Odia Medium Class 6 Science Chapter 18 Abarjana ( ଆବର୍ଜନା ) Question & Answer

Language : Odia

LRNR provides this material totally free

Odia Medium Class 6 Science Chapter 18 Abarjana ( ଆବର୍ଜନା ) Question & Answer

ଆବର୍ଜନା



1.   କାରଣ ଲେଖ |


a)   ପନିପରିବା ଚୋପାକୁ ଏଣେ ତେଣେ ନ ପକାଇ ମାଟିରେ ଗାତ କରି ପୋତିଦେବା |


·    ପନିପରିବା ଚୋପା ଏକ ଜୈବ ନିମ୍ନୀକରଣ ଯୋଗ୍ୟ ଆବର୍ଜନା |


. ଏହାକୁ ମାଟି ଭିତରେ ଗାତ କରି ପୋତିଦେଲେ ଏହା ଅଣୁଜୀବ ଦ୍ଵାରା ବିଘଟିତ ହୋଇ ମାଟିରେ ମିଶିଯିବ |


·    ପନିପାରିବା ଚୋପା ଏଣେ ତେଣେ ପକାଇଲେ ସେଗୁଡିକରେ ମାଛି ବସି ରୋଗ ସୃଷ୍ଟି କରିବେ |


b)   ପ୍ଲାଷ୍ଟିକକୁ ପୋଡ଼ିବ ନାହିଁ ବା ପଦାରେ ଫୋପାଡି ଦେବ ନାହିଁ |


·    ପ୍ଲାଷ୍ଟିକକୁ ପୋଡିଦେଲେ ଏଥିରୁ ନିର୍ଗତ ଗ୍ୟାସ ବାୟୁ ପ୍ରଦୂଷଣ କରିଥାଏ | ପ୍ଲାଷ୍ଟିକକୁ ପଦାରେ ଫୋପାଡି ଦେଲେ ଏହାକୁ ଗାଈଗୋରୁ ଖାଇ ରୋଗାକ୍ରାନ୍ତ ହୁଅନ୍ତି | ଏଗୁଡିକ ଅବକ୍ଷୟ ହୁଅନ୍ତି ନାହିଁ |



2.   ପ୍ରଥମ ଶବ୍ଦଦ୍ଵୟର ସଂପର୍କ ଦେଖି ତୃତୀୟ ଶବ୍ଦସହ ସଂପର୍କିତ ଶବ୍ଦଟି ଲେଖ |


a)   ପନିପରିବା ଚୋପା : ଜୈବିକ :: ପ୍ଲାଷ୍ଟିକ : ଅଜୈବିକ


b)   ଚିରାକାଗଜ : 10 – 13 ଦିନ :: କାଠ : 10 – 15 ବର୍ଷ


c)   ପନିପରିବା : ଚୋପା :: ଚକୋଲେଟ୍ : ଜରିଖୋଳ


d)   ବିଦ୍ୟାଳୟ : ଟୁକୁରା କାଗଜ :: ରୋଷେଇ ଘର : ପନିପରିବା ଚୋପା



3.   ଆବର୍ଜନା କ’ଣ ? ତୁମା ଗାଁ/ ସହରର ଆବର୍ଜନାକୁ କିପରି ଉପଯୋଗ କରିପାରିବ ସଂକ୍ଷପରେ ଲେଖ |


·    ଯେଉଁ ବସ୍ତୁଗୁଡିକ ଆମ ବ୍ୟବହାରରେ ଲାଗେ ନାହିଁ ତାହାକୁ ଆବର୍ଜନା କୁହାଯାଏ |


. ଗାଁ ଓ ସହରର ଆବର୍ଜନାଗୁଡିକ ମୁଖ୍ୟତଃ ହେଲା ଚିରାକାଗଜ, ଭଙ୍ଗା କାଚ, ଧାତବ ପଦାର୍ଥ, ପ୍ଲାଷ୍ଟିକ ନିର୍ମିତ ବସ୍ତୁ, ଗୋବର , ମଳ , ପନିପରିବା ଚୋପା, ଦିଆସିଲି ଖୋଳ, ଅଣ୍ଡା ଖୋଳ, ନଡିଆ ସଢେଇ , ଫ୍ୟୁଜ୍ ବଲବ , ଚକୋଲେତ୍ ଜାରି, ଛିଣ୍ଡା ଜୋତା , କଉଟା, କୁଣ୍ଡା, ଗୋମୂତ୍ର ଆଦି |


·    ଧାତବ ପଦାର୍ଥ, ପ୍ଲାଷ୍ଟିକ ନିର୍ମିତ ବସ୍ତୁ, ଭଙ୍ଗା କାଚ, ଚିରାକାଗଜ, ଚକୋଲେଟ୍ ଜାରି ଆଦି ଆବର୍ଜନାକୁ ପୁନର୍ବାର କାରଖାନାକୁ ପଠାଇଦେଲେ ତାହା ପୁଣି ବ୍ୟବହାର ଉପଯୋଗୀ ହୋଇପାରିବ |


