Odia Medium Class 6 Odia Chapter 2 Prabhata Abakasha ( ପ୍ରଭାତ ଅବକାଶ ) Question & Answer

Language : Odia

LRNR provides this material totally free

Odia Medium Class 6 Odia Chapter 2 Prabhata Abakasha ( ପ୍ରଭାତ ଅବକାଶ ) Question & Answer

ପ୍ରଭାତ ଅବକାଶ



1. ଉତ୍ତର କୁହ |


କ. ସକାଳ ହେବାରୁ କେଉଁ କେଉଁ ପକ୍ଷୀ ରାବିଲେ ?

ସକାଳ ହେବାରୁ ଶୁଆ, କାଉ, କୋଇଲି ଓ କୁକୁଡ଼ା ଆଦି ପକ୍ଷୀମାନେ ରାବିଲେ |

ଖ. ମାତା ଯଶୋବନ୍ତୀ ଶ୍ରୀକୃଷ୍ଣଙ୍କୁ କେଉଁ କେଉଁ ଖାଦ୍ୟ ଖୁଆଇବେ ବୋଲି କହିଛନ୍ତି ?

ମାତା ଯଶୋବନ୍ତୀ ଶ୍ରୀକୃଷ୍ଣଙ୍କୁ ଅମୃତପାଣି, କଦଳୀ, ଲହୁଣୀ, ଅଧାମ, ଗୋଟିକା, ପୁଳି, ଖଣ୍ଡସର ପ୍ରଭୃତି ଖୁଆଇବେ ବୋଲି କହିଛନ୍ତି |


ଗ. ଶ୍ରୀକୃଷ୍ଣ କେଉଁ କାରଣରୁ ପଥଶ୍ରମ ଯାଇ ଅଧିକ ସମୟ ଶୋଇ ଯାଇଛନ୍ତି ?

ଶ୍ରୀକୃଷ୍ଣ ଗୋ –ବତ୍ସା ଚରାଇବାକୁ ଯାଇ ଶରୀରରେ ଦୁର୍ବଳତା ଅନୁଭବ କରିଛନ୍ତି | ତେଣୁ ଅଳସରେ ଅଧିକ ସମୟ ଶୋଇ ଯାଇଛନ୍ତି ବୋଲି ଯଶୋଦା ଭାବୁଛନ୍ତି |


ଘ.କେଉଁମାନେ ସିଂହଦ୍ଵାର ନିକଟରେ ଥାଇ ଶ୍ରୀକୃଷ୍ଣଙ୍କୁ ଡାକୁଛନ୍ତି ?

ଗୋପାଳ ବାଳକମାନେ ସିଂହଦ୍ଵାର ନିକଟରେ ଥାଇ ଶ୍ରୀକୃଷ୍ଣଙ୍କୁ ଡାକୁଛନ୍ତି |


2.ଉତ୍ତର ଲେଖ |


କ. କେଉଁ କେଉଁ ପକ୍ଷୀ ଶ୍ରୀକୃଷ୍ଣଙ୍କୁ ରାତି ପାହିବାର ସୂଚନା ଦେଉଛନ୍ତି |

ମନ୍ଦିରରେ ଶୁଆ, ଗଛରେ କାଉ ଓ କୋଇଲି ତଥା ଘରେ କୁକୁଡ଼ା ପ୍ରଭୃତି ପକ୍ଷୀମାନେ ଶ୍ରୀକୃଷ୍ଣଙ୍କୁ ରାତି ପାହିବାର ସୂଚନା ଦେଉଛନ୍ତି |

ଖ. ଶ୍ରୀକୃଷ୍ଣ ନିଦରୁ ଉଠିବା ପରେ ମା’ ଯଶୋଦା କ’ଣ କରିବେ କହୁଛନ୍ତି ?

ଶ୍ରୀକୃଷ୍ଣ ନିଦରୁ ଉଠିବା ପରେ ମା’ ଯଶୋଦା ଝରିରେ ରଖିଥିବା ସୁଗନ୍ଧଯୁକ୍ତ ଜଳରେ ତାଙ୍କର ଶ୍ରୀମୁଖ ଧୋଇଦେବେ | ଅମୃତତୁଲ୍ୟ କ୍ଷୀର, କଦଳୀ, ଲହୁଣୀ ଇତ୍ୟାଦି ଖୁଆଇବେ ବୋଲି ମାଆ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି |


ଗ. ଶ୍ରୀକୃଷ୍ଣ କାହିଁକି ଏତେବେଳ ପର୍ଯ୍ୟନ୍ତ ଶୋଇଛନ୍ତି ବୋଲି ମାତା ଯଶୋଦା ଭାବୁଛନ୍ତି ?

