Odia Medium Class 6 Science Chapter 14 Prakrutika Ghatanabali ( ପ୍ରାକୃତିକ ଘଟଣାବଳୀ ) Question & Answer

Language : Odia

LRNR provides this material totally free

Odia Medium Class 6 Science Chapter 14 Prakrutika Ghatanabali ( ପ୍ରାକୃତିକ ଘଟଣାବଳୀ ) Question & Answer

ପ୍ରାକୃତିକ ଘଟଣାବଳୀ



1.       ତଳ ବାକ୍ୟଗୁଡିକ ପଢ | ଖାତାରେ ଲେଖି ଠିକ୍ ବାକ୍ୟ ପାଖରେ ଠିକ୍ (√) ଓ ଭୁଲ ବାକ୍ୟ ପାଖରେ ଛକି (X) ଚିହ୍ନ ଦିଅ |


a)   ଜଳ ସବୁସ୍ଥାନରେ ତରଳ ଅବସ୍ଥାରେ ମିଳେ | X


b)   ଓଦା ଲୁଗା ବାଷ୍ପୀଭବନ ପ୍ରାଣାଳୀରେ ଶୁଖେ | √


c)   ପୋଖରିଜଳ ବାଷ୍ପୀମୋଚନ ପ୍ରଣାଳୀରେ ଜଳୀୟବାଷ୍ପ ହୁଏ | X


d)   ଭୂନିମ୍ନର ପାଣି ବାଷ୍ପୀମୋଚନ ପ୍ରଣାଳୀରେ ଜଳୀୟବାଷ୍ପ ହୁଏ |√


e)      ପଙ୍ଖା ତଳେ ଲୁଗା ଶୁଖାଇଲେ ଶୀଘ୍ର ଶୁଖିଥାଏ |√



2.       ବନ୍ଧନୀ ମଧ୍ୟରେ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର |


a)      ଆଇସ୍ କ୍ରିମ ଜଳର କଠିନ ଅବସ୍ଥା |


b)      ଜଳ ଆପେ ଆପେ ଜଳୀୟବାଷ୍ପ ହେବାକୁ  ବାଷ୍ପୀଭବନ ପ୍ରକ୍ରିୟା କୁହାଯାଏ |


c)       ଶୀତ ଦିନେ ପୁଷ୍କରିଣୀ ପାଣିରୁ ଉଠୁଥିବା ଜଳୀୟବାଷ୍ପ ଜଳର ଗ୍ୟାସୀୟ ଅବସ୍ଥା |


d)      ଆକାଶରେ ବିଜୁଳି ମାରିବା ବୈଦ୍ୟୁତିକ ପ୍ରକ୍ରିୟା |


e)      ଗଛ ଭୂ – ଅଭ୍ୟନ୍ତର ରେ ଥିବା ଜଳ ବ୍ୟବହାର କରେ |



3.      କାରଣ ଲେଖ |


a)      ସମୁଦ୍ର ଜଳ ପ୍ରାୟ ଶେଷ ହୁଏ ନାହିଁ |


. ସମୁଦ୍ର ଜଳ ସର୍ବଦା ବାଷ୍ପୀଭବନ ପ୍ରକ୍ରିୟାରେ ଜଳୀୟ ବାଷ୍ପରେ ପରିଣତ ହୋଇ ଉପରକୁ ଉଠେ |


. ଉପରେ ଜଳୀୟବାଷ୍ପ ଥଣ୍ଡା ହୋଇ ମେଘରେ ପରିଣତ ହୁଏ, ଏବଂ ଏହା ବର୍ଷା ଆକାରରେ ଭୂପୃଷ୍ଠକୁ ଫେରିଆସେ |


. ଏହି ବର୍ଷାଜଳ ନଦୀ, ନାଳ ଦେଇ ପୁଣି ସମୁଦ୍ରକୁ ବହି ଆସେ, ତେଣୁ ସମୁଦ୍ର ଜଳ ପ୍ରାୟ ଶେଷ ହୁଏ ନାହିଁ |


b)      ବର୍ଷାଦିନେ ଲୁଗା ଶୀଘ୍ର ଶୁଖେ ନାହିଁ |


. ବର୍ଷାଦିନେ ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପ ରହିଥାଏ |


. ତେଣୁ ବାୟୁ ଓଦାଲୁଗାରୁ ଶୀଘ୍ର ଜଳୀୟବାଷ୍ପ ଗ୍ରହଣ କରିପାରେ ନାହିଁ | ତେଣୁ ବର୍ଷାଦିନେ ଲୁଗା ଶୀଘ୍ର ଶୁଖେ ନାହିଁ |