·    ପରିବାଚୋପାରୁ ଆଚାର ପ୍ରସ୍ତୁତ କରାଯାଇପାରିବ ଓ ଏହାକୁ ଖତ କରି ବ୍ୟବହାର କରାଯାଇପାରିବ |


·    କୁଟା, କୁଣ୍ଡା, ଅଗାଡି, ଗୋବର ଆଦିରେ କୋଇଲାଗୁଣ୍ଡ ମିଶାଇ ଗୋଲ୍ କୋଇଲା ପ୍ରସ୍ତୁତ କରାଯାଇପାରିବ |


·    ଭଙ୍ଗା ପ୍ଲାଷ୍ଟିକ, ଅଣ୍ଡାଖୋଳ, ଦିଆସିଲି ଖୋଳ, ନଡିଆ ସଡେଇ ଓ ଫ୍ୟୁଜ୍ ବଲବ୍ ଆଦିରୁ ନୂତନ ନୂତନ ଖେଳଣା ପ୍ରସ୍ତୁତ କରାଯାଇପାରିବ |


·    ଗୋମୂତ୍ର , ଗୋବର, ମଳ ଆଦିରୁ କମ୍ପୋଷ୍ଟ ଖତ ପ୍ରସ୍ତୁତ କରାଯାଇପାରିବ |


·   କେତେକ ଆବର୍ଜନାକୁ ଜାଳେଣି ରୂପେ ବ୍ୟବହାର କରାଯାଇପାରିବ |



4.   ସଂକ୍ଷିପ୍ତ ଟିପ୍ପଣୀ ଲେଖ |


a)   ଜୈବିକ ଆବର୍ଜନା –


·    ପ୍ରାଣୀ ଓ ଉଦ୍ଭିଦରୁ ମିଳୁଥିବା ଆବର୍ଜନାକୁ ଜୈବିକ ଆବର୍ଜନା କୁହାଯାଏ |


·    ପନିପରିବା ଚୋପା, ଗୋବର, ଗୋମୂତ୍ର, ମଳ, ମାଛକାତି , ମାଛ କଣ୍ଟା, ଅଣ୍ଡା ଖୋଳ, ଅନବନା ଗଛ, କେତେକ ମୃତ ପ୍ରାଣୀ , କୁଟା , କୁଣ୍ଡା, ଅଗାଡି, ଆଖୁ ଛେଦା ଆଦି ଆବର୍ଜନା ଜୈବିକ ଆବର୍ଜନା |


b)   ଆବର୍ଜନାରୁ ପ୍ରସ୍ତୁତ ଉପଯୋଗୀ ବସ୍ତୁ |


·    ଅନେକ ଆବର୍ଜନରୁ କେତେକ ଉପଯୋଗୀ ବସ୍ତୁ ପ୍ରସ୍ତୁତ କରାଯାଇପାରେ | ସେଗୁଡିକ ହେଲା –


·    କୁଣ୍ଡା, ଗୋବର, ଅଗାଡି , କୋଇଲାଗୁଣ୍ଡକୁ ଗୋଳାଇ ଗୋଲ କୋଇଲା ପ୍ରସ୍ତୁତ କରାଯାଇପାରିବ |


·    ଆଖୁଛେଦା, ଆଖୁପତ୍ର, ଭଙ୍ଗାବାଉଁଶ ଆଦିରୁ କାଗଜ ପ୍ରସ୍ତୁତ କରାଯାଇପାରିବ |


·    ପରିବାଚୋପାରୁ ଆଚାର ପ୍ରସ୍ତୁତ କରାଯାଇପାରିବ |


·    ଅନେକ ଖେଳଣା ମଧ୍ୟ ଭଙ୍ଗାକାଚ, ଭଙ୍ଗା ବାରଲାଇଟ, ପୋଡା ବଲବ୍ , ଛିଣ୍ଡା ଜୋତା, ଦିଆସିଲି ଖୋଳ ଆଦିରୁ ପ୍ରସ୍ତୁତ କରାଯାଇପାରିବ |



5.   ଗୋଟିଏ ସାମଞ୍ଜସ୍ୟ ଓ ଗୋଟିଏ ପାର୍ଥକ୍ୟ ଲେଖ | ଜୈବିକ ଆବର୍ଜନା, ଅଜୈବିକ ଆବର୍ଜନା |


·    ସାମଞ୍ଜସ୍ୟ :


·    ଉଭୟ ଜୈବିକ ଓ ଅଜୈବିକ ଆବର୍ଜନା ପରିବେଶ ପ୍ରଦୂଷଣ କରିଥାଏ |


·    ପାର୍ଥକ୍ୟ :


·    ଜୈବିକ ଆବର୍ଜନା ବିଭିନ୍ନ ପ୍ରାଣୀ ଓ ଉଦ୍ଭିଦରୁ ସୃଷ୍ଟି ହୁଏ କିନ୍ତୁ ଅଜୈବିକ ଆବର୍ଜନା ବିଭିନ୍ନ ଅଜୈବ ପଦାର୍ଥରୁ ସୃଷ୍ଟି ହୁଏ |

Ratings
No reviews yet, be the first one to review the product.