- SCHOOL BOARDS
- BSE/CHSE ODISHA
- CLASS 5
- SOCIAL SCIENCE
- Odia Medium Class 5 Social Science Chapter-12 ସ୍ୱାସ୍ଥ୍ୟ ଓ ରୋଗ (Swasthya O Roga) Question Answers

Odia Medium Class 5 Social Science Chapter-12 ସ୍ୱାସ୍ଥ୍ୟ ଓ ରୋଗ (Swasthya O Roga) Question Answers

Language : Odia
LRNR provides this material totally free
Odia Medium Class 5 Social Science Chapter-12 ସ୍ୱାସ୍ଥ୍ୟ ଓ ରୋଗ (Swasthya O Roga) Question Answers
1. ଠିକ ଉକ୍ତି ପାଖରେ ଥିବା କୋଠରି ଭିତରେ √ ଚିହ୍ନ ଓ ଭୁଲ ଉକ୍ତି ପାଖରେ X ଚିହ୍ନ ଦିଅ |
(ପ୍ରଶ୍ନ ସହ ଉତ୍ତର)
କ) ଅନେକ ଜୀବାଣୁ ରୋଗ ସୃଷ୍ଟି କରିଥାନ୍ତି |
ଖ) ଯକ୍ଷ୍ମା ରୋଗ ଜଳଦ୍ଵାରା ବ୍ୟାପିଥାଏ |
ଗ) ଧନୁଷ୍ଟଙ୍କାର ନହେବା ପାଇଁ ଏ . ଟି . ଏସ ଦିଆଯାଇଥାଏ |
ଘ) ରକ୍ତହୀନତା ଧାତୁସାର ଅଭାବରେ ହୋଇଥାଏ |
ଙ) ଶରୀରରେ ଆୟୋଡିନ ଅଭାବ ହେଲେ ଗଳଗଣ୍ଡ ରୋଗ ହୋଇଥାଏ |
ଚ) ଅପପୃଷ୍ଟି ଜୀବସାର ଅଭାବରେ ହୋଇଥାଏ |
2.ସାରଣୀରେ ଥିବା ଖାଲିସ୍ଥାନ ପୂରଣ କର |(ପ୍ରଶ୍ନ ଉତ୍ତର)
ରୋଗର ନାମ କିପରି ବ୍ୟାପେ
ଯକ୍ଷ୍ମା ବାୟୁ ,ପ୍ରତ୍ୟକ୍ଷ ସଂସ୍ପର୍ଶ
ମ୍ୟାଲେରିଆ କୀଟପତଙ୍ଗ ମାଧ୍ୟମରେ (ମାଇଏନୋଫିଲିସ
ପ୍ଲେଗ କୀଟପତଙ୍ଗ ମାଧ୍ୟମରେ (ମୂଷା)
3. କ୍ଵାସିଓର୍କର ରୋଗର ଲକ୍ଷଣଗୁଡିକ କ’ଣ ?
· ଚର୍ମ ଶୁଖିଲା ଦେଖାଯାଏ ଓ ଚର୍ମରେ ଘା’ ହୁଏ |
· ମୁଣ୍ଡବାଳ କହରା ହୋଇଯାଏ ଏବଂ ଧୁରୁ ଧୁରୁ ଉପୁଡ଼ିଯାଏ |
· ଶିଶୁର ଗୋଡ , ହାତ ଓ ମୁହଁ ଫୁଲିଯାଏ |
4. ଠିକ୍ ଉତ୍ତର ଲେଖ |
କ) ନିମ୍ନଲିଖିତ କେଉଁ ଜଳ ରୋଗର ଉତ୍ସ ନୁହେଁ ?
ଉତ୍ତର : ଗଭୀର ନଳକୂପ
ଖ) ନିମ୍ନଲିଖିତ କେଉଁ ରୋଗଟି ଜଳ ଦ୍ଵାରା ବ୍ୟାପେ ?
ଉତ୍ତର : ହଇଜା
5. କେଉଁ ମାଧ୍ୟମରେ କେଉଁ ରୋଗ ବ୍ୟାପେ ?
ମାଧ୍ୟମ ବ୍ୟାପୁଥିବା ରୋଗଗୁଡିକ
ଜଳ ହଇଜା , ଝାଡାବାନ୍ତି , କାମଳ , ଟାଇଫଏଡ
ମଶା ମ୍ୟାଲେରିଆ , ବାତଜ୍ଵର , ଡେଙ୍ଗୁ ଜ୍ଵର
ମାଛି ହଇଜା , ଝାଡାବାନ୍ତି
6. ଟୀକା କାହିଁକି ନିଆଯାଏ ?
· ଟିକା ନେବାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ |
· ହଇଜା, ପୋଲିଓ , ଧନୁଷ୍ଟଙ୍କାର , ଯକ୍ଷ୍ମା ଆଦି ରୋଗର ପ୍ରତିଷେଧକ ଟିକା ନେଲେ ଭବିଷ୍ୟତରେ ଏସବୁ ରୋଗ ହେବାର ସମ୍ଭାବନା ନଥାଏ |
7.ବର୍ତ୍ତମାନ ଗୋଟିଏ ଦିନରେ ସାରା ଭାରତରେ ଜନ୍ମରୁ ୫ ବର୍ଷ ବୟସର ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି କାହିଁକି ?
