Odia Medium Class 5 Social Science Chapter-2 ଆମେ କିପରି ଆମକୁ ଶାସନ କରୁ ଅଭ୍ୟାସ (Ame Kipari Amaku Sasana Karu) Question Answers

Language : Odia

LRNR provides this material totally free

Odia Medium Class 5 Social Science Chapter-2 ଆମେ କିପରି ଆମକୁ ଶାସନ କରୁ ଅଭ୍ୟାସ (Ame Kipari Amaku Sasana Karu) Question Answers


୧. ଠିକ୍ ଉତ୍ତର ବାଛି ଲେଖ |


କ) ରାଜ୍ୟପାଳଙ୍କୁ କିଏ ନିଯୁକ୍ତ କରନ୍ତି ?


ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତି

ପ୍ରଧାନ ବିଚାରପତି


ଖ) କିଏ ନିର୍ବାଚିତ ହୋଇ ନଥାନ୍ତି ?


ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ

ରାଜ୍ୟପାଳ

ରାଷ୍ଟ୍ରମନ୍ତ୍ରୀ


ଗ) ନିମ୍ନଲିଖିତ ମଧ୍ୟରୁ କେଉଁ ପ୍ରକାର ଶାସନ ଆମ ଦେଶରେ ଚାଲୁଛି ?


ଗଣତନ୍ତ୍ର ଶାସନ

ସାମରିକ ଶାସନ

ରାଜାଙ୍କର ଶାସନ

ଏକଛତ୍ରବାଦ ଶାସନ


୨. ଭାରତର ସଂସଦ (ପାର୍ଲାମେଣ୍ଟ) କେଉଁମାନଙ୍କୁ ନେଇ ଗଠିତ ?


ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତିଙ୍କୁ ନେଇ ସଂସଦ ଗଠିତ |


୩. ଭାରତର ରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ?


ଲୋକସଭା , ରାଜ୍ୟସଭା ଓ ରାଜ୍ୟ ବିଧାନସଭାର ସଭ୍ୟମାନଙ୍କ ଦ୍ଵାରା ଭାରତର ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି ?


୪. ଲୋକସଭା –


·    ଏହା ଏକ ସ୍ଥାୟୀ ସଭା ନୁହେଁ | ଏହାର କାର୍ଯ୍ୟକାଳ ୫ ବର୍ଷ |


·    ଏହି ସଭାର ସଭ୍ୟମାନେ ପ୍ରତ୍ୟକ୍ଷ ଭାବେ ଲୋକମାନଙ୍କ ଦ୍ଵାରା ନିର୍ବାଚିତ ହୁଅନ୍ତି |


·    ବାଚସ୍ପତି ଏହି ସଭାର ସଭାପତି | ଏହାର ମୋର ସଭ୍ଯ ୫୪୫ | ଆଙ୍ଗ୍ଲୋ ଇଣ୍ଡିଆନ ସମ୍ପ୍ରଦାୟର କେହି ନ ଥିଲେ ରାଷ୍ଟ୍ରପତି ୨ ଜଣଙ୍କୁ ମନୋନୀତ କରନ୍ତି |


·    ଏହି ସଭାର ପ୍ରତ୍ୟେକ ସଭ୍ଯ ୫ ବର୍ଷ ରହନ୍ତି |


ରାଜ୍ୟସଭା :


·    ଏହା ଏକ ସ୍ଥାୟୀ ସଭା ଅଟେ |


·    ଏହ ସଭାର ସଭ୍ୟମାନେ ବିଧାନସଭାର ସଭ୍ୟମାନଙ୍କ ଦ୍ଵାରା ନିର୍ବାଚିତ ହୁଅନ୍ତି |


·    ଉପରାଷ୍ଟ୍ରପତି ଏହି ସଭାର ସ୍ଥାୟୀ ସଭାପତି |


·    ଏହାର ମୋଟ ସଭ୍ୟ ସଂଖ୍ୟା ୨୫୦ | ଏଥିରୁ ୧୦ ଜଣଙ୍କୁ ରାଷ୍ଟ୍ରପତି ମନୋନୀତ କରନ୍ତି |


·    ଏହି ସଭାର ପ୍ରତ୍ୟେକ ସଭ୍ୟ ୬ ବର୍ଷ ରହନ୍ତି | ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ସଭ୍ୟ ଅବସର ନିଅନ୍ତି |


୫. ନିମ୍ନରେ କେତୋଟି କାର୍ଯ୍ୟ ଦିଆଯାଇଛି | ସେହି କାର୍ଯ୍ୟଗୁଡ଼ିକ କରିବା ପାଇଁ କେଉଁ ସ୍ତରରେ ନିଷ୍ପତ୍ତି ନିଆଯାଏ √ ଚିହ୍ନ ଦ୍ଵାରା ଦର୍ଶାଅ |


କ) ଚଳିତ ବର୍ଷ ଓଡ଼ିଶାର ସମସ୍ତ କୃଷକଙ୍କୁ ମାଗଣାରେ ବିଜୁଳି ଶକ୍ତିପ୍ରଦାନ |

ଉତ୍ତର : ରାଜ୍ୟ


ଖ) ଏକ ନୂଆ ୧୦୦୦ ଟଙ୍କିଆ ନୋଟର ପ୍ରଚଳନ |

କେନ୍ଦ୍ର


ଗ) ଜାମ୍ମୁରୁ ଭୁବନେଶ୍ବର ପର୍ଯ୍ୟନ୍ତ ଦୁଇଟି ଟ୍ରେନ ଚଳାଇବା ନିଷ୍ପତ୍ତି |

କେନ୍ଦ୍ର


୬. ସାରଣୀରେ ଥିବା ଖାଲି ଘରଗୁଡିକ ପୂରଣ କର |


ନାମ କାର୍ଯ୍ୟକାଳ ସଭ୍ୟସଂଖ୍ୟା କେଉଁଠି ଅଛି

ବିଧାନସଭା ୫ ବର୍ଷ ୧୪୭ ଭୁବନେଶ୍ୱର

ଲୋକସଭା ୫ ବର୍ଷ ୫୪୫ ଦିଲ୍ଲୀ

ରାଜ୍ୟସଭା ସ୍ଥାୟୀସଭା ୨୫୦ ଦିଲ୍ଲୀ

 

୭. ତୁମେ ଯଦି ପ୍ରଧାନମନ୍ତ୍ରୀ ହେବ କ’ଣ କରିବ ?

ଦେଶରେ ଘଟୁଥିବା ହିଂସାତ୍ମକ କାର୍ଯ୍ୟ ବିରୋଧରେ କଠୋର ପଦକ୍ଷେପ ନେବି |

ଧନୀ ଗରିବ ମଧ୍ୟରେ ଅସମତା ଦୂର କରିବା ପାଇଁ ଉଦ୍ୟମ କରିବି |


Ratings
No reviews yet, be the first one to review the product.