Odia Medium Class 6 Science chapter 2 Khadyara Sreni Bibhaga (ଖାଦ୍ୟର ଶ୍ରେଣୀ ବିଭାଗ) Notes

Language : Odia

LRNR provides this material totally free

Odia medium class 6 science chapter 2 Khadyara Sreni Bibhaga (ଖାଦ୍ୟର ଶ୍ରେଣୀ ବିଭାଗ) Notes


ଖାଦ୍ୟର ଶ୍ରେଣୀ ବିଭାଗ


ସ୍କୁଲର ନିଜ ସାଙ୍ଗମାନଙ୍କୁ ଦେଖିଥିବେ, ସେମାନଙ୍କ ମଧ୍ୟରୁ କେତେ ଜଣ ସୁସ୍ଥବଳ ଥାଆନ୍ତି ଏବଂ ଅନ୍ୟ କେତେ ଜଣ ପ୍ରାୟ ସମୟ ରୋଗରେ ପଡିଥାନ୍ତି| ଏମିତି କାହିଁକି ହୁଏ, ଖାଦ୍ୟ ଅଭାବ ଦ୍ୱାରା ଏମିତି ହୋଇଥାଏ |


ଖାଦ୍ୟ ଆମେ କାହିଁକି ଖାଇଥାଉ ?


· ଖାଦ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ |

· କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଏ |

· ଖାଦ୍ୟ ଶରୀର ବୃଦ୍ଧିରେ ସାହାଯ୍ୟ କରେ |

· ପୁଷ୍ଟି ଅଭାବ ଜନିତ ରୋଗରୁ ରକ୍ଷା କରିଥାଏ |


· ଆମେ ସବୁବେଳେ ଭିନ୍ନ ଭିନ୍ନ ଖାଦ୍ୟ ଖାଇଥାନ୍ତି | ତାହେଲେ, ବିଭିନ୍ନ ଖାଦ୍ୟରେ ଏମିତି କ’ଣ ଅଛି ଯିଏ ସାହାଯ୍ୟ କରେ |

· ପ୍ରତ୍ୟେକ ଖାଦ୍ୟ ପଦାର୍ଥରେ କେତେକ ରାସାୟନିକ ପଦାର୍ଥ ଥାଏ, ଏହାକୁ “ପୋଷକ” କୁହାଯାଏ |


· ପୋଷକକୁ ଆଧାର କରି, ଖାଦ୍ୟ କେତେ ଭାଗରେ ବିଭକ୍ତ କରାଯାଇଛି |


· ଶ୍ଵେତସାର, ପୁଷ୍ଟିସାର , ସ୍ନେହସାର, ଭିଟାମିନ, ଖଣିଜ ଲବଣ ଓ ଜଳ ଇତ୍ୟାଦି |


· ଏହି ସବୁ ସହିତ ଶରୀରରେ ଆବଶ୍ୟକତା ପୂରଣ ପାଇଁ ତନ୍ତୁ ଜାତୀୟ ଖାଦ୍ୟ ମଧ୍ୟ ନିହାତି ଆବଶ୍ୟକ |


ତା ହେଲେ ,ଆମେ କେମିତି ଜାଣିବା ଯେ କେଉଁ ଖାଦ୍ୟରେ କେଉଁ ପୋଷକଟି ରହିଛି |ଏଥିପାଇଁ କେତେକ ପରୀକ୍ଷା କରାଯାଇଛି ;


ଶ୍ଵେତସାର ଜାତୀୟ ଖାଦ୍ୟର ଚିହ୍ନଟ :-


ପ୍ରଥମେ ଗୋଟିଏ କାଚ ଗ୍ଲାସରେ କିଛି ଅଟା ନେବା ଏବଂ ସେଥିରେ ୩-୪ ଚାମଚ ପାଣି ମିଶାଇ ତାକୁ ଭଲରେ ଗୋଳାଇ ରଖିବା |

ସେହି ପାଣିଆ ଅଟାରେ ୨-୩ ବୁନ୍ଦା ସାଙ୍ଗେ ସାଙ୍ଗେ ଆୟୋଡିନ ଦ୍ରବଣ ମିଶାଇବା ଓ ଭଲ ଭାବେ ଘାଣ୍ଟି ରଖିବା | ଦେଖିବ ,ସାଙ୍ଗେ ସାଙ୍ଗେ ଏହା ଗାଢ ନୀଳ ରଙ୍ଗ ହୋଇଯିବ | କାରଣ ଆୟୋଡିନ ଦ୍ରବଣ ଶ୍ଵେତସାର ଜାତୀୟ ଖାଦ୍ୟକୁ ଗାଢ ନୀଳ ରଙ୍ଗ କରିଦିଏ |

