- SCHOOL BOARDS
- BSE/CHSE ODISHA
- CLASS 5
- SOCIAL SCIENCE
- Odia Medium Class 5 Social Science Chapter-20 ବାୟୁ ପ୍ରଦୂଷଣ (Bayu Pradusana) Question Answers

Odia Medium Class 5 Social Science Chapter-20 ବାୟୁ ପ୍ରଦୂଷଣ (Bayu Pradusana) Question Answers

Language : Odia
LRNR provides this material totally free
Odia Medium Class 5 Social Science Chapter-20 ବାୟୁ ପ୍ରଦୂଷଣ (Bayu Pradusana) Question Answers
୧. ବାୟୁ ପ୍ରଦୂଷିତ ନ ହେବା ପାଇଁ ଆମେ ଯାହା କରିବା ସେହି ଉକ୍ତି ପାଖରେ “ ଚିହ୍ନ ଓ ଯାହା କରିବା ନାହିଁ ସେହି ଉକ୍ତି ପାଖରେ “X” ଚିହ୍ନ ଦିଅ |
କ) ରୋଷେଇ ଘରେ ଚିମନୀ ଲଗାଇବା | √
ଖ) ସନ୍ଧ୍ୟାବେଳେ ଘର ଭିତରେ ଝୁଣାଧୂଆଁ ଦେବା | X
ଗ) କାଶିବା ଓ ଛିଙ୍କିବା ସମୟରେ ମୁହଁରେ ରୁମାଲ ଦେବା | √
ଘ) ଘର ଚାରିପାଖରେ ବହୁତ ଗଛ ଲଗାଇବା | √
ଙ) ପଚାସଢା ଖାଦ୍ୟ ଓ ଘରର ଆବର୍ଜନାକୁ ଏଣେତେଣେ ଫୋପାଡ଼ିବା | X
ଚ) ଦୀପାବଳି ଦିନ ବହୁତ ବାଣ ଫୁଟାଇବା | X
ଛ) ବିଦ୍ୟାଳୟରେ ବାହାରୁଥିବା ଅଳିଆକୁ ଗାତ ଖୋଳି ପୋତି ଦେବା | X
ଜ) ଶୀତ ରାତିରେ କାଠି, କୁଟା , ଶୁଖିଲା ପତ୍ର ଜାଳି ତା’ ଚାରି ପାଖରେ ବସିବା | X
ଝ) ସିଗାରେଟ୍ , ବିଡି ନ ଟାଣିବା ପାଇଁ ଲୋକଙ୍କୁ ଅନୁରୋଧ କରିବା | √
୨. ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର |
କ) ଜଙ୍ଗଲ କ୍ଷୟ ହେଲେ ବାୟୁମଣ୍ଡଳର ଅଙ୍ଗାରକାମ୍ଳ ର ପରିମାଣ ବଢିଯାଇପାରେ |
ଖ) ଗାଡି ମଟର ଯାତାୟାତ କରି ଧୂଳି ଉଡ଼ିଲେ, ବାୟୁମଣ୍ଡଳରେ ଧୂଳିକଣା ର ପରିମାଣ ବୃଦ୍ଧି ପାଏ |
ଗ) ବାୟୁ ପ୍ରଦୂଷଣ ରୋକିବା ପାଇଁ ବୃକ୍ଷରୋପଣ କରିବ |
୩. ଜନସଂଖ୍ୟା ବୃଦ୍ଧି ହେଲେ ବାୟୁ ଦୂଷିତ ହୁଏ | ଏହି ଉକ୍ତିଟି ଠିକ୍ ନା ଭୁଲ୍ କାରଣ ସହ ଲେଖ |
· ଜନସଂଖ୍ୟା ବୃଦ୍ଧି ହେଲେ ଯାନବାହାନର ପରିମାଣ ବୃଦ୍ଧିପାଏ |
· କଳକାରଖାନା ର ବୃଦ୍ଧି ହୁଏ | କଳକାରଖାନା ପ୍ରତିଷ୍ଠା ପାଇଁ ଲୋକ ଜଙ୍ଗଲ ନଷ୍ଟ କରନ୍ତି |
· କଳକାରଖାନା ଓ ଯାନବାହାନରୁ ନିର୍ଗତ ଧୂଆଁ ବାୟୁମଣ୍ଡଳରେ ଆଙ୍ଗରକାମଳର ପରିମାଣ ବୃଦ୍ଧି କରାଏ |
· ଯାହା ଫଳରେ ଜନସଂଖ୍ୟା ବୃଦ୍ଧି ହେବା ଫଳରେ ବାହୁ ଦୂଷିତ ହୁଏ |
୪. ଘନ ଜନବସତି ଅଞ୍ଚଳରେ କଳକାରଖାନା ପ୍ରତିଷ୍ଠା ପାଇଁ ଅନୁମତି ଦିଆଯାଏ ନାହିଁ କାହିଁକି ?
·କଳକାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ ଓ ଗୁଣ୍ଡ ବାୟୁମଣ୍ଡଳକୁ ଦୂଷିତ କରେ ଯାହା ସେଠାକାର ଲୋକମାନଙ୍କ ପାଇଁ ନାନା ରୋଗର କାରଣ ହୁଏ |
ଏଣୁ ଘନ ବସତି ଅଞ୍ଚଳରେ କଳକାରଖାନା ପ୍ରତିଷ୍ଠା ପାଇଁ ଅନୁମତି ଦିଆଯାଏ ନାହିଁ |
୫. ସହରାଞ୍ଚଳରେ ବହୁସଂଖ୍ୟକ ଗଛ ଲଗାଯାଏ କାହିଁକି ?
·ସହରାଞ୍ଚଳରେ ଅଧିକ ଲୋକ ବାସ କରୁଥିବାରୁ ,ଅଧିକ ଗାଡି ମଟର ଚାଲୁ ଥିବାରୁ ବାୟୁର ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ୍ ର ପରିମାଣ ବଢିଯାଏ | ଏଣୁ ସହରାଞ୍ଚଳରେ ବହୁସଂଖ୍ୟା ଗଛ ଲଗାଯାଏ |
୬. ବାୟୁ ଦୂଷିତ ହେବାର ତିନୋଟି ମୁଖ୍ୟ କାରଣ ଲେଖ |
·କଳକାରଖାନା ଓ ଯାନବାହାନ ରୁ ନିର୍ଗତ ଧୂଆଁ
·ଜଙ୍ଗଲ କ୍ଷୟ
·ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି
·ଜନସଂଖ୍ୟା ବୃଦ୍ଧି
୭. ବାୟୁ ପ୍ରଦୂଷଣ ରୋକିବା ପାଇଁ ୩ ଟି ଉପାୟ ଲେଖ |
·ଅଳିଆକୁ ନ ପୋଡି ପୋତିଦେବା |
·କଳକାରଖାନାରୁ ବାହାରୁଥିବା କ୍ଷତିକାରକ ଗ୍ୟାସ୍ ଗୁଡିକ ବିଜ୍ଞାନିକ ଉପାଯରେ ଶୋଧନ କରାଯିବା ଉଚିତ୍ |
· ଯାନବାହାନର ବ୍ୟବହାର କମାଇବା ଆବଶ୍ୟକ |
Truly Indian Brand