• SCHOOL BOARDS
  • BSE/CHSE ODISHA
  • CLASS 6
  • GEOGRAPHY
  • Odia Medium Class 6 Geography Chapter-7 (Part-1) :- Bharata Abastiti O Prakrutika Bibhaga (ଭାରତ ଅବସ୍ଥିତି ଓ ପ୍ରାକୃତିକ ବିଭାଗ) Question & Answer

Odia Medium Class 6 Geography Chapter-7 (Part-1) :- Bharata Abastiti O Prakrutika Bibhaga (ଭାରତ ଅବସ୍ଥିତି ଓ ପ୍ରାକୃତିକ ବିଭାଗ) Question & Answer

Language : Odia

LRNR provides this material totally free

Odia Medium Class 6 Geography Chapter-7 (Part-1):- Bharata Abastiti O Prakrutika Bibhaga (ଭାରତ ଅବସ୍ଥିତି ଓ ପ୍ରାକୃତିକ ବିଭାଗ)

Question & Answer

 ପ୍ରଶ୍ନ ଓ ଉତ୍ତର



1.   ଭାରତର ପ୍ରାକୃତିକ ବିଭାଗଗୁଡିକର ନାମ ଲେଖ |

a)   ଭାରତକୁ ଚାରିଗୋଟି ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଇଛି ଯଥା –

                     i.      ଉତ୍ତରସ୍ଥ ହିମାଳୟ ପର୍ବତମାଳା

                   ii.       ଉତ୍ତର ଭାରତର ସମତଳଭୂମି

                  iii.       ଦକ୍ଷିଣ ଭାରତର ମାଳଭୂମି

                 iv.       ଉପକୂଳବର୍ତ୍ତୀ ସମତଳଭୂମି


b)   ଭାରତର ସାତଟି ଦେଶ ସହ ସୀମାରେଖା ଲାଗିରହିଛି | ସେଗୁଡ଼ିକର ନାମ ଲେଖ |ଚୀନ, ନେପାଳ, ଭୁଟାନ, ମିଆଁମାର, ବଙ୍ଗଳାଦେଶ, ପାକିସ୍ଥାନ ଓ ଆଫଗାନିସ୍ଥାନ


c)   ଭାରତର କେଉଁ ମୁଖ୍ୟ ନଦୀ ଦୁଇଟି ଆରବସାଗରରେ ପଡିଛନ୍ତି ?

ନର୍ମଦା ଓ ତାପ୍ତି


d)   ଗଙ୍ଗା – ବ୍ରହ୍ମପୁତ୍ର ନଦୀଦ୍ଵୟର ତ୍ରିକୋଣଭୂମିର ନାମ କ’ଣ ?

ସୁନ୍ଦରବନ ତ୍ରିକୋଣଭୂମି


e)   ଭାରତରେ କେତୋଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରହିଛି ?

୨୮ ଗୋଟି ରାଜ୍ୟ ୮ ଗୋଟି କେନ୍ଦ୍ରଶାସିତ ଅଞ୍ଚଳ


f)   ଉତ୍ତର ଭାରତ ସମତଳ ଅଞ୍ଚଳରେ ଅଧିକ ଜନସଂଖ୍ୟାର କାରଣ କ’ଣ ?

ଉତ୍ତର ଭାରତ ସମତଳ ଅଞ୍ଚଳରେ ଅଧିକ ଜନସଂଖ୍ୟାର କାରଣ ହେଉଛି ଏହି ଅଞ୍ଚଳ ଗଙ୍ଗା, ସିନ୍ଧୁ, ବ୍ରହ୍ମପୁତ୍ର ଓ ଏହାର ଉପନଦୀଗୁଡିକଦ୍ଵାରା ସଞ୍ଚିତ ପଟୁମାଟିରେ ଗଠିତ ହୋଇଥିବାରୁ ଅଧିକ ଉର୍ବର ଓ କୃଷି ଉପଯୋଗୀ |

ସେଥିପାଇଁ ଏହି ଅଞ୍ଚଳରେ ଘନ ଜନବସତି ଦେଖାଯାଏ |


2.   ଠିକ ଉତ୍ତର ପାଖରେ √ ଚିହ୍ନ ଦିଅ |


a)   ହିମାଳୟ ଅନ୍ତର୍ଗତ ଦକ୍ଷିଣତମ ପର୍ବତଶ୍ରେଣୀର ନାମ :-

ସିୱାଲିକ, ହିମାଦ୍ରି, ହିମାଚଳ = ସିୱାଲିକ


b)   ସହ୍ୟାଦ୍ରିର ଅନ୍ୟ ନାମ :-

ଆରାବଳୀ, ପଶ୍ଚିମଘାଟ, ପୂର୍ବଘାଟ = ପଶ୍ଚିମଘାଟ


c)   ପକ ପ୍ରଣାଳୀ ଦୁଇ ପାର୍ଶ୍ୱରେ ଥିବା ଦେଶର ନାମ :-

ଶ୍ରୀଲଙ୍କା ଓ ମାଳଦ୍ଵୀପ , ଭାରତ ଓ ଶ୍ରୀଲଙ୍କା, ଭାରତ ଓ ମାଳଦ୍ଵୀପ


d)   ଆରବସାଗରରେ ଅବସ୍ଥିତ ଦ୍ଵୀପର ନାମ :-

ଆଣ୍ଡାମାନ ଓ ନିକୋବର ଦ୍ଵୀପ, ମାଳଦ୍ଵୀପ, ଲାକ୍ଷାଦ୍ଵୀପ = ଲାକ୍ଷାଦ୍ଵୀପ


e)   ଭାରତର ସର୍ବପୁରାତନ ପର୍ବତଶ୍ରେଣୀ :-

ଆରାବଳୀ, ବିନ୍ଧ୍ୟ, ସାତପୁରା = ଆରାବଳୀ


3.   ଶୂନ୍ୟସ୍ଥାନ ପୂରଣ କର |


a)   ଭାରତର କ୍ଷେତ୍ରଫଳ ପ୍ରାୟ ୩. ୨୮ ନିୟୁତ ବର୍ଗ କିଲୋମିଟର |


b)   ଉଚ୍ଚ ହିମାଳୟର ଅନ୍ୟନାମ ହିମାଦ୍ରି |


c)   କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସବୁଠାରୁ ବଡ ରାଜ୍ୟ ରାଜସ୍ଥାନ |


d)   ମହାନଦୀ ବଙ୍ଗୋପସାଗରରେ ପଡିଛି |


e)   ଭାରତର ମଧ୍ୟଭାଗ ଦେଇ ଯାଇଥିବା ଅକ୍ଷାଂଶ କର୍କଟକ୍ରାନ୍ତି ଅଟେ |




Ratings
No reviews yet, be the first one to review the product.