Odia Medium Class 6 Science Chapter 10 Dairghya O Duratara Mapana ( ଦୈର୍ଘ୍ୟ ଓ ଦୂରତାର ମାପନ ) Question & Answer

Sonali Ma'am avatar
Sonali Ma'am

Language : Odia

LRNR provides this material totally free

Odia Medium Class 6 Science Chapter 10 Dairghya O Duratara Mapana ( ଦୈର୍ଘ୍ୟ ଓ ଦୂରତାର ମାପନ ) Question & Answer

ଦୈର୍ଘ୍ୟ ଓ ଦୂରତାର ମାପନ



1.   ଉତ୍ତର ଦିଅ |


a)   ଗୋଟିଏ କୂଅର ଗଭୀରତା ଓ ସେଥିରେ ଥିବା ପାଣିର ଗଭୀରତା କିପରି ମାପିବ ?


·    ଗୋଟିଏ ଲମ୍ବା ବାଡି ନେଇ କୂଅର ଶେଷ ପର୍ଯ୍ୟନ୍ତ ବୁଡାଇବା | ବାଡିଟିକୁ କୂଅରୁ ବାହାର କରି ପାଣି ଚିହ୍ନ ଥିବା ଅଂଶରେ ଏକ ଗାର ଦେବା |


·    ତାପରେ ବାଡ଼ିର ଯେଉଁ ଅଂଶ ପାଣିରେ ବୁଡ଼ିଥିଲା ସେହି ପ୍ରାନ୍ତରୁ ଚିହ୍ନ ଦେଇଥିବା ଗାର ଯାଏ ଏକ ମିଟର ସ୍କେଲରେ ମାପିଲେ ପାଣିର ଗଭୀରତା ଜାଣିହେବ


·    ବାଡ଼ିର ଯେଉଁ ପ୍ରାନ୍ତଟି ପାଣିରେ ବୁଡ଼ିଥିଲା, ସେହି ପ୍ରାନ୍ତଠାରୁ କୂଅର ଶୀର୍ଷ ବିନ୍ଦୁଠାରେ ଦେଇଥିବା ବାଡ଼ିର ଗାର ପର୍ଯ୍ୟନ୍ତ ଦୂରତାକୁ ମିଟର ସ୍କେଲରେ ମାପିଲେ କୂଅର ଗଭୀରତା ଜାଣିହେବ l


b)   ଗଛ ଗଣ୍ଡିର ଗୋଲେଇ କେମିତି ମାପିବ ?


·    ଗୋଟିଏ ଲମ୍ବା ସୂତା ନେଇ ଏହାକୁ ଗଛଗଣ୍ଡିର ଚାରିପଟେ ଗୁଡାଇ ଦେଇ ସୁତାର ଆରମ୍ଭ ଓ ଗଛ ଗଣ୍ଡିର ମୋଟେଇ ଅନୁସାରେ ସୂତାର ପ୍ରାନ୍ତ ବିନ୍ଦୁକୁ ମିଶାଇ ଧରି ସେଠାରେ ଚିହ୍ନ ଦେଇ ଚିହ୍ନିତ ସ୍ଥାନ ଯାଏଁ ସୂତାକୁ ମିଟର ସ୍କେଲରେ ମାପିଲେ ଗଛଗଣ୍ଡିର ଗୋଲେଇ ଜାଣିହେବ |


c)   ଗୋଟିଏ ଉତ୍ତପ୍ତ ପିନକଣ୍ଟାର ଦୈର୍ଘ୍ୟ କେମିତି ମାପିବ ?


·    ଜ୍ୟାମିତି ବାକ୍ସରେ ଥିବା ଡିଭାଇଡରଟିଏ ନେଇ ଏହାକୁ ଖୋଲି ଉତ୍ତପ୍ତ ପିନକଣ୍ଟାରେ ଦୁଇମୁଣ୍ଡକୁ ସ୍ପର୍ଶ କଲାପରି ଧରି ଡିଭାଇଡରଟିକୁ ଉଠାଇ ଆଣି ଜ୍ୟାମିତି ବାକ୍ସର ସ୍କେଲ ଉପରେ ପକାଅ |


·    ବର୍ତ୍ତମାନ ଉତ୍ତପ୍ତ ପିନକଣ୍ଟାର ଦୈର୍ଘ୍ୟ ସେ. ମି. ଓ ମି. ମି. ଏକକରେ ଜାଣିହେବ |


d)   ତୁମ ପକ୍କା ସ୍କୁଲ ଘରର ଉଚ୍ଚତା କିପରି ମାପିବ ?


·    ଗୋଟିଏ ଲମ୍ବା ସରୁ କାଠ ବାଡି ନିଅ, ଯାହାର ଲମ୍ବା ଘରର ଉଚ୍ଚତା ଠାରୁ ବେଶି ହୋଇନଥିବ |


·    ଘରର ଏକ କଣରେ ଛାତକୁ ଲଗାଇ ବାଡିଟିକୁ କାନ୍ଥରେ ଲଗାଇ ଧର | ବାଡ଼ିର ପ୍ରାନ୍ତରେ ଏକ ଗାର ଦିଅ | ଗାରଠାରୁ ଚଟାଣର ଦୂରତା ମିଟର ସ୍କେଲରେ ମାପିଦିଅ |

·    ବାଡିଟିର ଦୈର୍ଘ୍ୟକୁ ମିଟର ସ୍କେଲରେ ମାପିଦିଅ | ଉଭୟକୁ ମିଶାଇ ଦେଲେ ପକ୍କା ଘରର ଉଚ୍ଚତା ଜାଣିହେବ |



