- SCHOOL BOARDS
- BSE/CHSE ODISHA
- CLASS 5
- SOCIAL SCIENCE
- Odia Medium Class 5 Social Science Chapter-16 ସମସ୍ତେ ଏକା ପରି ନୁହଁନ୍ତି (Samaste Eka Pari Nuhanti) Question Answers

Odia Medium Class 5 Social Science Chapter-16 ସମସ୍ତେ ଏକା ପରି ନୁହଁନ୍ତି (Samaste Eka Pari Nuhanti) Question Answers

Language : Odia
LRNR provides this material totally free
Odia Medium Class 5 Social Science Chapter-16 ସମସ୍ତେ ଏକା ପରି ନୁହଁନ୍ତି (Samaste Eka Pari Nuhanti) Question Answers
୧. ଠିକ୍ ଉତ୍ତରଟି ବାଛି ଲେଖ |
କ) ମାଛର ଗାଲିଶି ସ୍ଥଳଭାଗରେ ଥିବା ପ୍ରାଣୀମାନଙ୍କର କେଉଁ ଅଙ୍ଗପାରି କାର୍ଯ୍ୟ କରେ ?
ଉତ୍ତର : ଫୁସଫୁସ୍
ଖ) ଜଳରେ ବଞ୍ଚି ରହିବା ପାଇଁ ମାଛକୁ କେଉଁଟି ସାହାଯ୍ୟ କରେ ?
ଉତ୍ତର : ଗାଲିସି
ଗ) ମାଛ ସ୍ଥଳ ଭାଗରେ ମରିଯାଏ |
କାରଣ –
ଉତ୍ତର – ଶ୍ଵାସକ୍ରିୟା କରିପାରେ ନାହିଁ |
ଘ) ମାଙ୍କଦ୍ର କେଉଁ ଅଙ୍ଗ ଡାଳକୁ ଡାଳ ସହଜରେ ଡେଇଁବା ପାଇଁ ସାହାଯ୍ୟ କରେ ?
ଉତ୍ତର – ଗୋଡ
୨. କାରଣ ଦର୍ଶାଅ |
କ) ଓଟକୁ “ମରୁଭୂମିର ଜାହାଜ” ବୋଲି କୁହାଯାଏ |
- ଓଟ ମରୁଭୂମିରେ ବାସ କରେ | ତାର ପାଦ ଓସାରିଆ ଓ ଗୋଟାଳିଆ ହୋଇଥିବାରୁ ବାଲିରେ ପୋତି ହୋଇଯାଏ ନାହିଁ | ତାର ଗୋଡ ଲମ୍ବା ହୋଇଥିବାରୁ ସେ ମରୁଭୂମିରେ ଶୀଘ୍ର ଚାଲିପାରେ |
- ଓଟ ପିଠିରେ ଥିବା କୁଜରେ ଖାଦ୍ୟ ଚର୍ବି ରୂପେ ସଞ୍ଚିତ ହୋଇଥାଏ | ତେଣୁ ଓଟ ଖାଦ୍ୟ ଓ ପାଣିବିନା ୬ ରୁ ୧୦ ଦିନ ପର୍ଯ୍ୟନ୍ତ ବଞ୍ଚି ରହିପାରେ |
- ଲୋକମାନେ ଓଟକୁ ଗମନାଗମନ ଓ ଜିନିଷପତ୍ର ନେବା ଆଣିବା କରନ୍ତି ତେଣୁ ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ |
