Odia Medium Class 6 Science Chapter 16 Water (ଜଳ) Notes

Language : Odia

LRNR provides this material totally free

Odia Medium Class 6 Science Chapter 16 Water (ଜଳ) Notes

ଜଳ



·   ଜୀବନ ଓ ଜଳର ସମ୍ପର୍କ ନିବିଡ | ବଞ୍ଚିବା ଓ ବଢିବା ପାଇଁ ଆମେ ଖାଦ୍ୟ ଖାଉ ଓ ଜଳ ପିଉ | ତେଣୁ ଜଳକୁ ଜୀବନ କୁହାଯାଏ |


·   ଆମ ରକ୍ତରେ ଜଳ ଏକ ମୁଖ୍ୟ ଉପାଦାନ ଅଟେ |


·   ପ୍ରତ୍ୟେକ ଜୀବକୋଷର ଅଧାରୁ ଅଧିକ ଜଳ ରହିବା ଯୋଗୁଁ ସେଗୁଡିକ କାର୍ଯ୍ୟକ୍ଷମ ରୁହନ୍ତି |


·   ଜଳକୁ ଆମେ ଖାଲି ପିଇବା ପାଇଁ ବ୍ୟବହାର କରିନଥାନ୍ତି ତା’ ସହିତ ଗାଧୋଇବା, ମୁହଁ ଧୋଇବା, ରୋଷେଇ କରିବା, ଲୁଗାସଫା କରିବା, ଗଛରେ ପାଣିଦେବା ଇତ୍ୟାଦି କାମରେ ବ୍ୟବହାର କରିଥାନ୍ତି |


·   ମନୁଷ୍ୟ ଭଳି ଅନ୍ୟ ପ୍ରାଣୀମାନେ ମଧ୍ୟ ଜଳ ଆବଶ୍ୟକ କରନ୍ତି |


·   କୁକୁର, ଗାଈ, କୁକୁଡ଼ା, ଛେଳି ଆଦି ପ୍ରାଣୀଙ୍କର ମଧ୍ୟ ଜଳ ଏକ ପାନୀୟ ପଦାର୍ଥ |

·   ଜଳରେ ମାଛ, କଇଁଛ ଆଦି ପ୍ରାଣୀ ଓ ପଦ୍ମ ଭଳି ଉଦ୍ଭିଦ ମଧ୍ୟ ଥାଆନ୍ତି |



ଉଦ୍ଭିଦ ପାଇଁ ଜଳର ଆବଶ୍ୟକତା :-


·    ଖାଦ୍ୟ ପ୍ରସ୍ତୁତି ପାଇଁ ଉଦ୍ଭିଦର ଜଳ ନିହାତି ଆବଶ୍ୟକ | ଅଙ୍ଗାରକାମ୍ଳ ଓ ଜଳର ସଂଯୋଗରେ ହିଁ ସରକାର ସୃଷ୍ଟି ହୁଏ |


·    ଯବକ୍ଷାରଯାନକୁ ମାଟିରେ ମିଶାଇବା ପାଇଁ ସାହାଯ୍ୟ କରୁଥିବା ବୀଜାଣୁ ମଧ୍ୟ ଜଳ ଆବଶ୍ୟକ କରନ୍ତି |


·    ଜଳ ଏକ ଦ୍ରାବକ | ତେଣୁ ମାଟିର ଲବଣକୁ ଏହା ଦ୍ରବୀଭୂତ କରିଥାଏ |



ବନ୍ୟା :-


·    ଜଳର ଉତ୍ସ ଯଥା – ନଦୀ, ପୋଖରୀ, କୂଅଗୁଡିକରେ ବର୍ଷାଦିନରେ ଜଳର ପରିମାଣ ଅଧିକ ହୁଏ |


·    ଅଧିକ ବର୍ଷାହେବା ଫଳରେ ନଦୀଜଳ କୂଅ ଲଂଘନ କରି ଦୁଇପଟେ ମାଡିଯାଏ |


·    ଗ୍ରାମ, କୃଷିକ୍ଷେତ୍ରରେ ଜଳ ପସିଯାଏ | ଏହାକୁ ଆମେ ବନ୍ୟା କହୁ |


·    ବନ୍ୟା ଦ୍ବାରା ଜଳ ସ୍ରୋତରେ ଗାଈ, ଛେଳି ଓ ମଣିଷ ମଧ୍ୟ ଭାସିଯାଆନ୍ତି |


·    ଆମ ରାଜ୍ୟରେ ବନ୍ୟା ଏକ ମୁଖ୍ୟ ପ୍ରାକୃତିକ ବିପର୍ଯ୍ୟୟ |



ମରୁଡି :-


·    କ୍ରମାଗତଭାବେ ବହୁଦିନ ଧରି ବର୍ଷା ନ ହେଲେ ଜଳର ଘୋର ଅଭାବ ଦେଖାଯାଏ | ଏହାକୁ ମରୁଡି କୁହାଯାଏ |


·    ଗଛଗୁଡିକ ଆବଶ୍ୟକ ପରିମାଣର ଜଳ ପାଆନ୍ତି ନାହିଁ |


·    କୃଷିକାର୍ଯ୍ୟ ପାଇଁ ଜଳର ଅଭାବ ଦେଖାଯାଏ |


·    ପଶୁପକ୍ଷୀ ମଧ୍ୟ ଜଳବିନା ମରିଯାନ୍ତି |



ଜଳ ସଂରକ୍ଷଣ :-


·    ଜଳକୁ ଅଯଥା ଅଧିକ ବ୍ୟବହାର କରିବା ଓ ନଷ୍ଟ କରିବା ନାହିଁ |


·    ବ୍ୟବହାର ନ କରିବା ବେଳେ ପାଣିଟ୍ୟାପକୁ ସର୍ବଦା ବନ୍ଦ ରଖିବା |


·    ଜଳ ଉତ୍ସଗୁଡିକର ପ୍ରଦୂଷଣ କମାଇବା ପାଇଁ ଯତ୍ନ ନେବା |


·    ବର୍ଷାଜଳକୁ ଗ୍ରାମାଞ୍ଚଳରେ ଛୋଟ ଜଳଭଣ୍ଡାର କରି ସାଇତି ରଖିବା |


·    ସହରାଞ୍ଚଳର ଛାଟରେ ପଡୁଥିବା ବର୍ଷାଜଳ ଅମଳ କରିବା |



Ratings
No reviews yet, be the first one to review the product.