Odia Medium Class 6 Science Chapter 6 Bastu O Padarthara Paribartana (ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ) Notes

Language : Odia

LRNR provides this material totally free

Odia Medium Class 6 Science Chapter 6 Bastu O Padarthara Paribartana (ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ) Notes

ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ



ଆମ ଚାରିପାଖରେ ଅନେକ ବସ୍ତୁ ଏବଂ ପଦାର୍ଥ ରହିଛି, ତୁମେମାନେ ଲକ୍ଷ୍ୟ କରିଥିବ ସେମାନଙ୍କ ପରିବର୍ତ୍ତନ ମଧ୍ୟ ହୋଇଥାଏ | ଯେମିତିକି ଅଟା ରୁ ରୁଟି, ଅଣ୍ଡାରୁ ଅମଲେଟ୍, କଞ୍ଚା ପଡ଼ିବାରୁ ତରକାରୀ, ବଡ ମହମବତୀ ଜଳି ଜଳି ଛୋଟ ହେବା ଏବଂ କ୍ଷୀର ରୁ ଛେନା ହେବା | ଏ ସବୁ ହେଉଛି ଗୋଟିଏ ଗୋଟିଏ ପରିବର୍ତ୍ତନ | ତା’ ହେଲେ ନିଜ ଭାଷାରେ ଯଦି ବୁଝିବା ଗୋଟିଏ ଅବସ୍ଥାରୁ ଅନ୍ୟ ଏକ ଅବସ୍ଥାକୁ ପରିବର୍ତ୍ତନ ହେବାକୁ ପରିବର୍ତ୍ତନ କୁହାଯାଏ | 

 

ପରିବର୍ତ୍ତନ ପ୍ରାକୃତିକ ହୋଇପାରେ କିମ୍ବା ମନୁଷ୍ୟକୃତ ମଧ୍ୟ ହୋଇପାରେ |

 

କିଛି ଉଦାହରଣ ଦେଖିବା -


  1. ପ୍ରାକୃତିକ ପରିବର୍ତ୍ତନ - ଯେମିତିକି ବାଦଲ ରୁ ବର୍ଷା ହେବା, ଗୋଟିଏ ଛୋଟ ମଞ୍ଜିରୁ ଗଛ ହେବା ଏବଂ ଖରରେ ଓଦା ଲୁଗା ଶୁଖିବା |
  2. ମନୁଷ୍ୟକୃତ ପରିବର୍ତ୍ତନ - କାଠରୁ ପଲଙ୍କ ତିଆରି, ସୁନାରୁ ସୁନାମୁଦି ଏବଂ ବେଲୁନକୁ ଫୁଙ୍କିକି ତାକୁ ବଡ କରିବା | 
  3. ପରିବର୍ତ୍ତନକୁ ଗୋଟିଏ ମହାମବତୀର ଉଦାହରଣ ଦେଇ ଆହୁରି ଭଲ ଭାବେ ବୁଝିବା |


  • ଯେଉଁ ପରିବର୍ତ୍ତନରେ କୌଣସି ପଦାର୍ଥରେ ପରିବର୍ତ୍ତନ ହୋଇ ସାରିବା ପରେ ପୁନର୍ବାର ସେହି ପଦାର୍ଥ ମିଳେ ନାହିଁ, ତାକୁ ସ୍ଥାୟୀ ଏବଂ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କୁହାଯାଏ |


  • ଯେଉଁ ପରିବର୍ତ୍ତନରେ କୌଣସି ପଦାର୍ଥରେ ପରିବର୍ତ୍ତନ ହୋଇସାରିବା ପରେ ପୁନର୍ବାର ସେହି ପଦାର୍ଥ ମିଳିଥାଏ,ତାହାକୁ ଅସ୍ଥାୟୀ ଏବଂ ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କୁହାଯାଏ |



ସ୍ଥାୟୀ ବା ଅପ୍ରତ୍ୟାବର୍ତ୍ତୀ 

                        

