Odia Medium Class 6 Odia Chapter 4 Sarat-Nai-Kule ( ଶରତ – ନଈ – କୂଳେ ) Question & Answer

Language : Odia

LRNR provides this material totally free

Odia Medium Class 6 Odia Chapter 4 Sarat-Nai-Kule ( ଶରତ – ନଈ – କୂଳେ ) Question & Answer

ଶରତ – ନଈ – କୂଳେ




1.ସରଳାର୍ଥ ଲେଖ |


    କ. "ନୟନ ------------------ବୁଲେ |"


ଉକ୍ତ ପଦ୍ୟାଂଶଟି ପଠିତ ଆମ ସାହିତ୍ୟ ବହିର “ଶରତ – ନଈ – କୂଳେ”ଶୀର୍ଷକ ପଦ୍ୟରୁ ଆସିଅଛି | ଏଠାରେ କବି ରାଧାମୋହନ ଗଡ଼ନାୟକ ଶରତ ଋତୁରେ ଆମ୍ବଗଛ ମୂଳେ ବସି ସୌନ୍ଦର୍ଯ୍ୟର ସୁଷମା କୁ ଗଛର ଆଖି ଦୁଇଟି ଭ୍ରମର ଭଳି ପ୍ରକୃତିର ସୌନ୍ଦର୍ଯ୍ୟ କୁ ମାଧୁରଣ ର ସହିତ କିଭଳି ଉପଭୋଗ କରୁଛନ୍ତି | ଏଠାରେ ତାହା ବର୍ଣ୍ଣନା କରାଯାଇଛି |ଏକଦା କବି ଶରତ ଋତୁରେ ଏକ ନଈ କୂଳରେ ଥିବା ଆମ୍ବ ଗଛ ମୂଳେ ପ୍ରକୃତିର ମନୋରମ ପରିବେଶକୁ ଉପଭୋଗ କରୁଛନ୍ତି | ତାଙ୍କର ମନ ଏଇ ପ୍ରକୃତିର ସବୁଜିମା କୋଳରେ ଭୋଳ ହୋଇଛି | ସେହି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ତାଙ୍କ ନୟନ ରୂପକ ଭ୍ରମର ମାଧୁରୀ ଚାଖି ବୁଲି ମୁଗ୍ଧ ହେଉଛି |

ପ୍ରସଙ୍ଗଟିରେ କବିଙ୍କ ବର୍ଣ୍ଣନା ଯଥାର୍ଥ ଅଟେ



ଖ. “ମୂର୍ଚ୍ଛନାଟି --------------------ଡାଳେ ଡାଳେ |"


ଶଂସିତ ପଦ୍ୟାଂଶଟି ପଠିତ ଆମ ସାହିତ୍ୟ ବହିର “ଶରତ – ନଈ – କୂଳେ”ଶୀର୍ଷକ ପଦ୍ୟରୁ ଆସିଅଛି | ଏଠାରେ କବି ରାଧାମୋହନ ଗଡ଼ନାୟକ ଗୋପାଳ ପୁଅଟି ବଇଁଶିର ମଧୁର ସ୍ଵରରେ ମୂର୍ଚ୍ଛନା ତୋଳି , ତାଳେ ତାଳେ ବଂଶୀ ବଜାଉଛି , ତା’ର ଏହି ମଧୁର ସ୍ଵରକୁ କବି ବର୍ଣ୍ଣନା କରିଛନ୍ତି |କବି ଶରତ ଋତୁର ଏକ ମନୋରମ ପରିବେଶରେ ନଈ କୂଳରେ ଆମ୍ବଗଛ ମୂଳେ ଛଇଳ ଛାଇରେ ବସିଛନ୍ତି | ନଈର ଆର ପାର୍ଶ୍ଵରେ ସବୁଜ ପଡିଆରେ ଗାଈ ବାଛୁରୀ ପଲ ଚରୁଥିବାର ଦୃଶ୍ୟ ତାଙ୍କୁ ଆକର୍ଷଣ କରିଛି | ସେହି ଗାଈଗୋଷ୍ଠରେ ଗୋପାଳ ପୁଅ ତା’ର ମଧୁର ବଂଶୀର ମୂର୍ଚ୍ଛନା ସ୍ଵରରେ ତାଳେ ତାଳେ ସ୍ଵର ଶୁଭୁଛି ସତେକି ସମଗ୍ର ପ୍ରକୃତିର ପରିବେଶ ତାଙ୍କର ସେହି ବଂଶୀ ସ୍ଵର ମୂର୍ଛନାର ତାଳେ ତାଳେ ମାତି ଉଠିଛନ୍ତି |

କବିଙ୍କ ଏହି ପ୍ରସଙ୍ଗଟି ହୃଦୟସ୍ପର୍ଶୀ |



ଗ. "ସୃଷ୍ଟି ଆମେ --------------------------ଜୀବନରେ |"