Example: - ସିଝା ଆଳୁ,ଚୂଡ଼ା ଗୁଣ୍ଡ ଇତ୍ୟାଦି |ପୁଷ୍ଟିସାର ଜାତୀୟ ଖାଦ୍ୟ ଚିହ୍ନଟ :-


ପ୍ରଥମେ ଗୋଟିଏ ଛୋଟ ପ୍ଲାଷ୍ଟିକ ସିସି କିମ୍ବା ବୋତଲ ନେବା ଓ ସେଥିରେ ଅଳ୍ପ ଡାଲିଗୁଣ୍ଡ ପୂରାଇବା | ଡ୍ରପର ସାହାଯ୍ୟରେ ସେଥିରେ ୮-୧୦ ବୁନ୍ଦା ପାଣି ମିଶାଇବା ପରେ ସେଥିରେ ୨ ବୁନ୍ଦା ତୁତିଆ ଦ୍ରବଣ (କପର ସଲଫେଟ) ଓ ୧୦ ବୁନ୍ଦା କ୍ଷାରସୋଡାର ଦ୍ରବଣ ମିଶାଇ ଠିପି ଲଗାଇ ଏହାକୁ ଭଲ ଭାବରେ ହଲାଇବା ,ଯେପରି ଦ୍ରବଣ ଗୁଡିକ ମିଶିଯିବ | ତାପରେ ଗୋଟିଏ ସ୍ଥାନରେ କିଛି ସମୟ ସ୍ଥିର କରି ରଖିଦେବା | କିଛି ସମୟ ପରେ ଦ୍ରବଣଟି ବାଇଗଣି ରଙ୍ଗ ହୋଇଯିବ |

Example: - ଡାଲି, କ୍ଷୀର, ମାଛ, ଛତୁ ଇତ୍ୟାଦି |



ସ୍ନେହସାର ଜାତୀୟ ଖାଦ୍ୟ ଚିହ୍ନଟ :-


କେତେ ଖଣ୍ଡ ଧଳା କାଗଜ ନେବା | ଅଟା ,ସିଝା ଆଳୁ ,ଚିନାବାଦାମ ଗୁଣ୍ଡ ,କୋଇହୋଇଥିବା ନଡିଆ ,ସୋରିଷ ଗୁଣ୍ଡ ଅଲଗା ଅଲଗା କାଗଜରେ ଘସି ଗୁଣ୍ଡ ପଦାର୍ଥକୁ କାଗଜ ଉପରୁ ଝାଡିଦେଇ କାଗଜକୁ ଖରାରେ କିଛି ସମୟ ରଖିଦେବା | ଦେଖିବ ,ଯେ କିଛି କାଗଜ ତେଲିଆ ଦେଖାଯାଉଛି ଓ କିଛି କାଗଜ ଦେଖାଯାଉନାହିଁ | ଯେଉଁ କାଗଜଟି ତେଲିଆ ଦେଖାଯାଉଛି ,ସେଥିରେ ଘସା ଯାଇଥିବା ପଦାର୍ଥରେ ତେଲ ଅଛି ଏବଂ ଏହା ସ୍ନେହସାର ଜାତୀୟ ଖାଦ୍ୟ (ଚିନାବାଦାମ ,ସୋରିଷ ,ନଡିଆ ) Example:- ରାଶି ,ମାଛ ,ମାଂସ ଇତ୍ୟାଦି l

* ଯେଉଁ ସ୍ନେହସାର ଉଦ୍ଭିଦରୁ ମିଳେ ତାହା ଉଦ୍ଭିଜ ସ୍ନେହସାର ଓ ଯାହା ପ୍ରାଣୀଙ୍କଠାରୁ ମିଳେ ,ତାହା ପ୍ରାଣୀଜ ସ୍ନେହସାର l

  • ପୋଷକର ଉତ୍ସ ଓ କାର୍ଯ୍ୟ                                                                      


ଶ୍ଵେତସାର :


  • ଚାଉଳ,ଚିନି ,ଗୁଡ ,ଆଳୁ ,ମକା l
  • ଶରୀରକୁ କାର୍ଯ୍ୟ କରିବାକୁ ଶକ୍ତି ଯୋଗାଏ l
  • ଶ୍ଵେତସାର ଶରୀରରେ ଚର୍ବି ଆକାରରେ ଜମା ହୋଇ ରହେ , ଆବଶ୍ୟକ ସମୟରେ ଶକ୍ତି ମିଳେ |                  


ପୁଷ୍ଟିସାର :

 

  • ଡାଲି ,ସୋୟାବିନ ,ଛତୁ ମାଛ ,ମାଂସ                
  • ପିଲାମାନଙ୍କ ଶରୀର ବୃଦ୍ଧିରେ ସାହାଯ୍ୟ କରେ l
  • ନଷ୍ଟ ହୋଇଯାଉଥିବା କୋଷ ବଦଳରେ ନୂଆ କୋଷ ସୃଷ୍ଟି କରେ |


