Odia Medium Class 5 Social Science Chapter-1 (ସାମାଜିକ ଶୃଙ୍ଖଳା) Notes

Language : Odia

LRNR provides this material totally free


Odia Medium Class 5 Social Science Chapter-1 (ସାମାଜିକ ଶୃଙ୍ଖଳା) Notes

ସାମାଜିକ ଶୃଙ୍ଖଳା


  • ଆମେ ସମସ୍ତେ ସମାଜରେ ବାସ କରୁ |


  • ସମାଜ କେତେକେ ନିତିନିୟମ ମାନି ଚାଲେ , କେତେକ କାର୍ଯ୍ୟ କଲେ ସମାଜର ନିୟମ ଭଙ୍ଗ ହୁଏ | ସମାଜରେ ନିଜେରହିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ଯେପରି ରହିବାରେ ଅସୁବିଧା ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ | ପ୍ରତ୍ଯେକ କ୍ଷେତ୍ରରେ ମଣିଷକୁ କିଛି ନିୟମ ମାନିବାକୁ ହୁଏ | ଫଳତଃ ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ହୁଏ |



  • ଏ ସବୁ ନିୟମ ନ ମାନିବା ହେଉଛି ମନ୍ଦ ଅଭ୍ୟାସ |


                                                                    

 

 

ଅପରାଧ କ’ଣ ?


  • ସମାଜରେ କେତେକ ଲୋକ ନାନାପ୍ରକାର ଅପରାଧ କରିଥାନ୍ତି ଯଥା:-ଚୋରି,ଡକାୟତି,ମାରପିଟ କରିବା,ଧମକ ଚମକ ଦେବା,ଜବରଦସ୍ତ ଚାନ୍ଦା ଆଦାୟ କରିବା ,ଇତ୍ୟାଦି |


  •   ବେଳେବେଳେ ଲୋକମାନେ ଘରଦ୍ଵାର ,ସରକାରୀ ବେସରକାରୀ ଅନୁଷ୍ଠାନର ଆସବାବପତ୍ର ,ଗାଡିମଟର ଇତ୍ୟାଦିକୁ ଭଙ୍ଗାରୁଜା ବା ପୋଡାଜଳା ଏବଂ ଲୁଟତରାଜ କରନ୍ତି |


  • କେତେକ ଲୋକ ବିନା ଟିକଟରେ ବସ ,ଟ୍ରେନରେ ଯିବାଆସିବା କରନ୍ତି ଓ ପ୍ଲାଟଫର୍ମରେ ଅନଧିକାର ପ୍ରବେଶ କରନ୍ତି |


  • ଫଳରେ ସମାଜର ତଥା ଦେଶର ଅନେକ କ୍ଷତି ହୁଏ |


ମଦପିଇ ଗାଡି ଚଳାଇଲେ କ’ଣ ଅସୁବିଧା ହେବ ?


  • ମଦପିଇ ଗାଡି ଚଳାଇଲେ ଚାଳକ ମଦ ନିଶାରେ ଭୋଳହୋଇ ବାଟ ଜାଣିପାରେ ନାହିଁ | ତାର ଗାଡି ଉପରେ ନିୟନ୍ତ୍ରଣ ରହେ ନାହିଁ |


  • ସେ ଚଲାଉଥିବା ଗାଡିଟି ରାସ୍ତାରେ ଯାଉଥିବା ଅନ୍ୟାନ୍ୟ ଗାଡିମଟର ଦେହରେ ବାଡ଼େଇ ହୋଇଯାଏ କିମ୍ବା ରାସ୍ତାରେ ଯାଉଥିବା ପଦଚାରୀ ବା ସାଇକେଲ ଆରୋହୀଙ୍କ ଉପରେ ଚଢିଯାଏ |ବେଳେବେଳେ ଗାଡିଟି ପୋଲ ଉପରୁ ନଇ ,ନାଳକୁ ଖସିପଡ଼େ | ଏହାଦ୍ଵାରା ଗାଡିମଟର ଭାଙ୍ଗିଯିବା ସହିତ ଅନ୍ୟ ନିରୀହ ଲୋକମାନେ ମଧ୍ୟ ମୃତାହତ ହୁଅନ୍ତି ଓ ଚାଳକ ଜଣକ ଆହତ ବା ମୃତ୍ୟୁବରଣ କରନ୍ତି |


ଅପରାଧ ନିରାକରଣର ଉପାୟ :-


·         ପିଲାମାନଙ୍କୁ ପାଠପଢାଇବା ଦରକାର ,କାରଣ ଶିକ୍ଷା ମଣିଷକୁ ଠିକ୍ ବାଟରେ ନିଏ |


·         ମନ୍ଦ ଅଭ୍ୟାସ ଓ ତାକୁ ନେଇ ଘଟୁଥିବା ଦୁର୍ଘଟଣା ଓ ଅପରାଧ ଦୂରଦର୍ଶନରେ ଦେଖାଇବା ତଥା ରେଡ଼ିଓରେ ପ୍ରଚାର କରିବା ଦରକାର |


·         ବିଦ୍ୟାଳୟରେ ମନ୍ଦଅଭ୍ୟାସ ଓ ତଜ୍ଜନିତ ଅସୁବିଧା ଉପରେ ବିଭିନ୍ନ ତର୍କସଭା ପ୍ରତିଯୋଗିତା କରିବା |


·         ଅପରାଧୀକୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା କରାଯିବା ଉଚିତ |


·         ମନ୍ଦଅଭ୍ୟାସ ,ମନ୍ଦବ୍ୟବହାର ନିଜର କ୍ଷତି କରିବା ସଙ୍ଗେସଙ୍ଗେ ଅନ୍ୟମାନଙ୍କର କ୍ଷତି କରିଥାଏ |


·         ସମାଜରେ ନୀତିନିୟମ ନ ମାନି ବିଶୃଙ୍ଖଳିତ ଭାବରେ କାର୍ଯ୍ୟ କରିବା ହେଉଛି ମନ୍ଦଅଭ୍ୟାସ |


·         ଅସତଚରିତ୍ର ବ୍ୟକ୍ତିମାନେ ବିଶୃଙ୍ଖଳା ସୃଷ୍ଟି କରନ୍ତି |


·         ଚୋରି ,ଡକାୟତି ,ହିଂସାତ୍ମକ କାର୍ଯ୍ୟ ,ଅନଧିକାର ପ୍ରବେଶ ,ମଦପିଇ ଗାଡି ଚଲାଇବା ଆଦି ଅପରାଧମୂଳକ କାର୍ଯ୍ୟ |


·         ଅପରାଧ ନିରାକରଣ ପାଇଁ ଅନେକ ଗୁଡିଏ ପନ୍ଥା ରହିଛି |ତାହାକୁ ଅନୁସରଣ କରି ଆମେ ଅପରାଧକୁ କମାଇ ପାରିବା |

 




Ratings
No reviews yet, be the first one to review the product.