Odia Medium Class 6 Science Chapter 17 Jiba Jagata Pai Bayura Gurutya ( ଜୀବ ଜଗତ ପାଇଁ ବାୟୁର ଗୁରୁତ୍ଵ ) Question & Answer

Language : Odia

LRNR provides this material totally free

Odia Medium Class 6 Science Chapter 17 Jiba Jagata Pai Bayura Gurutya ( ଜୀବ ଜଗତ ପାଇଁ ବାୟୁର ଗୁରୁତ୍ଵ ) Question & Answer

ଜୀବ ଜଗତ ପାଇଁ ବାୟୁର ଗୁରୁତ୍ଵ



1.   ବାୟୁରେ ଅମ୍ଳଜାନ ଏକ ପଞ୍ଚମାଂସ ଓ ଅଙ୍ଗାରକାମ୍ଳ ତିନି ସହସ୍ରାଂଶ ଅଛି | ଏହି ଅନୁପାତ ଅଦଳ ବଦଳ ହେଲେ ଜୀବଜଗତ ଉପରେ ଏହାର କି ପ୍ରଭାବ ପଡିବ, ଚାରୋଟି ବାକ୍ୟରେ ଲେଖ |


·    ଜୀବଜଗତ ଶ୍ଵାସକ୍ରିୟାରେ ବାୟୁର ଅମ୍ଳଜାନ ଗ୍ରହଣ କରନ୍ତି | ଅମ୍ଳଜାନ କମିଗଲେ ଜୀବମାନେ ମୃତ୍ୟୁ ମୁଖରେ ପଡ଼ିବେ |


·    ଅଙ୍ଗାରକାମ୍ଳ ଏକ ବିଷାକ୍ତ ବାଷ୍ପ | ଏହାର ପରିମାଣ ବଢିଗଲେ ଜୀବଜଗତର ଅଶେଷ କ୍ଷତି ହେବ |


·    ଅମ୍ଳଜାନ କମିଗଲେ ଦହନ କ୍ରିୟା ହୋଇ ପାରିବ ନା ହିଁ |


·    ଅଙ୍ଗାରକାମ୍ଳ ବଢିଗଲେ ବାୟୁ ମଣ୍ଡଳର ଉତ୍ତାପ ବୃଦ୍ଧି ପାଇବ, ଫଳରେ ଜୀବଜଗତ ଧ୍ଵଂସ ପାଇଯିବେ |



2.   ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କ ଦେଖି ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦ ଲେଖ |


a)   ମାଛ : ଗାଲି :: ବତକ : ଫୁସଫୁସ୍


b)   ଜିଆ : ଚର୍ମ :: ଅସରପା : ଶ୍ଵାସରନ୍ଧ୍ର


c)   ଅର୍କିଡ଼ : ମୂଳ :: ଅଶ୍ଵତଥ୍ :ସ୍ତୋମ୍


d)   ମଣିଷ : ଫୁସଫୁସ୍ :: ଉଦ୍ଭିଦ : ସ୍ତୋମ୍



3.   ଗୋଟିଏ ବାକ୍ୟ ବା ଦୁଇଟି ବାକ୍ୟରେ ଉତ୍ତର ଲେଖ |


a)   ମାଛ ଶ୍ଵାସକ୍ରିୟା କିପରି କରେ ?


·    ଜଳରେ ଅମ୍ଳଜାନ କିଛି ପରିମାଣରେ ଦ୍ରବୀଭୂତ ହୋଇଥାଏ |

·    ମାଛ ପାଟି ଦ୍ଵାରା ଜଳ ନେଇ ଗାଲି ଦ୍ଵାରା ଜଳକୁ ଛାଡିବା ବେଳେ ଗାଲି ଦ୍ଵାରା ଜଳରେ ଦ୍ରବୀଭୂତ ଅମ୍ଳଜାନ ଗ୍ରହଣ କରି ଶ୍ଵାସକ୍ରିୟା କରେ |


b)   ଅର୍କିଡ଼ କିପରି ଶ୍ଵାସକ୍ରିୟା କରେ ?


·    ଅର୍କିଡ଼ ଗଛ ଅନ୍ୟ ଏକ ଗଛ ଉପରେ ନିର୍ଭର କରି ବଢିଥାଏ, ଏମାନଙ୍କର ମୂଳ ବାୟୁରେ ଝୁଲିଥାଆନ୍ତି |


c)   ବେଙ୍ଗ ଶୀତଦିନେ କିପରି ଶ୍ଵାସକ୍ରିୟା କରେ ?