c)       ଗରମ ତରକାରୀ ପ୍ଲେଟରେ ଖାଇବା ସୁବିଧା |


. ବାହ୍ୟ ପୃଷ୍ଠତଳର କ୍ଷେତ୍ରଫଳ ଅଧିକ ହେଲେ ବାଷ୍ପୀଭବନ ଶୀଘ୍ର ହୁଏ |


. ଗରମ ତରକାରୀ ପ୍ଲେଟରେ ରଖିବା ଦ୍ଵାରା ଚଳାଚଳ ଯୋଗୁଁ ଶୀଘ୍ର ଥଣ୍ଡା ହୋଇଯାଏ, ତେଣୁ ଖାଇବା ସୁବିଧା ହୁଏ |



4.       ବାମ ପାର୍ଶ୍ଵର ସାମଞ୍ଜସ୍ୟ ଦେଖି ଦକ୍ଷିଣ ପାର୍ଶ୍ଵର ଶୂନ୍ୟସ୍ଥାନ ପୂରଣ କର |


a)      ଲୁଗା ଶୁଖିବା : ବାଷ୍ପୀଭବନ :: ଜଳୀୟବାଷ୍ପ ଜଳ ହେବ : ଘନୀକରଣ |


b)      ବରଫ : କଠିନ :: ବାମ୍ଫ : ଗ୍ୟାସୀୟ |


c)       ଘଡଘଡି : ଶବ୍ଦ :: ବିଜୁଳି : ସ୍ପାର୍କ |


5.       ‘କ’ ଧାଡ଼ି ଶବ୍ଦକୁ ‘ଖ’ ଧାଡ଼ିର ଶବ୍ଦ ସହ ଅର୍ଥ ସୂଚକ ବାକ୍ୟ ଗଠନ କର l


‘କ’ ଧାଡ଼ି – ବାଷ୍ପୀଭବନ, ଘନୀକରଣ, ବାଷ୍ପୀମୋଚନ, ଜଳଚକ୍ର | ‘ଖ’ ଧାଡ଼ି – ଗଛ, ବରଫ, ବାମ୍ଫ, ସମୁଦ୍ରଜଳ, କରକ |


a)      ବାଷ୍ପୀଭବନ ପ୍ରକ୍ରିୟାରେ ଜଳ ବାମ୍ଫରେ ପରିଣତ ହୁଏ |


b)      ଘନୀକରଣ ପ୍ରକ୍ରିୟା ଯୋଗୁଁ କରକା ପାତ ହୋଇଥାଏ |


c)       ବାଷ୍ପୀମୋଚନ ପ୍ରକ୍ରିୟାରେ ଭୂନିମ୍ନ ଜଳକୁ ଗଛ ଜଳୀୟ ବାଷ୍ପରେ ପରିଣତ କରେ |


d)      ଜଳଚକ୍ର ଯୋଗୁଁ ସମୁଦ୍ରଜଳ ପ୍ରାୟ ଶେଷ ହୁଏ ନାହିଁ |



6.       ଚାରୋଟି ମହାସାଗର, ଏତେ ନଈ, ନାଳ, ପୋଖରୀ ଥାଉଥାଉ ସମସ୍ତେ କହୁଛନ୍ତି ଯେ ଜଙ୍ଗଲ କାଟିଦେବାରୁ ବର୍ଷା କମିଗଲାଣି, ଏପରି ଉକ୍ତିର କାରଣ ଦର୍ଶାଅ |


·         ଉଦ୍ଭିଦ ସର୍ବଦା ବାଷ୍ପୀମୋଚନ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ଜଳୀୟବାଷ୍ପ ଛାଡୁଥାଏ , ଯାହା ଫଳରେ ବାୟୁମଣ୍ଡଳର ଉପରସ୍ତର ଶୀତଳ ରହେ |


·         ମେଘ ଏହି ଶୀତଳ ବାୟୁ ବାୟୁମଣ୍ଡଳର ସଂସ୍ପର୍ଶରେ ଆସି ଥଣ୍ଡା ହୋଇ ବର୍ଷା କରାଇଥାଏ |


·         ଜଙ୍ଗଲ କାଟିଦେଲେ ବାୟୁମଣ୍ଡଳ ଉତ୍ତପ୍ତ ରହେ | ଜଳୀୟବାଷ୍ପ ଘନୀକରଣ ହୋଇନପାରିବାରୁ ମେଘ ସୃଷ୍ଟି ହୋଇପାରେ ନାହିଁ, ଫଳରେ ବର୍ଷାର ପରିମାଣ କମିଯାଉଛି |

Ratings
No reviews yet, be the first one to review the product.