Odia Medium Class 6 Science Chapter 10 Dairghya O Duratara Mapana ( ଦୈର୍ଘ୍ୟ ଓ ଦୂରତାର ମାପନ ) Notes

Language : Odia

LRNR provides this material totally free

Odia Medium Class 6 Science Chapter 10 Dairghya O Duratara Mapana ( ଦୈର୍ଘ୍ୟ ଓ ଦୂରତାର ମାପନ ) Notes


ଦୈର୍ଘ୍ୟ ଓ ଦୂରତାର ମାପନ

 

· ଆମ ଦୈନନ୍ଦିନ ଜୀବନରେ ଦୈର୍ଘ୍ୟ ଓ ଦୂରତାର ମାପନ ଆବଶ୍ୟକତା ଅନେକ |


· ଦରଜି ମାପ ନ ନେଇ ସାର୍ଟ ପାଇଁ କେତେ କନା ଲାଗିବ କହିପାରିବା ନାହିଁ|


· କପଡ଼ା ବ୍ୟବସାୟୀ ମାପର ସାହାଯ୍ୟ ଣ ନେଇ ସାର୍ଟ ପାଇଁ ନିର୍ଦ୍ଦିଷ୍ଟ କେତେ ଦୈର୍ଘ୍ୟର କପଡ଼ା ଦେଇପାରିବ ନାହିଁ l

 

. ବିନାମାପରେ କାଠକାମ କରୁଥିବା ଲୋକ ଟେବୁଲ୍ ପାଇଁ କେତେ କାଠ ଲାଗିବ ତା’ର ହିସାବ ଦେଇପାରିବ ନାହିଁ |


· ଚେନ୍ ଓ କଡ଼ି ସାହାଯ୍ୟରେ ମାପ ନ ନେଇ ଅମିନ ଜମିର ଦୈର୍ଘ୍ୟ ଓ ପ୍ରସ୍ଥ କହିପାରିବା ନାହିଁ |


· ଦୁଇ ସହର ମଧ୍ୟରେ ଦୂରତା ନ୍ ଜାଣି ଟ୍ୟାକ୍ସି ଡ୍ରାଇଭର ତା’ର ଯଥୋଚିତ ଭଡା ମାଗିପାରିବ ନାହିଁ |


ଦୈର୍ଘ୍ୟ ଓ ଦୂରତ୍ୱ :-


·    ଗୋଟିଏ ବସ୍ତୁର ଦୁଇ ବିନ୍ଦୁ ମଧ୍ୟର ଦୂରତାକୁ ଦୈର୍ଘ୍ୟ କୁହାଯାଏ |


·    ପୃଥିବୀ ପୃଷ୍ଠରେ ଦୁଇ ବିନ୍ଦୁ ମଧ୍ୟରେ ଦୂରତାକୁ ଦୂରତ୍ଵ କୁହାଯାଏ |


ମାପନ : -


· ମାପନ ହେଉଛି ଗୋଟିଏ ଜଣାଥିବା ରାଶି ଶହ ଅନ୍ୟ ଅଜଣା ରାଶିତ ତୁଳନା | ଏହି ଜଣାଥିବା ରାଶିକୁ ଏକକ ରୂପେ ନିଆଯାଏ |


· ମାପନର ଫଳାଫଳକୁ ଯେଉଁ ଭୌତିକ ରାଶିରେ ପ୍ରକାଶ କରାଯାଏ ତାହର ଦୁଇଟି ଅଂଶ ଥାଏ – ଗୋଟିଏ ସଂଖ୍ୟା ଓ ଅନ୍ୟଟି ଏକକ |


· ଉଦାହରଣ – ୨ ମିଟରରେ ୨ ସଂଖ୍ୟା ଓ ମିଟର ହେଉଛି ଏକକ |


· ଆଗକାଳରେ ପାଦର ଦୈର୍ଘ୍ୟ, ଚାଖଣ୍ଡ ଏବଂ ହାତର ଦୈର୍ଘ୍ୟ ଦୂରତା ମାପିବାର ଏକକ ରୂପେ ବ୍ୟବହୃତ ହେଉଥିଲା | ସିନ୍ଧୁ ସଭ୍ୟତାର ଲୋକାମାନେ ଏହି ମାପ ପ୍ରଣାଳୀ ବିଷୟରେ ଅବଗତ ଥିଲେ |


· ହାତର ମାପକୁ ଦୂରତାର ମାପର ଏକକ ରୂପେ ଇଜିପ୍ଟ ଲୋକମାନେ ବ୍ୟବହାର କରୁଥିଲେ |


· ଆମ ଦେଶରେ ମଧ୍ୟ ହାତର ଆଙ୍ଗୁଳି ଏବଂ ମୁଠାକୁ ଦୈର୍ଘ୍ୟର ମାପ ପାଇଁ ବ୍ୟବହାର କରୁଥିଲେ |


· ପ୍ରତ୍ୟେକ ବ୍ୟକ୍ତିର ହାତ, ପାଦ, ଓ ଚାଖଣ୍ଡର ଦୈର୍ଘ୍ୟ ସମାନ ଣ ଥିବାରୁ ଏଥିରୁ ସମସ୍ତଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ମାପନ ନିର୍ଣ୍ଣୟ କରିହେବ ନାହିଁ | ସେଥିପାଇଁ ଗୋଟିଏ ମାନକ ଏକକର୍ ଆବଶ୍ୟକତା ପଡିଲା |


