- SCHOOL BOARDS
- BSE/CHSE ODISHA
- CLASS 5
- SOCIAL SCIENCE
- Odia Medium Class 5 Social Science Chapter-15 ପ୍ରାଥମିକ ଚିକିତ୍ସା (Prathamika Chikitsa) Question Answers

Odia Medium Class 5 Social Science Chapter-15 ପ୍ରାଥମିକ ଚିକିତ୍ସା (Prathamika Chikitsa) Question Answers

Language : Odia
LRNR provides this material totally free
Odia Medium Class 5 Social Science Chapter-15 ପ୍ରାଥମିକ ଚିକିତ୍ସା (Prathamika Chikitsa) Question Answers
1. ଠିକ ଉକ୍ତିର ଡାହାଣ ପାର୍ଶ୍ଵରେ √ ଚିହ୍ନ ଓ ଭୁଲ ଉକ୍ତିର ଡାହାଣପାର୍ଶ୍ଵରେ X ଚିହ୍ନ ଦିଅ |
କ) ପ୍ରାଥମିକ ଚିକିତ୍ସା କେବଳ ଡାକ୍ତରଙ୍କଦ୍ଵାରା କରାଯାଇଥାଏ |
ଖ) ଥର୍ମୋମିଟରରେ ଶରୀରର ତାପମାତ୍ରା ମାପିବାପାଇଁ ବ୍ୟବହାର କରାଯାଏ |
ଗ) ଶିଶୁକୁ ତରଳଝାଡା ହେଉଥିଲେ ପାଣି ପିଇବାକୁ ଓ ଖାଇବାକୁ ଦିଆଯାଏ ନାହିଁ |
ଘ) ନାକରୁ ରକ୍ତ ପଡିଲେ ପାଟିଦ୍ଵାରା ଶ୍ଵାସକ୍ରିୟା କରାଯାଏ |
ଙ) ପାଣିରେ ବୁଡିଯାଇଥିବା ଲୋକକୁ ଉପରକୁ ଆଣି ଚିତକରି ଶୁଆଇବା |
2. ପ୍ରାଥମିକ ଚିକିତ୍ସା ବାକ୍ସ ରଖାଯାଇଥିବା ତିନୋଟି ସ୍ଥାନର ନାମ ଲେଖ |
ଉତ୍ତର : ବିଦ୍ୟାଳୟ , ଅଫିସ , ଚିକିତ୍ସାଳୟ
3.ଥର୍ମୋମିଟରର ଚିତ୍ର ଅଙ୍କନ କର |
4. କାରଣ ଦର୍ଶାଅ |
କ) ଥର୍ମୋମିଟରକୁ ଜିଭ ତଳେ ବା କାଖ ସନ୍ଧିରେ ୨ ମିନିଟରୁ କମ ସମୟ ରଖାଯାଏ ନାହିଁ |
- ଶରୀରର ତାପମାତ୍ରା ମାପିବା ପାଇଁ ଏହିପରି କରାଯାଏ |
- କାରଣ ୨ ମିନିଟରେ ଥର୍ମୋମିଟରର ପାରଦସ୍ତମ୍ଭ ଶରୀରର ସଠିକ ତାପମାତ୍ରା ସୂଚାଏ |
- ୨ ମିନିଟରୁ କମ ସମୟ ରଖିଲେ ତାପମାତ୍ରା ଜାଣି ହୁଏ ନାହିଁ |
ଖ) ସାପ କାମୁଡ଼ିଲେ କ୍ଷତ ଜାଗାରେ ଉପରେ ଓ ତଳ ଅଂଶକୁ ବାନ୍ଧି ଦିଆଯାଏ |
- ଏପରି କରିବା ଦ୍ଵାରା ବିଷ ରକ୍ତ ମାଧ୍ୟମରେ ଦେହର ଅନ୍ୟ ଅଂଶକୁ ଯାଇପାରିବ ନାହିଁ |
- ଫଳରେ ଲୋକଟି ସୁସ୍ଥ ରହିବା ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରିହେବ |
5. କ’ଣ କରିବ ଲେଖ |
କ) ଆଙ୍ଗୁଠି ନିଆଁରେ ପୋଡ଼ିଗଲେ –
- ଉତ୍ତର : ଆଙ୍ଗୁଠି ନିଆଁରେ ପୋଡ଼ିଗଲେ ସଙ୍ଗେ ସଙ୍ଗେ ପୋଡାଜଳା ବନ୍ଦହେବା ପର୍ଯ୍ୟନ୍ତ ପୋଡ଼ିଯାଇଥିବା ଆଙ୍ଗୁଠିକୁ ଥଣ୍ଡା ପାଣିରେ ବୁଡାଇବା ଓ ବରଫ ଲଗାଇବା |
- ତାପରେ ପୋଡା ଜାଗାରେ ଔଷଧ ଲଗାଇବା |
ଖ) ପିଲାଟିଏ ପାଣିରେ ବୁଡ଼ି ଯାଉଥିଲେ –ଉତ୍ତର : ତାକୁ ପାଣିରୁ ବାହାର କରି ଆଣିବ |
- ତାକୁ ପେଟ ଉପରକୁ କରି ଶୁଆଇ ତା’ ମଝି ପେଟରେ ଦୁଇହାତ ରଖି ବାରମ୍ବାର ଚାପ ଦେଇ ତା’ ପେଟକୁ ଚାଲି ଯାଇଥିବା ପାଣି ବାହାର କରିଦେବା |
ଗ) ମୁଣ୍ଡ ଫାଟିଗଲେ –
ଉତ୍ତର : ମୁଣ୍ଡ ଫାଟିଗଲେ ଫାଟିଥିବା ସ୍ଥାନକୁ ସଫା କନାରେ ବାନ୍ଧିଦେବା | ତା’ପରେ ଡାକ୍ତରଙ୍କ ପାଖକୁ ନେଇ ଚିକିତ୍ସା କରାଇବା |
Truly Indian Brand