ଶ୍ରୀକୃଷ୍ଣ ଗାଈ ଚରାଇବେ ନିମିତ୍ତ ବନକୁ ଯାଇଥିବେ, କଠିନ ପରିଶ୍ରମ ହେତୁ ତାଙ୍କର ଶରୀର ବୋଧହୁଏ ଦୁର୍ବଳ ହୋଇ ଯାଇଛି | ତେଣୁ ଆଳସ୍ୟ ହେତୁ ଶ୍ରୀକୃଷ୍ଣ ଏତେବେଳଯାଏ ଶୋଇଛନ୍ତି ବୋଲି ମା’ ଯଶୋଦା ଭାବୁଛନ୍ତି |


ଘ. ଏହି କବିତାଟିରେ ଯଶୋଦାଙ୍କର ମାତୃସ୍ନେହ କିପରି ଫୁଟି ଉଠିଛି ?

ଶ୍ରୀକୃଷ୍ଣଙ୍କ ପ୍ରତି ମାତା ଯଶୋଦାଙ୍କ ହୃଦୟରେ ଅମାପ ବାତ୍ସଲ୍ୟ ସ୍ନେହ ପୁରି ରହିଥିଲା | ତାଙ୍କ ବିନା ମାତା ଯଶୋଦାଙ୍କୁ ଗୋଟିଏ ମୂହୁର୍ତ୍ତ ଗୋଟିଏ ଯୁଗଭଳି ଲାଗୁଥିଲା | ପୁତ୍ର ଶ୍ରୀକୃଷ୍ଣଙ୍କର ନିଦରୁ ଉଠିବା ବିଳମ୍ବ ହେବାରୁ ମାତା ଦୁଃଖରେ ଭାଙ୍ଗି ପଡିଛନ୍ତି | ସୁଗନ୍ଧଯୁକ୍ତ ଜଳରେ ମୁଖ ଧୋଇଦେବେ ଏବଂ ସ୍ଵାଦିଷ୍ଟ ଖାଦ୍ୟ ଖୁଆଇବାକୁ ଚାହିଁଛନ୍ତି |


ଙ. ଗୋପାଳ ବାଳକମାନେ କ’ଣ କହି ଶ୍ରୀକୃଷ୍ଣଙ୍କୁ ନିଦରୁ ଉଠାଇଛନ୍ତି ?

ଗୋପାଳ ବାଳକମାନେ ଶ୍ରୀକୃଷ୍ଣଙ୍କୁ ଅଚ୍ୟୁତ ବୋଲି କହି ନିଦରୁ ଉଠାଇଛନ୍ତି |


3.ସରଳ ଭାଷାରେ ବୁଝାଇ ଲେଖ |


କ. “ଅମୃତ ପାଣି କଦଳୀ --------ସର ହେ”|


ଉକ୍ତ ପଦ୍ୟାଂଶଟି ପଠିତ “ଆମ ସାହିତ୍ୟ’ ବହିର “ପ୍ରଭାତ ଅବକାଶ” ପଦ୍ୟରୁ ଆନୀତ | ଏହି କବିତାରେ କବି ମା’ ଯଶୋଦା କିପରି ଶ୍ରୀକୃଷ୍ଣ ନିଦ୍ରାରୁ ଉଠିଲେ ସ୍ଵାଦିଷ୍ଟ ଖାଦ୍ୟ ଖୁଆଇବେ, ତାହା ବର୍ଣ୍ଣନା କରିଛନ୍ତି |

ଗୋବତ୍ସା ଚାରଣା ନିମିତ୍ତ ବନକୁ ଯାଇଥିବାରୁ ପୁତ୍ର ଶ୍ରୀକୃଷ୍ଣ ପଥଶ୍ରାନ୍ତ ହୋଇ ବିଳମ୍ବ ପର୍ଯ୍ୟନ୍ତ ଶୟନ କରିଛନ୍ତି | ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଦ୍ରାରୁ ଉଠାଇବା ପାଇଁ ଚେଷ୍ଟା କରିଛନ୍ତି | ତାଙ୍କୁ କ୍ଷୀର, କଦଳୀ, ଲବଣୀ, ଅଧାମ, ଗୋଟିକା ଓ ଖଣ୍ଡସର ସହିତ ପୁଳି ଖୁଆଇବାକୁ ଚାହିଁଛନ୍ତି |



