- SCHOOL BOARDS
- BSE/CHSE ODISHA
- CLASS 6
- SCIENCE
- Odia Medium Class 6 Science (ବିଜ୍ଞାନ) Chapter 4 Dainandina Jibana re Byabahruta Bastu (ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ) Notes

Odia Medium Class 6 Science (ବିଜ୍ଞାନ) Chapter 4 Dainandina Jibana re Byabahruta Bastu (ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ) Notes

Language : Odia
LRNR provides this material totally free
Odia Medium Class 6 Science (ବିଜ୍ଞାନ) Chapter 4 Dainandina Jibana re Byabahruta Bastu ( ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ ) Notes
ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ
ଆମେ ନିତିଦିନ ବ୍ୟବହାର କରୁଥିବା ବସ୍ତୁ ମଧ୍ୟରୁ କେଉଁଟି ଆମର ଅଧିକ ଆବଶ୍ୟକ :
· ଖାଦ୍ୟ ,ଗୃହ ଆଉ ବସ୍ତ୍ର |ଏହି ତିନୋଟି ଜିନିଷ ଆମର ଅତ୍ୟନ୍ତ ଆବଶ୍ୟକ |
· ଖାଦ୍ୟକୁ ଆମେ ବଞ୍ଚିବା ପାଇଁ ,ଗୃହ ବା ଘର ଆମେ ରହିବା ପାଇଁ ଓ ବସ୍ତ୍ର ବା ପୋଷାକ ଆମେ ପିନ୍ଧିବା ପାଇଁ ଆବଶ୍ୟକ କରିଥାଉ |
· ବୁଝିପାରିଲ ,ଖାଦ୍ୟ ବିଷୟରେ ଆମେ ପୂର୍ବ ଅଧ୍ୟାୟ ଗୁଡିକରେ ପଢିଛନ୍ତି ଏବଂ ଆଜି ଆମେ ବସ୍ତ୍ର ବିଷୟରେ ପଢିବା |
ତା ହେଲେ ବସ୍ତ୍ର କ'ଣ ?
· ଆମେ ଯାହା ସବୁ ପିନ୍ଧୁଛନ୍ତି ସେସବୁ ଏକ ପ୍ରକାରର କପଡ଼ା ରୁ ତିଆରି ହୋଇଥାଏ |· ଆମେ ବିଭିନ୍ନ ପ୍ରକାରର ପୋଷାକ ପିନ୍ଧିଥାନ୍ତି ,ଯେମିତିକି ଖରାଦିନରେ ଆମେ ଅଲଗା ପୋଷାକ ପିନ୍ଧିଥାନ୍ତି ଏବଂ ଶୀତ ଦିନରେ ଅଲଗା ପୋଷାକ ପିନ୍ଧିଥାନ୍ତି |
· ଖରାଦିନରେ ଆମେ ଯେଉଁ ପୋଷାକ ପିନ୍ଧିଥାନ୍ତି ତାହା ସୂତା କିମ୍ବା କଟନ କପଡ଼ାରେ ତିଆରି ହୋଇଥାଏ |· ଶୀତଦିନରେ ପଶମ ବା ଉଲରେ ତିଆରି ପୋଷାକ ପିନ୍ଧିଥାନ୍ତି |
· କ’ଣ କ’ଣ ଯେମିତିକି ,ସ୍ଵେଟର ,ମଫଲର ,ଟୋପି ,ପଶମ ଚଦର ଇତ୍ୟାଦି |
