Odia Medium Class 6 Science Chapter 13 Chumbaka ( ଚୁମ୍ବକ ) Question & Answer

Language : Odia

LRNR provides this material totally free

Odia Medium Class 6 Science Chapter 13 Chumbaka ( ଚୁମ୍ବକ ) Question & Answer

ଚୁମ୍ବକ



1.      ଶୂନ୍ୟସ୍ଥାନ ପୂରଣ କର |


a)      କୃତ୍ରିମ ଚୁମ୍ବକର ଗୋଟିଏ ଉଦାହରଣ ହେଉଛି କମ୍ପାସ |


b)      ପ୍ରାକୃତିକ ଚୁମ୍ବକରେ ଥିବା ଲୁହାପଥରର ନାମ ହେଉଛି ମ୍ୟାଗ୍ନେଟାଇଟ |


c)       ସୂଚୀ ଚୁମ୍ବକର ମେରୁ ସଂଖ୍ୟା ହେଉଛି ଦୁଇ |


d)      ଦଣ୍ଡ ଚୁମ୍ବକର ଆକର୍ଷଣ ମଝି ଅଂଶ ଅପେକ୍ଷା ମେରୁ ଠାରେ ଅଧିକ |


2.      ଭୁଲ ଥିଲେ ସଂଶୋଧନ କରି ଲେଖା ଓ ସଂଶୋଧିତ ଉକ୍ତିର ଯଥାର୍ଥତା ପ୍ରତିପାଦନ କର |


a)      ଚୁମ୍ବକର ଆକୃତି ଚେପଟା ହୋଇପାରିବ ନାହିଁ |


. ଏହି ଉକ୍ତିଟି ଭୁଲ | ବିଭିନ୍ନ ଆକୃତିର କୃତ୍ରିମ ଚୁମ୍ବକ ତିଆରି ସମ୍ଭବ | ତେଣୁ ଚୁମ୍ବକର ଆକୃତି ଚେପଟା ହୋଇପାରିବ |


b)      ସୀସା ଗୋଟିଏ ଅଚୁମ୍ବକୀୟ ବସ୍ତୁ |


. ଏହି ଉକ୍ତିଟି ଠିକ ଅଛି |


c)       ଗୋଟିଏ ଚୁମ୍ବକର ମେରୁ ଦୁଇଟି ସମମେରୁ |


. ଏହି ଉକ୍ତିଟି ଭୁଲ | ଗୋଟିଏ ଚୁମ୍ବକର ମେରୁ ଦୁଇଟି ବିଷମ ମେରୁ | କାରଣ ଚୁମ୍ବକର ମେରୁଦ୍ଵୟ ଉତ୍ତର ମେରୁ ଓ ଦକ୍ଷିଣ ମେରୁ |


d)      ଅଶ୍ଵକ୍ଷୁରାକୃତି ଚୁମ୍ବକର ଦିଶାତ୍ମକ ଗୁଣ ନ ଥାଏ |


. ଏହି ଉକ୍ତିଟି ଭୁଲ | ଅଶ୍ଵକ୍ଷୁରାକୃତି ଚୁମ୍ବକର ଦିଶାତ୍ମକ ଗୁଣ ଥାଏ | କାରଣ ସବୁ ଚୁମ୍ବକର ଦିଶାତ୍ମକ ଗୁଣ ଏକ ମୌଳିକ ଧର୍ମ |



3.      ଦୁଇଟି ସମଆକୃତିର ଦଣ୍ଡ ଦିଆଯାଇଛି | ଅନ୍ୟ କିଛି ବସ୍ତୁ ଏପରିକି ସୂତା ଖଣ୍ଡେ ମଧ୍ୟ ନାହିଁ | ଦୁଇଟି ଦଣ୍ଡ ଭିତରୁ ଗୋଟିଏ ଚୁମ୍ବକ ଓ ଅନ୍ୟଟି ଲୁହାଦଣ୍ଡ | ଦୁଇଟି ଦଣ୍ଡ ଭିତରୁ କେଉଁଟି ଲୁହା ଦଣ୍ଡ ପରୀକ୍ଷା ଦ୍ଵାରା କିପରି ନିର୍ଣ୍ଣୟ କରିବା ଲେଖ |


. ନିଜ ଆଙ୍ଗୁଠିର ଅଗ୍ରରେ ମୁକ୍ତ ଭାବରେ ଗୋଟିଏ ଦଣ୍ଡକୁ ପୂର୍ବ - ପଶ୍ଚିମ ଦିଗକୁ ମୁହଁ କରି ରଖ ଚୁମ୍ବକ ଦଣ୍ଡଟି ଘୂରି ସର୍ବଦା ଉତ୍ତର ଦକ୍ଷିଣ ହୋଇ ରହିବାକୁ ଚେଷ୍ଟା କରିବ କିନ୍ତୁ ଲୁହାଦଣ୍ଡ ସେମିତି ରହିବା |