  • କାଠକୁ ଜଳାଇ ଅଙ୍ଗାର ତିଆରି କରିବା |
  • କ୍ଷୀରରୁ ଛେନା |
  • ଅଟାରୁ ରୁଟି |


ଅସ୍ଥାୟୀ ବା ପ୍ରତ୍ୟାବର୍ତ୍ତୀ 

          

  • ବରଫକୁ ତରଳାଇ ଜଳ ପାଇବା |
  • କାଠ ଟେବୁଲରୁ କାଠ |
  • କାଗଜ ଡଙ୍ଗାରୁ କାଗଜ |


ପରିବର୍ତ୍ତନରେ ତାପର ପ୍ରଭାବ :-


  • ତାପ ପ୍ରୟୋଗରେ ବାୟୁ ପ୍ରସାରିତ ହୁଏ, ଥଣ୍ଡା ହେଲେ ସଙ୍କୁଚିତ ହୁଏ |


  • କଠିନ ପଦାର୍ଥ → ତାପ ପ୍ରୟୋଗ କଲେ → ତରଳ ପଦାର୍ଥ → ଥଣ୍ଡା କଲେ → କଠିନ ପଦାର୍ଥ → ଥଣ୍ଡା କଲେ → ତରଳ ପଦାର୍ଥ → ତାପ ପ୍ରୟୋଗ କଲେ → ଗ୍ୟାସୀୟ ପଦାର୍ଥ


ଉଦାହରଣ:-


  • ପ୍ରଥମେ ଗୋଟିଏ କାର୍ଡବୋର୍ଡ ନେବା ଏବଂ ତା ପରେ ମୁଦ୍ରାର ତାର ମଝି କାଟି ଦୁଇଟି ସାଇଡରେ ବ୍ଲେଡ ରଖିବା |

 

  • ତାପରେ ମୁଦ୍ରାଟିକୁ ଉତ୍ତପ୍ତ କରିବା, ସେହି କଟା ସ୍ଥାନରେ ରଖିବା, ଦେଖିବ ଯେ ମୁଦ୍ରାଟି ଆଉ ସେଇଠି ରହିପାରିବନି | 


  • କାରଣ, ଧାତବ ପଦାର୍ଥଟିଏ ଉତ୍ତପ୍ତ ହେଲେ ଆକାରରେ ପ୍ରସାରିତ ହୁଏ | ଥଣ୍ଡା ହୋଇଯିବା ପରେ ତାହା ସଙ୍କୁଚିତ ହୋଇ ପୂର୍ବ ଅବସ୍ଥାକୁ ଫେରିଆସେ |

ଏହି ପରିବର୍ତ୍ତନଟି ଅସ୍ଥାୟୀ, ପ୍ରତ୍ୟାବର୍ତ୍ତୀ ବା ଭୌତିକ ପରିବର୍ତ୍ତନ ଅଟେ |


  • ଆଉ ଯେଉଁ ପରିବର୍ତ୍ତନରେ ଆମେ ଗୋଟିଏ ନୂତନ ପଦାର୍ଥ ପାଇଥାନ୍ତି ଏବଂ ତାହା ମୂଳ ପଦାର୍ଥଠାରୁ ଭିନ୍ନ ଥାଏ, ତାହାକୁ ରାସାୟନିକ ପରିବର୍ତ୍ତନ କୁହାଯାଏ |


  • ଉଦାହରଣ – ଚିନିକୁ ନିଆଁରେ ଜଳିବା |

 


ଦ୍ରବଣ:-


  • ଦ୍ରବଣ ଏକ ମିଶ୍ରଣ ଅଟେ |


ଚିନି + ଜଳ = ଚିନି ପାଣି

ଦ୍ରାବ + ଦ୍ରାବକ = ଦ୍ରବଣ


  • ଏଠାରେ ଜଳରେ ