Odia Medium Class 5 Social Science Chapter-19 ବାୟୁ (Bayu) Question Answers

Language : Odia

LRNR provides this material totally free

Odia Medium Class 5 Social Science Chapter-19 ବାୟୁ (Bayu) Question Answers


୧. ବନ୍ଧନୀ ମଧ୍ୟରୁ ଉପଯୁତକ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର |


କ) ସମୁଦ୍ର ବୁଡାଳିମାନେ ସାଙ୍ଗରେ ଅମ୍ଳଜାନ ଥଳି ନେ ସମୁଦ୍ର ଭିତରକୁ ଯାଆନ୍ତି |


ଖ) ବାୟୁମଣ୍ଡଳରେ ଅମ୍ଳଜାନ ଗ୍ୟାସ ୨୧ ଭାଗ ଥାଏ |


ଗ) କାଠ ଜଳିଲେ ସେଥିରୁ ଅଙ୍ଗାରକାମ୍ଳ ଗ୍ୟାସ୍ ବାହାରେ |


ଘ) ଦହନରେ ଅମ୍ଳଜାନ ଗ୍ୟାସ୍ ସହାୟକ ହୁଏ |


୨. ଅମ୍ଳଜାନର ଦୁଇଟି ବ୍ୟବହାର ଲେଖ |


ଉତ୍ତର : ଘରର ଝରକା , କବାଟ ବନ୍ଦ କରି ଅଧିକ ଲୋକ ବହୁତ ସମୟ ଧରି ରହିଲେ ଘର ଭିତରେ ଆବଦ୍ଧ ଥିବା ବାୟୁକୁ ଅମ୍ଳଜାନ ଗ୍ରହଣ ଅମ୍ଳଜାନକୁ ସଜୀବମାନେ ଶ୍ଵାସକ୍ରିୟାରେ ବ୍ୟବହାର କରନ୍ତି |


ଅମ୍ଳଜାନ ଜାଳିବାରେ ସହାୟକ |


୩. ଚିନ୍ତା କରି କୁହ |


କ) ଘରର ଝରକା , କବାଟ ବନ୍ଦ କରି ଅଧିକ ଲୋକ ବହୁତ ସମୟ ଧରି ରହିଲେ କାହିଁକି ଅସ୍ଵସ୍ତି ଲାଗେ ?


ଉତ୍ତର : ଘରର ଝରକା , କବାଟ ବନ୍ଦ କରି ଅଧିକ ଲୋକ ବହୁତ ସମୟ ଧରି ରହିଲେ ଘର ଭିତରେ ଆବଦ୍ଧ ଥିବା ବାୟୁକୁ ଅମ୍ଳଜାନ ଗ୍ରହଣ କରନ୍ତି ଓ ଅଙ୍ଗାରକାମ୍ଳ ଛାଡ଼ନ୍ତି |


  • ଫଳରେ ଘର ଭିତରର ବାୟୁରେ ଅମ୍ଳଜାନ ପରିମାଣ କମିଯାଏ ଓ ଅଙ୍ଗାରକାମ୍ଳ ପରିମାଣ ବଢିଯାଏ |


  • ତେଣୁ କବାଟ ବନ୍ଦ କରି ଅଧିକ ଲୋକ ବହୁତ ସମୟ ଧରି ରହିଲେ ଅସ୍ଵସ୍ତି ଲାଗେ |


ଖ) ବର୍ଷାଦିନେ ଓଦାଲୁଗା କାହିଁକି ଶୀଘ୍ର ଶୁଖେନାହିଁ ?


ଉତ୍ତର : ବର୍ଷାଦିନେ ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପ ରହିଥାଏ |


  • ତେଣୁ ବାୟୁ ଓଦାଲୁଗାରୁ ଶୀଘ୍ର ଜଳୀୟବାଷ୍ପ ଗ୍ରହଣ କରିପାରେ ନାହିଁ |


  • ତେଣୁ ଓଦାଲୁଗା ଶୀଘ୍ର ଶୁଖେନାହିଁ |


ଗ) ଫୁଟବଲ୍ କୁ କାହିଁକି ସହଜରେ ଚାପି ହୁଏ ନାହିଁ ?


ଉତ୍ତର : ଫୁଟବଲ୍ ଭିତରେ ବାୟୁପୁର୍ଣ୍ଣ ହୋଇଥାଏ | ତେଣୁ ଫୁଟବଲ୍ କୁ ସହଜରେ ଚାପି ହୁଏନାହିଁ |


୪. ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ନ ଥିଲେ କଣ ହୁଅଣନ୍ତା ?