ଖ) ଚିଲ ଓ ଶାଗୁଣା ଉପରେ ଉଡ଼ିଲେ ମଧ୍ୟ ତଳେ ଥିବା ସେମାନଙ୍କର ଖାଦ୍ୟକୁ ସହଜରେ ଦେଖିପାରନ୍ତି |
i.ଚିଲ ଓ ଶାଗୁଣାର ଦୃଷ୍ଟିଶକ୍ତି ପ୍ରଖର |
ii. ତେଣୁ ଯେତେ ଉପରେ ଉଡ଼ିଲେ ମଧ୍ୟ ସେମାନେ ଖାଦ୍ୟକୁ ଦେଖିପାରନ୍ତି |୩. ପଦ୍ମପତ୍ର ପରି ଆଉ କେଉଁ କେଉଁ ଉପରେ ପାଣିଲାଗି ରହେ ନାହିଁ , ଲେଖ |
୩. ପଦ୍ମପତ୍ର ପରି ଆଉ କେଉଁ କେଉଁ ଉପରେ ପାଣିଲାଗି ରହେ ନାହିଁ , ଲେଖ |
ଉତ୍ତର : କଇଁ , ସାରୁ ପତ୍ର
୪. ଖାତାରେ ମାଛର ଚିତ୍ର ଅଙ୍କନ କରି ବିଭିନ୍ନ ଅଙ୍ଗର ନାମକରଣ କର |
ଉତ୍ତର :
୫. ଶବ୍ଦ ଧନ୍ଦାରେ ବିଭିନ୍ନ ପଶୁପକ୍ଷୀଙ୍କର ନାମ ଖୋଜିବାହାର କର | ପରିବେଶ ସହିତ ଖାପଖୁଆଇ ଚଳିବାରେ ପ୍ରତ୍ୟେକର ଗୋଟିଏ ଲେଖାଏଁ ବିଶେଷ ଗୁଣ ଲେଖ |
ଉତ୍ତର :
ମାଙ୍କଡ – ସେ ଗଛର ଫଳ ପତ୍ର ଖାଏ ଓ ତା’ର ଚାରୋଟି ଯାକ ଗୋଡକୁ ହାତ ଭଳି ବ୍ୟବହାର କରେ | ନିଜ ଖାଦ୍ଯ ନିଜେ ସଂଗ୍ରହ କରିପାରେ |
ମାଛ – ଏହା ଏକ ଜଳଚର ଜୀବ | ଗାଳିସି ଦ୍ଵାରା ଶ୍ଵସକ୍ରିୟା କରେ |
ଶାଗୁଣା – ଦୃଷ୍ଟିଶକ୍ତି ଅତି ପ୍ରଖର |
ଚିଲ – ଚିଲ ଦୃଷ୍ଟିଶକ୍ତି ଅତି ପ୍ରଖର | ଆକାଶରେ ଅତି ଉଚ୍ଚରେ ଉଡିପାରେ |
୬. ଖାଦ୍ୟ ଓ ଜଳ ମିଳୁନଥିବା ପରିବେଶରେ ଓଟ କିପରି ବହୁତ ଦିନ ବଞ୍ଚିପାରେ ?
i.ଓଟ ପିଠିରେ କୁଜ ରହିଛି | ଯେଉଁଥିରେ ଚର୍ବିରୂପରେ ଖାଦ୍ୟ ସଞ୍ଚିତ ହୋଇଥାଏ |
ii.ଖାଦ୍ୟ ଓ ଜଳର ଅଭାବ ହେଲେ ଓଟ ସଞ୍ଚିତ ଖାଦ୍ୟ ଓ ଜଳକୁ ବ୍ୟବହାର କରି ୬ ରୁ ୧୦ ଦିନ ପର୍ଯ୍ୟନ୍ତ ବଞ୍ଚି ରହିପାରେ |
୭. ଚମରୀଗାଈ ଅତ୍ୟଧିକ ଥଣ୍ଡା ଅଞ୍ଚଳରେ କିପରି ରହିପାରେ ?
i.ଚମରୀ ଗାଈ ହିମାଳୟ ପରି ଥଣ୍ଡା ଅଚଳରେ ରୁହେ |
ii.ତାର ଦେହରେ ଘନ ଲମ୍ବା ଲୋମ ଥାଏ | ଚର୍ମ ତଳେ ମୋଟା ଚର୍ବିରେ ଆସ୍ତରଣ ରହିଥାଏ |
iii.ଯାହାତାକୁ ଅତ୍ୟଧିକ ଥଣ୍ଡାରୁ ରକ୍ଷା କରେ |
Truly Indian Brand