- SCHOOL BOARDS
- BSE/CHSE ODISHA
- CLASS 5
- SOCIAL SCIENCE
- Odia Medium Class 5 Social Science Chapter-18 ଶକ୍ତି ଓ କାର୍ଯ୍ୟ (Sakti O Karjya) Question Answers

Odia Medium Class 5 Social Science Chapter-18 ଶକ୍ତି ଓ କାର୍ଯ୍ୟ (Sakti O Karjya) Question Answers

Language : Odia
LRNR provides this material totally free
Odia Medium Class 5 Social Science Chapter-18 ଶକ୍ତି ଓ କାର୍ଯ୍ୟ (Sakti O Karjya) Question Answers
୧.
କ) ତୁମେ ତୁମ ଘରେ କେଉଁ କେଉଁ ଶକ୍ତିର ବ୍ୟବହାର କରୁଛ ?
ଉତ୍ତର : ଆମେ ଆମ ଘରେ ବିଦ୍ୟୁତ୍ ଶକ୍ତି , ତାପଶକ୍ତି , ଆଲୋକ ଶକ୍ତି , ଯାନ୍ତ୍ରିକ ଶକ୍ତି ଆଦି ବିଭିନ୍ନ ପ୍ରକାର ଶକ୍ତି ବ୍ୟବହାର କରୁଛୁ |
ଖ) ତାପ ଶକ୍ତିର ତିନୋଟି ଉତ୍ସର ନାମ ଲେଖ |
ଉତ୍ତର : ତାପ ଶକ୍ତିର ତିନୋଟି ଉତ୍ସର ନାମ ହେଲା – ସୂର୍ଯ୍ୟ , ବିଦ୍ୟୁତ , କୋଇଲା
ଗ) ଇନ୍ଧନ କହିଲେ କ’ଣ ବୁଝ ?
ଉତ୍ତର : ଯେଉ ପଦାର୍ଥକୁ ଜାଳେଣୀ ରୂପେ ବ୍ୟବହାର କରାଯାଏ ତାକୁ ଇନ୍ଧନ କୁହାଯାଏ |
କାଠ , କୋଇଲା , ପେଟ୍ରୋଲ , କିରୋସିନି ଓ ଡିଜେଲ ଇତ୍ୟାଦି ଇନ୍ଧନ ଅଟେ |
୨. ତୁମ ଘରେ ବିଦ୍ୟୁତ୍ ନାହିଁ ବା ଲାଇନ କଟିଯାଇଛି | ରାତିରେ ପାଠ ପଢିବା ପାଇଁ ତୁମେ କେଉଁ କେଉଁ ଇନ୍ଧନ ବ୍ୟବହାର କରିପାରିବ ?
ଉତ୍ତର : ଆମ ଘରେ ଲାଇନ୍ କଟି ଯାଇଥିଲେ ମୁଁ ରାତିରେ ପାଠ ପଢିବା ପାଇଁ କିରୋସିନି କୁ ବ୍ୟବହାର କରିବି |
୩. ବାଣ ଫୁଟିଲେ କେଉଁ କେଉଁ ଶକ୍ତି ଉତ୍ପନ୍ନ ହୁଏ ?
