Odia Medium Class 6 Chapter 6 Odia Banabani ( ବନବାଣୀ ) Question & Answer

Soumya Ma'am avatar
Soumya Ma'am

Language : Odia

LRNR provides this material totally free

Odia Medium Class 6 Chapter 6 Odia Banabani ( ବନବାଣୀ ) Question & Answer

ବନବାଣୀ



୧. ଉତ୍ତର କୁହ :


କ. ପୁରାତନ ଭାରତର ଛାତ୍ରମାନେ କେଉଁ ସ୍ଥାନରେ ରହି ଶିକ୍ଷାଲାଭ କରୁଥିଲେ ?

ଉତ୍ତର : ପୁରାତନ ଭାରତର ଛାତ୍ରମାନେ ଅରଣ୍ୟରେ ଆର୍ଯ୍ୟଋଷିମାନଙ୍କ ନିକଟରେ ରହି ଶିକ୍ଷାଲାଭ କରୁଥିଲେ |


ଖ. କେଉଁମାନଙ୍କର ପବିତ୍ର ସ୍ମୃତି ଏବେ ବି ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି ?

ଉତ୍ତର : ଅରଣ୍ୟ ଭୂମିକୁ ସାଧନା ସ୍ଥଳ ରୂପେ ଗ୍ରହଣ କରି ସିଦ୍ଧି ଲାଭକରିଥିବା ଯୋଗୀ ଋଷିମାନଙ୍କର ପବିତ୍ର ସ୍ମୃତି ଏବେ ବି ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି |


ଗ. ରାଜା ମହାରାଜାମାନେ ଜୀବନରେ କାହାର ଆଶ୍ରୟ ନେଇ ନିଜକୁ କୃତାର୍ଥ ମାଣୁଥିଲେ ?

ଉତ୍ତର : ରାଜା ମହାରାଜାମାନେ ଜୀବନର ଶେଷ ଦଶାରେ “ମୁନିବର ତରୁଛୟା”ର ଆଶ୍ରୟ ନେଇ ନିଜକୁ କୃତାର୍ଥ ମାଣୁଥିଲେ |


ଘ. ଭାରତର କେଉଁ କେଉଁ ପ୍ରାଚୀନ କାବ୍ୟ ନାଟକ ଆଦିରେ ଅରଣ୍ୟର କଥା କୁହାଯାଇଛି ?

ଉତ୍ତର: ‘ଶକୁନ୍ତଳା’ , ‘କୁମାର ସମ୍ଭବ’, ‘ଉତ୍ତର ରାମଚରିତ’ ପ୍ରଭୃତି ଭାରତର ପ୍ରାଚୀନ କାବ୍ୟ ନାଟକ ଆଦିରେ ଅରଣ୍ୟର କଥା କୁହାଯାଇଛି |


୨. ପଠିତ ପ୍ରବନ୍ଧରୁ ନିମ୍ନ ପ୍ରଶ୍ନ ଗୁଡିକର ଉତ୍ତର ଖୋଜି ଲେଖ :


କ. ଭାରତୀୟ ଭାବୁକମାନେ କାହିଁକି ପ୍ରକୃତିକୁ ସମସ୍ତ ପ୍ରେରଣାର ଉତ୍ସ ବୋଲି ଗ୍ରହଣ କରିଛନ୍ତି ?

ଉତ୍ତର : ଭାରତୀୟ ଭାବୁକମାନଙ୍କ ନିକଟରେ ପ୍ରକୃତି ନିର୍ଜୀବ କିମ୍ବା ଜଡା ନୁହେଁ , ତାହା ଏକ ମହାଶକ୍ତି ତେଣୁ ସେମାନେ ପ୍ରକୃତିକୁ ସମସ୍ତ ପ୍ରେରଣାର ଉତ୍ସ ବୋଲି ଗ୍ରହଣ କରିଛନ୍ତି |


ଖ. ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷମାନେ କାହିଁକି ଅରଣ୍ୟରେ ସମୟ ଅତିବାହିତ କରୁଥିଲେ ?

ଉତ୍ତର. ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷମାନେ ସଂସାର କ୍ଷେତ୍ରରେ ସମାଜର ନେତୃତ୍ୱ ନେବା ପୂର୍ବରୁ ଜୀବନର ସଂଯମ ଏବଂ ସାଧନା ନିମନ୍ତେ ଅରଣ୍ୟରେ ସମୟ ଅତିବାହିତ କରୁଥିଲେ |


ଗ. ଭାରତୀୟ ସଭ୍ୟତାର ପରିବର୍ତ୍ତନ ଯୋଗୁଁ ବନ ପ୍ରଦେଶ କିପରି ବଦଳିଛି ?