· ଆମେ ସମସ୍ତେ ଆମ ବୟସ ଅନୁସାରେ ମଧ୍ୟ ଅଲଗା ଅଲଗା ପୋଷାକ ପିନ୍ଧିଥାନ୍ତି |
· ଆମ ଅଜା ,ଜେଜେବାପା ଧୋତି ପିନ୍ଧିଥାନ୍ତି |ଆମ ମାଆ ଶାଢୀ ପିନ୍ଧିଥାନ୍ତି ଏବଂ ବାପା ପ୍ୟାଣ୍ଟ ,ସାର୍ଟ ପିନ୍ଧିଥାନ୍ତି |
· ପିଲାମାନେ ନିଜ ବୟସ ଅନୁସାରେ ପ୍ୟାଣ୍ଟ ,ସାର୍ଟ ,ଫ୍ରକ ଇତ୍ୟାଦି ସବୁ ପିନ୍ଧିଥାଅ |
ଆଜି ଆମେ ସେହି ସବୁ ବସ୍ତ୍ର ବିଷୟରେ ପଢିବା |
ବସ୍ତ୍ର ପ୍ରସ୍ତୁତି ପାଇଁ ବ୍ୟବହୃତ ବସ୍ତୁ :-
ସୂତା ଯେଉଁଥିରୁ ତିଆରି ହୋଇଛି ତାହାକୁ ତନ୍ତୁ କୁହାଯାଏ |ତନ୍ତୁ ରୁ ସୂତା ହୁଏ ଏବଂ ସୂତାରୁ ବସ୍ତ୍ର ତିଆରି ହୁଏ |
ସୂତା ପୋଷାକ ଯଥା –ସ୍ଵେଟର ,ମଫଲର ବସ୍ତ୍ର ଶାଢୀ ,ଧୋତି ,ଗାମୁଛା ଥାନ କନା ପୋଷାକ ଯଥା –ସାର୍ଟ ,ଫ୍ରକ ,ପ୍ୟାଣ୍ଟ
ତନ୍ତୁର ପ୍ରକାର ଭେଦ -:
· ରେଶମ ପୋକ ବା କୀଟ ତିଆରି କରୁଥିବା କୋଷରୁ ରେଶମ ତନ୍ତୁ ବାହାରେ |ଏହାକୁ ରେଶମ ବସ୍ତ୍ର ତିଆରିରେ ବ୍ୟବହାର କରାଯାଏ |
· ପଶମ ମୁଖ୍ୟତଃ ମେଣ୍ଢା ଲୋମରୁ ମିଳିବା ସଙ୍ଗେସଙ୍ଗେ ଛେଳି ଓ ଚମରୀ ଗାଈ ଲୋମରୁ ମଧ୍ୟ ମିଳିଥାଏ |
· ଏହି ତନ୍ତୁରୁ ସୂତା ହୁଏ ଓ ଏଥିରୁ ସ୍ଵେଟର ,ମଫଲର ,ଚଦର ଇତ୍ୟାଦି ତିଆରି କରାଯାଏ |
· ତୁଳା ,ଝୋଟ ,ରେଶମ ,ପଶମ ଗୋଟିଏ ଗୋଟିଏ ତନ୍ତୁ |ଏହା ସାଧାରଣତଃ ଉଦ୍ଭିଦ ଓ ପ୍ରାଣୀଙ୍କ ଠାରୁ ମିଳିଥାଏ |
· ଏକ ପ୍ରକାରର କନା ଅଛି ଯାହାର ତନ୍ତୁ ପ୍ରାଣୀ ଓ ଉଦ୍ଭିଦରୁ ଆସି ନ ଥାଏ |
· ନାଇଲନ ,ପଲିଷ୍ଟର ,ଟେରିଲିନ କପଡାର ତନ୍ତୁ କୃତ୍ରିମ ଉପାୟରେ ତିଆରି କରାଯାଏ |
· ଏହା ବହୁତ ଟାଣ ଓ ବାହୁ ଦିନ ପର୍ଯ୍ୟନ୍ତ ଛିଣ୍ଡେ ନାହିଁ |କିନ୍ତୁ ଏଗୁଡିକ ରାସାୟନିକ ପଦାର୍ଥରୁ ତିଆରି ହେଉଥିବାରୁ ଶରୀର ଉପରେ ଏହାର କୁପ୍ରଭାବ ରହିଛି |
· ଚର୍ମ ରୋଗ ହୋଇଥିଲେ ଏହି ଜାତୀୟ ପୋଷାକ ପିନ୍ଧିବାକୁ ଡାକ୍ତର ମନା କରିଥାନ୍ତି |
କେତେକ ଉଦ୍ଭିଦ ଜାତ ତନ୍ତୁ :-
କପା :-
· କପା ଗଛର ଫୁଲରୁ ତୁଳା ବାହାର କରାଯାଏ |ତୁଳା ଏକ ଉଦ୍ଭିଦ ଜାତ ତନ୍ତୁ |ତୁଳାରୁ ସୂତା ହୁଏ |ତୁଳାକୁ ଏକ ହାତ ଚାଳିତ ଯନ୍ତ୍ର ସାହାଯ୍ୟରେ ଭିଣାଯାଏ |ଆଜିକାଲି ଯନ୍ତ୍ର ସାହାଯ୍ୟରେ ତୁଳାକୁ ଭିଣି ସେଥିରୁ ମଞ୍ଜି ବାହାର କରିଦିଆଯାଉଛି |
