Odia Medium Class 5 Social Science Chapter-1 ସାମାଜିକ ଶୃଙ୍ଖଳା ଅଭ୍ୟାସ (Samajika Srunkhala) Question Answers

Language : Odia

LRNR provides this material totally free

Odia Medium Class 5 Social Science Chapter-1 ସାମାଜିକ ଶୃଙ୍ଖଳା ଅଭ୍ୟାସ(Samajika Srunkhala) Question Answers


ସାମାଜିକ ଶୃଙ୍ଖଳା

1.   ମନ୍ଦ ଅଭ୍ୟାସ ଓ ଭଲ ଅଭ୍ୟାସ ସାରଣୀ |

 

ମନ୍ଦ ଅଭ୍ୟାସ ଭଲ ଅଭ୍ୟାସ 

ରାସ୍ତା ମଝିରେ ସାଇକେଲ ଚଳାଇବା ଗୀତା ଗାଇବା

ଧୂମପାନ କରିବା ଛୁଟିରେ ବନ୍ଧୁ ଘର ବୁଲିଯିବା 

ପ୍ରତିଦିନ ସିନେମା ଦେଖିବା ଖବର କାଗଜ ପଢିବା

ଜୋରରେ ମାଇକ୍ ବଜାଇବା ରାସ୍ତା କଡରେ ଗଛ ଲଗାଇବା 

ବିଦ୍ୟାଳୟ କାନ୍ଥରେ ଗାରେଇବା  ଠିକ୍ ସମୟରେ ଟିକସ ଦେବା

ବେଞ୍ଚ, ଗଛ, ଟାୟାର ଜାଳି ରାସ୍ତା ଅବରୋଧ କରିବା 

ଜବରଦସ୍ତ ଚାନ୍ଦା ଆଦାୟ କରିବା 

ଅନ୍ୟ ବାଡିରୁ ଫୁଲ ଓ ଫଳ ଚୋରି କରିବା |




2.   ତୁମେ ଜାଣିଥିବା ଯେକୌଣସି ୫ ଟି ଅପରାଧର ନାମ ଲେଖ |


ଚୋରି , ଡକାୟତି , ମାରପିଟ କରିବା, ବିନା ଟିକଟରେ ବସ୍ ଟ୍ରେନରେ ଯିବା, ରାସ୍ତା ଅବରୋଧ କରିବା , ମଦ୍ୟପାନ |


3.   ତୁମର ଜଣେ ସମ୍ପର୍କୀୟ ମଦ୍ୟପାନ କରୁଥିଲେ କ’ଣ କରିବ ?


ମଦ୍ୟ ପାନର ମନ୍ଦଫଳ ଓ ପରିବାରରେ ଘଟୁଥିବା ଅଭାବ ଅସୁବିଧା ଓ ତାର ସ୍ୱାସ୍ଥ୍ୟ ଏଥିରେ କେତେମାତ୍ରାରେ କ୍ଷତିଗ୍ରସ୍ଥ ହେବ ତାହା ତାଙ୍କୁ ବୁଝାଇବାକୁ ଚେଷ୍ଟା କରିବୁ |


4.   ତୁମ ଅଞ୍ଚଳରେ ଘଟୁଥିବା ଅପରାଧ ତାଲିକା କର | ସେହି ଅପରାଧଗୁଡିକୁ କିପରି ନିରାକରଣ କରାଯାଇପାରିବ ତାର ଉପାୟଗୁଡ଼ିକ ଲେଖ |


ଅପରାଧ                            ନିରାକରଣର ଉପାୟ


ଚୋରି , ଡକାୟତି , ମାରପିଟ –          ଅପରାଢୀକୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା କରାଯିବା ଉଚିତ୍ |

ମଦପିଇ ଗାଡି ଚଳାଇବା –            ନିଶାଦ୍ରବ୍ୟର କୁପ୍ରଭାବ ବିଷୟରେ ସେମାନଙ୍କୁ ସଚେତନ କରାଯିବା ଉଚିତ୍ |


5.   ତଳେ କେତୋଟି ଉକ୍ତି ଦିଆଯାଇଛି | ସେହି ଉକ୍ତିଗୁଡିକ ମଧ୍ୟରୁ ତୁମକୁ ଭଲ ଲାଗୁଥିବା ଉକ୍ତିଗୁଡିକ ମଧ୍ୟରୁ ତୁମକୁ ଭଲ ଲାଗୁଥିବା ଉକ୍ତିଗୁଡିକର ( ) ଚିହ୍ନ ଦିଅ |


