Odia Medium Class 6 Science Chapter 15 Aloka (ଆଲୋକ) Question & Answer

Sonali Ma'am avatar
Sonali Ma'am

Language : Odia

LRNR provides this material totally free

Odia Medium Class 6 Science Chapter 15 Aloka (ଆଲୋକ) Question & Answer

ଆଲୋକ




1.   ତଳ ବାକ୍ୟଗୁଡିକ ନିଜ ଖାତାରେ ଲେଖ | ଠିକ ବାକ୍ୟ ପାଖରେ ଠିକ √ ଚିହ୍ନ ଓ ଭୁଲ୍ ବାକ୍ୟ ପାଖରେ ଭୁଲ୍ X ଚିହ୍ନ ଦିଅ |


a)   ଆଲୋକର ଗତିପଥର ସରଳେରେଖୀୟ ନୁହେଁ | ×


b)   ଦର୍ପଣ ଏକ ପ୍ରତିଫଳନ୍ ପୃଷ୍ଠ | √


c)   ଜଡା ତେଲ ଏକ ଅସ୍ଵଚ୍ଛ ପଦାର୍ଥ | ×


d)   ବସ୍ତୁର ପ୍ରତିବିମ୍ବ ତା’ର ଛାୟା ନୁହେଁ | √


e)   ନିର୍ମଳ ଜଳ ଏକ ସ୍ଵଚ୍ଛ ପଦାର୍ଥ | √



2.   ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର |


a)   ଆଲୋକର ପ୍ରତିଫଳନ ଦର୍ପଣ ପୃଷ୍ଠରେ ହୁଏ | (ଦର୍ପଣ, ଲେନ୍ସ, ପ୍ରିଜିମ୍ )


b)   ପତଳା ପ୍ଲାଷ୍ଟିକ୍ ଗୋଟିଏ ଅଳ୍ପସ୍ଵଚ୍ଛ ପଦାର୍ଥ | (ସ୍ଵଚ୍ଛ , ଅସ୍ଵଚ୍ଛ , ଅଳ୍ପସ୍ଵଚ୍ଛ)


c)   ଆଲୋକ ଉତ୍ସକୁ ସ୍ଥିର ରଖି ପରଦାକୁ ବସ୍ତୁଠାରୁ ଦୂରକୁ ନେବା ଛାୟାର ଆକୃତି ସେତେ ଅସ୍ପଷ୍ଟ ବଡ ହେବ | (ସାନ, ବଡ, ଅସ୍ପଷ୍ଟ ବଡ )



3.   ନିମ୍ନୋକ୍ତ ଶବ୍ଦ ଦ୍ୱୟ ମଧ୍ୟରେ ଥିବା ପାର୍ଥକ୍ୟ ୨ / ୩ ଟି ବାକ୍ୟରେ ଲେଖ |


a)   ଛାୟା


·    ଆଲୋକ ପଥରେ ଅସ୍ଵଚ୍ଛ ବସ୍ତୁ ରଖିଲେ ଅସ୍ଵଚ୍ଛ ବସ୍ତୁ ପଛପଟେ ଛାୟା ସୃଷ୍ଟି ହୁଏ |


·    ଛାୟା ସର୍ବଦା ବସ୍ତୁ ପରି ସିଧା ହୁଏ |


ପ୍ରତିବିମ୍ବ


·    ପ୍ରତିଫଳନ ପୃଷ୍ଠ ଆଗରେ ବସ୍ତୁ ରଖିଲେ ତାହାର ପ୍ରତିବିମ୍ବ ପ୍ରତିଫଳନ ପୃଷ୍ଠରେ ସୃଷ୍ଟି ହୁଏ |