ଏଠାରେ କବି ରାଧାମୋହନ ଗଡନାୟକ ଶରତ ଋତୁର ଶୁଭ ସମୟର ମେଘର ଆକାଶ ଓ ଶରତ ଋତୁର ନଈ ଶୋଭା ବିଷୟରେ ବର୍ଣ୍ଣନା କରିଛନ୍ତି |

ଶରତ ଋତୁର ମଧୁର ପରିବେଶରେ କବି ଏକ ନଈ କୂଳରେ ଥିବା ଆମ୍ବ ଗଛର ଛଇଳ (ସୁନ୍ଦର) ଛାଇ ତଳେ ବସି ପ୍ରକୃତିର ସବୁଜ ସୁଷମା (ସୌନ୍ଦର୍ଯ୍ୟ)କୁ ମନ ଭରି ଭୋଗ କରୁଛନ୍ତି |କବି ଲକ୍ଷ୍ୟ କରିଛନ୍ତି ଯେ ଶରତ ଋତୁରେ ଶୁଭ ଅବସରରେ ଧୂସର ଆକାଶର ସୁନୀଳ ମେଘ ଆକାଶର ଭାସି ବୁଲୁଛି | ତଳେ ଧୀର ପବନର ଛାଇ ଆଲୁଅରେ ନଈର ଜଳ ଧାରାଟି ଲହରୀ ସୃଷ୍ଟି କରୁଛି | କବି ଅନୁଭବ କରିଛନ୍ତି ସତେ ଯେପରି ଉପରେ ମେଘ ତଳେ ନଈ ଉଭୟ ମିଶି କହୁଛନ୍ତି ଯେ ସେମାନେ ହିଁ ସୃଷ୍ଟିରେ ପ୍ରତ୍ଯେକ ସୁଷମା (ସୌନ୍ଦର୍ଯ୍ୟ) ଭରି ଦେଇଛନ୍ତି |

ଉକ୍ତ ପ୍ରସଙ୍ଗଟି ହୃଦୟ ଛୁଆଁ |



2.କବିତାର ଯେଉଁ ପଦରେ ଏକଥା କୁହାଯାଇଛି ସେହି ପଦକୁ ଆବୃତ୍ତି କର |


କ. ବଗ ଶିକାର ପାଇଁ ବସିଛି |

ମଉନ ବକ ବସିଛି ତା’ର

ସୁଅର ଏକ ପାଶେ

ଶିକାର ଅଭିଳାଷେ

ପାଉଛି ଯାହା , ଅତୁଳ ସୁଖେ

ଦେଉଚି ଭରି ଆପଣା ମୁଖେ |


ଖ. ଶଙ୍ଖଚିଲ ଆକାଶରେ ଉଡୁଛି |

ସେତିକି ବେଳେ ତହିଁ

ଶଙ୍ଖଚିଲ ଉଠଇ ଡାକି

ଅକାଶେ ରହି ରହି |


ଗ. ଗୋପାଳ ପିଲା ବଂଶୀ ବଜାଉଛି |

ଗୋପାଳ ପୁଅ ସେଇଠି କାହିଁ

ବଇଁଶୀ ସୁରେ ଦେଉଚି ଗାଈ ,

ସତେକି ତାଳେ ତାଳେ |


ଘ. ଶରତ – ଆକାଶରେ ନୀଳ ମେଘ ଅତି ସୁନ୍ଦର ଦେଖାଯାଉଛି |

ଶରତ ଲଗନରେ

ସୁନୀଳ ଏକ ବଉଦ ଉଡେ

ଧୂସର ଗଗନରେ |

 

3. ନିମ୍ନଲିଖିତ ବାକ୍ୟଗୁଡିକୁ ଉତ୍ତର ମନେକରି ଏଗୁଡିକ ପାଇଁ କେତୋଟି ପ୍ରଶ୍ନ ପ୍ରସ୍ତୁତ କର |


କ. କବି ଶରତ ଋତୁରେ ନଈକୂଳ ଆମ୍ବଗଛ ମୂଳେ ବସିଥିଲେ |

କବି ଶରତ ଋତୁରେ କେଉଁଠାରେ ବସିଥିଲେ ?


ଖ. ନଈର ଜଳଧାରା ମନୋହର ଦେଖାଯାଉଛି |

କ’ଣ ମନୋହର ଦେଖାଯାଉଛି ?


ଗ. ବଗ ନଈ ସୁଅର ଗୋଟିଏ ପଟେ ଶିକାର ପାଇଁ ବସିଛି |

ବଗ କେଉଁଠି ଶିକାର ପାଇଁ ବସିଛି ?


