• SCHOOL BOARDS
  • BSE/CHSE ODISHA
  • CLASS 6
  • GEOGRAPHY
  • Odia Medium Class 6 Geography Chapter-7 (Part-2) :- Bharata: Jalabayu,Prakrutika Udvida,Banyaprani O Ehara Sarankhyana(ଭାରତ ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ) Notes

Odia Medium Class 6 Geography Chapter-7 (Part-2) :- Bharata: Jalabayu,Prakrutika Udvida,Banyaprani O Ehara Sarankhyana(ଭାରତ ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ) Notes

Language : Odia

LRNR provides this material totally free

Odia Medium Class 6 Geography Chapter-7 (Part-2) :- Bharata: Jalabayu,Prakrutika Udvida,Banyaprani O Ehara Sarankhyana(ଭାରତ ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ) Notes



ଭାରତ ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ


·    ବାୟୁମଣ୍ଡଳର ଅବସ୍ଥା ସବୁବେଳେ ସମାନ ନଥାଏ | କେତେବେଳେ ଅଧିକ ଗରମ ତ କେତେବେଳେ ଅଧିକ ଶୀତ ହୁଏ | ପୁଣି କେତେବେଳେ ଝଡି ଯୋଗୁଁ ଘରୁ ପଦାକୁ ବାହାରିବା କଷ୍ଟକର |


·    ବାୟୁମଣ୍ଡଳରେ ଘଟୁଥିବା ଦୈନନ୍ଦିନ ପରିବର୍ତ୍ତନକୁ ପାଣିପାଗ କୁହାଯାଏ |


·    ଏହି ପରିବର୍ତ୍ତନ ମୁଖ୍ୟତଃ ବାୟୁର ତାପମାତ୍ରା, ବୃଷ୍ଟିପାତ ଓ ସୂର୍ଯ୍ୟାଲୋକର ପରିମାଣର ପରିବର୍ତ୍ତନକୁ ବୁଝାଇଥାଏ |


·    ବାୟୁମଣ୍ଡଳ ଅବସ୍ଥାରେ ଏ ପ୍ରକାର ପରିବର୍ତ୍ତନକୁ ବିଚାରକୁ ନେଇ ଆମ ଦେଶରେ ଗୋଟିଏ ବର୍ଷକୁ ଚାରିଗୋଟି ଋତୁରେ ବିଭକ୍ତ କରାଯାଇଛି :- ଯଥା –


1.   ଶୀତଋତୁ (ଡିସେମ୍ବରରୁ ଫେବୃୟାରୀ)

2.   ଗ୍ରୀଷ୍ମଋତୁ (ମାର୍ଚ୍ଚରୁ ମେ)

3.   ବର୍ଷାଋତୁ (ଜୁନ୍ ରୁ ସେପ୍ଟେମ୍ବର)

4.   ଶରତ ଋତୁ (ଅକ୍ଟୋବର ରୁ ନଭେମ୍ବର)


ଗ୍ରୀଷ୍ମଋତୁ

·    ଗ୍ରୀଷ୍ମଋତୁରେ ସୂର୍ଯ୍ୟରଶ୍ମି ପ୍ରାୟ ସିଧାସଳଖ ଭାବେ ଆମ ଦେଶରେ ପଡିଥାଏ | ଏହି ରତୁରେ ଦିନ ବଡ ଓ ରାତି ଛୋଟ ହୁଏ |

·    ରାଜସ୍ଥାନ, ଦିଲ୍ଲୀ, ହରିୟାନା, ପଞ୍ଜାବ ଓ ପଶ୍ଚିମ ଉତ୍ତର ପ୍ରଦେଶ ଅନ୍ତର୍ଗତ ଅଞ୍ଚଳରେ ଦିନବେଳା ଅତି ଉଷ୍ଣ ଓ ଶୁଷ୍କ ବାୟୁ ‘ଲୁ’ ପ୍ରବାହିତ ହୋଇଥାଏ |


·    ଓଡ଼ିଶାର ଉତ୍ତର ଭାଗରେ ଓ ପଶ୍ଚିମବଙ୍ଗରେ ଅପରାହ୍ନ ସମୟରେ ବିଜୁଳି ଓ ଘଡଘଡି ସହ ବୃଷ୍ଟିପାତ ହୋଇଥାଏ | ଏହାକୁ କାଳ ବୈଶାଖୀ କୁହାଯାଏ |


ବର୍ଷାଋତୁ

·    ବର୍ଷାଋତୁରେ ଆମଦେଶରେ ମୌସୁମୀ ବାୟୁପ୍ରବାହ ହୋଇଥାଏ |

·    ରାଜସ୍ଥାନର ପଶ୍ଚିମାଞ୍ଚଳରେ ଅତି କମ୍ ବୃଷ୍ଟିପାତ କାରଣରୁ ଥର୍ ମରୁଭୁମି ସୃଷ୍ଟି ହୋଇଛି |


ଶରତ ଋତୁ

·    ଶରତ ଋତୁରେ ପ୍ରତ୍ୟାବର୍ତ୍ତନଶୀଳ ମୌସୁମୀ ବାୟୁ ଯୋଗୁଁ ତାମିଲନାଡୁ ଆନ୍ଧ୍ର ଉପକୂଳରେ ବୃଷ୍ଟିପାତ କରାଇଥାଏ |


