Odia Medium Class 6 Science Chapter 3 Khadya Padarthara Pariskarana (ଖାଦ୍ୟ ପଦାର୍ଥର ପରିଷ୍କରଣ) Notes

Language : Odia

LRNR provides this material totally free

Odia Medium Class 6 Science Chapter 3 Khadya Padarthara Pariskarana (ଖାଦ୍ୟ ପଦାର୍ଥର ପରିଷ୍କରଣ) Notes

ଖାଦ୍ୟ ପଦାର୍ଥର ପରିଷ୍କରଣ


ଖାଦ୍ୟ ପଦାର୍ଥର ପରିଷ୍କରଣ କ’ଣ ?


  • ଆମେ ଯାହାସବୁ ଖାଇଥାଉ, କିମ୍ବା ପ୍ରତ୍ୟେକ ଖାଦ୍ୟ ପଦାର୍ଥରେ ଥିବା ଅନାବନା ଜିନିଷକୁ ବାହାର କରିବାକୁ ଖାଦ୍ୟର ପରିଷ୍କରଣ କୁହାଯାଏ |


  • ତୁମେମାନେ ଦେଖିଥିବା ଦୋକାନରୁ ଆଣିଥିବା ଡାଲି, ଚାଉଳରେ ଆମର ଗୋଡି ମିଶିକି ଥାଏ | 


  • ତା’ ହେଲେ ଚାଉଳରୁ ଗୋଡି ଅଲଗା ନ କରିକି ତାକୁ ଆମେ ଖାଇପାରିବା କି ? ନା, କାରଣ ଗୋଡିକୁ ଆମେ ଖାଇପାରିବା ନହିଁ ଏହା ଯଦି ଆମ ଶରୀର ଭିତରକୁ ଚାଲିଯାଏ, ଆମେ ଅସୁସ୍ଥ ମଧ୍ୟ ହୋଇଯିବା | 


  • ତେଣୁ ରୋଷେଇ କରିବା ପୂର୍ବରୁ ସବୁବେଳେ ଖାଦ୍ୟ ପଦାର୍ଥରୁ ଅନାବନା ଜିନିଷକୁ ବାହାର କରି ଖାଦ୍ୟ ପଦାର୍ଥର ପରିଷ୍କରଣ କରାଯାଇଥାଏ |


  • ତୁମ ବାହ୍ୟରେ କେତେଗୁଡିଏ ପ୍ରଣାଳୀ ଦେଇଛି ଯାହାକୁ ବ୍ୟବହାର କରିକି ଖାଦ୍ୟ ପଦାର୍ଥର ପରିଷ୍କରଣ କରିପାରିବା | ଚାଲ ସେଗୁଡିକ ପଢିବା |




ପୃଥକ କରିବାର ପ୍ରଣାଳୀ: -


1. ହାତରେ ବାଛିବା – 

  

  • ଏହି ପ୍ରଣାଳୀରେ ଆଙ୍ଗୁଠି ଦ୍ୱାରା ଧରି ହେଉଥିବା ପଦାର୍ଥକୁ ପୃଥକ୍ କରାଯାଇଥାଏ |


  • ଖାଦ୍ୟ ଶସ୍ୟରୁ ଗୋଡି, ପଥର ଖଣ୍ଡ, କାଠି, କୁଟା ଇତ୍ୟାଦି ହାତରେ ବାଛି ଅଲଗା କରାଯାଏ |


2. ଚଲେଇବା –


  • ଆକାରରେ ବଡ ସାନ ଥିବା ଦୁଇଟି କଠିନ ପଦାର୍ଥକୁ ଏହି ପ୍ରଣାଳୀରେ ପୃଥକ୍ କରାଯାଏ |


  • ଏହି ପ୍ରଣାଳୀରେ ଚାଲୁଣିର ବ୍ୟବହାର କରାଯାଏ |


  • କୁଣ୍ଡା, ଭଙ୍ଗା ଚାଉଳ, ସରୁବାଲି, ଧୂଳି ଆଦି ହାଲୁକା ପଦାର୍ଥକୁ ଚଳେଇ ଅଲଗା କରାଯାଏ |


3. ପାଛୁଡିବା ଓ ଉଡାଇବା –


  • ଓଜନିଆ ପଦାର୍ଥରୁ ହାଲୁକା ପଦାର୍ଥକୁ ଏହି ପ୍ରଣାଳୀରେ ପୃଥକ କରାଯାଏ |


  • କୁଲା ସାହାଯ୍ୟରେ ଖାଦ୍ୟ ପଦାର୍ଥକୁ ପାଛୁଡା ଯାଏ |


  • କୁଣ୍ଡା, ପତର, ଅଗାଡି ଆଦି ହାଲୁକା ପଦାର୍ଥକୁ ପାଛୁଡିବା ବା ଉଡାଇବା ପ୍ରଣାଳୀରେ ଓଜନିଆ ପଦାର୍ଥ ଯେମିତିକି ଚାଉଳ, ବିରି, ମୁଗ ରୁ ଅଲଗା କରାଯାଏ |