କ. ନିୟମିତ ବିଦ୍ୟାଳୟକୁ ଆସିବା |√


ଖ. ଘରର ଅପରିଷ୍କାର ପାଣି ରାସ୍ତାକୁ ଯିବା | X


ଗ. ରାସ୍ତାକଡରେ ଝାଡା ବସିବା | X


ଘ. ରାସ୍ତାଉପରେ ମଇଳା ଜମାଇବା ଓ ରାସ୍ତାରେ କଦଳୀ ଚୋପା ପକାଇବା | X


ଙ. ବିଜୁଳିବାଟିକୁ ଟେକାମାରି ଭାଙ୍ଗିବା | X


ଚ. ପ୍ରାର୍ଥନା ସରିବା ପରେ ଧାଡ଼ି କରି ନିଜ ଶ୍ରେଣୀ କକ୍ଷକୁ ଫେରିବା |√ଛ. ସାଙ୍ଗ ପିଲାମାନଙ୍କ ସହିତ ଗଣ୍ଡଗୋଳ କରିବା | X


ଜ. ଦିନରେ ଆବଶ୍ୟକ ନ ଥାଇ ବିଜୁଳିବାଟି ଜାଳିବା | X


ଝ. ଗୁରୁଜନଙ୍କୁ ସମ୍ମାନ ପ୍ରଦର୍ଶନ କରିବା |√


6.   ଯେକୌଣସି ୪ ଟି ମନ୍ଦ ଅଭ୍ୟାସ ଲେଖ |


·    ଗଛ କାଟିବା

·    ଚୋରି କରିବା

·    ହତ୍ୟା କରିବା

·    ମଦପିଇବା

·    ଟ୍ରାଫିକ ନିୟମ ନ ମାନିବା


7.   ଅପରାଧ ନିରାକରଣ ପାଇଁ ସହାୟକ ହେବାଭଳି ଉକ୍ତି ନିକଟରେ ଠିକ୍ (√) ଚିହ୍ନ ଓ ସହାୟକ ନ ହେବା ଭଳି ଉକ୍ତି ନିକଟରେ ଭୁଲ (X) ଚିହ୍ନ ଦିଅ |


·    ଚୋରିରୁ ରକ୍ଷା ପାଇବା ପାଇଁ ଦୁଆର ଓ ଝରକାଗୁଡିକ ମଜବୁତ କରିବା | √

·    ଆମ ପାଖରେ ଥିବା ଟଙ୍କା , ପଇସା ଓ ସୁନା ଗହଣାକୁ ସୁରକ୍ଷିତ ସ୍ଥାନରେ ରଖିବା |√

·    ଉତ୍ତମ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିବା |√

·    ଅପରାଧର କୁପରିଣାମ ସମ୍ପର୍କରେ ସଭା , ସମିତି ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକମାନଙ୍କୁ ଅବଗତ କରିବା √

·    ମଦପିଇ ଗୋଳମାଳ କଲେ ପୋଲିସକୁ ଜଣାଇବା |√

·    ଓଜନ ମାପରେ ଠକୁଥିବା ଲୋକଙ୍କୁ କୌଣସି ବାଧାଦେବା ନାହିଁ | X

·    ଚୋରକୁ ଧରିବା ପାଇଁ ଘରେ କୁକୁର ପାଳିବା |√

·    ସ୍ଥାନୀୟ ଜଣାଶୁଣା ଅପରାଧ୍ୟମାନଙ୍କ ଉପରେ ପୋଲିସ୍ ର କଡାନଜର ରଖିବା |√

·    ଦୋଷୀକୁ କଠିନ ଦଣ୍ଡଦେବାର ବ୍ୟବସ୍ଥା କରିବା |√

·    ଅପରାଧୀକୁ ଜାଣି ମଧ୍ୟ ପୋଲିସ୍ କୁ ନ ଜଣାଇବା | X

·    ସ୍ଥାନୀୟ ଲୋକମାନେ କିଛି ପଇସା ଦେଇ ରାତ୍ରି ଜଗୁଆଳି ରଖିବା |√

·    ରେଡିଓ, ଟେଲିଭିଜନ ଓ ସମ୍ବାଦପତ୍ର ଅପରାଧ ନିରାକରଣ ସମ୍ପର୍କରେ ପ୍ରଚାର କରିବା |√

·    ଅପରାଧୀର ଚରିତ୍ର ପରିବର୍ତ୍ତନ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବା |√

·    ଖରାପ ବ୍ୟବହାରକୁ ସହିବା | X

·    ଅପରାଧକୁ ଘୃଣା କରିବା ମାତ୍ର ଅପରାଧୀକୁ ନୁହେଁ | √




Ratings
No reviews yet, be the first one to review the product.