Odia Medium Class 6 Science Chapter 12 Bidyut (ବିଦ୍ୟୁତ୍) Question & Answer

Language : Odia

LRNR provides this material totally free

 

Odia Medium Class 6 Science Chapter 12 Bidyut (ବିଦ୍ୟୁତ୍) Question & Answer

ବିଦ୍ୟୁତ୍


1.   ଶୂନ୍ୟସ୍ଥାନ ପୂରଣ କର |


a)   ସେଲରେ ରାସାୟନିକ ଶକ୍ତିରୁ ବିଦ୍ୟୁତ୍ ଶକ୍ତି ମିଳିଥାଏ |


b)   ଗାଡିରେ ବ୍ୟବହୃତ ହେଉଥିବା ବ୍ୟାଟେରୀରେ ରାସାୟନିକ ପଦାର୍ଥ ତରଳ ଅବସ୍ଥାରେ ଥାଏ |


c)   ପରିପଥରେ ଲାଗୁଥିବା ବିଦ୍ୟୁତ୍ ତାର ସୁପରିବାହୀ ବସ୍ତୁରୁ ତିଆରି |


d)   ସେଲର ବିଦ୍ୟୁତଗ୍ର ଗୁଡିକର ନାମ ହେଉଛି ଯୁକ୍ତ ବିଦ୍ୟୁତଗ୍ରବିଯୁକ୍ତ ବିଦ୍ୟୁତଗ୍ର |



2.   ଭୁଲ ଥିଲେ ସଂଶୋଧନ କର |


a)   ସେଲର ବିଯୁକ୍ତ ବିଦ୍ୟୁତଗ୍ର ଧାତବ ଟୋପି ହୋଇଥାଏ |


. ସେଲର ଯୁକ୍ତ ବିଦ୍ୟୁତଗ୍ର ଧାତବ ଟୋପି ହୋଇଥାଏ |


b)   ଥର୍ମୋକଲରେ ବିଦ୍ୟୁତ୍ ପ୍ରବାହ ହୁଏ |


. ଥର୍ମୋକଲରେ ବିଦ୍ୟୁତ୍ ପ୍ରବାହ ହୁଏ ନାହିଁ |


c)   ବିଦ୍ୟୁତ୍ କୁପରିବାହି ବସ୍ତୁଟିଏ ସୁଇଚ୍ କାର୍ଯ୍ୟ କରିପାରେ |


. ବିଦ୍ୟୁତ୍ ସୁପରିବାହୀ ବସ୍ତୁଟିଏ ସୁଇଚ ଭାବେ କାର୍ଯ୍ୟ କରିପାରେ |


d)   ପରିପଥରେ ବିଦ୍ୟୁତ୍ ପ୍ରବାହ ସେଲର ଯୁକ୍ତ ବିଦ୍ୟୁତଗ୍ରରୁ ବାହାରି ବିଯୁକ୍ତ ବିଦ୍ୟୁତଗ୍ର ଆଡକୁ ଯାଏ |


. ଠିକ୍ ଅଛି |



3.   କାରଣ ଦର୍ଶାଅ |


a)   ଗୋଟିଏ ବିଦ୍ୟୁତ୍ ପରିପଥରେ ବଲବ ଓ ତାରର ଯୋଡ଼େଇ ସ୍ଥାନ ଗୁଡିକ ଠିକ୍ ଅଛି | ସୁଇଚ ମଧ୍ୟ ମୁଦିତ ଅଛି ; ମାତ୍ର ବଲବ ଆଲୋକ ଦେଉନାହିଁ |

. ବଲବ ଆଲୋକ ପ୍ରଦାନ କରିବା ପାଇଁ ବିଦ୍ୟୁତ୍ ପ୍ରବାହ ଆବଶ୍ୟକ | ବିଦ୍ୟୁତ୍ ପ୍ରବାହ ପାଇଁ ମୁଦିତ ପରିପଥ ଓ ସେଲ ଆବଶ୍ୟକ |


. ଏଠାରେ ମୁଦିତ ପରିପଥ ଅଛି କିନ୍ତୁ ବିଦ୍ୟୁତ୍ ସେଲ ନାହିଁ ; ତେଣୁ ବଲବ ଆଲୋକ ଦେଉନାହିଁ |


b)   ବିଦ୍ୟୁତ୍ ପରିବାହୀ ତାର ଉପରେ ପ୍ଲାଷ୍ଟିକର ଆବରଣ ଦିଆଯାଇଥାଏ |


. ବିଦ୍ୟୁତ୍ ପରିବାହୀ ତାର ଉପରେ ପ୍ଲାଷ୍ଟିକର ଆବରଣ ଦିଆଯାଇଥାଏ | କାରଣ ପ୍ଲାଷ୍ଟିକ ଏକ ବିଦ୍ୟୁତ୍ କୁପରିବାହୀ ପଦାର୍ଥ |


. ବିଦ୍ୟୁତ୍ ତାରକୁ ପ୍ଲାଷ୍ଟିକ ଭଳି କୁପରିବାହୀ ଦ୍ୱାରା ଆଚ୍ଛାଦିତ କରିଦିଆଯାଏ ଯାହା ଫଳରେ ତାର ଅନ୍ୟ କୌଣସି ସୁପରିବାହୀ ସଂସ୍ପର୍ଶରେ ଆସିଲେ ଅସୁବିଧା ହୁଏ ନାହିଁ |


4.   ଗୋଟିଏ ସେଲର ବିଦ୍ୟୁତଗ୍ର ଦୁଇଟିକୁ ଖଣ୍ଡିଏ ତମ୍ବାତାରରେ ସଂଯୋଗ କରିଦେଲେ କ’ଣ ହେବ ବୁଝାଅ |


. ତମ୍ବାତାରଟି ବିଦ୍ୟୁତ୍ ସୁପରିବାହୀ |


. ତମ୍ବାତାରଟି ସେଲର ଦୁଇ ବିଦ୍ୟୁତଗ୍ର ସହ ସଂଯୋଗ କରିଦେଲେ ପରିପଥଟି ମୁଦିତ ହୁଏ, ତେଣୁ ଯୁକ୍ତ ବିଦ୍ୟୁତଗ୍ରରୁ ବିଯୁକ୍ତ ବିଦ୍ୟୁତଗ୍ରକୁ ବିଦ୍ୟୁତ୍ ପ୍ରବାହିତ ହୁଏ |


. ଏହା ଫଳରେ ସେଲରେ ଥିବା ମୂଳ ରାସାୟନିକ ପଦାର୍ଥର ପରିମାଣ କମିଯାଏ ଓ ଏହା ଶେଷ ହୋଇଗଲେ ସେଲ୍ ଟି ଆଉ ବିଦ୍ୟୁତ୍ ଶକ୍ତି ଯୋଗାଇପାରେ ନାହିଁ |

Ratings
No reviews yet, be the first one to review the product.