ଆନ୍ତର୍ଜାତିକ ଏକକ ପଦ୍ଧତି :-


· ପୃଥିବୀର ବୈଜ୍ଞାନିକମାନେ ଗୋଟିଏ ପ୍ରକାର ମାନକ ଏକକ ମାପନ ପଦ୍ଧତିକୁ ଗ୍ରହଣ କଲେ, ଏହାକୁ ଆନ୍ତର୍ଜାତିକ ଏକକ ପଦ୍ଧତି କୁହାଯାଏ |


· ଆନ୍ତର୍ଜାତିକ ମାପନ ପଦ୍ଧତିରେ ଦୈର୍ଘ୍ୟର ଏକକ ଏକ ମିଟର |


· ଏକ ମିଟର ସ୍କେଲଟିଏ ନେଇ ପରୀକ୍ଷା କାର | ଏହା ୧୦୦ ଭାଗରେ ବିଭକ୍ତ ହୋଇଛି |


. ଏହାର ପ୍ରତ୍ୟେକ ଭାଗ ଏକ ସେଣ୍ଟିମିଟର ଅଟେ | ଏକ ସେଣ୍ଟିମିଟର ଦଶ ଭାଗରେ ବିଭକ୍ତ ହୋଇଛି |


ଏହାର ପ୍ରତ୍ୟେକ ଭାଗକୁ ଏକ ମିଲିମିଟର କୁହାଯାଏ |


· ୧ ମିଟର = ୧୦୦ ସେଣ୍ଟିମିଟର (ସେ.ମି.)

· ୧ ସେ.ମି.= ୧୦ , ମିଲିମିଟର (ମିଲି)    

· ୧ କି. ମି = ୧୦୦୦ ମିଟର


ସାଧାରଣତଃ ଦୂରତା ମାପିବାର ବୃହତ୍ତର ଏକକ ହେଉଛି କିଲୋମିଟର |


ମାପନ ବେଳେ ସତର୍କତା :-


· ସ୍କେଲର ଆରମ୍ଭ ମୁଣ୍ଡକୁ ବସ୍ତୁର ଆରମ୍ଭ ମୁଣ୍ଡ ସହିତ ଠିକ୍ ଭାବରେ ମିଶାଇ ରଖିବା ଆବଶ୍ୟକ |


· ଦୈର୍ଘ୍ୟ ମାପିବା ବେଳେ ଚକ୍ଷୁର ଅବସ୍ଥାନରେ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ |


· ଦୈର୍ଘ୍ୟ ମାପବେଳେ ଯେଉଁ ବିନ୍ଦୁର ମାପ ନେବ ତାହାର ଭୁଲମ୍ବ ବିନ୍ଦୁରେ ତୁମର ଚକ୍ଷୁ ରହିବା ଉଚିତ |


ବକ୍ର ରେଖାର ଦୈର୍ଘ୍ୟ ମାପନ:-


· ସୂତାରେ ଗୋଟିଏ ମୁଣ୍ଡରେ ଗଣ୍ଠିଟିଏ ପକାଅ | ଏହି ଗଣ୍ଠିକୁ ଚିତ୍ରର “କ” ସ୍ଥାନରେ ରଖ |


· ସୁତାର ଅଳ୍ପ ଅଂଶକୁ ତୁମର ଦୁଇ ହାତ ସାହାଯ୍ୟରେ ବକ୍ରରେଖା ଉପରେ ପକା | ଏହି ଶେଷ ଅଂଶକୁ ହାତରେ ଧରି ଅନ୍ୟ ହାତରେ ସୂତାର ଆଉ କିଛି ଅଂଶକୁ ବକ୍ରରେଖା ଉପରେ ପକା | ଏହିପରି ମାପି ଚାଲ |


· ଶେଷରେ ତୁମେ ଚିହ୍ନିତ ଥିବା “ଖ” ବିନ୍ଦୁରେ ପହଞ୍ଚି ଯିବ | ବକ୍ରରେଖାର “ଖ” ବିନ୍ଦୁକୁ ସ୍ପର୍ଶ କରୁଥିବା ସୁତାର ଶେଷ ପ୍ରାନ୍ତକୁ ଚିହ୍ନିତ କର |


· ବକ୍ର ରେଖା ଉପରୁ ସୂତା ଖଣ୍ଡିକ କାଢି ଆଣି, ସ୍କେଲ୍ ଦ୍ୱାରା ମାପି ବକ୍ରରେଖାର ପ୍ରକୃତ ଦୈର୍ଘ୍ୟ ପାଇବ |

Ratings
No reviews yet, be the first one to review the product.