ଶିଳ୍ପ କ୍ଷେତ୍ରରେ ଏବଂ ବିଦ୍ୟୁତ୍ ଉତ୍ପାଦନରେ ମଧ୍ୟ ବ୍ଯବହୃତ ହୋଇଥାଏ |
ଓଡ଼ିଶାର ତାଳଚେର ଠାରେ ତାପଜ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କେନ୍ଦ୍ର ଅଛି |
ଅନ୍ତର୍ଧୂମ ପାତନ ଦ୍ଵାରା କୋଇଲାକୁ କୋକ୍ ରେ ପରିଣତ କରି କେତେକ ଧାତୁର ନିଷ୍କାସନ ପାଇଁ ଏବଂ ଷ୍ଟିଲ ତିଆରି ନିମନ୍ତେ ବିଜାରକ ରୂପେ ବ୍ୟବହାର କରାଯାଇଥାଏ |
ଖ) ପେଟ୍ରୋଲିୟମ୍ :-
ହାଇଡ୍ରୋକାର୍ବନ୍ ଯୌଗିକର ଜଟିଳ ମିଶ୍ରଣରୁ ପେଟ୍ରୋଲିୟମ୍ ପ୍ରସ୍ତୁତ ହୋଇଥାଏ |
ଏଥିରେ ଅଳ୍ପ ପରିମାଣର ଅମ୍ଳଜାନ, ଯବକ୍ଷାରଜାନ ଓ ସଲଫର ଯୁକ୍ତ କାର୍ବନ୍ ର ଯୌଗିକ ଥାଏ |
ଭୂଗର୍ଭର ସଚ୍ଛିଦ୍ର ଶିଳାସ୍ତର ମଧ୍ୟରେ ପେଟ୍ରୋଲିୟମ୍ ଅଶୋଧିତ ଅବସ୍ଥାରେ ଗଚ୍ଛିତ ହୋଇ ରହିଥାଏ |
ଆଂଶିକ ପାତନ ପ୍ରକ୍ରିୟା ଦ୍ଵାରା ଏହାକୁ ବିଶୋଧିତ କରଜୟ ବ୍ୟବହାର ଉପଯୋଗୀ କରାଯାଇଥାଏ |
ଗ) ପ୍ରାକୃତିକ ଗ୍ୟାସ୍ : -
ଭୂଅଭ୍ୟନ୍ତରରୁ ପେଟ୍ରୋଲିୟମ ଉତ୍ତୋଳନବେଳେ ପେଟ୍ରୋଲିୟମ ସହ ମିଶି କିଛି ଗ୍ୟାସ୍ ମଧ୍ୟ ଆସିଥାଏ | ଏହି ଗ୍ୟାସକୁ ପ୍ରାକୃତିକ ଗ୍ୟାସ କୁହାଯାଏ |
ଏହି ଗ୍ୟାସର ମୁଖ୍ୟ ଉପାଦାନ ହେଉଛି ମିଥେନ | ଏହି ଗ୍ୟାସକୁ ଉତ୍ତୋଳନକରି ବଡ ବଡ ବାୟୁରୁଦ୍ଧ ଟାଙ୍କିମାନଙ୍କରେ ରଖି ପାଇପ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ପଠାଯାଏ |
ଏହାକୁ ତରଳ ଅବସ୍ଥାରେ ପରିଣତ କରିବା ସହଜ ହୋଇନଥିବାରୁ କେବଳ ପାଇପ ମାଧ୍ୟମରେ ବିତରଣ କରାଯାଏ |
ଆମ ଦେଶର ରାଜସ୍ଥାନ , ମୁମ୍ବାଇ ଉପକୂଳ ଅଞ୍ଚଳ ଏବଂ କୃଷ୍ଣା ଓ ଗୋଦାବରୀ ନଦୀର ତ୍ରିକୋଣ ଭୂମି ଅଞ୍ଚଳରେ ପ୍ରଚୁର ପରିମାଣରେ ଗଚ୍ଛିତ ଥିବାର ସୂଚନା ମିଳେ |
ଜୀବାଶ୍ମ ଶକ୍ତିର ଅନେକ ଅପକରିତା ରହିଛି ; ଯେପରିକି :-
i. କୋଇଲା ଓ ପେଟ୍ରୋଲିୟମ ଜଳିବ ଦ୍ଵାରା ବାୟୁ ପ୍ରଦୂଷଣ ହୋଇଥାଏ |
ii. ଏଥିରୁ ନିର୍ଗତ ହେଉଥିବା କାର୍ବନ , ଯବକ୍ଷାରଜାନ ଓ ଗନ୍ଧକର ଅକ୍ସାଇଡ଼ ଦ୍ଵାରା ଅମ୍ଳବୃଷ୍ଟି ହୋଇଥାଏ |
iii. ଏଥିରୁ ନିର୍ଗତ ଗ୍ୟାସ୍ଗୁଡିକ ସବୁଜ କୋଠରି ପ୍ରଭାବର ପ୍ରମୁଖ କାରଣ |
Truly Indian Brand
Truly Indian Brand