·ପୋଲିଓ ଏକ ଭୂତାଣୁ ଜନିତ ସଂକ୍ରମକ ରୋଗ |
·ଏହି ରୋଗ ହେଲେ ବ୍ୟକ୍ତି ଶାରୀରିକ ଭାବେ ଅକ୍ଷମ ହୋଇଥାଏ |
·ଏହ ରୋଗକୁ ଆମ ଦେଶରୁ ସମୂଳେ ବିନାଶ କରିବାପାଇଁ ସରକାର ବଦ୍ଧ ପରିକର ହୋଇଛନ୍ତି |
ତେଣୁ ବର୍ତ୍ତମାନ ଗୋଟିଏ ଦିନରେ ସାରା ଭାରତରେ ଜନ୍ମରୁ ୫ ବର୍ଷ ବୟସର ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି |
8. ଚିନ୍ତା କରି ଲେଖ |
କ) ଧନୁଷ୍ଟଙ୍କାର ରୋଗ ନ ହେବା ପାଇଁ କ’ଣ କରିବ ?
ଉ) ଏହା ଏକ ଜୀବଣୁଜନୀତ ସଂକ୍ରାମକ ରୋଗ |
ଏହି ରୋଗ ନ ହେବା ପାଇଁ ଶରୀରରେ କ୍ଷତ ହେବାର ୨୪ ଘଣ୍ଟା ମଧ୍ୟରେ ଧନୁଷ୍ଟଙ୍କାର ନିରୋଧକ ଇଞ୍ଜେକ୍ସନ ଆଣ୍ଟି ଟିଟାନସ – ସିରମ (ଏ. ଟି. ଏସ) ନେବା ଆବଶ୍ୟକ |
ଖ) ଶୋଇବା ବେଳେ ଆମେ ମଶାରୀ କାହିଁକି ଟାଙ୍ଗୁ ?
· ମଶମାନଙ୍କ ମ୍ୟାଲେରିଆ , ବାତଜ୍ଵର ଓ ଡେଙ୍ଗୁଜ୍ଵର ଆଦି ରୋଗ ବ୍ୟାପିଥାଏ |
· ତେଣୁ ମଶା କାମୁଡା ଜନିତ ରୋଗରୁ ରକ୍ଷା ପାଇବା ପାଇଁ ଆମେ ଶୋଇବାବେଳେ ମଶାରି ଟାଙ୍ଗୁ |
ଗ) ଆମେ କେବଳ ଭାତ ନ ଖାଇ ତା ସହିତ ଡାଲି ତରକାରି ଆଦି କାହିଁକି ଖାଉ ?
· ଆମ ଶରୀର ପାଇଁ ସବୁପ୍ରକାର ଖାଦ୍ୟସାରର ଆବଶ୍ୟକତା ରହିଛି |
ଶରୀରରେ କୌଣସି ଖାଦ୍ୟସାରର ଅଭାବ ଘଟିଲେ ଆମକୁ ରୋଗ ହୁଏ |
· ଭାତ ଖାଇଲେ ସେଥିରୁ କେବଳ ଶ୍ଵେତସାର ମିଳିଥାଏ |
· ତେଣୁ ସବୁପ୍ରକାରର ଖାଦ୍ୟସାର ଶରୀରକୁ ମିଳିବା ପାଇଁ ଆମେ ସବୁପ୍ରକାରର ଖାଦ୍ୟ ଖାଇଥାଉ |
ଘ) ହାଡଫୁଟି ହୋଇଥିବା ରୋଗୀର ଲୁଗାପଟା ଫୁଟାପାଣିରେ ଧୋଇବା ଦରକାର କାହିଁକି ?
· ହାଡଫୁଟି ଏକ ଭୂତାଣୁ ଜନିତ ସଂକ୍ରାମକ ରୋଗ | ଏହା ବାୟୁଦ୍ଵାରା ଓ ପ୍ରତ୍ୟକ୍ଷ ସଂସ୍ପର୍ଷ ରେ ସୁସ୍ଥ ଲୋକ ଦେହକୁ ସଂକ୍ରମିତ ହୁଏ |
· ତେଣୁ ହାଡଫୁଟି ହୋଇଥିବା ରୋଗୀର ଲୁଗାପଟା ଫୁଟାପାଣିରେ ଧୋଇବା ଦରକାର | ଧୋଇବା ଦ୍ଵାରା ସେଥିରେ ଭୂତାଣୁ ଗୁଡିକ ମରିଯାନ୍ତି |
9. ତୁମ ଗାଁର ଜଣେ ଲୋକ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ, ଅନ୍ୟ ଲୋକମାନଙ୍କୁ ସେହି ରୋଗ ନ ହେବା ପାଇଁ ତୁମେ କ’ଣ କରିବା ?
· ପୀଡ଼ିତ ବ୍ୟକ୍ତିଙ୍କୁ ଅଲଗା କୋଠରିରେ ରଖିବା ବ୍ୟବସ୍ଥା କରିବୁ |
· ରୋଗୀର ବ୍ୟବହାର ଲୁଗାପଟା, ଅନ୍ୟାନ୍ୟ ଜିନିଷ ଫୁଟାପାଣିରେ ଧୋଇସଫା ରଖିବୁ |
· ରୋଗୀକୁ ଆବଶ୍ୟକୀୟ ସାବଧାନତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେବୁ |
Truly Indian Brand