ଶୀତଋତୁ

·    ଶୀତଋତୁରେ ଭାରତରେ ସୂର୍ଯ୍ୟକିରଣ ଲମ୍ବଭାବରେ ପଡେ ନାହିଁ | ଏହି ଋତୁରେ ଦିନ ଛୋଟ ଓ ରାତି ବଡ ହୁଏ |

·    ଏହିଋତୁରେ ହିମାଳୟ ପର୍ବତମାଳା ଓ ଉତ୍ତର ଭାରତର କେତେକ ଅଞ୍ଚଳରେ ତୁଷାରପାତ ହୁଏ |

·    ବହୁ ବର୍ଷଧରି ପାଣିପାଗର ହାରାହାରି ଅବସ୍ଥାକୁ ଜଳବାୟୁ କୁହାଯାଏ |


କ୍ରାନ୍ତିୟ ବାତାବର୍ତ୍ତ

·    କ୍ରାନ୍ତିୟ ମଣ୍ଡଳରେ କୌଣସି କାରଣରୁ ବାୟୁମଣ୍ଡଳରେ ବାୟୁ ଚାପ ହ୍ରାସ ପାଇ ଲଘୁଚାପ କେନ୍ଦ୍ର ସୃଷ୍ଟି ହୋଇ ଘନୀଭୂତ ହେଲେ ବାତାବର୍ତ୍ତରେ ପରିଣତ ହୁଏ | ଯାହାକୁ କ୍ରାନ୍ତିୟ ବାତାବର୍ତ୍ତ କୁହାଯାଏ | ଏହା ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ପ୍ରଚୁର ବୃଷ୍ଟିପାତ ହୋଇଥାଏ |


ମୌସୁମୀ ବାୟୁ

·    ଏହା ଏକ ଋତୁକାଳୀନ ବାୟୁ ପ୍ରବାହ | ଗ୍ରୀଷ୍ମକାଳରେ ଏହା ଦକ୍ଷିଣ - ପଶ୍ଚିମ ଦିଗରୁ ଓ ଶୀତକାଳରେ ଉତ୍ତର – ପୂର୍ବ ଦିଗରୁ ପ୍ରବାହିତ ହୁଏ | ଏଥିରୁ ପ୍ରଚୁର ବୃଷ୍ଟିପାତ ମିଳେ |


ପ୍ରାକୃତିକ ଉଦ୍ଭିଦ

·    ମଣିଷର ବିନା ସାହାଯ୍ୟରେ ଆପେ ଆପେ ବହୁଥିବା ଘାସ, ବୁଦା ଓ ଗଛଲତା ଆଦିକୁ ପ୍ରାକୃତିକ ଉଦ୍ଭିଦ କୁହାଯାଏ |

·    ଜଳବାୟୁ ବିଭିନ୍ନତା ଯୋଗୁଁ ଆମ ଦେଶରେ ବିଭିନ୍ନ ପ୍ରକାର ପ୍ରାକୃତିକ ଉଦ୍ଭିଦ ଦେଖାଯାଏ | ଯଥା – କ୍ରାନ୍ତିୟ ଚିରହରିତ ଅରଣ୍ୟ


a)   କ୍ରାନ୍ତିୟ ପର୍ଣ୍ଣମୋଚି ଅରଣ୍ୟ

b)   କଣ୍ଟାବୁଦା ଜଙ୍ଗଲ

c)   ପାର୍ବତ୍ୟ ଅରଣ୍ୟ

d)   ଜୁଆରିଆ ଅରଣ୍ୟ


ଅରଣ୍ୟର ଉପକାରିତା


·    ବୃକ୍ଷଲତାଗୁଡିକ ଖାଦ୍ୟ ପ୍ରସ୍ତୁତିରେ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରିଥାନ୍ତି ଏବଂ ଅମ୍ଳଜାନ ଛାଡ଼ିଥାନ୍ତି | ଅମ୍ଳଜାନ ଆମେ ପ୍ରଶ୍ଵାସରେ ଗ୍ରହଣ କରୁ ·    ଜଙ୍ଗଲ ବନ୍ୟପ୍ରାଣୀଙ୍କର ପ୍ରାକୃତିକ ଆବାସସ୍ଥଳୀ |


·    ଜଙ୍ଗଲ ବୃଷ୍ଟିପାତରେ ସହାୟକ ହୋଇଥାଏ |


ବନ୍ୟପ୍ରାଣୀ

·    ଜଙ୍ଗଲ ଅନେକ ପ୍ରକାର ପ୍ରାଣୀଙ୍କର ବାସସ୍ଥାନ |

·    ହଜାର ହଜାର ପ୍ରଜାତିର ପ୍ରାଣୀ ଓ ବହୁପ୍ରକାର ପ୍ରଜାତିର ସରୀସୃପ ଉଭୟଚର ପ୍ରାଣୀ, ପକ୍ଷୀ ଓ କୀଟପତଙ୍ଗ ଜଙ୍ଗଲରେ ରୁହନ୍ତି |

·    ପ୍ରତିବର୍ଷ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଛି |


|

Ratings
No reviews yet, be the first one to review the product.