·    ପ୍ରତିବିମ୍ବ ସିଧା ବା ଓଲଟା ହୋଇଥାଏ |


b)   ସ୍ଵଚ୍ଛ ପଦାର୍ଥ


·    ଯେଉଁ ପଦାର୍ଥ ମଧ୍ୟ ଦେଇ ଆଲୋକ ଗତି କରିପାରେ , ତାହାକୁ ସ୍ବଚ୍ଛ ପଦାର୍ଥ କୁହାଯାଏ |


·    ସ୍ଵଚ୍ଛ ପଦାର୍ଥର ଛାୟା ସୃଷ୍ଟି ହୁଏ ନାହିଁ |


·    ଉଦାହରଣ : କାଚ, ଚଷମା, ଜଳ ଇତ୍ୟାଦି l


ଅସ୍ଵଚ୍ଛ ପଦାର୍ଥ


·    ଯେଉଁ ପଦାର୍ଥ ମଧ୍ୟଦେଇ ଆଲୋକ ଆଦୌ ଗତି କରିପାରେ ନାହିଁ, ତାହାକୁ ଅସ୍ଵଚ୍ଛ ବସ୍ତୁ କୁହାଯାଏ |


·    ଅସ୍ଵଚ୍ଛ ବସ୍ତୁ ଦ୍ଵାରା ଛାୟା ସୃଷ୍ଟି ହୁଏ |


·    ଉଦାହରଣ – କାଗଜ, ଖପରା, କାର୍ଡବୋର୍ଡ ଇତ୍ୟାଦି |



4.   ଆଲୋକ ଏକ ସରଳ ପଥରେ ଗତିକରେ, ଦୁଇଟି ଉଦାହରଣ ଦେଇ ବୁଝାଅ |


ଉଦାହରଣ – ୧


·    ଗୋଟିଏ ସିଧା ନରମ ପ୍ଲାଷ୍ଟିକ ନଳୀ ନେଲୁ | ଟେବୁଲ ଉପରେ ଏକ ମହମବତୀ ଜଳାଇ ରଖିଲୁ |


·    ନଳୀ ମଧ୍ୟଦେଇ ଜଳୁଥିବା ମହମବତୀର ଶିଖାକୁ ଲକ୍ଷ୍ୟ କଲେ ଶିଖାଟି ଦେଖାଯିବ |


·    ସେହି ନଳୀକୁ ସାମାନ୍ଯ ବଙ୍କାଇ ମହମବତୀ ଶିଖାକୁ ଲକ୍ଷ୍ୟ କଲେ ଶିଖାଟି ଦେଖାଯିବ ନାହିଁ |


·    ସିଧା ନଳୀରେ ଆଲୋକ ଦେଖାଗଲା ବେଳେ ବଙ୍କା ନଳୀରେ ଆଲୋକ ଦେଖାଯାଉନାହିଁ |


·    ତେଣୁ ଏଥିରୁ ଜଣାଗଲା ଯେ ଆଲୋକ ଏକ ସରଳ ପଥରେ ଗତିକରେ |


ଉଦାହରଣ – ୨


·    ରାତିରେ ଟର୍ଚ୍ଚ ଲାଇଟ୍ ଜଳାଇ ଆଗକୁ ଯାଅ |


·    ଦେଖାଯିବ ଯେ ଆଲୋକ ଗୋଟିଏ ସରଳ ରେଖାରେ ଆଗକୁ ପଡୁଛି |



5.   ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ |


a)   ପ୍ରତିବିମ୍ବ ଗଠନ ପାଇଁ କ’ଣ ଆବଶ୍ୟକ ?


·    ପ୍ରତିବିମ୍ବ ଗଠନ ପାଇଁ ପ୍ରତିଫଳନ ପୃଷ୍ଠ ଓ ଆଲୋକ ଆବଶ୍ୟକ |


b)   ଅଳ୍ପସ୍ଵଚ୍ଛ ପଦାର୍ଥ କ’ଣ ? ୨ ଟି ଉଦାହରଣ ଦିଅ |


·    ଯେଉଁ ପଦାର୍ଥ ମଧ୍ୟଦେଇ ଆଲୋକ ଅଳ୍ପ ଅଳ୍ପ ଯାଇପାରେ ସେଗୁଡିକୁ ଅଳ୍ପ ସ୍ଵଚ୍ଛ ପଦାର୍ଥ କୁହାଯାଏ |


·    ପତଳା ପ୍ଲାଷ୍ଟିକ, ତେଲ ଲଗା କାଗଜ |


c)   ଛାୟା କିପରି ଗଠିତ ହୁଏ ?