·    ଶୀତଦିନେ ବେଙ୍ଗ ମାଟିତଳେ ଶୀତ ନିଦ୍ରାରେ ଅଧିକାଂଶ ସମୟ ଶୋଇଥାଏ |


·    ଏହି ସମୟରେ ସେ ତାର ଚର୍ମରେ ଥିବା ଛୋଟ ଛୋଟ ରନ୍ଧ୍ର ମାଧ୍ୟମରେ ଶ୍ଵାସକ୍ରିୟା କରେ |



4.   କାରଣ ଲେଖ |


a)    ମାଛକୁ ପାଣିରୁ ବାହାର କରି ଆଣିଲେ କିଛି ସମୟ ପରେ ମରିଯାଏ |


·    ମାଛ ପାଟି ଦ୍ଵାରା ଜଳନେଇ ଗାଲି ସାହାଯ୍ୟରେ ଜଳରେ ମିଶି ରହିଥିବା ଅମ୍ଳଜାନକୁ ଗ୍ରହଣ କରି ଶ୍ଵାସକ୍ରିୟା କରେ |


·    ମାଛକୁ ପାଣିରୁ ବାହାର କରିଦେଲେ ସେ ବାୟୁରୁ ଅମ୍ଳଜାନ ଗ୍ରହ କରିନପରି କିଛି ସମୟ ପରେ ମରିଯାଏ |


b)    ବେଙ୍ଗ ଏକ ଉଭୟଚର ପ୍ରାଣୀ |


·    ବେଙ୍ଗ ଜଳରେ ଅଣ୍ଡାଦିଏ , ଏବଂ ଅଣ୍ଡାରୁ ବେଙ୍ଗଫୁଲା ବାହାରି ଜଳରେ ମାଛ ପରି ଗାଲି ସାହାଯ୍ୟରେ ଶ୍ଵାସକ୍ରିୟା କରେ |


·    କିଛି ଦିନ ପରେ ବେଙ୍ଗଫୁଲା ପୂର୍ଣ୍ଣାଙ୍ଗ ବେଙ୍ଗରେ ପରିଣତ ହୋଇ ସ୍ଥଳଭାଗକୁ ଆସେ ଓ ଫୁସଫୁସ୍ ସାହାଯ୍ୟରେ ଶ୍ଵାସକ୍ରିୟା କରେ |


·    କେତେକେ ବେଙ୍ଗ ଜଳରେ ରହି ଚର୍ମ ଦ୍ଵାରା ଶ୍ଵାସକ୍ରିୟା କରିଥାନ୍ତି | ବେଙ୍ଗ ଜଳ ଓ ସ୍ଥଳ ଉଭୟ ସ୍ଥାନରେ ରହିପାରୁଥିବାରୁ ତାକୁ ଉଭୟଚର ପ୍ରାଣୀ କୁହାଯାଏ |


c)    ଜିଆ ମାଟି ଭିତରେ ରହିଲେ ମଧ୍ୟ ଶ୍ଵାସକ୍ରିୟା କରିପାରେ |


·    ମାଟି ଛିଦ୍ରଯୁକ୍ତ ହୋଇଥିବାରୁ ଏହା ମଧ୍ୟରେ ବାୟୁ ରହିଥାଏ |


·    ଜିଆ ମାଟିତଳେ ଥିଲେ ମଧ୍ୟ ତାର ଓଦାଳିଆ ଚର୍ମ ବାୟୁରୁ ଅମ୍ଳଜାନ ସଂଗ୍ରହ କରି ଶ୍ଵାସକ୍ରିୟା କରେ |


 

5.   “କ”ସ୍ତମ୍ଭ ଶବ୍ଦ ସହିତ “ଖ”ସ୍ତମ୍ଭର ଶବ୍ଦ ମିଳାଅ |


“କ” ସ୍ତମ୍ଭ              “ଖ” ସ୍ତମ୍ଭ


କଇଁଚ               ଫୁସଫୁସ୍


ସୁନ୍ଦରୀ ବୃକ୍ଷ            ଶ୍ଵସନ ମୂଳ


ଅମ୍ଳଜାନ              ପ୍ରଶ୍ଵାସ


ଅଙ୍ଗାରକାମ୍ଳ            ନିଶ୍ଵାସ


ସ୍ତୋମ୍               ଉଦ୍ଭିଦ

Ratings
No reviews yet, be the first one to review the product.