• SCHOOL BOARDS
  • BSE/CHSE ODISHA
  • CLASS 6
  • GEOGRAPHY
  • Odia Medium Class 6 Geography Chapter-6 (Part-7) Pruthibira Mahadesa:- Australia (ପୃଥିବୀର ମହାଦେଶ : ଅଷ୍ଟ୍ରେଲିଆ) Question & Answer

Odia Medium Class 6 Geography Chapter-6 (Part-7) Pruthibira Mahadesa:- Australia (ପୃଥିବୀର ମହାଦେଶ : ଅଷ୍ଟ୍ରେଲିଆ) Question & Answer

Language : Odia

LRNR provides this material totally free

Odia Medium Class 6 Geography Chapter-6(Part-7) Pruthibira Mahadesa:- Australia (ପୃଥିବୀର ମହାଦେଶ : ଅଷ୍ଟ୍ରେଲିଆ) Question & Answer


ଅଷ୍ଟ୍ରେଲିଆ (ପ୍ରଶ୍ନ ଓ ଉତ୍ତର)


1.   ଉତ୍ତର ଲେଖ |


a)   ଅଷ୍ଟ୍ରେଲିଆ ମହାଦେଶ କେଉଁ ଅକ୍ଷାଂଶ ଓ ଦ୍ରାଘିମାରେଖା ମଧ୍ୟରେ ଅବସ୍ଥିତ ଲେଖ |

ଅଷ୍ଟ୍ରେଲିଆ ମହାଦେଶ ୧୦° ୪୧ ମି. ଦକ୍ଷିଣ ଅକ୍ଷାଂଶ ଓ ୪୩°୩୯ ମି. ଦକ୍ଷିଣ ଅକ୍ଷାଂଶ ଏବଂ ୧୧୩° ୯ ମି. ପୂର୍ବ ଦ୍ରାଘିମା ଓ ୧୫୬ ୩୯ ମି. ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ |


b)   ବୃହତ ପ୍ରବାଳ ପ୍ରାଚୀର ଅଷ୍ଟ୍ରେଲିଆର କେଉଁଠି ଅଛି ?

ଅଷ୍ଟ୍ରେଲିଆର ପୂର୍ବ ଉପକୂଳରେ ସ୍ଥଳଭାଗରୁ ପ୍ରାୟ ୩୦ କି. ମି. ଦୂରରେ ପ୍ରଶାନ୍ତମହାସାଗର ମଧ୍ୟରେ ପୃଥିବୀର ବୃହତ ପ୍ରବାଳ ପ୍ରାଚୀର ରହିଛି |


c)   ଅଷ୍ଟ୍ରେଲିଆର ତିନୋଟି ବିଚିତ୍ର ପ୍ରାଣୀଙ୍କର ନାମ ଲେଖ |

ଅଷ୍ଟ୍ରେଲିଆର ତିନୋଟି ବିଚିତ୍ର ପ୍ରାଣୀଙ୍କର ନାମ ଲେଖା – କଙ୍ଗାରୁ, କୋଆଲା ଓ ପ୍ଲାଟିପସ |


d)   ଅନ୍ତଃସ୍ଥଳୀୟ ନଦୀ କହିଲେ କ’ଣ ବୁଝାଯାଏ ?

ଯେଉଁ ନଦୀ ସମୁଦ୍ରରେ ନ ପଡି ତାର ଗତିପଥରେ ଥିବା କୌଣସି ହ୍ରଦରେ ପଡିଥାଏ ବା ସମୁଦ୍ର ପର୍ଯ୍ୟନ୍ତ ପହଁଚିପାରେ ନାହିଁ ତାହାକୁ ଅନ୍ତଃସ୍ଥଳୀୟ ନଦୀ କୁହାଯାଏ |


2.   ଉତ୍ତର ଲେଖ |


a)   ଅଷ୍ଟ୍ରେଲିଆ ମହାଦେଶକୁ କେତୋଟି ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଇଛି | ସେଗୁଡିକ ଲେଖ |

·    ପଶ୍ଚିମ ଭାଗର ମାଳଭୂମି

·    ମଧ୍ୟଭାଗର ସମତଳଭୂମି

·    ପୂର୍ବଭାଗର ଉଚ୍ଚଭୂମି


b)   ଅଷ୍ଟ୍ରେଲିଆର ତୃଣଭୂମିକୁ କ’ଣ କୁହାଯାଏ ?

ଡାଉନସ


c)   ଅଷ୍ଟ୍ରେଲିଆର ଚାରୋଟି ବଡବଡ ସହରର ନାମ ଲେଖ |

ସିଡନୀ, ମେଲବୋର୍ଣ୍ଣ, ପର୍ଥ ଓ କାନବେରା |


d)   ଅଷ୍ଟ୍ରେଲିଆ କେଉଁ ବୃକ୍ଷ ପାଇଁ ପ୍ରସିଦ୍ଧ |

ଅଷ୍ଟ୍ରେଲିଆ ଇଉକାଲିପଟାସ ବୃକ୍ଷ ପାଇଁ ପ୍ରସିଦ୍ଧ |


3.   ସଂକ୍ଷେପରେ ଉତ୍ତର ଲେଖ |


a)   ଅଷ୍ଟ୍ରେଲିଆ ଲୋକେ କାହିଁକି ଗ୍ରୀଷ୍ମ ଋତୁରେ ‘ବଡଦିନ’ ପାଳନ କରିଥାନ୍ତି |

‘ବଡଦିନ’ ଡିସେମ୍ବର ମାସରେ ପଡିଥାଏ | ସେତେବେଳେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁ ହୋଇଥାଏ ଏବଂ ଅଷ୍ଟ୍ରେଲିଆରେ ଗ୍ରୀଷ୍ମଋତୁ ହୋଇଥାଏ | ତେଣୁ ଅଷ୍ଟ୍ରେଲିଆ ଲୋକେ ଗ୍ରୀଷ୍ମଋତୁରେ ବଡଦିନ ପାଳନ କରନ୍ତି |


b)   ଅଷ୍ଟ୍ରେଲିଆର ଜୀବଜନ୍ତୁ ଅନ୍ୟ ମହାଦେଶରେ ଥିବା ଜୀବଜନ୍ତୁ ମାନଙ୍କଠାରୁ କାହିଁକି ଭିନ୍ନ ?

ଅଷ୍ଟ୍ରେଲିଆ ମହାଦେଶ ବହୁକାଳ ଧରି ପୃଥିବୀର ଅନ୍ୟ ଭୂଖଣ୍ଡଠାରୁ ବିଚ୍ଛିନ୍ନ ରହିବାଦ୍ୱାରା ଏହାର ଉଦ୍ଭିଦ ଓ ଜୀବଜନ୍ତୁ ଅନ୍ୟ ମହାଦେଶଗୁଡିକ ଠାରୁ ଭିନ୍ନ ଅଟନ୍ତି |


c)   ଏହି ମହାଦେଶକୁ ଦ୍ଵୀପ ମହାଦେଶ କାହିଁକି କୁହାଯାଏ ?

ଅଷ୍ଟ୍ରେଲିଆ ମହାଦେଶର ଚତୁର୍ଦ୍ଦିଗରେ ଜଳରାଶି ଘେରି ରହିଥିବାରୁ ଏହାକୁ ଦ୍ଵୀପ ମହାଦେଶ କୁହାଯାଏ |


Ratings
No reviews yet, be the first one to review the product.