- SCHOOL BOARDS
- BSE/CHSE ODISHA
- CLASS 6
- SCIENCE
- Odia Medium Class 6 Science (ବିଜ୍ଞାନ) Chapter 1 Khadyara Utsha (ଖାଦ୍ୟର ଉତ୍ସ) Notes

Odia Medium Class 6 Science (ବିଜ୍ଞାନ) Chapter 1 Khadyara Utsha (ଖାଦ୍ୟର ଉତ୍ସ) Notes

Language : Odia
LRNR provides this material totally free
Odia Medium Class 6 Science (ବିଜ୍ଞାନ) Chapter 1 Khadyara Utsha (ଖାଦ୍ୟର ଉତ୍ସ) Notes
ଖାଦ୍ୟର ଉତ୍ସ
ଖାଦ୍ୟ କ’ଣ :
ଆମେ ଯାହାସବୁ ଖାଇଥାନ୍ତି ତାହା ହିଁ ଖାଦ୍ୟ | ଆମେ କ’ଣ କ’ଣ ଖାଇଥାନ୍ତି – ଭାତ, ଡାଲି, ରୁଟି, ଅଣ୍ଡା, କ୍ଷୀର, ଫଳ, ପନିପରିବା ଇତ୍ୟାଦି ଖାଇଥାନ୍ତି |
ଯେଉଁ ସବୁକୁ ଆମେ ଖାଇନଥାନ୍ତି ,ସେସବୁକୁ ଅଖାଦ୍ୟ କୁହାଯାଏ | ଆମେ କଣ କଣ ଖାଇନଥାନ୍ତି - ବାଲି ,ଗୋଡି ,ପଲିଥିନ ଇତ୍ୟାଦି ଖାଇନଥାନ୍ତି |
ଖାଦ୍ୟ କିଏ କିଏ ଖାଇଥାନ୍ତି :
ଯେଉଁମାନଙ୍କ ଜୀବନ ଅଛି ,ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପରନ୍ତି ସେମାନେ ହିଁ ଖାଦ୍ୟ ଖାଇଥାନ୍ତି |
ଉଦାହରଣ –ମଣିଷ ,ପଶୁ,ପକ୍ଷୀ ,ଗଛ |
ଯେଉଁମାନଙ୍କ ଜୀବନ ନାହିଁ ,ସେମାନେ ଖାଦ୍ୟ ଖାଇନଥାନ୍ତି |
ଉଦାହରଣ –ଟେବୁଲ ,କାଠ ,ଇଟା ଇତ୍ୟାଦି |
- ଖାଦ୍ୟ ସମସ୍ତଙ୍କ ଅଲଗା ଅଲଗା ପ୍ରକାରର ହୋଇଥାଏ ,ସମସ୍ତେ ଏକା ପ୍ରକାରର ଖାଦ୍ୟ ଖାଇନଥାନ୍ତି |
- ଋତୁ ,ଅଞ୍ଚଳ ,ଚଳଣି ଇତ୍ୟାଦି ଅନୁସାରେ ଖାଦ୍ୟ ଭିନ୍ନ ଭିନ୍ନ ହୋଇଥାଏ l
ଆମେ ଖାଦ୍ୟ ଖାଇଥାନ୍ତି କାହିଁକି ?
