• SCHOOL BOARDS
  • BSE/CHSE ODISHA
  • CLASS 6
  • GEOGRAPHY
  • Odia Medium Class 6 Geography Chapter-7 (Part-1):- Bharata Abastiti O Prakrutika Bibhaga (ଭାରତ ଅବସ୍ଥିତି ଓ ପ୍ରାକୃତିକ ବିଭାଗ) Notes

Odia Medium Class 6 Geography Chapter-7 (Part-1):- Bharata Abastiti O Prakrutika Bibhaga (ଭାରତ ଅବସ୍ଥିତି ଓ ପ୍ରାକୃତିକ ବିଭାଗ) Notes

Language : Odia

LRNR provides this material totally free

Odia Medium Class 6 Geography Chapter-7 (Part-1):- Bharata Abastiti O Prakrutika Bibhaga (ଭାରତ ଅବସ୍ଥିତି ଓ ପ୍ରାକୃତିକ ବିଭାଗ) Notes



ଭାରତ ଅବସ୍ଥିତି ଓ ପ୍ରାକୃତିକ ବିଭାଗ


·    ଭାରତର ଉତ୍ତରରେ ସୁଉଚ୍ଚ ହିମାଳୟ ପର୍ବତମାଳା, ପଶ୍ଚିମରେ ଆରବସାଗର, ପୂର୍ବରେ ବଙ୍ଗୋପସାଗର ଓ ଦକ୍ଷିଣରେ ଭାରତ ମହାସାଗର ଅବସ୍ଥିତ | ଏହାର ଦକ୍ଷିଣାଂଶ ଏବ ଉପଦ୍ଵୀପ |


·    ଭାରତର କ୍ଷେତ୍ରଫଳ ୩. ୨୮ ନିୟୁତବର୍ଗ କିଲୋମିଟର | ଏହା ପୃଥିବୀର ସପ୍ତମ ବୃହତ୍ତମ ଦେଶ |


·    ଭାରତର ଉତ୍ତର ଦକ୍ଷିଣ ଦୂରତା ୩୨୧୪ କି. ମି. ଏବଂ ପୂର୍ବପଶ୍ଚିମ ଦୂରତା ୨୯୩୩ କିଲୋମିଟର |


·    ଆଲହାବାଦ ନିକଟରେ ଯାଇଥିବା ୮୨° ୩୦ ମି. ପୂର୍ବଦ୍ରାଘିମାରେଖାର ସ୍ଥାନୀୟ ସମୟକୁ ଭାରତର ପ୍ରମାଣସମୟ ରୂପେ ନିଆଯାଇଛି |


·    ୨୦୧ ୧ ମସିହାରେ ଭାରତର ଜନସଂଖ୍ୟା ଏକ ଶହ ଏକୋଇଶି କୋଟିରେ ପହଞ୍ଚିଛି |


·    ଭାରତରେ ୨୮ ଟି ରାଜ୍ୟ ଓ ୮ ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି |


·    କ୍ଷେତ୍ରଫଳ ଦୃଷ୍ଟିରୁ ରାଜସ୍ଥାନ ସବୁଠାରୁ ବଡ ରାଜ୍ୟ ଏବଂ ଗୋଆ ସବୁଠାରୁ ଛୋଟ ରାଜ୍ୟ |


·    ଉତ୍ତର ଭାରତର ନଦୀଗୁଡିକ ହିମାଳୟଠାରୁ ଉତ୍ପତ୍ତି ଲାଭ କରିଥିବାରୁ ଏଗୁଡିକ ଚିରସ୍ରୋତା | ଗଙ୍ଗା, ବ୍ରହ୍ମପୁତ୍ର ଓ ସିନ୍ଧୁ ଉତ୍ତର ଭାରତର ପ୍ରଧାନ ନଦୀ ଅଟନ୍ତି |


·     ଦକ୍ଷିଣ ଭାରତର ନଦୀ ମଧ୍ୟରେ କାବେରୀ, ମହାନଦୀ, ଗୋଦାବରୀ,କୃଷ୍ଣା, ନର୍ମଦା ଓ ତାପ୍ତି ଆଦି ମୁଖ୍ୟ ଅଟନ୍ତି | ଏଗୁଡିକ ବୃଷ୍ଟି ପୃଷ୍ଟ ଅଟନ୍ତି |


Ratings
No reviews yet, be the first one to review the product.