- SCHOOL BOARDS
- BSE/CHSE ODISHA
- CLASS 5
- SOCIAL SCIENCE
- Odia Medium Class 5 Social Science Chapter-10 ଆମ ସ୍ଵାଧୀନତା ଆନ୍ଦୋଳନ (Ama Swadhinata Andolana) Question Answers

Odia Medium Class 5 Social Science Chapter-10 ଆମ ସ୍ଵାଧୀନତା ଆନ୍ଦୋଳନ (Ama Swadhinata Andolana) Question Answers

Language : Odia
LRNR provides this material totally free
Odia Medium Class 5 Social Science Chapter-10 ଆମ ସ୍ଵାଧୀନତା ଆନ୍ଦୋଳନ (Ama Swadhinata Andolana) Question Answers
1. ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର |
କ) କେତେକେ ଇଂରେଜ ବଣିକ ୧୬୦୦ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରତିଷ୍ଠା କରିଥିଲେ |
ଖ) ସିପାହୀ ବିଦ୍ରୋହ ୧୮୫୭ ମସିହାରେ ହୋଇଥିଲା |
ଗ) ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ ୧୯୧୯ ରେ ଘଟିଥିଲା |
ଘ) ଇଂରେଜ ସରକାରଙ୍କ ଦମନମୂଳକ ଆଇନ୍ ବିରୋଧରେ ଅସହଯୋଗ ଆନ୍ଦୋଳନ ୧୯୨୦ ମସିହାରେ ଆରମ୍ଭ କରାଯାଇଥିଲା |
ଙ) ଭାରତଛାଡ ଆନ୍ଦୋଳନ ୧୯୪୨ ମସିହାରେ ୱାର୍ଦ୍ଧାଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ଅନୁମୋଦିତ ହୋଇଥିଲା |
2. ତଳେ ଦିଆଯାଇଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ନାମ ଏବଂ ସ୍ଥାନର ନାମ |
ସ୍ଵାଧୀନତା ସଂଗ୍ରାମୀଙ୍କ ନାମ ସେମାନେ ଯେଉଁ ସ୍ଥାନର ତା’ର ନାମ
ଉଦ୍ଦାମ ସିଂ ପଞ୍ଜାବ
ବୀର ସୁରେନ୍ଦ୍ର ସାଏ ସମ୍ବଲପୁର
ସୁଭାଷ ଚନ୍ଦ୍ର ବୋଷ କଟକ
ଉତ୍କଳ ମନି ଗୋପବନ୍ଧୁ ଦାସ ପୁରୀ
3. ସ୍ତମ୍ଭ ମିଳନ କର |
“କ”ସ୍ତମ୍ଭ “ଖ”ସ୍ତମ୍ଭ
ସିପାହୀ ବିଦ୍ରୋହ ୧୮୫୭
ଜାଲିଆନାୱାଲାବାଗ୍ ୧୯୧୯ ଏପ୍ରିଲ ୧୩
ଦାଣ୍ଡି ଯାତ୍ରା ୧୯୩୦
ଲବଣ ସତ୍ୟାଗ୍ରହ ୧୯୩୦
4. କ) ଲବଣ ଆଇନ ଅମାନ୍ଯ ଆନ୍ଦୋଳନ ସମ୍ପର୍କରେ ପାଞ୍ଚଟି ଧାଡ଼ି ଲେଖ |
i. ଇଂରେଜ ସରକାର ଆମ ଦେଶର ଆଲୋକେ ସମୁଦ୍ରରୁ ଲୁଣ ନ ମାରିବା ପାଇଁ ଆଇନ କଲେ |
ii. ଏହି ଆଇନ ଗାନ୍ଧିଜୀ ଓ ଆମ ଦେଶର ଲୋକମାନଙ୍କ ସ୍ଵାଭିମାନ ଉପରେ ବିଶେଷ ଆଞ୍ଚ ଆଣିଲା |
ତେଣୁ ଗାନ୍ଧିଜୀ ଏହି ଆଇନକୁ ବିରୋଧ କଲେ |
iii. ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଗାନ୍ଧିଜୀ ସତ୍ୟାଗ୍ରହୀମାନଙ୍କୁ ସାଥିରେ ନେଇ ଗୁଜୁରାଟର ଦାଣ୍ଡି ନାମକ ସ୍ଥାନକୁ ଲୁଣ ମାରିବାକୁ ଗଲେ |
ଏହା ଗାନ୍ଧିଜୀଙ୍କ ଦାଣ୍ଡିଯାତ୍ରା ନାମରେ ପରିଚିତ |