· ଆମେ ବଞ୍ଚି ରହିବା ପାଇଁ ଖାଦ୍ୟ ଖାଇଥାଉ |
· ଆମେ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥାଉ |
· ଖାଦ୍ୟ ଖାଇବା ଦ୍ବାରା ଆମ ଶରୀରକୁ କାର୍ଯ୍ୟ କରିବା ପାଇଁ ଶକ୍ତି ମିଳିଥାଏ |
· ଖାଦ୍ୟ ନ ଖାଇଲେ ଆମେ ଚଲାବୁଲା ,ଖେଳକୁଦ ,କୌଣସି କାମ କରିପାରିବା ନାହିଁ
ଖାଦ୍ୟର ଉପାଦାନ:-
ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରିବା ପାଇଁ ଭିନ୍ନ ଭିନ୍ନ ଉପାଦାନ ଆବଶ୍ୟକ ହୁଏ |
ଖାଦ୍ୟ ଉପାଦାନ
ରୁଟି – ଅଟା ,ପାଣି ,ଲୁଣ
ଭାତ – ଚାଉଳ ,ପାଣି
ତରକାରୀ – ପନିପରିବା, ତେଲ, ଲୁଣ, ହଲଦିଗୁଣ୍ଡ, ଲଙ୍କାଗୁଣ୍ଡ, ମସଲା, ସୋରିଷ, ପିଆଜ, ଟମାଟୋ |
ଖାଦ୍ୟ ଆମେ କେଉଁଠୁ ପାଉ :
- ଆମେ ଖାଦ୍ୟ ମୁଖ୍ୟତଃ ପ୍ରାଣୀ ଓ ଉଦ୍ଭିଦଠାରୁ ପାଇଥାଉ |
- ଉଦାହରଣ : ଉଦ୍ଭିଦ – ଡାଲି ,ଗହମ ,ପରିବା ,ଫଳ ଇତ୍ୟାଦି | ପ୍ରାଣୀ – କ୍ଷୀର ,ମାଛ ,ଅଣ୍ଡା ,ମହୁ,କର୍ଡ଼ଲିଭର ତେଲ ଇତ୍ୟାଦି | ପାଣି ଓ ଲୁଣ ଆଦି କେତେକ ଖାଦ୍ୟ ପ୍ରାଣୀ ଓ ଉଦ୍ଭିଦ ରୁ ମିଳେ ନାହିଁ |
- ଉଦ୍ଭିଦରୁ ପାଉଥିବା ଖାଦ୍ୟରେ ଆମେ କେତେକ ଉଦ୍ଭିଦର ମୂଳ ବ୍ୟବହାର କରିଥାଉ,ଅନ୍ୟ କେତେକ ଖାଦ୍ୟରେ ଫଳ ,ଫୁଲ ,ମଞ୍ଜି ,ପତ୍ର ଓ କାଣ୍ଡ ବ୍ୟବହାର କରିଥାଉ |
ଉଦାହରଣ :-
କଦଳୀ ଗଛ – କଦଳୀ (ଫଳ ),ଫୁଲ ,କାଣ୍ଡ |
କଖାରୁ – କାଣ୍ଡ ,ଫୁଲ,ଫଳ ,ପତ୍ର |
ଖାଦ୍ୟ ଅଭ୍ୟାସ :
· ଖାଦ୍ୟର ଅଭ୍ୟାସ ମାନେ କିଏ କେଉଁ ପ୍ରକାରର ଖାଦ୍ୟ ଖାଇଥାଏ |
· ଖାଦ୍ୟର ଅଭ୍ୟାସ ଅନୁସାରେ ପ୍ରାଣୀମାନଙ୍କୁ 3 ଭାଗରେ ବିଭକ୍ତ କରାଯାଇଛି |
1)ଶାକାହାରୀ :ଯେଉଁମାନେ କେବଳ ଉଦ୍ଭିଦ ଓ ଉଦ୍ଭିଦ ଜାତ ପଦାର୍ଥ ଖାଆନ୍ତି ସେମାନଙ୍କୁ ଶାକାହାରୀ କୁହାଯାଏ |
ଉଦାହରଣ – ଗାଈ ,ହରିଣ ,ଛେଳି ଇତ୍ୟାଦି |
2)ମାଂସାଶୀ :ଯେଉଁମାନେ କେବଳ ମାଂସ ବା ଅନ୍ୟ ପ୍ରାଣୀଙ୍କୁ ଖାଆନ୍ତି ସେମାନଙ୍କୁ ମାଂସାଶୀ କୁହାଯାଏ |
ଉଦାହରଣ – ବାଘ ,ସିଂହ ଇତ୍ୟାଦି |
3)ସର୍ବାହାରୀ :ଯେଉଁମାନେ ଉଭୟ ଉଦ୍ଭିଦ ଓ ପ୍ରାଣୀଙ୍କୁ ଖାଆନ୍ତି ସେମାନଙ୍କୁ ସର୍ବାହାରୀ କୁହାଯାଏ |
ଉଦାହରଣ :ମଣିଷ ,କୁକୁର ଇତ୍ୟାଦି |
Truly Indian Brand
Truly Indian Brand