ସ୍ନେହସାର :


  • ତେଲ ,ଘିଅ ,ଲହୁଣୀ ,କ୍ଷୀର ,ମାଛ                 
  • କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଏ | 
  • ଚର୍ମ ଚିକ୍କଣ କରେ |

 

  1. ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର ଅଭାବରେ ଅପପୁଷ୍ଟିଜନିତ ରୋଗ ହୋଇଥାଏ |
  2.  ଶ୍ଵେତସାର ଅଭାବରେ ମାରସମସ୍ ରୋଗ ହୋଇଥାଏ |
  3. ପୁଷ୍ଟିସାର ଅଭାବରେ କ୍ଵାସିଓକର୍ ରୋଗ ହୋଇଥାଏ |

 

ଶରୀରରେ ଭିଟାମିନର କାମ କ’ଣ ?


ଭିଟାମିନ ର ଉତ୍ସ, ଅଭାବରେ ରୋଗ ଓ ଲକ୍ଷଣ :


ଭିଟାମିନ A– ପାଚିଲା ଅମୃତଭଣ୍ଡା, ଗାଜର, କ୍ଷୀର 

  •  ଅନ୍ଧାରକଣା ରୋଗ ହୁଏ |
  • ଦୃଷ୍ଟି ଶକ୍ତି ଲୋପ ପାଇଥାଏ ,ଚର୍ମ ଶୁଖିଲା ରହେ ,କାଠ ବ୍ରଣ ହୁଏ |


ଭିଟାମିନ B– ଅକାଣ୍ଡିଆ ବା ଢିଙ୍କିକୁଟା ଚାଉଳ ,ଚୋକଡ ମିଶା ଅଟା, ଶାଗ

  • ବେରିବେରି ରୋଗ ହୁଏ | 
  • ପାଟିରେ କଳ ଘା’,ତୁଣ୍ଡଘା’,ଗୋଡାହାତ ଫୁଲିଯିବା ,ଝିମଝିମ ଲାଗିବା ଇତ୍ୟାଦି |


ଭିଟାମିନ C– କମଳା, ଲେମ୍ବୁ, ପିଜୁଳି ,ଟମାଟ ,କଞ୍ଚାଲଙ୍କା ,ଅଁଳା

  • ସ୍କର୍ଭି ରୋଗ ହୁଏ | ଦାନ୍ତ ମାଢିରୁ ରକ୍ତ ପଡେ ,ଘା’ଶୀଘ୍ର ସୁଖେ ନାହିଁ |


ଭିଟାମିନ D– ଛୋଟମାଛ, ଛେଳି କଲିଜା, କର୍ଡ ମାଛର ତେଲ, ସୂର୍ଯ୍ୟକିରଣ

  • ରିକେଟସ, ଅଷ୍ଟିଓମାଲେସିଆ, ହାତ ଗୋଡ ସରୁ ହୋଇଯାଏ ଅସ୍ଥି ଟାଣ ହୁଏ ନାହିଁ |


ଭିଟାମିନ E– ଗଜାମୁଗ, ଗଜାବୁଟ, ରାଶିତେଲ, ଫଳ, ସୂର୍ଯ୍ୟତେଲ

  • ଚର୍ମ ଚିକ୍କଣ ରହେ ନାହିଁ |ସ୍ତ୍ରୀଲୋକମାନଙ୍କର ବନ୍ଧ୍ୟା ରୋଗ ହୋଇଥାଏ |


ଭିଟାମିନ K– ଶାଗ, ମାଛ, କ୍ଷୀର, ମାଂସ, ସଜପରିବା, ଫଳ

  • ଶରୀରରେ କୌଣସି ସ୍ଥାନ କଟିଗଲେ ରକ୍ତସ୍ରାବ ବନ୍ଦ ହୁଏ ନାହିଁ |


 

ଏହା ବ୍ୟତୀତ ଭିଟାମିନ B1,B2 ଓ B12 ଇତ୍ୟାଦି ରହିଛି |ସେଥିମଧ୍ୟରୁ ଭିଟାମିନ B12 ର ଆବଶ୍ୟକତା ବେଶୀ |ଏହା ମାଛ ,ମାଂସ ,ଅଣ୍ଡା ,କଲିଜା ଇତ୍ୟାଦିରେ ଥାଏ |ରକ୍ତରେ ଲୋହିତ କୋଷିକା ତିଆରିରେ ସାହାଯ୍ୟ କରିଥାଏ |

 ଗାଈ ଓ ମଇଁଷି କ୍ଷୀରରେ ଖାଦ୍ୟର ସମସ୍ତ ପୋଷକ ଥାଏ କିନ୍ତୁ ଭିଟାମିନ ‘c ‘ନ ଥାଏ |


ଖଣିଜ ଲବଣ, କେଉଁଥିରୁ ମିଳେ, ଏହାର କାର୍ଯ୍ୟ ଓ ଅଭାବ ଜନିତ ରୋଗ :