iv. ସେହିବର୍ଷ ଏପ୍ରିଲ ମାସ ୬ ତାରିଖରେ ଭାରତର ବିଭିନ୍ନ ଅଞ୍ଚଳରେ ଲବଣ ଆଇନ ଭାଙ୍ଗି ଲୁଣ ମରାଗଲା |
v. ଓଡ଼ିଶାର ଇଞ୍ଚୁଡି , ଅସ୍ତରଙ୍ଗ ଠାରେ ଲୁଣ ମରାଗଲା ଓ ଏହାର ନେତୃତ୍ୱ ନେଇଥିଲେ ନବକୃଷ୍ଣ ଚୌଧୁରୀ, ରମାଦେବୀ ଅନ୍ୟାନ୍ୟ ସ୍ଥାନୀୟ ବ୍ୟକ୍ତି |
ଖ) ଇଂରେଜ ଶାସନ ବିରୋଧରେ ଭାରତୀୟମାନେ କାହିଁକି ସଂଗ୍ରାମ କରିଥିଲେ ? ପାଞ୍ଚଟି ଧାଡ଼ି ଲେଖ |
i. ଇଂରେଜମାନେ ବାଣିଜ୍ୟ ଉଦ୍ଦେଶ୍ୟରେ ଭାରତକୁ ଆସି କ୍ରମେ କ୍ରମେ ଆମଦେଶକୁ ଶାସନ କଲେ ଓ ଭାରତରୁ ଧନ ସମ୍ପଦ ନିଜ ଦେଶକୁ ବୋହିନେଲେ |
ii. ଭାରତୀୟ ମାନଙ୍କୁ ଶୋଷଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଉପରେ ଅତ୍ୟାଚାର କଲେ |
iii. କୃଶକମାନଙ୍କ ଉପରେ ଓ ଦେଶର ଲୋକମାନେ ତିଆରି କରୁଥିବା ଜିନିଷ ଉପରେ ଖଜଣା ଓ ଟିକସ ବସାଇଲେ |
iv. ଇଂରେଜମାନେ ଭାରତୀୟମାନଙ୍କ ଧର୍ମ ନଷ୍ଟ ହେବାଭଳି କାର୍ଯ୍ୟ କରି ସେମାନଙ୍କୁ ମାନସିକ ଆଘାତ ଦେଲେ |
v. ଅନ୍ୟାୟ ଭାବେ ରାଜା ମହାରାଜଙ୍କୁ ଗାଦିଚ୍ୟୁତ କରାଇଲେ | ସେମାନଙ୍କ ରାଜ୍ୟକୁ ମଧ୍ୟ ତାଙ୍କ ଶାସନରେ ରଖିଲେ |
ଗ) ସିପାହୀ ବିଦ୍ରୋହ ସମୟରେ ଆମ ଓଡ଼ିଶାରେ ନେତୃତ୍ୱ କେଉଁ ସ୍ଵାଧୀନତା ସଂଗ୍ରାମୀମାନେ ନେଇଥିଲେ ?
ସିପାହୀ ବିଦ୍ରୋହ ସମୟରେ ଆମ ଓଡ଼ିଶାର ଚାଖି ଖୁଣ୍ଟିଆ (ଚନ୍ଦନ ହଜୁରୀ), ସମ୍ବଲପୁର ର ବୀର ସୁରେନ୍ଦ୍ର ସାଏ ତାଙ୍କର ଭାଇ ଓ ଅନୁଗତମାନେ ସିପାହୀ ବିଦ୍ରୋହ ସମୟରେ ଓଡ଼ିଶାର ନେତୃତ୍ୱ ନେଇଥିଲେ|
ଘ) “ମୋତେ ରକ୍ତ ଦିଅ “ ମୁଁ ତୁମକୁ ସ୍ଵାଧୀନତା ଦେବୀ” – ଏ କଥା କିଏ କହିଥିଲେ ?
“ମୋତେ ରକ୍ତ ଦିଅ “ ମୁଁ ତୁମକୁ ସ୍ଵାଧୀନତା ଦେବୀ” – ଏ କଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷ କହିଥିଲେ |
5. ଅସହଯୋଗ ଆନ୍ଦୋଳନ ସମ୍ପର୍କରେ ଯେକୌଣସି ପାଞ୍ଚଟି ବାକ୍ୟ ଲେଖ |
i. ଇଂରେଜ ସରକାରର ଦମନମୂଳକ ନୀତି ଓ ଆଇନ ବିରୋଧରେ ଭାରତୀୟମାନେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ୧୯୨୦ ମସିହାରେ ଆନ୍ଦୋଳନ କଲେ | ଏହା ଅସହଯୋଗ ଆନ୍ଦୋଳନ ନାମରେ ପରିଚିତ |
ii. ହିଂସା ପଥ ଅନୁସରଣ କଲେ ସ୍ଵାଧୀନତା ଆନ୍ଦୋଳନ ବାଧା ପ୍ରାପ୍ତ ହେବବୋଲି ଆଶଙ୍କା କରି ଗାନ୍ଧିଜୀ ଅହିଂସା ଓ ଶାନ୍ତିପୂର୍ଣ୍ଣ ଭାବେ ବ୍ରିଟିଶ ସରକାର ସହିତ ଅସହଯୋଗ କରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ |
iii. ଗାନ୍ଧୀଜୀଙ୍କ ଆହ୍ଵାନରେ ଛାତ୍ରଛାତ୍ରୀମାନେ ସ୍କୁଲ କଲେଜକୁ ପଢିବାକୁ ଗଲେ ନାହିଁ |
iv. ଚାରିଆଡେ ଇଂରେଜ ଶାସନ ବିରୋଧରେ ଆନ୍ଦୋଳନ କଲେ |
v. ପରିଶେଷରେ ଏହି ଆନ୍ଦୋଳନ ଗଣ ଆନ୍ଦୋଳନରେ ପରିଣତ ହୋଇଥିଲା |
Truly Indian Brand