Odia Medium Class-6 Geography Chapter-1 (ପୃଥିବୀ ଓ ସୌରଜଗତ) Chapter Question & Answer

Language : Odia

LRNR provides this material totally free

Odia Medium Class-6 Geography Chapter-1 (ପୃଥିବୀ ଓ ସୌରଜଗତ) Chapter Question & Answer

ପୃଥିବୀ ଓ ସୌରଜଗତ


1. ସୌରଜଗତ କହିଲେ କ’ଣ ବୁଝ ?

ଉ. ସୂର୍ଯ୍ୟଙ୍କଠାରୁ ଉତ୍ପନ୍ନ ହୋଇ ଶୂନ୍ୟରେ ଘୂରିବୁଲୁଥିବା ଆଠଟି ଗ୍ରହ, ତିନୋଟି ବାମନ ଗ୍ରହ, ଅନେକ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅସଂଖ୍ୟ ଉଲ୍କା ଓ ଧୂମକେତୁ କୁ ନେଇ ସୂର୍ଯ୍ୟ ସହିତ ଗଠିତ ହୋଇଥିବା ପରିବାରକୁ ସୌରଜଗତ କୁହାଯାଏ |


2. ଦୁରତକ୍ରମରେ ସୌରାଜଗତର ଗ୍ରହଗୁଡିକର ନାମ ଲେଖ |

ଉ. ଦୂରତା କ୍ରମରେ ସୌରଜଗତରେ ଥିବା ଗ୍ରହଗୁଡିକର ନାମ ହେଲା – ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନ୍ସ ଓ ନେପଚ୍ୟୁନ୍ |


3. ପୃଥିବୀକୁ କାହିଁକି ଅଦ୍ଵିତୀୟ କୁହାଯାଏ ?

ଉ. କାରଣ : - ପୃଥିବୀ ପୃଷ୍ଠରେ ଅଧିକ ଗରମ ବା ଥଣ୍ଡା ଅନୁଭୂତ ହୁଏ ନାହିଁ |

ଏଥିରେ ବାୟୁ, ଜଳ ଓ ଅନ୍ୟାନ୍ୟ ଉପାଦାନ ରହିଥିବାରୁ ଏହା ପୃଷ୍ଠରେ ଯିବାଜଗତର ସୃଷ୍ଟି ହୋଇପଡ଼ିଛି ଓ ଏହା ବିଭିନ୍ନ ପ୍ରକାର ଜୀବଜନ୍ତୁ ଏବଂ ବୃକ୍ଷଲତାମାନଙ୍କର ଆଶ୍ରୟସ୍ଥଳୀ ହୋଇଛି |

4. ଆମେ ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ଵ ଦେଖୁ କାହିଁକି ?

ଉ. ଚନ୍ଦ୍ର ନିଜ ଅକ୍ଷ ଚାରିପଟେ ଘୂରିବାପାଇଁ ଏବଂ ପୃଥିବୀ ଚାରିପାଖରେ ପରିକ୍ରମଣ କରିବା ପାଇଁ ପ୍ରାୟ ୨୭ ଦିନ ୮ ଘଣ୍ଟା ସମୟ ନିଏ |

ତେଣୁ ଏହାର ଆବର୍ତ୍ତନ ଓ ପରିକ୍ରମଣ ସମୟ ପ୍ରାୟ ସମାନ ହୋଇଥିବାରୁ ଆମେ ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ଵ ଦେଖୁ |


5. ବିଶ୍ଵବ୍ରହ୍ମାଣ୍ଡ କାହାକୁ ନେଇ ଗଠିତ ?

ଉ. ଅନେକ ଛାୟାପଥ, ନୀହାରିକା ବା ନକ୍ଷତ୍ରପୁଞ୍ଜ, ତାରକା ବା ନକ୍ଷତ୍ର, ଗ୍ରହ, ଗ୍ରହାଣୁପୁଞ୍ଜ, ଉପଗ୍ରହ, ଧୂମକେତୁ ଇତ୍ୟାଦିକୁ ନେଇ ବିଶ୍ଵବ୍ରହ୍ମାଣ୍ଡ ଗଠିତ |


6.   ଉପଗ୍ରହ କାହାକୁ କୁହାଯାଏ ?

ନିଜସ୍ଵ ଆଲୋକ ନ ଥିବା, ସ୍ଥିର ଆଲୋକ ଦେଉଥିବା ଯେଉଁ ଜ୍ୟୋତିଷ୍କ ଗୁଡିକ କୌଣସି ଗ୍ରହ ଚାରିପଟେ ପରିକ୍ରମଣ କରୁଥାନ୍ତି ସେଗୁଡିକୁ ଉପଗ୍ରହ କୁହାଯାଏ |

ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ |


7.   ସପ୍ତର୍ଷିମଣ୍ଡଳ ସାହାଯ୍ୟରେ ତୁମେ ଧ୍ରୁବତାରାର ଅବସ୍ଥାନ କିପରି ନିର୍ଣ୍ଣୟ କରିବ ?