·    ଆଲୋକ ଆଗରେ କୌଣସି ଅସ୍ଵଚ୍ଛ କୌଣସି ଅସ୍ଵଚ୍ଛ ବସ୍ତୁ ରଖିଲେ ବସ୍ତୁର ପଛପଟେ ସୃଷ୍ଟି ହେଉଥିବା ଅନ୍ଧାରକୁ ଛାୟା କୁହାଯାଏ |


·    ଆଲୋକର ପଥ ସରଳରୈଖିକ ହୋଇଥିବାରୁ ଅସ୍ଵଚ୍ଛ ପଦାର୍ଥର ଛାୟା ସୃଷ୍ଟି ହୁଏ |



6.   ଆକାଶରେ ଉଡୁଥିବା ପକ୍ଷୀର ଛାୟା କେତେବେଳେ ଭୂମିରେ ପଡେ ତ କେତେବେଳେ ପଡେ ନାହିଁ | ୨/୩ ଟି ବାକ୍ୟରେ କାରଣ ଲେଖ |


·    ଆଲୋକ ପଥରେ ଅସ୍ଵଚ୍ଛ ବସ୍ତୁ ରଖିଲେ ଅସ୍ଵଚ୍ଛ ବସ୍ତୁ ପଛପଟେ ଛାୟା ସୃଷ୍ଟି ହୁଏ | ଏହି ଛାୟାର ଆକାର, ଆଲୋକ ଅସ୍ଵଚ୍ଛ ବସ୍ତୁ ଓ ପରଦାର ଅବସ୍ଥାନ ଉପରେ ନିର୍ଭର କରେ |


·    ଭୂମିଠାରୁ ଅଧିକ ଉଚ୍ଚତାରେ ପକ୍ଷୀଟି ଥିଲେ ତାର ଛାୟା ଅସ୍ପଷ୍ଟ ହୁଏ ଯାହା ଦେଖାଯାଏ ନାହିଁ |


·    ଆଲୋକ ନ ଥିଲେ ପକ୍ଷୀର ଛାୟା ମଧ୍ୟ ଭୂଇଁରେ ପଡି ନ ଥାଏ |



7.   ରାସ୍ତା କଡ଼ରେ ଥିବା ବତିଖୁଣ୍ଟ ଦୁର୍ଘଟଣା ରୋକିବାରେ କିପରି ସାହାଯ୍ୟ କରେ ?


·    ରାସ୍ତା କଡ଼ରେ ଥିବା ବତିଖୁଣ୍ଟ ଗୁଡିକ ରାତିରେ ଜଳେ, ଫଳରେ ଅନ୍ଧକାର ଦୂରକରେ ଓ ରାସ୍ତାରେ ପଡି ପରିଷ୍କାର ଦୃଶ୍ୟମାନ ହୁଏ |


·    ଏହି ଆଲୋକରେ ବସ୍ତୁର ଛାୟା ମଧ୍ୟ ସୃଷ୍ଟି ହୁଏ ନା ହିଁ | ଏହା ରାତ୍ରି ସମୟର ଯାତାୟାତକୁ ସୁଗମ କରେ ଓ ଦୁର୍ଘଟଣା ରୋକିବାରେ ସାହାଯ୍ୟ କରେ |



8.   ଗାଡିଚାଳକ ସମ୍ମୁଖରେ ଥିବା ଦର୍ପଣକୁ ଚଳକର ତୃତୀୟ ନୟନ ବୋଲି କୁହାଯାଏ କାହିଁକି ?


·   ଗାଡି ଚଲାଉଥିବା ସମୟରେ କେବଳ ଆଗକୁ ଦେଖିଲେ ହେବନାହିଁ | ପଛରୁ ଆସୁଥିବା ଗାଡିକୁ ଦେଖି ଆମେ ଆମ ଗାଡିର ଗତି ଓ ଦିଗ ବଦଳାଇଥାଉ |


. ମୋଡ ବଦଳାଇବାରେ ଏହା ଅଧିକ ସହାୟକ ହୋଇଥାଏ | ନିରପାଦରେ ଗାଡି ଚଳାଇବା ପାଇଁ ଜରୁରୀ ହୋଇଥିବାରୁ ଏହାକୁ ଚାଳକର ତୃତୀୟ ନୟନ କୁହାଯାଏ |

Ratings
No reviews yet, be the first one to review the product.