ଉତ୍ତର : ଭାରତୀୟ ସଭ୍ୟତାର ପରିବର୍ତ୍ତନ ଯୋଗୁଁ ବନ ପ୍ରଦେଶରେ ଆଉ ଋଷି ଆଶ୍ରମ ଦେଖିବାକୁ ମିଳୁନାହିଁ | ଶତ ଶତ ଶିଷ୍ୟଙ୍କ ବେଦ ଧ୍ଵନିରେ ବନ ପ୍ରଦେଶ ମୁଖରିତ ହେଉନାହିଁ |


ଘ. ବନବାଣୀକୁ କାହିଁକି ‘ଭାରତର ବାଣୀ’ ବୋଲି କୁହାଯାଇଛି ?

ଉତ୍ତର : ଅରଣ୍ୟ ହେଉଛି ଭାରତୀୟ ସଭ୍ୟତାର କେନ୍ଦ୍ର | ବାହୀକ ପ୍ରଭାବରେ ଭାରତୀୟ ସଭ୍ୟତାର ପରିବର୍ତ୍ତନ ଘଟିଥିଲେ ମଧ୍ୟ ସହସ୍ରବର୍ଷ ପୂର୍ବର ସେ ସ୍ମୃତି ଏବେ ସୁଦ୍ଧା ଭାରତବାସୀଙ୍କ ହୃଦୟରୁ ଏକା ବେଳକେ ବିଲୁପ୍ତ ହୋଇ ନାହିଁ କିମ୍ବା ଏହା କେବେ ବିଲୁପ୍ତ ହେବାର ନୁହେଁ | ସେଥିପାଇଁ ବନବାଣୀକୁ ଭାରତର ବାଣୀ ବୋଲି କୁହାଯାଇଛି |


୩. ସରଳ ଭାଷାରେ ବୁଝାଇ ଲେଖ

:

କ. “ପ୍ରକୃତି ସେମାନଙ୍କ ନିକଟରେ ନିର୍ଜୀବ ଏବଂ ଜଡ ନୁହେଁ , ତାହା ଏକ ମହାଶକ୍ତି |”

“ପ୍ରକୃତି ---------------------------ମହାଶକ୍ତି |”


ଉକ୍ତ ଗଦ୍ୟାଂଶଟି ‘ଆମ ସାହିତ୍ୟ’ ପୁସ୍ତକର ‘ବନବାଣୀ’ ପ୍ରବନ୍ଧରୁ ଆନୀତ | ଏହି ପ୍ରସଙ୍ଗରେ ଲେଖକ ଗୋପବନ୍ଧୁ ଦାସ ଅରଣ୍ୟର ମହତ୍ୱ ବର୍ଣ୍ଣନା କରିଛନ୍ତି |

ଭାରତର କବି, ଲେଖକ ମାନେ କାବ୍ୟ, ନାଟକ ଓ ପୂରଣ ଆଦିରେ ଅରଣ୍ୟ ଗୌରବାକୁ ବିଶେଷ ଭାବରେ ପ୍ରକାଶ କରିଛନ୍ତି | ଆଜି ଉତ୍କୃଷ୍ଟ ସୁନ୍ଦର ସାହିତ୍ୟମାନ ବନ ପ୍ରଦେଶର ଚିତ୍ର ଏବଂ ଘଟଣା ଆଦିକୁ ନେଇ ଗଢି ଉଠିଛି | ସେହପରି ଭାବୁକ ମାନେ ମଧ୍ୟ ପ୍ରକୃତିକୁ ମହାଶକ୍ତି ଭାବେ ଗ୍ରହଣ କରି ନେଇଛନ୍ତି | ସେମାନଙ୍କ ନିକଟରେ ପ୍ରକୃତି ନିର୍ଜୀବ କି ଜଡ ନୁହେଁ | ପ୍ରକୃତି ହିଁ ସେମାନଙ୍କ ପାଇଁ ପ୍ରେରଣାର ଉତ୍ସ | ପ୍ରାଚୀନ କାଳରେ ଭାରତର ଯେଉଁ ତତ୍ତ୍ଵ ସବୁ ପୃଥିବୀକୁ ଆଲୋକ ପ୍ରଦାନ କରୁଥିଲା , ସେ ସମସ୍ତ ଆବିର୍ଭାବ ହିଁ ବନ ପ୍ରଦେଶରେ ଘଟିଥିଲା |

ବାସ୍ତବିକ ଲେଖକଙ୍କର ଚିନ୍ତାଧାରା ଅତ୍ୟନ୍ତ ମହନୀୟ |



ଖ. “ଭାରତର ସଭ୍ୟତା ଓ ଚିନ୍ତାର ଗତି ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି |”