ସପ୍ତର୍ଷିମଣ୍ଡଳ ମଧ୍ୟରୁ ପୁଲହ ଓ କ୍ରତ ନକ୍ଷତ୍ର ଦୁଇଟିକୁ ଏକ କାଳ୍ପନିକ ରେଖାରେ ଯୋଗକରି କ୍ରତୁ ଦିଗରେ ଉତ୍ତରକୁ ବଢାଇଲେ ତାହା ଯେଉଁ ଉଜ୍ଜ୍ଵଳ ତାରକା ପାଖରେ ପହଞ୍ଚିବା, ତାହାହିଁ ହେଉଛି ଧ୍ରୁବତାରା |


8.   ଚନ୍ଦ୍ରପୃଷ୍ଠ କେଉଁ କେଉଁ ପଦାର୍ଥରେ ଗଠିତ ?

ଚନ୍ଦ୍ରପୃଷ୍ଠ ଅନେକ ଶିଳା, ସୁପ୍ତ ଆଗ୍ନେୟଗିରି, ଗହ୍ଵର ପର୍ବତ ଓ ଧୂସର ବର୍ଣ୍ଣର ବୀସ୍ତିର୍ଣ୍ଣ ବାଲୁକାରାଶିକୁ ନେଇ ଗଠିତ |


9.   ଗ୍ରହାଣୁପୁଞ୍ଜ କାହାକୁ କୁହାଯାଏ ?

ସୌରାଜଗତର ମଙ୍ଗଳ ଓ ବୃହସ୍ପତି ଗ୍ରହ ମଧ୍ୟରେ ରହିଥିବା ଅସଂଖ୍ୟ ଛୋଟ ଛୋଟ ଉଜ୍ଜଳ ପିଣ୍ଡ ଯେଉଁଗୁଡିକ ନିଜନିଜର କକ୍ଷ ପଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରିଥାନ୍ତି, ସେଗୁଡିକୁ ଗ୍ରହାଣୁପୁଞ୍ଜ କୁହାଯାଏ |


10. ଛାୟାପଥ କହିଲେ କ’ଣ ବୁଝ ?

·    ଶୀତଦିନେ ଆକାଶରେ ଉତ୍ତର ଦକ୍ଷିଣ ଭାବରେ ରହି ଧଳାଦିଶୁଥିବା ଏକ ବିସ୍ତୃତ ଆଲୋକ ପଥ ଦେଖାଯାଏ ଯାହା ଅସଂଖ୍ୟ ନକ୍ଷତ୍ରପୁଞ୍ଜ ବା ନିହାରିକାକୁ ନେଇ ଗଠିତ |