· କପା ଚାଷ ପାଇଁ କୃଷ୍ଣ କାର୍ପାସ ମୃତ୍ତିକା ଓ ଉଷ୍ମ ଜଳବାୟୁ ଉପଯୁକ୍ତ ଅଟେ |
· ଆମ ଦେଶରେ ମହାରାଷ୍ଟ୍ର ଓ ଗୁଜୁରାଟରେ ଅଧିକ କପଚାଷ କରାଯାଏ |ସେଥିପାଇଁ ମୁମ୍ବାଇ ,ସୁରଟ ଓ ଅହମ୍ମଦାବାଦରେ ଅଧିକ ଲୁଗାକଳ ରହିଛି |
· ଆମ ଓଡ଼ିଶାରେ କଳାହାଣ୍ଡି ,ବଲାଙ୍ଗୀର ,ରାୟଗଡା ,ନୂଆପଡ଼ାରେ କପା ଚାଷ କରାଯାଏ · ଶିମିଳି ଫଳରୁ ମଧ୍ୟ ତୁଳା ବାହାରେ |
ଝୋଟ :-
· ଝୋଟ ଏକ ଉଦ୍ଭିଦ ଜାତ ତନ୍ତୁ |ନଳିତା ଗଛର ବକଳରୁ ଝୋଟ ପ୍ରସ୍ତୁତ କରାଯାଏ |
· ବର୍ଷା ଦିନେ ପଟୁମାଟିରେ ନଳିତା ଚାଷ କରାଯାଏ |
· ଆମ ଦେଶର ପଶ୍ଚିମବଙ୍ଗରେ ଅଧିକ ନଳିତା ଚାଷ କରାଯାଏ |
· ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ନଳିତା ଚାଷ ହୁଏ · ଝୋଟରୁ ବାଣି ,ଦଉଡି ,ଅଖା ,ପଘା ତିଆରି ହୁଏ |
· ଆଉ ଗୋଟିଏ ଗଛ ଅଛି ଯେଉଁଥିରୁ କି ଆମେ ତନ୍ତୁ ପାଇଥାନ୍ତି ,ନଡିଆ ଗଛ |
· ନଡିଆ କତାକୁ ନଡିଆ ଗଛର ତନ୍ତୁ କୁହାଯାଏ |
· ଏହି ତନ୍ତୁରେ ଦଉଡି ,ରସି ,ପାପୋଛ ,ଗଦି ,ସୋଫା ଗଦି ଇତ୍ୟାଦି ତିଆରି ହୁଏ |
ତନ୍ତୁରୁ ସୂତା ତିଆରି :-
· ତକଲି ଓ ଅରଟରେ ସୂତା କରାଯାଏ |
· ଆଜିକାଲି ବିଭିନ୍ନ ପ୍ରକାର ଯନ୍ତ୍ର ସାହାଯ୍ୟରେ ସୂତା କଟାଯାଉଛି ଓ ଲୁଗା ବୁଣା ଯାଉଛି |
ସୂତାରୁ ବସ୍ତ୍ର ତିଆରି:-
(ପିଲାମାନେ ,ତୁମେମାନେ ଦେଖିଥିବ ଶୀତଦିନେ ମାଆ ମାନେ ସ୍ଵେଟର ,ମଫଲର ନିଜେ ବୁଣିଥାନ୍ତି )
· ତନ୍ତୁ –(ମେସିନ )ସାହାଯ୍ୟରେ ଶାଢୀ ,ଧୋତି ,ଗାମୁଛା ଆଦି ବୁଣାଯାଏ |ସମାଜରେ ଏହାର ବହୁଳ ବ୍ୟବହାର ଅଛି |ଆଜିକାଲି କଳ କାରଖାନାରେ ବସ୍ତ୍ର ,ଶୀତ ବସ୍ତ୍ର ଆଦି ତିଆରି କରଗଲାଣି |କିନ୍ତୁ ତନ୍ତୁ ବୁଣା ଶାଢୀ ,ଚଦରର ଆଦର ଆଜି ମଧ୍ୟ ରହିଛି |
· ଆମ ଓଡ଼ିଶାର ସମ୍ବଲପୁର ,ସୋନପୁର, ଆଠଗଡ ,ବ୍ରହ୍ମପୁର ଆଦି ଅଞ୍ଚଳରେ ତନ୍ତୁ ଲୁଗା ବୁଣା ଯାଏ |· ଓଡ଼ିଶାରେ ତନ୍ତୁବୁଣା ପାଟ ଶାଢୀ ର ଆଦର ବାହାରେ ମଧ୍ୟ ରହିଛି |
Truly Indian Brand