 “ଭାରତର -------------------------------------------------------------- ହୋଇଛି |”


ଉକ୍ତ ଗଦ୍ୟାଂଶଟି ‘ଆମ ସାହିତ୍ୟ’ ପୁସ୍ତକର ‘ବନବାଣୀ’ ପ୍ରବନ୍ଧରୁ ଆନୀତ |ଏହି ପ୍ରସଙ୍ଗରେ ଲେଖକ ଗୋପବନ୍ଧୁ ଦାସ ଭାରତର ପରିବର୍ତ୍ତିତ ସଭ୍ୟତା ଓ ଚିନ୍ତାର ଗତି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି |

ଅରଣ୍ୟ ହେଉଛି ଭାରତୀୟ ସଭ୍ୟତାର କେନ୍ଦ୍ର | କେଉଁ ପ୍ରାଚୀନ କାଳରୁ ଭାରତୀୟ ସଭ୍ୟତାର ଯେଉଁ ଉନ୍ନତି ହୋଇଛି ତାହା କେବଳ ଏହି ଅରଣ୍ୟରୁ | ଭାରତର ମହାପୁରୁଷମାନେ ଅରଣ୍ୟକୁ ଆପଣାର ସାଧନା ଓ ସିଦ୍ଧିର ସ୍ଥାନ ରୂପେ ନିରୂପଣ କରିଥିଲେ | ଭାରତୀୟ ରାଜୁକମାନେ ପ୍ରକୃତିକୁ ଏକ ମହାଶକ୍ତି ରୂପେ ଗ୍ରହଣ କରୁଥିଲେ | ଅରଣ୍ୟର ତରୁଲତା ଶ୍ରେଣୀରୁ ଭାବୁକମାନେ ନୀରବ ବାଣୀ ଶ୍ରବଣ କରୁଥିଲେ | କିନ୍ତୁ ବର୍ତ୍ତମାନ ଆଉ ସେସବୁ ନାହିଁ | ଭାରତର ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ |



୪. ପ୍ରତ୍ୟେକ ଧାଡିରେ ତିନୋଟି ଏକଜାତୀୟ ଶବ୍ଦ ସହିତ ଗୋଟିଏ ଭିନ୍ନ ଜାତୀୟ ଶବ୍ଦ ମିଶି ରହିଛି | ଭିନ୍ନ ଜାତୀୟ ଶବ୍ଦଟିକୁ ଚିହ୍ନଟ କରି ଲେଖ |


କ. ଯୋଗୀ , ମୁନି, ଋଷି, ରୋଗୀ – ଉତ୍ତର : ରୋଗୀ

ଖ. ପ୍ରୌଢ , ନାଗରିକ, ବାଳକ, ଯୁବକ – ଉତ୍ତର : ନାଗରିକ

ଗ. ବନ, ଉପବନ, ଅରଣ୍ୟ , ପର୍ବତ – ଉତ୍ତର : ପର୍ବତ

ଘ. କାବ୍ୟ, କିମ୍ବଦନ୍ତୀ, ନାଟକ, ପୁରାଣ – ଉତ୍ତର : କିମ୍ବଦନ୍ତୀ

ଙ. ତରୁ , ବିହଙ୍ଗ , ଦ୍ରୁମ , ମହାଦ୍ରୁମ – ଉତ୍ତର : ବିହଙ୍ଗ


୫.ତଳେ “କ” ଓ “ଖ” ସ୍ତମ୍ଭରେ କିଛି ଶବ୍ଦ ଦିଆଯାଇଛି | ସେମାନଙ୍କ ମଧ୍ୟରୁ ପରସ୍ପର ସମ୍ପର୍କ ଥିବା ଶବ୍ଦକୁ ଯୋଡି ବାକ୍ୟ କର |


“କ”         “ଖ”

ଅରଣ୍ୟ        ପ୍ରଦେଶ

ତରୁ         ଛାୟା

ଚିନ୍ତା        ସ୍ରୋତ

କାର୍ଯ୍ୟ        କ୍ଷେତ୍ର

ସାଧନା        ପୀଠ

 

ବାକ୍ୟଗଠନ : -

ଅରଣ୍ୟ – ପ୍ରଦେଶ : ଅରଣ୍ୟ ପ୍ରଦେଶର ଦୃଶ୍ୟ ଖୁବ୍ ସୁନ୍ଦର |

ତରୁ - ଛାୟା : ତରୁଛାୟାରେ ଶାନ୍ତି ମିଳେ |

ଚିନ୍ତାସ୍ରୋତ : ହଠାତ୍ ରାମର ଚିନ୍ତାସ୍ରୋତରେ ବାଧା ପହଞ୍ଚିଲା |

କାର୍ଯ୍ୟକ୍ଷେତ୍ର : ତୁମେ କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ଦେଖାଇବା ଉଚିତ୍ |

