• SCHOOL BOARDS
  • BSE/CHSE ODISHA
  • CLASS 6
  • GEOGRAPHY
  • Odia Medium Class 6 Geography Chapter-6(Part-4) Pruthibira Mahadesa (ପୃଥିବୀର ମହାଦେଶ : ଦକ୍ଷିଣ ଆମେରିକା ) Question & Answer

Odia Medium Class 6 Geography Chapter-6(Part-4) Pruthibira Mahadesa (ପୃଥିବୀର ମହାଦେଶ : ଦକ୍ଷିଣ ଆମେରିକା ) Question & Answer

Language : Odia

LRNR provides this material totally free

Odia Medium Class 6 Geography Chapter-6(Part-4) Pruthibira Mahadesa (ପୃଥିବୀର ମହାଦେଶ : ଦକ୍ଷିଣ ଆମେରିକା ) Question & Answer




ଦକ୍ଷିଣ ଆମେରିକା – ଅଭ୍ୟାସ


1.   ଉଦାହରଣ ସହ ‘ଯୋଜକ’ର ପରିଭାଷା ଲେଖ |


ଉତ୍ତର : ଯୋଜକ ହେଉଛି ଏକ ସଂକୀର୍ଣ୍ଣ ସ୍ଥଳଭାଗ ଯେଉଁଟି ଦୁଇଟି ବୃହତ ସ୍ଥଳଭାଗକୁ ଯୋଗ କରେ | ଉଦାହରଣ – ଦକ୍ଷିଣ ଆମେରିକା ସହ ଉତ୍ତର ଆମେରିକା ପାନାମା ଯୋଜକ |


2.   ଦକ୍ଷିଣ ଆମେରିକାର ବେଶୀଭାଗ କେଉଁ ଗୋଲାର୍ଦ୍ଧରେ ରହିଅଛି ?


ଉତ୍ତର : ଦକ୍ଷିଣ ଆମେରିକାର ବେଶୀଭାଗ ଦକ୍ଷିଣ ଗୋଲାର୍ଦ୍ଧରେ ରହିଅଛି |


3.   ଆଣ୍ଡିଜ ପର୍ବତମାଳା ଦକ୍ଷିଣ ଆମେରିକାର କେଉଁ ଦିଗରେ ଅବସ୍ଥିତ |


ଉତ୍ତର : ପଶ୍ଚିମଦିଗ


4.   କେଉଁ ନଦୀ ପୃଥିବୀର ସବୁଠାରୁ ବଡନଦୀ ?


ଉତ୍ତର : ଆମାଜନ ନଦୀ


5.   ଦକ୍ଷିଣ ଆମେରିକାରେ ପ୍ରବାହିତ ୪ ଟି ନଦୀର ନାମ ଲେଖ |


ଉତ୍ତର : ଆମାଜନ, ଓରିନାକୋ, ପାରାନା ପାରାଗୁଏ ଓ ଉରୁଗୁଏ |


6.   ଆର୍ଜେଣ୍ଟିନାର ନାତିଶୀତୋଷ୍ଣ ତୃଣଭୂମିର ନାମ କ’ଣ ?


ଉତ୍ତର : ପମ୍ପାସ


7.   ଦକ୍ଷିଣ ଆମେରିକାର ବିଷୁବମଣ୍ଡଳୀୟ ଅରଣ୍ୟକୁ କ’ଣ କୁହାଯାଏ ?


ଉତ୍ତର : ସେଲଭା


8.   ଦକ୍ଷଣ ଆମେରିକାର ୪ ଟି ବଡବଡ ସହରର ନାମ କ’ଣ ?


ଉତ୍ତର : ବ୍ରାସିଲିଆ, ବୁଏନସଏୟାରିସ, ସାଣ୍ଟିଆଗୋ, ସାଓପାଓଲେ |



9.    ଦକ୍ଷିଣ ଆମେରିକାର ନତିଶୀତୋଷ୍ଣ ମରୁଭୂମିକୁ କ’ଣ କୁହାଯାଏ ?

ଉତ୍ତର : ପାଟାଗୋନିଆ


10. କାରଣ ଦର୍ଶାଅ |


a)   ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ଜଳବାୟୁ ଉଷ୍ଣ |


ଦକ୍ଷିଣ ଆମେରିକାର ବିଷୁବବୃତ୍ତ ଏବଂ ମକର କ୍ରାନ୍ତି ମଧ୍ୟରେ ଅଧିକାଂଶ ଅଞ୍ଚଳ ଅବସ୍ଥିତ ଥିବାରୁ ଏସବୁ ଅଞ୍ଚଳର ଜଳବାୟୁ ଉଷ୍ଣ ହୋଇଥାଏ |


b)   ଦକ୍ଷିଣ ଆମେରିକାର ଦକ୍ଷିଣ ପ୍ରାନ୍ତରେ ଅଧିକ ଥଣ୍ଡା ପଡେ |


ଦକ୍ଷିଣ ଆମେରିକାର ଦକ୍ଷିଣ ପ୍ରାନ୍ତ କୁମେରୁ ବୃତ୍ତର ନିକଟବର୍ତ୍ତୀ ହୋଇଥିବାରୁ ସେଥିରେ ଅତ୍ୟଧିକ ଥଣ୍ଡା ପଡେ |


c)   ଆମାଜନ ଉପତ୍ୟକାରେ ଚିରହରିତ ଅରଣ୍ୟ ଦେଖାଯାଏ |


ଆମାଜନ ନଦୀ ଉପତ୍ୟକା ଅଞ୍ଚଳରେ ବର୍ଷସାରା ପ୍ରଚୁର ବୃଷ୍ଟିପାତ ହେଉଥିବାରୁ ସେଠାରେ ଚିରହରିତ ଅରଣ୍ୟ ଦେଖାଯାଏ |


11. ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ବନ୍ୟପ୍ରାଣୀ ଗୁଡିକର ଏକ ବିବରଣୀ ପ୍ରଦାନ କର |


·    ସେଲଭା ଅରଣ୍ୟରେ ସରୀସୃପ, ମାଙ୍କଡ, ଜାଗୁଆର ଓ ପୁମା ପରି ହିଂସ୍ରଜନ୍ତୁ ଏବଂ ବଜ୍ରକାପ୍ତା ଓ ଅନେକ ଜାତିର ପକ୍ଷୀ ବସକରନ୍ତି |


·    କାମ୍ପୋସ୍ ତୃଣଭୂମିରେ ବଜ୍ରକାପ୍ତା, ବଣଘୁଷୁରି, ହରିଣ ଓ ପୁମା ବାସ କରନ୍ତି |


·    ପାଟାଗୋନିଆରେ ମୂଷା, ଏ   ସାପ ଦେଖାଯାନ୍ତି |


·    ଲାମା, ଆଲପକା, ଭିକୁନା ପ୍ରଭୃତି ଲୋମଶ ଜନ୍ତୁ ବାସ କରନ୍ତି |


12. କେଉଁ କେଉଁ ସଂପ୍ରଦାୟର ଲୋକେ ଦକ୍ଷିଣ ଆମେରିକାର ଅଧିବାସୀ ?


ଲୋହିତ ଭାରତୀୟ, ନିଗ୍ରୋ ଓ ୟୁରୋପୀୟ ଆଦି ଲୋକେ ଦକ୍ଷିଣ ଆମେରିକାର ଅଧିବାସୀ |


Ratings
No reviews yet, be the first one to review the product.