Odia Medium Class 6 Science Chapter 11 Gati ( ଗତି ) Notes

Language : Odia

LRNR provides this material totally free

Odia Medium Class 6 Science Chapter 11 Gati ( ଗତି ) Notes


ଗତି


ଗତି – ସମୟ ଅନୁସାରେ ବସ୍ତୁ ବା ତାହାର ଅଂଶ ଗୁଡିକର ସ୍ଥାନ ପରିବର୍ତ୍ତନକୁ ଗତି କୁହାଯାଏ |


ଗତିଶୀଳ ବସ୍ତୁ – ଯେଉଁ ବସ୍ତୁ ସମୟ ସହନିଜର ସ୍ଥାନ ପରିବର୍ତ୍ତନ କରେ ତାହାକୁ ଗତିଶୀଳ ବସ୍ତୁ କୁହାଯାଏ |


ସ୍ଥିର ବସ୍ତୁଯେଉଁ ବସ୍ତୁ ସମୟ ଶହ ସ୍ଥାନ ପରିବର୍ତ୍ତନ କରେ ନାହିଁ, ତାହାକୁ ସ୍ଥିର ବସ୍ତୁ କହନ୍ତି |


ଗତିର ପ୍ରକାର ଭେଦ : -


ସରଳରୈଖିକ ଗତି – ଏକ ସରଳ ରେଖାରେ ବସ୍ତୁର ଗତିକୁ ସରଳରୈଖିକ ଗତି କୁହାଯାଏ |


ଉଦାହରଣ : - ରାସ୍ତାରେ ଯାନବାହନ, ଧାଡିରେ ପ୍ୟାରେଡ଼୍ , ଗଛରୁ ଆମ୍ବ ଝଡିବାବୃତ୍ତିୟ ଗତି – ଗୋଟିଏ ବସ୍ତୁ ନିର୍ଦ୍ଦିଷ୍ଟ କକ୍ଷ ପଥରେ ଘୂରିବାକୁ ବୃତ୍ତିୟ ଗତି କୁହାଯାଏ |


ଉଦାହରଣ :- ପଙ୍ଖା, ଚକ୍ରି, ବେଙ୍ଗଳା


ଦୋଳନ ଗତି – ଗୋଟିଏ ଦୋଳାୟମାନ ବସ୍ତୁ ଏକ ନିର୍ଦ୍ଦିଷ୍ଟ ସମୟ ପରେ ତାହାର ଗତିର ପୁନାରାବୃତ୍ତିକୁ ଦୋଳନ ଗତି କୁହାଯାଏ |


ଉଦାହରଣ :- ଦୋଳି, ଘଣ୍ଟା


ପୃଥିବୀ ନିଜ ଅକ୍ଷ ଚାରିପାଖରେ କରୁଥିବା ଗତି ଆବର୍ତ୍ତୀ ଗତି ଅଟେ | ସୂର୍ଯ୍ୟ ଚାରିପାଖରେ ପୃଥିବୀ ଘୂର୍ଣ୍ଣନ କରିବା ବୃତ୍ତିୟ ଗତିର ଉଦାହରଣ |


ଗୋଟିଏ ବସ୍ତୁରେ ଏକାଧିକ ଗତି :-


ସିଲେଇ ମେସିନ୍ ଟିଏ ଗୋଟିଏ ସ୍ଥାନରେ ଅଛି | ଦରାଜୀ ପାଦର ଚାଳନା ଫଳରେ ମେସିନ୍ ଚକ ଏକ ବୃତ୍ତାକାର ପଥରେ ଘୂରେ ଏବଂ ମେସିନ୍ ର ଛୁଞ୍ଚି ଉପର ତଳ ହୋଇ ସରଳରୈଖିକ ଗତି କରିଥାଏ | ଏଥିରେ ଆମେ ଦୁଇ ବା ଏକାଧିକ ଗତି ଲକ୍ଷ୍ୟ କରୁ |


ସାଇକେଲ ଚଲାଇ ଯାଉଥିବା ବ୍ୟକ୍ତି କ୍ଷେତ୍ରରେ ସାଇକେଲର ଚକ ର ଗତି ବୃତ୍ତିୟ ଗତି କିନ୍ତୁ ସାଇକେଲ ଗତି ସରଳରୈଖିକ ଗତି | ସାଇକେଲ ପେଡାଲର ଗତି ମଧ୍ୟ ବୃତ୍ତିୟ ଗତି |

 



Ratings
No reviews yet, be the first one to review the product.