ସାଧନା ପୀଠ : ଶାନ୍ତି ନିକେତନ ରବୀନ୍ଦ୍ର ନାଥଙ୍କ ସାଧନ ପୀଠ ଥିଲା |


୬. ବନ୍ଧନୀରୁ ଶବ୍ଦ ବାଛି ଶୂନ୍ୟ ସ୍ଥାନ ପୂରଣ କରି ପାଠଟିକୁ ପୂର୍ଣ୍ଣ ଭାବରେ ଲେଖ :


ମହାଭାରତରେ ପଞ୍ଚୁପାଣ୍ଡବଙ୍କୁ ମଧ୍ୟ ରାଜ୍ୟ ଲାଭ ପୂର୍ବରୁ ଅଜ୍ଞାତ ବନବାସରେ ଏହିପରି ଦୀର୍ଘ ସାଧନା ମଧ୍ୟ ଦେଇ ଯିବାକୁ ପଡିଅଛି | କେଜାଣି ଅରଣ୍ୟର ତରୁଲତା ଶ୍ରେଣୀ ଭାରତୀୟ ଭାବୁକ କାନରେ କି ନୀରବ ବାଣୀ କହୁଥିଲେ |


୭. ତଳ କୋଠରୀମାନଙ୍କରେ କେତୋଟି ଅକ୍ଷର ଦିଆଯାଇଛି | ପ୍ରତି ଧାଡ଼ିରୁ ଅକ୍ଷର ମାନଙ୍କୁ ନେଇ କେତୋଟି ଦୁଇ ଓ ତିନି ଅକ୍ଷର ବିଶିଷ୍ଟ ଶବ୍ଦ ତିଆରି କର :

ସମ୍ପର୍କ , ଦର୍ଶନ , ନଗର , ସାଧବ , ସାଧନ , ମଦନ , ଦମନ , ବନ , ଧନ , ସାନ , ବସା , ନବ , ସ୍ଵର , ସଭ୍ୟ , ସର , ମର , ଅର୍କ , ମନ


୮. ପ୍ରତି ବାକ୍ୟର କିଛି ଅଂଶ ‘କ’ ସ୍ତମ୍ଭରେୟ କିଛି ଅଂଶ ‘ଖ’ ସ୍ତମ୍ଭରେ ଦିଆଯାଇଛି | ଦୁଇ ସ୍ତମ୍ଭରେ ପରସ୍ପର ସମ୍ପର୍କ ଥିବା ବାକ୍ୟାଂଶକୁ ଏକାଠି ମିଳାଇ ଲେଖ |


‘କ’ ସ୍ତମ୍ଭ              ‘ଖ’ ସ୍ତମ୍ଭ 

ପ୍ରକୃତି ସେମାନଙ୍କ ନିକଟରେ -       ନିର୍ଜୀବ ଏବଂ ଜଡ ନୁହେଁ

ବନ ବାଣୀ ହିଁ -              ଭାରତର ବାଣୀ

ଶତ ଶତ ଶିଷ୍ୟଙ୍କ ବେଦ ଧ୍ଵନିରେ -         ବନପ୍ରଦେଶ ମୁଖରିତ ହେଉ ନାହିଁ

ବନସ୍ୱତି ର ମହାତ୍ମ୍ୟ -          ପ୍ରାଣରେ ଅନୁଭବ କରୁଥିଲେ

ଅରଣ୍ୟ ହିଁ ସେମାନଙ୍କର -        ସାଧନା ପୀଠ ଥିଲା


୯. ତଳେ ଦିଆଯାଇଥିବା ଶବ୍ଦ ଗୁଡିକ ମଧ୍ୟରୁ ନିର୍ଭୁଲ ଶବ୍ଦ ଗୁଡିକୁ ବାଛି ଲେଖ :


କ. ଜାତିୟ , ଜାତୀୟ , ଯାତୀୟ ଉ – ଜାତୀୟ

ଖ. ବିଶେଷ , ବିଷେଶ , ବିସେଷ ,ଉ –ବିଶେଷ

ଗ. ବାଲ୍ମିକୀ , ବାଲ୍ମୀକି , ବାଲ୍ମିକି ଉ – ବାଲ୍ମୀକି

ଘ. ନୀର୍ଜିବ , ନିର୍ଜିବ , ନିର୍ଜୀବ ଉ – ନିର୍ଜୀବ

 

 

 

 

 

 

 


Ratings
No reviews yet, be the first one to review the product.