4. ସବୁଜ କୋଳ , ମଉନ ବକ , ଧୀର ସମୀର ଶବ୍ଦରେ ଥିବା ବିଶେଷ୍ୟ ପଦଗୁଡିକ ଲେଖ,

ବିଶେଷ୍ୟ ପଦ କାହାକୁ କୁହାଯାଏ ?


ଯେଉଁ ପଦ କୌଣସି ବ୍ୟକ୍ତି , ସ୍ଥାନ , ଜାତି , ବସ୍ତୁ ,ଅବସ୍ଥା ଗୁଣ ବା କ୍ରିୟା ନାମକୁ ପ୍ରକାଶ କରେ ତାହାକୁ ବିଶେଷ୍ୟ ପଦ କହନ୍ତି |


ସବୁଜ କୋଳ : କୋଳ (ଏଠାରେ ସ୍ଥାନକୁ ବୁଝାଏ) |

ମଉନ ବକ : - ବଗ / ବକ (ପଶୁ ପକ୍ଷୀ ଜାତିକୁ ବୁଝାଉଛି) |

ଧୀର ସମୀର : - ଧୀର ଗୁଣକୁ ବୁଝାଉଛି |



5.ନିମ୍ନଲିଖିତ ପ୍ରତ୍ୟେକ ଶବ୍ଦର ଅର୍ଥ ବୁଝାଉଥିବା ଆଉ ଗୋଟିଏ ଶବ୍ଦ ଲେଖ |


ନୟନ – ଆଖି , ଚକ୍ଷୁ

ଢେଉ – ଲହରୀ

ଗଛ – ବୃକ୍ଷ ,ତରୁ , ଦ୍ରୁମ

ଭ୍ରମର – ଭଅଁର

ଜଳ – ନୀର ,ପାଣି

ସମୀର – ପବନ ,ବାୟୁ

ଶେଫାଳୀ – ଗଙ୍ଗ ଶିଉଳି


6.ପରବର୍ତ୍ତୀ ଧାଡ଼ି ପୂରଣ କର |


କ. ମଧୁର ତାର ମହକ ରାଶି ପବନ ସାଥେ ଆସୁଛି ଭାସି |


ଖ. ଦୂରେ ଯେ ଥିଲେ ବାଳକ ଦଳ ଉଚ୍ଚେ ମିଳି ତଳିଲେ ସ୍ଵର |


ଗ. ସୁଅର ଏକ ପାଶେ ମଉନ ବକ ବସିଛି ତାର ଶିକାର ଅଭିଳାଶେ |


ଘ.ହଲାଇ ଗଛ ପତର ରାଶି ସମୀର ଧୀରେ ପଡ଼ଇ ଝାସି |


7.ନିମ୍ନଲିଖିତ ଶବ୍ଦଗୁଡିକର ଗଦ୍ୟରୁପ ଲେଖ |


ଚକର – ଚକ୍ର

ଲଗନ – ଲଗ୍ନ

ମଉନ – ମୌନ

ମୁରଚ୍ଛନା – ମୂର୍ଚ୍ଛନା



8. ‘ନୀଳ’ ଶବ୍ଦ ପୂର୍ବରୁ ‘ସୁ’ ଯୋଡ଼ିଲେ ‘ସୁନୀଳ’ ହୁଏ |ସେହିପରି ‘ସୁ’ ଲଗାଇ ଆଉ ତିନି ଗୋଟି ଶବ୍ଦ ତିଆରି କର |


କନ୍ୟା – ସୁକନ୍ୟା

ମଧୁର – ସୁମଧୁର

ନୟନା – ସୁନୟନା

ଧୀର – ସୁଧିର

ବାସିତ – ସୁବାସିତ

ଗମ – ସୁଗମ



9. ତଳେ ଦିଆଯାଇଥିବା ପଦଟିରୁ ସ୍ଵରବର୍ଣ୍ଣ ଗୁଡିକୁ ବାଛି ଲେଖ |


ସୁଅର ଏକ ପାଶେ –ଅ ,ଏ

ମଉନ ବକ ବସିଛି ତାର – ଉ

ଶିକାର ଅଭିଳାଷେ – ଅ

ସ୍ଵର ବର୍ଣ୍ଣ : ଅ , ଆ , ଇ , ଈ , ଉ , ଊ , ଏ , ଐ , ଓ , ଔ - ୮ ଟି

ଈ , ଊ – ଏ ଉଭୟ ଧ୍ଵନିର ଉଚ୍ଚାରଣ ଇ / ଉ ପରି ହୋଇଥାଏ | ଓଡିଆରେ ଋ ଧ୍ଵନିର ସ୍ବତନ୍ତ୍ର ଉଚ୍ଚାରଣ ନାହିଁ |







Ratings
No reviews yet, be the first one to review the product.