କ୍ୟାଲସିୟମଯୁକ୍ତ ଲବଣ :–


  • ଚୁନାମାଛ, ମାଛକେଣ୍ଡା, କ୍ଷୀର ,ମାଂସ ,ଶାଗ
  • ଦାନ୍ତ ଓ ଅସ୍ଥି ଗଠନରେ ସାହାଯ୍ୟ କରେ
  • ଅସ୍ଥି ବଙ୍କା ହୋଇଯାଏ 


ଲୌହଯୁକ୍ତ ଲବଣ:– 


  • ସଜନା ଶାଗ ,ପୋଇ ,ଭେଣ୍ଡି ,କଦଳୀ
  • ରକ୍ତ ତିଆରିରେ ସାହାଯ୍ୟ କରେ 
  • ରକ୍ତହୀନତା ଦେଖାଯାଏ 


ଆୟୋଡିନଯୁକ୍ତ ଲବଣ:–

 

  • ସଜନା ଛୁଇଁ ,ଫଳ, ପରିବା, ସମୁଦ୍ର ମାଛ
  • ଥାଇରୋଏଡ ଗ୍ରନ୍ଥିକୁ କାର୍ଯ୍ୟକ୍ଷମ କରେ     
  • ଗଳଗଣ୍ଡ ରୋଗ ହୁଏ 
  • ମାନସିକ ବିକାଶରେ ବାଧା କରେ


 ତନ୍ତୁ ଜାତୀୟ ଖାଦ୍ୟ:-


  • ଚୋପାଲଗା କଞ୍ଚା ଫଳ ,ଚୋପାଲଗା କଞ୍ଚା ପରିବା ଟମାଟ, ମୂଳା ,ଗାଜର ,ଚୋପାଲଗା ଡାଲି ଓ ସମସ୍ତ ପ୍ରକାର ଶାଗ ତନ୍ତୁ ଜାତୀୟ ଅଟେ ।
  • ଏହା ଏକ ପୋଷକ ନ ହେଲେ ମଧ୍ୟ ପେଟ ସଫା କରିବାରେ ସାହାଯ୍ୟ କରିଥାଏ |


ସୁଷମ ଖାଦ୍ୟ:-


  • ଆମେ ଖାଉଥିବା ସମସ୍ତ ଖାଦ୍ୟ ସୁଷମ ଖାଦ୍ୟ ବୟସ, ଲିଙ୍ଗ ହିସାବରେ ଖାଇବାର ପରିମାଣ ଭିନ୍ନ ଭିନ୍ନ |
  • ନିରାମିଷ ଭୋଜନ କରୁଥିଲେ ଦୈନିକ ଚିନାବାଦାମ, କାଜୁ ଓ ପେସ୍ତା ବାଦାମ ଖାଇବା ଉଚିତ |
  •  ଖାଦ୍ୟ ଖାଇବା ସହିତ ୮ - ୧୦ ଗିଲାସ ପାଣି ପିଇବା ଦରକାର |



୧୦ - ୧୨ ବର୍ଷ ପିଲାଙ୍କ ସୁଷମ ଖାଦ୍ୟ


ଖାଦ୍ୟ  -ନିରାମିଷ   -ଆମିଷ


ଶସ୍ୟ          -୩୨୦ ଗ୍ରାମ     -୩୨୦ ଗ୍ରାମ

(ଚାଉଳ, ମକା, ଅଟା) 


ଡାଲି              -୭୦ ଗ୍ରାମ        -୬୦ ଗ୍ରାମ

(ହରଡ଼, ମୁଗ, ବୁଟ)


ଶାଗ ଓ କଞ୍ଚା ପରିବା    -୧୦୦ ଗ୍ରାମ   -୧୦୦ ଗ୍ରାମ


ଫଳ            -୫ ୦ ଗ୍ରାମ       -୫୦ ଗ୍ରାମ

(ସେଓ, ପିଜୁଳି, ଅଁଳା)


ପନିପରିବା                -୭୦ ଗ୍ରାମ         -୫୦ ଗ୍ରାମ


ତେଲ, ଘିଅ                 -୩୫ ଗ୍ରାମ        -୩୫ ଗ୍ରାମ


ମାଛ, ମାଂସ, ଚିନି, ଗୁଡ    -୫୦ ଗ୍ରାମ        -୫୦ ଗ୍ରାମ



ଠିକ ପରିମାଣରେ ଖାଇବା ଏବଂ ପରିଷ୍କାର ପରିଚ୍ଛନ୍ନ ଖାଇବା ସୁସ୍ଥ ରହିବା



Ratings
No reviews yet, be the first one to review the product.