ଉତ୍ତର : ବାଣ ଫୁଟିଲେ ଜାପ ଶକ୍ତି, ଆଲୋକ ଶକ୍ତି ଓ ଧ୍ୱନି ଶକ୍ତି ଉତ୍ପନ୍ନ ହୁଏ |
୪. କାରଣ ଲେଖ |
କ) ଖାଦ୍ୟ ଖାଇଲେ ଆମେ କାର୍ଯ୍ୟ କରିପାରୁ |
ଉତ୍ତର : ଖାଦ୍ୟରୁ ଆମକୁ ଶକ୍ତି ମିଳେ | ତେଣୁ ଖାଦ୍ୟ ଖାଇବା ଫଳରେ ଶରୀରକୁ କାର୍ଯ୍ୟ କରିବା ପାଇଁ ଶକ୍ତି ମିଳେ |
ଖ) ପେଟ୍ରୋଲ ସରିଗଲେ ମଟର ସାଇକେଲ ବନ୍ଦ ହୋଇଯାଏ |
ଉତ୍ତର : ପେଟ୍ରୋଲ ସରିଗଲେ ଆଉ ତାପଶକ୍ତି ଜାତ ହୁଏ ନାହିଁ କି ମଟର ସାଇକେଲକୁ ଯାନ୍ତ୍ରିକ ଶକ୍ତି ମିଳିବ ନାହିଁ | ତେଣୁ ମଟର ସାଇକେଲ ବନ୍ଦ ହୋଇଯାଏ |
ଗ) ବନ୍ୟା ସମୟରେ ଘରଦ୍ଵାର ଭାସିଯାଏ |
ଉତ୍ତର : ନଦୀବନ୍ଧ ହଠାତ୍ ବନ୍ୟାଜଳ ଚାରିଆଡେ ମାଡ଼ିଯାଏ | ଜଳସ୍ରୋତ ପ୍ରଖର ଥିବା କାରଣରୁ ସେଥିରୁ ଯେଉଁ ଯାନ୍ତ୍ରିକ ଶକ୍ତି ଥାଏ ତାହା ଦ୍ଵାରା ଘରଦ୍ଵାର , ଗାଈ , ବଳଦ , ଜିନିଷ ପତ୍ର ଇତ୍ୟାଦିକୁ ଭସାଇ ନିଏ |
ଘ) ସୌରଶକ୍ତିର ଅଧିକ ବ୍ୟବହାର ଆବଶ୍ୟକ |
ଉତ୍ତର : ସୌରଶକ୍ତିର ଏକ ଅସରନ୍ତି ଶକ୍ତିର ଉତ୍ସ | ଏହି ଶକ୍ତିକୁ ବ୍ୟବହାର କରି ସୌରଚୁଲା ସାହାଯ୍ୟରେ ରନ୍ଧନ କାର୍ଯ୍ୟ କରଯାଉଛି | ସୂର୍ଯ୍ୟରଶ୍ମି ର ଶକ୍ତିକୁ ସୌର ବ୍ୟାଟେରୀରେ ଗଚ୍ଛିତ କରି ତାହା ସାହାଯ୍ୟରେ ବିଦ୍ୟୁତ୍ ଉତ୍ପାଦନ କରାଯାଉଛି |
ତେଣୁ ଭବିଷ୍ୟତରେ ବିଦ୍ୟୁତ୍ ସଙ୍କଟରୁ ରକ୍ଷାପାଇବା ପାଇଁ ସୌରଶକ୍ତିର ଅଧିକ ବ୍ୟବହାର ଆବଶ୍ୟକ |
ଙ) ଝଡ଼ରେ ନଡା ଛପର ଉଡିଯାଏ |
ଉତ୍ତର : ଝଡ ସମୟରେ ପ୍ରବଳ ବେଗରେ ପବନ ବହେ | ପବନ ସ୍ରୋତରେ ଯାନ୍ତ୍ରିକ ଶକ୍ତି ଥାଏ | ଏହି ଶକ୍ତି ଦ୍ଵାରା ଡାଳପତ୍ର, ଆଜବେଷ୍ଟସ ଓ ଚାଳଘରର ନଡା ଛପର ଉଡିଯାଏ | ତେଣୁ ଝଡ଼ରେ ନଡା ଛପର ଉଡିଯାଏ |
୫. ନିମ୍ନ ଉକ୍ତିଗୁଡିକ ମଧ୍ୟରୁ ଯେଉଁ ଗୁଡିକ ଠିକ୍ ତା’ପାଖରେ √ ଚିହ୍ନ ଦିଅ |
କ) କୋଇଲା ଏକ ଅସରନ୍ତି ଶକ୍ତିର ଉତ୍ସ | X
ଖ) ସୌରଶକ୍ତି ହେଉଛି ସବୁ ଶକ୍ତିର ମୂଳ ଉତ୍ସ | √
ଗ) ଶକ୍ତି କାର୍ଯ୍ୟ କରିବାକୁ ସାମର୍ଥ ଦିଏ | √
ଘ) ପୋଖରୀର ସ୍ଥିର ଜଳରୁ ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ | X
୬. ଗୋଟିଏ ପବନ ଚକ୍ରୀ ଚିତ୍ର ଅଙ୍କନ କର |
Truly Indian Brand