ଉତ୍ତର : ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ନ ଥିଲେ ଗଛ ଖାଦ୍ୟ ପ୍ରସ୍ତୁତ କରିପାରନ୍ତା ନାହିଁ |


  • କୌଣସି ସ୍ଥାନରେ ବଡ ବଡ ଘର , କାର୍ଯ୍ୟାଳୟ ରେ ନିଆଁ ଲାଗି ଗଲେ ଅଙ୍ଗାରକାମ୍ଳ ଗ୍ୟାସ୍ କୁ ବ୍ୟବହାର କରାଯାଇ ନିଆଁ ଲିଭାଯାଏ ତେଣୁ ଅଙ୍ଗାରକାମ୍ଳ ନ ଥିଲେ ଏହି ଅସୁବିଧା ହୁଏ |

୫. ଚିତ୍ର କରି ବାୟୁରେ ଯବକ୍ଷାରଜାନର ପରିମାଣକୁ ସୂଚିତ କର |


୬. “ବାୟୁ ସ୍ଥାନ ଅଧିକାର କରେ “ – ଏହା ଜାଣିବା ପାଇଁ ତୁମେ ପରୀକ୍ଷାଟି କର |


ଉତ୍ତର : ପରୀକ୍ଷା ପାଇଁ ଆବଶ୍ୟକ ଉପକରଣ – ଗୋଟିଏ ଗ୍ଳାସ , ଗୋଟିଏ ଡ୍ରପର ଓ କିଛି ଜଳ |


ପରୀକ୍ଷା – ଗ୍ଲାସରେ କିଛି ପାଣି ନିଆଯାଉ | ଗୋଟିଏ ଡ୍ରପର ଆଣି ତା ଭିତରେ ବୁଡାଇ ଡ୍ରପରର ଉପର ମୁଣ୍ଡକୁ ଚିପିଲେ ଡ୍ରପରରୁ ବାୟୁ ଫୋଟକାଗୁଡିଏ ବାହାରିଯିବ | ଡ୍ରପରର ଚିପି ଧରିଥିବା ମୁଣ୍ଡକୁ ଛାଡି ଦେଲେ ଡ୍ରପର ଭିତରକୁ ଗ୍ଲାସରୁ ଜଳ ଉଠିଆସିବ | ଡ୍ରପର ଭିତରୁ ବାୟୁ ବାହାରିଯିବାରୁ ସୃଷ୍ଟି ହୋଇଥିବା ଖାଲିସ୍ଥାନକୁ ପାଣି ପୂର୍ଣ୍ଣ କଲା |


ଏହି ପରୀକ୍ଷାରୁ ଆମେ ଜାଣିଲୁ ବାୟୁ ସ୍ଥାନ ଅଧିକାର କରେ |


୭. ଗୋଟିଏ ଗ୍ଳାସ ଚିତ୍ର ଆଙ୍କ | ସେଥିରେ ବାୟୁ କେତେ ପର୍ଯ୍ୟନ୍ତ ଅଛି ଗାର ଟାଣି ଦର୍ଶାଅ |


ଏହି ଗ୍ଳାସ୍ ଟିରେ ବାୟୁ ପୂର୍ଣ୍ଣ ହୋଇ ରହିଛି | ଏ ପର୍ଯ୍ୟନ୍ତ ବାୟୁ ରହିଛି |


୮. ଗଛଲତାମାନେ ବାୟୁରେ ଥିବା ଅମ୍ଳଜାନ ବ୍ୟବହାର କରନ୍ତି କି ? ବୁଝାଇ ଲେଖ |


ଉତ୍ତର : ହଁ, ଗଛଲତାମାନେ ବାୟୁରେ ଥିବା ଅମ୍ଳଜାନ ବ୍ୟବହାର କରନ୍ତି | ଗଛଲତା ମାନେ ଦିନବେଳେ ଖାଦ୍ୟ ପ୍ରସ୍ତୁତ ସମୟରେ ବାୟମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସ ଗ୍ରହଣ କରି ଅମ୍ଳଜାନ ଗ୍ୟାସ୍ ଛାଡ଼ନ୍ତି | କିନ୍ତୁ ରାତିରେ ଆମ ପରି ସେମାନେ ଶ୍ଵାସକ୍ରିୟାରେ ଅମ୍ଳଜାନ ଗ୍ରହଣ କରନ୍ତି ଓ ଅଙ୍ଗାରକାମ୍ଳ ଛାଡ଼ନ୍ତି


୯. କୋଇଲା ଖଣି ଅଞ୍ଚଳ, ବିଦ୍ୟାଳୟ ଓ ଡାକ୍ତରଖାନା ମଧ୍ୟରୁ କେଉ ସ୍ଥାନରେ ଅଧିକ ଧୂଳିକଣା ଦେଖିବାକୁ ପାଇବ ଓ କାହିଁକି ?


ଉତ୍ତର : କୋଇଲା ଖଣି ଅଞ୍ଚଳ, ବିଦ୍ୟାଳୟ ଓ ଡାକ୍ତରଖାନା ମଧ୍ୟରୁ କୋଇଲା ଖଣି ଅଞ୍ଚଳରେ ଅଧିକ ଧୂଳିକଣା ଦେଖିବାକୁ ପାଇବ | କାରଣ କୋଇଲାଖଣି ଅଞ୍ଚଳରେ କୋଇଲା ଗୁଣ୍ଡ ଧୁଳି ଭାବରେ ସବୁଆଡେ ଉଡି ବୁଲୁଥାଏ | ସେଥିପାଇଁ ସେ ଅଞ୍ଚଳର ଗଛଲତା , ରାସ୍ତାଘାଟ ଆଦି କଳା ଦେଖାଯାଏ |

Ratings
No reviews yet, be the first one to review the product.