  • ଆଜିକାଲି ବିଦ୍ୟୁତ୍ ପଙ୍ଖା ସାହାଯ୍ୟରେ ମଧ୍ୟ ଉଡା ଯାଉଛି |


4. ଆସ୍ରବଣ ଓ ଅବକ୍ଷେପଣ –


  • ଜଳ ସହିତ ହାଲୁକା କଠିନ ପଦାର୍ଥକୁ ଅନ୍ୟ ଏକ ପାତ୍ରକୁ ଢାଳିବା ପ୍ରଣାଳୀକୁ ଆସ୍ରବଣ କୁହାଯାଏ |


  • ତଳେ କଠିନ, ଓଜନିଆ ପଦାର୍ଥ ବସିଯିବା ପ୍ରାଣାଳୀକୁ ଅବକ୍ଷେପଣ କୁହାଯାଏ |


5. ପରୀକ୍ଷା :-


  •  ଗୋଟିଏ ଗ୍ଲାସରେ କିଛି ଚାଉଳ ନେଇ ପାଣି ମିଶାଇବା, କିଛି ସମୟ ପରେ ଦେଖିବା ଯେ ଉପରେ ଅଗାଡି ଓ କାଠିକୁଟା ସବୁ ଭାସୁଥିବା ଏବଂ ଏହାକୁ ଅନ୍ୟ ଏକ ପାତ୍ରକୁ ନିଗାଡି କାଠିକୁଟା ଅଲଗା କରିବାକୁ ଆସ୍ରବଣ କୁହାଯାଏ |


  • ଏବଂ ତଳେ ଯାହା ବସିଯାଇଥିବା ଚାଉଳ କି ଗୋଡି ତାହାକୁ ଅବକ୍ଷେପଣ କୁହାଯାଏ |


5. ପରିସ୍ରବଣ –


  • ତରଳ ପଦାର୍ଥରେ ରହିଥିବା ଅଦ୍ରବଣୀୟ କଠିନ ପଦାର୍ଥକୁ ପରିସ୍ରବଣ ପ୍ରଣାଳୀ ଦ୍ୱାରା ପୃଥକ୍ କରାଯାଏ |


  • ଏହି ପ୍ରଣାଳୀରେ ଫିଲ୍ମର ପେପର ଏବଂ ବ୍ଳଟିଙ୍ଗ ପେପର ର ବ୍ୟବହାର କରାଯାଏ |


  • ଉଦାହରଣ : - ଚାହାକୁ ଛାଣିକି ଚାହା ପତିକୁ ଅଲଗା କରିବା |


  • ଗୋଟିଏ ଗ୍ଳାସ ନେବା ଏବଂ ସେଥିରେ କିଛି ଗୋଳିଆ ପାଣି ନେବା ଏବଂ ଆଉ ଗୋଟିଏ ଖାଲି ପାତ୍ର ନେବା |


  • ତା’ ପରେ ଗୋଟିଏ ଷ୍ଟାଣ୍ଡ ନେବା ଏବଂ ଗୋଟିଏ ଫନେଲ ନେବା ଏବଂ ବ୍ଳଟିଙ୍ଗ ପେପର୍ କୁ ଫନେଲ୍ ଆକାରର କରିକି ସେଥିରେ ରଖିବା | ତା’ପରେ ସେହି ଗୋଳିଆ ପାଣିକୁ ଆସ୍ତେ ଆସ୍ତେ ଢାଳିବା | କିଛି ସମୟ ପରେ ଦେଖିବା କି ବ୍ଳଟିଙ୍ଗ୍ ପେପର୍ ସବୁ ଧୂଳି ଲାଗିଯାଇ ଏବଂ ପାଟରେ ପରିଷ୍କାର ପାଣି ଥିବ | 




ଶସ୍ୟ ଅମଳ କରିବା –


a) ବିଲରେ ଧାନ ଅମଳ କରିବା ଦେଖିଛକି ? ବିଲରୁ ଧାନ କାଟି ଆଣିବା ପରେ ବିଡ଼ା ବାନ୍ଧି ଗଦାକରି ରଖାଯାଏ | କେତେକ ଅଞ୍ଚଳରେ ଧାନ ପେଣ୍ଡାଗୁଡିକୁ କେବଳ କାତି ଅଣାଯାଇଥାଏ | ଧାନ ନଡାରେ ରହିଥିଲେ ତାକୁ ଭଡି ବା ଘୋଡ଼ିଆ ସାହାଯ୍ୟରେ ପିଟାଯାଏ | ପେଣ୍ଡା କଟା ହୋଇ ଆସିଥିଲେ ବେଙ୍ଗଳା ସାହାଯ୍ୟରେ ଧାନ ଅମଳ କରାଯାଏ | ମୁଗ, ବିରି, କୋଳଥ ଆଦି ଶସ୍ୟ ମଧ୍ୟ ବେଙ୍ଗଳା ଦ୍ୱାରା ଅମଳ କରାଯାଏ


b) ବେଙ୍ଗଳା - ବାଡି ଗୋଟି ପୋତାହୋଇଥିବା ବା ମେରିଖୁଣ୍ଟ ଓ ତା’ ଚାରିପଟେ ବଳଦ ବୁଲୁଥିବା ଏବଂ ତଳେ କଟା ଧାନ ଥିବା |


c) ତଳେ ଧାନ ରହିଯାଏ ଏବଂ ଉପରେ କୁଟା ରହିଯାଏ |

 


Ratings
No reviews yet, be the first one to review the product.