Odia Medium Class 6 Science Chapter 17 Jibajagata Pai Bayura Gurutya (ଜୀବଜଗତ ପାଇଁ ବାୟୁର ଗୁରୁତ୍ୱ) Notes

Language : Odia

LRNR provides this material totally free

Odia Medium Class 6 Science Chapter 17 Jibajagata Pai Bayura Gurutya (ଜୀବଜଗତ ପାଇଁ ବାୟୁର ଗୁରୁତ୍ୱ) Notes

ଜୀବଜଗତ ପାଇଁ ବାୟୁର ଗୁରୁତ୍ୱ



ବାୟୁର ଗୁରୁତ୍ଵ –


·    ବାୟୁରେ ଥିବା ଅମ୍ଳଜାନ ଦହନର ସହାୟକ | ଦହନରୁ ତାପଶକ୍ତି ମିଳେ |


·    ଆମେ ଖାଉଥିବା ଖାଦ୍ୟ ଅମ୍ଳଜାନ ଦ୍ବାରା ଦହନ ହୋଇ ଶକ୍ତି ଉତ୍ପନ୍ନ ହୁଏ, ତାହାକୁ ଶ୍ଵସନ କୁହାଯାଏ |


·    ଅମ୍ଳଜାନ ଖାଦ୍ୟ ଦହନ କରି ଶକ୍ତି ଦେଲାବେଳେ ଅଙ୍ଗାରକାମ୍ଳ ନିର୍ଗତ ହୁଏ |


·    ଅମ୍ଳଜାନର ଆହରଣ ଓ ଅଙ୍ଗାରକାମ୍ଳର ତ୍ୟାଗ ପ୍ରକ୍ରିୟାକୁ ଶ୍ଵାସକ୍ରିୟା କୁହାଯାଏ |



ଜଳଜ ଉଦ୍ଭିଦର ଶ୍ଵାସକ୍ରିୟା :-


·    ଯେଉଁ ଉଦ୍ଭିଦଗୁଡିକ ଜଳରେ ବଢିଥାଏ, ତାହାକୁ ଜଳଜ ଉଦ୍ଭିଦ କୁହାଯାଏ |


·    ଯେଉଁ ଉଦ୍ଭିଦଗୁଡିକ ଭାସମାନ ଅବସ୍ଥାରେ ରହିଥାନ୍ତି ସେମାନଙ୍କୁ ଭାସମାନ ବା ପ୍ଳବ ଉଦ୍ଭିଦ କୁହାଯାଏ |


·    ବୁଡ଼ି ରହିଥିବା ଉଦ୍ଭିଦ ଜଳରେ ଦ୍ରବୀଭୂତ ହୋଇଥିବା ଅମ୍ଳଜାନ ବ୍ୟବହାର କରନ୍ତି |·    କେତେକ ଉଦ୍ଭିଦ ମୂଳର ଅଗ୍ରଭାଗରେ ଥିବା ରନ୍ଧ୍ରରେ ବାୟୁରୁ ଅମ୍ଳଜାନ ଗ୍ରହଣ କରିଥାନ୍ତି ଏବଂ ଅନ୍ୟ କେତେକ ଉଦ୍ଭିଦ ଛିଦ୍ର ଦ୍ବାରା ଅମ୍ଳଜାନ ଗ୍ରହଣ କରିଥାନ୍ତି |



ଜଳଚର ପ୍ରାଣୀଙ୍କର ଶ୍ଵାସକ୍ରିୟା :-


·    ପ୍ରାଣୀମାନଙ୍କର ଶ୍ଵାସକ୍ରିୟା ପାଇଁ ଭିନ୍ନ ଭିନ୍ନ ଅଙ୍ଗ କାର୍ଯ୍ୟ କରେ |


·    ଏମିବା ଓ ହାଇଡ୍ରା ମଧୁର ଜଳରେ ବାସ କରନ୍ତି |


·    ଏମାନେ ଜଳରେ ଦ୍ରବୀଭୂତ ଅମ୍ଳଜାନକୁ ବିସରଣ ପ୍ରକ୍ରିୟାରେ ସିଧାସଳଖ କୋଷ ଭିତରକୁ ନେଇ ଥାଆନ୍ତି | କଙ୍କଡା, ଗେଣ୍ଡା, ଚିଙ୍ଗୁଡି ଇତ୍ୟାଦି |


·    ଜଳରେ ରହୁଥିବା ମାଛ ନିଜ ଗାଲି ସାହାଯ୍ୟରେ ଶ୍ଵାସକ୍ରିୟା କରିଥାନ୍ତି |



ସ୍ଥଳଭାଗରେ ଥିବା ଉଦ୍ଭିଦର ଶ୍ଵାସକ୍ରିୟା :-


·    କେତେକ ଉଦ୍ଭିଦର କାଣ୍ଡ, କେତେକର ମୂଳ ଓ ଅଧିକାଂଶ ପତ୍ରରେ ଥିବା ସ୍ତୋମ ଅମ୍ଳଜାନ ଗ୍ରହଣ କରେ ଏବଂ ଅଙ୍ଗାରକାମ୍ଳ ତ୍ୟାଗ କରେ |


·    ଆମ୍ବ, ଜାମୁ, ବର, ଅଶ୍ଵତଥ ଆଦି ଗଛର ପତ୍ରର ତଳ ଭାଗରେ ଅଧିକ ସ୍ତୋମ ଥାଏ |



* ମାଟିର ଉପର ସ୍ତରରେ ଥିବା ଜୀବ ମାଟିରେ ଅନେକ ଅଣୁଜୀବ ରହିଥାଏ |

* ଉର୍ବର ମାଟିରେ ଯବକ୍ଷାରଯାନ ବିବନ୍ଧକ ଆଜୋଟୋବ୍ୟାକଟର କ୍ଲଷ୍ଟିଡିୟମ ଆଦି ବୀଜାଣୁ ଥାଆନ୍ତି |



ସ୍ଥଳଚର ପ୍ରାଣୀମାନଙ୍କର ଶ୍ଵାସକ୍ରିୟା –


·    ଅସରପା, ଝିଣ୍ଟିକା ଆଦି ଶ୍ଵାସରନ୍ଧ୍ର ଦ୍ବାରା ଶ୍ଵାସକ୍ରିୟା କରିଥାଆନ୍ତି |


·    ସାପ, ପାରା, ବତକ, ମଣିଷ, ବାଦୁଡି ଆଦି ଫୁସଫୁସ ଦ୍ବାରା ଶ୍ଵାସକ୍ରିୟା କରିଥାଆନ୍ତି |


·    ଅଲିଭରିଡ଼ରେ କଇଁଛ, କୁମ୍ଭୀର ଭଳି ପ୍ରାଣୀର ଶ୍ଵାସକ୍ରିୟା ଫୁସଫୁସ ସାହାଯ୍ୟରେ ହୁଏ |·    ବେଙ୍ଗ ଗୋଟିଏ ଉଭୟଚର ପ୍ରାଣୀ | ସ୍ଥଳଭାଗରେ ଫୁସଫୁସ ଦ୍ଵାରା ଶ୍ଵାସକ୍ରିୟା ହୋଇଥାଏ ଏବଂ ମାଟିତଳେ ଓ ଜଳରେ ଚର୍ମଦ୍ଵାରା ଶ୍ଵାସକ୍ରିୟା ହୋଇଥାଏ |






Ratings
No reviews yet, be the first one to review the product.