ଖ. “ବାଛୁରୀ ଚରାଇ ଯାଇ --------ଶରୀର ହେ” |


ଉକ୍ତ ପଦ୍ୟାଂଶଟି ପଠିତ “ଆମ ସାହିତ୍ୟ” ବହିର “ପ୍ରଭାତ ଅବକାଶ” ପଦ୍ୟରୁ ଆନୀତ | ଏହି କବିତାରେ ଭକ୍ତକବି ବନମାଳୀ ଦାସ ଶ୍ରୀକୃଷ୍ଣ ଶଯ୍ୟାତ୍ୟାଗର ବିଳମ୍ବ ହେତୁ ମାତା ଯଶୋଦାଙ୍କ ମନରେ ଯେଉଁ ଭାବାନ୍ତର ସୃଷ୍ଟି ହୋଇଛି ତାହା ବର୍ଣ୍ଣନା କରିଛନ୍ତି |

ଶ୍ରୀକୃଷ୍ଣ ପ୍ରତିଦିନ ଗୋପାଳ ବାଳକମାନଙ୍କ ସହିତ ଗୋଚାରଣ ପାଇଁ ବନକୁ ଯାଆନ୍ତି | ଶ୍ରୀକୃଷ୍ଣଙ୍କର ସେଦିନ ବିଛଣାରୁ ଉଠିବା ବିଳମ୍ବ ହେତୁ ମାତା ଯଶୋଦା ପୁତ୍ରର ଗୋଚାରଣ ଜନିତ କଷ୍ଟ ପାଇଁ ଏତେ ସମୟ ଶୟନ କରି ଥିବାର ଦୁଃଖରେ ଭାଙ୍ଗି ପଡିଛନ୍ତି | ଅତ୍ୟଧିକ ପରିଶ୍ରମ ହେତୁ ତାଙ୍କର ଶରୀର ଦୁର୍ବଳ ହୋଇ ଯାଇଥିବା କଥା ମାତା ଯଶୋଦାଙ୍କୁ ବିବ୍ରତ କରିଛି |



4.ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଦରୁ ଉଠାଇବା ପାଇଁ ବ୍ୟସ୍ତ ହୋଇ ପଡିଛନ୍ତି | ଯେଉଁ ପଦଟିରୁ ଏହାର ସୂଚନା ମିଳୁଛି ସେହି ପଦଟି ଲେଖ ?

“ସିଂହଦ୍ୱାରେ ଗୋପସୁତ, ଡାକନ୍ତି ଉଠ ଅଚ୍ୟୁତ, କେତେ ନିଦ୍ରା ଯାଉ ତୁ’ ତ, ଅକାଶେ ଉଦୟ ଦିନକର ହେ”



5.ଶ୍ରୀକୃଷ୍ଣଙ୍କୁ କିଏ, କେଉଁ ନାମ ଧରି ଡାକିଛନ୍ତି,ସେହି ନାମଗୁଡିକ ଲେଖ |


ଯଶୋଦା ଡାକିଛନ୍ତି – ବଂଶୀଧର, ବନମାଳୀ, ବାସୁଦେବ

ଗୋପାଳ ଡାକିଛନ୍ତି – ଅଚ୍ୟୁତ

କବି ବନମାଳୀ ଡାକିଛନ୍ତି – ପ୍ରଭୁ ଚକ୍ରଧର



6.ବଂଶୀ ଧରନ୍ତି ଯେ, ସେ “ବଂଶୀଧର” | - ଏହିଭଳି ଆଉ କେତୋଟି ଶବ୍ଦ ଲେଖ ?

ଗଙ୍ଗାଧର , ଜଳଧର, ଗଦାଧର |


7.ଅସଜଡା ପଦକୁ ସଜାଡି ଲେଖ |


କ. “ପାଣି କଦଳୀ ଲବଣୀ ଅମୃତ ସଙ୍ଗତେ ଗୋଳି |

ଅମୃତ ପାଣି କଦଳୀ, ଲବଣୀ ସଙ୍ଗତେ ଗୋଳି |


ଖ. “ଖଣ୍ଡ ସଙ୍ଗେ ଅଧାମ ଗୋଟିକା ଭୁଞ୍ଜାଇବି ସର ପୁଳି ହେ |

ଅଧାମ ଗୋଟିକା ପୁଳି ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସର ହେ |






Ratings
No reviews yet, be the first one to review the product.