Odia Medium Class 5 Social Science Chapter-5 ଆମଦେଶର ଭୂମିରୁପ ଓ ଜଳବାୟୁ (Ama Desara Bhumirupa O Jalabayu) Question Answers

Language : Odia

LRNR provides this material totally free

Odia Medium Class 5 Social Science Chapter-5 ଆମଦେଶର ଭୂମିରୁପ ଓ ଜଳବାୟୁ (Ama Desara Bhumirupa O Jalabayu) Question Answers


1.   ଖାଲିସ୍ଥାନରେ ପ୍ରତ୍ୟେକର ନାମ ଲେଖ |


କ) ଆରବସାଗରରେ ଅବସ୍ଥିତ ଦ୍ଵୀପପୁଞ୍ଜ |

 ଉତ୍ତର : ଲାକ୍ଷାଦ୍ଵୀପ ପୁଞ୍ଜ


ଖ)ଭାରତର ବୃହତ୍ତମ ମରୁଭୁମି |

ଉତ୍ତର : ଥର ମରୁଭୁମି


ଗ) ବଙ୍ଗୋପସାଗରରେ ଅବସ୍ଥିତ ଦ୍ଵୀପପୁଞ୍ଜ |

ଉତ୍ତର : ଆଣ୍ଡାମନ ନିକୋବର ଦ୍ଵୀପପୁଞ୍ଜ


ଘ) ଓଡ଼ିଶାରେ ଥିବା ଗ୍ରୀଷ୍ମନିବାସ | ଉତ୍ତର : ଦାରିଙ୍ଗବାଡି


2.   ଭୁଲ ଥିଲେ ଠିକ କରି ଲେଖ |


କ) ଦୁଇ ଧାଡ଼ି ପର୍ବତ ମଧ୍ୟରେ ଯେଉଁ ସମତଳ ଭୂମି ଦେଖାଯାଏ ତାହାକୁ ପାର୍ବତ୍ୟ ଉପତ୍ୟକା କୁହାଯାଏ |

ଖ) ଗଙ୍ଗାନଦୀ ଉତ୍ତରସ୍ଥ ହିମାଳୟ ପାର୍ବତ୍ୟ ଅଞ୍ଚଳରୁ ବାହାରିଥିବାରୁ ଏହା ବର୍ଷସାରା ଜଳପୂର୍ଣ୍ଣ ଥାଏ |


ଗ) ଭାରତର ପଶ୍ଚିମ ଅଞ୍ଚଳରେ ମରୁଭୁମି ଦେଖାଯାଏ |


3.   ସ୍ତମ୍ଭ ମିଳନ କର |


କ’ ସ୍ତମ୍ଭ      ‘ ଖ’ ସ୍ତମ୍ଭ


ସବୁଜ         ସମତଳ ଭୂମି

ହଳଦିଆ      ଉଚ୍ଚଭୂମି

ଗାଢ ବାଦାମି   ପାର୍ବତ୍ୟ ଭୂମି

ନୀଳ       ଜଳଭାଗ

ଫିକା ବାଦାମି   ମାଳଭୂମି


4.   ଶୂନ୍ୟସ୍ଥାନ ପୂରଣ |

କ) ମହାନଦୀ ପଶ୍ଚିମଘାଟ ପର୍ବତଶ୍ରେଣୀରୁ ବାହାରିଛି |


ଖ) ପଶ୍ଚିମଘାଟ ପର୍ବତମାଳା ମାଳଭୂମି ଅଞ୍ଚଳରେ ଅବସ୍ଥିତ |


ଗ) ଉତ୍ତରସ୍ଥ ଥର ମରୁଭୁମି ରାଜସ୍ଥାନ ରାଜ୍ୟରେ ଅବସ୍ଥିତ |


ଘ) ସୁମେରୁ ଅଞ୍ଚଳରୁ ଅତ୍ୟଧିକ ଶୀତଳ ବାୟୁ ପ୍ରବାହିତ ହୋଇଥାଏ |


ଙ) ତାପ୍ତି ନଦୀ ଆରବସାଗରରେ ପଡିଛି |


ଚ) ଛୋଟନଗପୁର ମାଳଭୂମିର ଭୂମିରୁପ ଉଚ୍ଚ ଓ ପାହାଡିଆ |


5.   ଉତ୍ତର ଲେଖ |


କ) ପାର୍ବତ୍ୟ ଉପତ୍ୟକା କାହାକୁ କୁହାଯାଏ ?


