• SCHOOL BOARDS
  • BSE/CHSE ODISHA
  • CLASS 5
  • SOCIAL SCIENCE
  • Odia Medium Class 5 Social Science Chapter-8 ଆମ ଦେଶର ବିଭିନ୍ନ ଅଞ୍ଚଳର ଅଧିବାସୀଙ୍କ ଜୀବନଧାରା (Ama Desara Bibhinna Anchalara Adhibasinka Jibanadhara) Question Answers

Odia Medium Class 5 Social Science Chapter-8 ଆମ ଦେଶର ବିଭିନ୍ନ ଅଞ୍ଚଳର ଅଧିବାସୀଙ୍କ ଜୀବନଧାରା (Ama Desara Bibhinna Anchalara Adhibasinka Jibanadhara) Question Answers

Language : Odia

LRNR provides this material totally free

Odia Medium Class 5 Social Science Chapter-8 ଆମ ଦେଶର ବିଭିନ୍ନ ଅଞ୍ଚଳର ଅଧିବାସୀଙ୍କ ଜୀବନଧାରା (Ama Desara Bibhinna Anchalara Adhibasinka Jibanadhara) Question Answers



1.ଶୂନ୍ୟସ୍ଥାନ ପୂରଣ କର |


କ) କାଶ୍ମୀରର ପୁରୁଷ ମାନେ ପଶମ ପୋଷାକ ପିନ୍ଧନ୍ତି |


ଖ) କାଶ୍ମୀରର ଲୋକମାନେ ମେଣ୍ଢା ପାଳନ କରି ଜୀବିକା ନିର୍ବାହ କରନ୍ତି |


ଗ) ଆସାମର ଲୋକେ ବିହୁ ପର୍ବ ପାଳନ କରନ୍ତି |


ଘ) ବାଉଁଶ ଓ ବେତରୁ ବିଭିନ୍ନ ଜିନିଷ ନାଗା ମାନେ ତିଆରି କରନ୍ତି |


ଙ) ଓଟ , ମାଂସ , ଦୁଧ ରାଜସ୍ଥାନ ମରୁ ଅଞ୍ଚଳର କେତେକ ଲୋକ ଖାଆନ୍ତି |


2.ଉତ୍ତର ଦିଅ


କ) ମରୁଭୂମି ଅଞ୍ଚଳର କେତେକ ଲୋକ ଯାଯାବର ଜୀବନଯାପନ କାହିଁକି କରନ୍ତି ?


ଉତ୍ତର : ମରୁଭୂମି ଅଞ୍ଚଳର ଲୋକମାନେ ସ୍ଥାୟୀ ଭାବରେ ବସବାସ କରନ୍ତି ନାହିଁ କାରଣ ସେଠାରେ ଚାଷୋପଯୋଗୀ ଉର୍ବର ଭୂମି ଓ ଚାରଣଭୂମି ଅଭାବ ରହିଥାଏ |

ତେଣୁ ସେମାନେ ଛେଳି ଓ ମେଣ୍ଡହାଙ୍କୁ ଚରାଇବା ପାଇଁ ଏମାନଙ୍କୁ ଚାରଣ ଭୂମି ଦରକାର ହୋଇଥାଏ |


ଖ) ମରୁଭୂମି ଅଞ୍ଚଳର ଲୋକେ କାହିଁକି ଢିଲା ପୋଷାକ ପିନ୍ଧନ୍ତି ?


ଉତ୍ତର : ମରୁଭୂମି ଅଞ୍ଚଳରେ ଦିନବେଳା ପ୍ରବଳଗରମ ହୁଏ ଓ ରାତିରେ ଖୁବ୍ ଥଣ୍ଡା ପଡେ ଦିନରେ ଗରମ ଓ ରାତିରେ ଥଣ୍ଡା ରୁ ରକ୍ଷା ପାଇବା ପାଇଁ ସେମାନେ ଢିଲା ପୋଷାକ ପିନ୍ଧନ୍ତି |


ଗ) ପାର୍ବତ୍ୟ ଅଞ୍ଚଳର ଲୋକମାନେ ଗଡାଣିଆ ଛାତ୍ର ଘର ତିଆରି କରନ୍ତି କାହିଁକି ?


ଉତ୍ତର : ପାର୍ବତ୍ୟ ଅଞ୍ଚଳର ଭୂମି ବହୁତ ଉଚ୍ଚ ହୋଇଥିବାରୁ ଏହି ଅଞ୍ଚଳରେ ବର୍ଷଯାକ ଥଣ୍ଡା ହୁଏ ଏବଂ ହିମପାତ ଓ ବର୍ଷା ହୁଏ |

ତେଣୁ ବର୍ଷାପାଣି ଛାତ ଉପରେ ନ ରହି ତଳକୁ ଶୀଘ୍ର ବୋହିଯିବ |

ଏହି କାରଣରୁ ଲୋକାମାନେ ଘରଛାତ ଅଧିକ ଗଡାଣିଆ କରନ୍ତି |


ଘ) କାଶ୍ମୀରକୁ କାହିଁକି ଅଧିକ ପର୍ଯ୍ୟଟକ ଆସନ୍ତି ?


ଉତ୍ତର : କାଶ୍ମୀରକୁ ଭାରତର ଭୂସ୍ଵର୍ଗ କୁହାଯାଏ |

ଏହି ରାଜ୍ୟଟି ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୂର ତେଣୁ କାଶ୍ମୀରର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ କାଶ୍ମୀରକୁ ଆସିଥାନ୍ତି |


3.   ସ୍ତମ୍ଭ ମିଳନ କର |

“କ” ସ୍ତମ୍ଭ           “ଖ”ସ୍ତମ୍ଭ

ତ୍ରିପୁରା            ବଙ୍ଗଳା

ହିମାଚଳ           ହିନ୍ଦୀ

ମଣିପୁର           ମଣିପୁରୀ

ମେଘାଳୟ          ଗାରୋ

ମିଜୋରାମ         ମିଜୋ 

Ratings
No reviews yet, be the first one to review the product.