·    ତାହାକୁ ଛାୟାପଥ କୁହାଯାଏ |


ଶୂନ୍ୟସ୍ଥାନ ପୂରଣ କର |

a) ଉଲକା ଧୂମକେତୁର ଭଗ୍ନାବଶେଷ ରେ ଗଠିତ |

b) ଆମ ସୌରଜଗତ ଆକାଶଗଙ୍ଗା ଛାୟାପଥରେ ଅବସ୍ଥିତ |

c) ଦୂରତା ଅନୁସାରେ ବୁଧ ଗ୍ରହ ସୂର୍ଯ୍ୟଙ୍କର ନିକଟତମ |

d) ପୃଥିବୀର ୧ ଟି ପ୍ରାକୃତିକ ଉପଗ୍ରହ ଅଛି |

e) ମହାକାଶ ବିଜ୍ଞାନୀମାନେ ପ୍ଲୁଟୋ ଗ୍ରହକୁ ସୌରଜଗତରୁ ବାଦ ଦେଇଛନ୍ତି |


ନିମ୍ନଲିଖିତ ଉକ୍ତିଗୁଡିକ ମଧ୍ୟରୁ ଠିକ ଉକ୍ତି ପାଖରେ ଚିହ୍ନ ଦିଅ |

a) ନକ୍ଷତ୍ରମାନଙ୍କର ନିଜର ଆଲୋକ ଓ ଉତ୍ତାପ ରହିଅଛି |

b) ଗ୍ରହମାନଙ୍କର କକ୍ଷପଥ ସମ୍ପୂର୍ଣ୍ଣ ବୃତ୍ତାକାର |X

c) ଗ୍ରହମାନେ ସୂର୍ଯ୍ୟ ଚତୁଃପାର୍ଶ୍ବରେ ପରିକ୍ରମଣ କରିଥାନ୍ତି |

d) ୟୁରେନସ ଗ୍ରହର ପରିକ୍ରମଣ ସମୟ ୪୮ ବର୍ଷ | X

e) କୃତ୍ରିମ ଉପଗ୍ରହଗୁଡିକୁ ପୃଥିବୀ ତଥା ଅନ୍ୟ ଗ୍ରହଗୁଡିକୁ ପରିକ୍ରମଣ କହନ୍ତି |


ନିମ୍ନଲିଖିତ ପ୍ରତ୍ଯେକ ଯୋଡ଼ା ମଧ୍ୟରେ ପାର୍ଥକ୍ୟ ନିରୂପଣ କର |

a)  ଗ୍ରହ ଓ ନକ୍ଷତ୍ର


1.ଗ୍ରହ - ଗ୍ରହଗୁଡିକର ନିଜର ଆଲୋକ ଓ ଉତ୍ତାପ ନ ଥାଏ |

ଏଗୁଡିକ ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହୋଇ ସ୍ଥିର ଆଲୋକ ଦିଅନ୍ତି |


2. ନକ୍ଷତ୍ର – ନକ୍ଷତ୍ର ଗୁଡିକର ନିଜର ଆଲୋକ ଓ ଉତ୍ତାପ ଥାଏ |

ଏଗୁଡିକର ନିଜର ଆଲୋକ ଥିବାରୁ ସର୍ବଦା ମିଞ୍ଜିମିଞ୍ଜି ଭାବରେ ଦେଖାଯାନ୍ତି |


b)  ପ୍ରାକୃତିକ ଉପଗ୍ରହ ଓ କୃତ୍ରିମ ଉପଗ୍ରହ


ପ୍ରାକୃତିକ ଉପଗ୍ରହ:-


ପ୍ରାକୃତିକ ଉପଗ୍ରହଗୁଡିକ ସୂର୍ଯ୍ୟଙ୍କଠାରୁ ଉତ୍ପତି ହୋଇଥାଏ |

ପ୍ରାକୃତିକ ଉପଗ୍ରହ ସର୍ବଦା ନିଜ ଅକ୍ଷ ଚାରିପଟେ ଆବର୍ତ୍ତନ ଓ ଗ୍ରହ ଚାରିପାଖରେ ପରିକ୍ରମଣ କରିବା ସହ ସୂର୍ଯ୍ୟଙ୍କ ଚାରିପଟେ ଘୂରିଥାନ୍ତି |

ଚନ୍ଦ୍ର ପୃଥିବୀର ଏକ ପ୍ରାକୃତିକ ଉପଗ୍ରହ |


c)  କୃତ୍ରିମ ଉପଗ୍ରହ:-


କୃତ୍ରିମ ଉପଗ୍ରହଗୁଡିକ ମନୁଶୀଦବର ତିଆରି ହୋଇଥାଏ |

କୃତ୍ରିମ ଉପଗ୍ରହଗୁଡିକ ବିଶ୍ଵବ୍ରହ୍ମାଣ୍ଡ ବିଷୟରେ ତଥ୍ୟ ସଂଗ୍ରହ ପାଇଁ ରକେଟ ସାହାଯ୍ୟରେ ପ୍ରେରଣ କରାଯାଇ ପୃଥିବୀ ପୃଷ୍ଠରୁ ଉର୍ଦ୍ଧ୍ଵରେ ନିଜସ୍ଵ କକ୍ଷ ପଥରେ ସ୍ଥାପିତ କରାଯାଇଥାଏ |

INSAT, IRS ଇତ୍ୟାଦି କୃତ୍ରିମ ଉପଗ୍ରହ |


d)  ନକ୍ଷତ୍ର ଓ ନୀହାରିକା


ନକ୍ଷତ୍ର: ରାତ୍ରିରେ ମିଞ୍ଜିମିଞ୍ଜି ଦେଖାଯାଉଥିବା ମହାଜାଗତିକ ପିଣ୍ଡାଗୁଡିକ ନକ୍ଷତ୍ର କୁହାଯାଏ |

ସୂର୍ଯ୍ୟ ଏକ ନକ୍ଷତ୍ର |


ନୀହାରିକା:-


ନକ୍ଷତ୍ର ମାନଙ୍କର ବା ନକ୍ଷତ୍ରପୁଞ୍ଜର ସମଷ୍ଟିକୁ ନୀହାରିକା କୁହାଯାଏ |

ନୀହାରିକାରୁ ଅସଂଖ୍ୟ ସୂର୍ଯ୍ୟ ସୃଷ୍ଟି ହୋଇପାରେ |

 

 






Ratings
No reviews yet, be the first one to review the product.