2.   ତଳ ଉକ୍ତି ଗୁଡିକ ଠିକ କି ଭୁଲ ଲେଖ |


a)  ଦୁଇଟି ସହର ମଧ୍ୟରେ ଦୂରତାକୁ ମିଟର ଏକକରେ ପ୍ରକାଶ କରାଯାଏ | X


b)  ‘ମାନକ ମାପର’ ଆମର ଆବଶ୍ୟକତା ନାହିଁ | X


c)  ମାପ ନେଲାବେଳେ ଆଖିଟି ମାପନ ବିନ୍ଦୁରେ ଭୁଲମ୍ବରେ ରହିବା ଉଚିତ | √



3.    ତଳେ ଦିଆଯାଇଥିବା ଦୈର୍ଘ୍ୟର ଏକକକୁ ବଡ଼ରୁ ସାନକ୍ରମେ ସଜାଇ ଲେଖ |

( ସେଣ୍ଟିମିଟର, ମିଲିମିଟର, କିଲୋମିଟର, ଡେସିମିଟର )


. କିଲୋମିଟର, ଡେସିମିଟର, ସେଣ୍ଟିମିଟର, ମିଲିମିଟର l



4.    ଦରଜି ବ୍ୟବହାର କରୁଥିବା ମାପଫିତା ଏବଂ ସ୍କେଲ ମଧ୍ୟରେ ଗୋଟିଏ ସାମଞ୍ଜସ୍ୟ ଏବଂ ଗୋଟିଏ ପାର୍ଥକ୍ୟ ଲେଖ |


·    ସାମଞ୍ଜସ୍ୟ – ଦରଜି ବ୍ୟବହାର କରୁଥିବା ମାପଫିତା ଓ ସ୍କେଲ ଉଭୟରେ ଦୈର୍ଘ୍ୟ ମାପ କରାଯାଏ |


·    ପାର୍ଥକ୍ୟ – ଦରଜି ବ୍ୟବହାର କରୁଥିବା ମାପଫିତାରେ ଗୋଲେଇ ମାପିହୁଏ, କିନ୍ତୁ ସ୍କେଲରେ ଗୋଲେଇ ମାପି ହୁଏ ନାହିଁ |



5.   ଆମର ବାହୁର ଦୈର୍ଘ୍ୟକୁ କାହିଁକି ଦୂରତାର ଏକକ ରୂପେ ବ୍ୟବହାର କରିବା ନାହିଁ |


·    ସବୁ ମଣିଷଙ୍କର ବାହୁର ଦୈର୍ଘ୍ୟ ସମାନ ନୁହେଁ, ତେଣୁ ବାହୁର ଦୈର୍ଘ୍ୟକୁ ଦୂରତାର ଏକକ ରୂପେ ବ୍ୟବହାର କରାଯାଏ ନାହିଁ |



6.    ୫. ୩ ମିଟରକୁ ସେଣ୍ଟିମିଟରରେ ପ୍ରକାଶ କର |


୧ ମିଟର = ୧୦୦ ସେ. ମି.

୫. ୩ ମିଟର = ୫. ୩ x ୧୦୦ ସେ. ମି.

= ୫୩୦ ସେ. ମି.



7.    ଦୁଇଟି ସହର ମଧ୍ୟରେ ଦୂରତା ୩୭. ୩ କି. ମି. ହେଲେ, ତାହା ମିଟରରେ କେତେ ହେବ ?


୧ କି. ମି. = ୧୦୦୦ ମିଟର

୩୭. ୩ କି. ମି. = ୩୭. ୩ x ୧୦୦୦ ମିଟର

      = ୩୭୩୦୦ ମିଟର



8.    ଜଣେ ପିଲା ଗୋଟିଏ ପେନସିଲର ଦୈର୍ଘ୍ୟ ମାପିଲାବେଳେ ତାହାର ଗୋଟିଏ ପ୍ରାନ୍ତ ସ୍କେଲରେ ୭. ୩ ସେ. ମି. ସ୍ଥାନରେ ଏବଂ ଅନ୍ୟ ପ୍ରାନ୍ତଟି ୨. ୯ ସେ. ମି. ସ୍ଥାନରେ ରହିଲେ, ପେନସିଲର ଦୈର୍ଘ୍ୟ କେତେ ?


ପେନସିଲର ଦୈର୍ଘ୍ୟ = (୭. ୩ – ୨. ୯) ସେ. ମି.

= ୪ . ୪ ସେ. ମି.



9.    ଦୈର୍ଘ୍ୟ ମାପ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ଉପାୟଗୁଡିକ ଲେଖ |


·    ସୂତା / ସୁତୁଲି / ରଶି ଦ୍ଵାରା ଦୈର୍ଘ୍ୟ ମାପି ହେବ |


·    ନିଜର ପାଦର ଲମ୍ବାକୁ ସ୍କେଲରେ ମାପି ଦୂରତାକୁ ପାଦରେ ମାପି ସ୍ଥିର କରିହେବ |


·    ନିଜ ହାତ ଚାଖଣ୍ଡକୁ ସ୍କେଲରେ ମାପି ସ୍ଥିର କରି ଦୈର୍ଘ୍ୟକୁ ଚାଖଣ୍ଡରେ ମାପି ସ୍ଥିର କରି ହେବ |


·    ନିଜର ହାତର ଲମ୍ବାକୁ ସ୍କେଲରେ ମାପି ଦୈର୍ଘ୍ୟକୁ ହାତରେ ମାପି ସ୍ଥିର କରାଯାଇ ପାରିବ l


Ratings
No reviews yet, be the first one to review the product.