4.      ଚୁମ୍ବକର ଧର୍ମଗୁଡିକ ସଂକ୍ଷେପରେ ବର୍ଣ୍ଣନା କର |


·         ଚୁମ୍ବକଟି ଚୁମ୍ବକୀୟ ବସ୍ତୁ ଅର୍ଥାତ ଲୁହା, କୋବାଲଟ ଓ ନିକେଲ ଆଦି ଧାତୁକୁ ଆକର୍ଷଣ କରେ |ଏହାଛଡା ଏହିସବୁ ଧାତୁର  ମିଶ୍ରଧାତୁକୁ ମଧ୍ୟ ଆକର୍ଷଣ କରେ |


·         ଚୁମ୍ବକର ଦୁଇଟି ମେରୁ ଥାଏ |


·         ଚୁମ୍ବକର ପ୍ରତ୍ୟେକ ମେରୁ ବେଶୀ ଚୁମ୍ବକୀୟ ଗୁଣ ପ୍ରଦର୍ଶନ କରେ | ଚୁମ୍ବକର ମଝି ଅଂଶରେ ଖୁବ କମ୍ ଚୁମ୍ବକୀୟ ଗୁଣ ଥାଏ |


·         ଚୁମ୍ବକକୁ କାଟି ଖଣ୍ଡ ଖଣ୍ଡ କଲେ ପ୍ରତ୍ୟେକ ଖଣ୍ଡ ଚୁମ୍ବକୀୟ ଗୁଣ ପ୍ରଦର୍ଶନ କରେ ଓ ପ୍ରତ୍ୟେକ ଖଣ୍ଡର ଦୁଇଟି ମେରୁ ଥାଏ |


·         ସମମେରୁ ପରସ୍ପରକୁ ବିକର୍ଷଣ ଓ ବିଷମମେରୁ ପରସ୍ପରକୁ ଆକର୍ଷଣ କରେ |


·         ଚୁମ୍ବକର ଦିଶାତ୍ମକ ଧର୍ମ ଅଛି | ଏହାକୁ ମୁକ୍ତ ଭାବରେ ଝୁଲାଇ ଦେଲେ ଚୁମ୍ବକଟି ଉତ୍ତର ଦକ୍ଷିଣ ହୋଇ ରହେ |



5.      ଗୋଟିଏ ଦଣ୍ଡ ଚୁମ୍ବକର ମେରୁ ଗୁଡିକ ଚିହ୍ନିତ ହୋଇ ନାହିଁ | ତାର ଦକ୍ଷିଣ ମେରୁକୁ କେମିତି ଚିହ୍ନିବ ?


·         ଦଣ୍ଡ ଚୁମ୍ବକଟିକୁ ସୂତା ଦ୍ଵାରା ଝୁଲାଇ ଦିଅ ଯେପରି ଚୁମ୍ବକଟି ତଳକୁ ଝୁଲି ରହିବ |


·         ଦଣ୍ଡ ଚୁମ୍ବକଟି କିଛି ସମୟ ଦୋହଲିବା ପରେ ଚୁମ୍ବକର ଗୋଟିଏ ନିର୍ଦ୍ଧିଷ୍ଟ ମେରୁ ସବୁବେଳେ ଉତ୍ତର ଆଡକୁ ଓ ଅନ୍ୟ ମେରୁଟି ସବୁବେଳେ ଦକ୍ଷିଣ ଆଡକୁ ରହିବ |



6.      ୧୮ ସେ. ମି. ର ଗୋଟିଏ ଦଣ୍ଡ ଚୁମ୍ବକକୁ କାଟି ଦୁଇଖଣ୍ଡ କରିଦିଆଗଲା | ଗୋଟିଏ ଖଣ୍ଡର ଲମ୍ବ ୧୨ ସେ. ମି. ଓ ଅନ୍ୟଟିର ଲମ୍ବ ୬ ସେ. ମି. | ତଳେ ଦିଆଯାଇଥିବା ବାକ୍ୟ ଗୁଡିକ ଠିକ୍ କି ଭୁଲ୍ ପ୍ରତିପାଦନ କର |


a)      ୧୨ ସେ. ମି. ଓ ୬ ସେ. ମି. ଲମ୍ବ ଉଭୟ ଖଣ୍ଡରେ କେବଳ ଗୋଟିଏ ଲେଖାଏଁ ମେରୁ ରହିବ | (ଭୁଲ୍)


b)      ୧୨ ସେ. ମି. ଖଣ୍ଡରେ ଦୁଇଟି ମେରୁ ଓ ୬ ସେ. ମି. ଖଣ୍ଡରେ ଗୋଟିଏ ମେରୁ ରହିବ | (ଭୁଲ୍)


c)       ୧୨ ସେ. ମି. ଖଣ୍ଡର ମେରୁର ଶକ୍ତି ୬ ସେ. ମି. ଖଣ୍ଡର ମେରୁର ଶକ୍ତିର ଦୁଇଗୁଣ ହେବ | (ଭୁଲ୍)


d)      ଉଭୟ ଖଣ୍ଡରେ ଦୁଇଟି ଲେଖାଏଁ ମେରୁ ରହିବ | (ଠିକ୍)

Ratings
No reviews yet, be the first one to review the product.