ଉତ୍ତର : ପର୍ବତଗୁଡିକ ମଧ୍ୟରେ ସ୍ଥାନେ ସ୍ଥାନେ ରହିଥିବା ଛୋଟ ବଡ ସମତଳ ଅଞ୍ଚଳକୁ ପାର୍ବତୀ ଉପତ୍ୟକା କୁହାଯାଏ |


ଖ) ଉତ୍ତରସ୍ଥ ହିମାଳୟ ପାର୍ବତ୍ୟଅଞ୍ଚଳ କାହିଁକି ବରଫାବୃତ୍ତ ଥାଏ ?


ଉତ୍ତର : ଉତ୍ତରସ୍ଥ ହିମାଳୟ ପାର୍ବତ୍ୟଅଞ୍ଚଳ ସମୁଦ୍ର ପତ୍ତନ ଠାରୁ ବହୁତ ଉଚ୍ଚରେ ଅବସ୍ଥିତ ଥିବାରୁ ଏହି ଅଞ୍ଚଳ ବରଫାବୃତ୍ତ ହୋଇଥାଏ |


ଗ) ଉତ୍ତରସ୍ଥ ସମତଳ ଅଞ୍ଚଳର ଅଧିକାଂଶ ଲୋକ କୃଷିକାର୍ଯ୍ୟ କରି ଜୀବିକା ନିର୍ବାହ କରନ୍ତି ,କାରଣ କ’ଣ ?


ଉତ୍ତର) ଗଙ୍ଗା , ଯମୁନା , ବ୍ରହ୍ମପୁତ୍ର ଆଦି ଅନେକ ଛୋଟବଡ ନଦୀ ଏହି ଅଞ୍ଚଳରେ ବହିଯାଇଥିବାରୁ ଏହି ଅଞ୍ଚଳର ମାଟି ଉର୍ବର ଓ ଚାଷଉପଯୋଗୀ ତେଣୁ ଏହି ଅଞ୍ଚଳର ଲୋକ କୃଷିକାର୍ଯ୍ୟ କରି ଜୀବିକା ନିର୍ବାହ କରନ୍ତି |


ଘ) ଦକ୍ଷିଣସ୍ଥ ମାଳଭୂମିରେ କେଉଁ କେଉଁ ରାଜ୍ୟ ଗୁଡିକ ରହିଛି ?

ଉତ୍ତର : ମହାରାଷ୍ଟ୍ର , ମଧ୍ୟପ୍ରଦେଶ , ଛତିଶଗଡ଼ , ଝାଡ଼ଖଣ୍ଡ , ଓଡ଼ିଶା , କର୍ଣ୍ଣାଟକ , ତାମିଲନାଡୁ


ଙ) ପଶ୍ଚିମ ଉପକୂଳସ୍ଥ ସମତଳ ଅଞ୍ଚଳ କେଉଁଠାରୁ କେଉଁ ପର୍ଯ୍ୟନ୍ତ ବିସ୍ତୁତ ?

ଉତ୍ତର : ପଶ୍ଚିମ ଉପକୂଳସ୍ଥ ସମତଳ ଅଞ୍ଚଳ କେଉଁଠାରୁ କେରଳ ଠାରୁ ଗୁଜରାଟ ପର୍ଯ୍ୟନ୍ତ ବିସ୍ତୁତ ?


ଚ) ଦ୍ଵୀପପୁଞ୍ଜ ଗୁଡିକାରେ ବାସ କରୁଥିବା ଲୋକମାନେ ମୁଖ୍ୟତଃ ମାଛ ଧରି ଜୀବିକା ନିର୍ବାହ କରନ୍ତି କାହିଁକି ?

ଉତ୍ତର : ଦ୍ଵୀପପୁଞ୍ଜ ଗୁଡିକର ମାଟି ସମତଳ ହେଲେ ମଧ୍ୟ ଉର୍ବର ନୁହେଁ | ତେଣୁ ଏଠାରେ ବାସ କରୁଥିବା ଲୋକମାନେ ମୁଖତଃ ମାଛଧରି ଜୀବିକା ନିର୍ବାହ କରନ୍ତି |


|



Ratings
No reviews yet, be the first one to review the product.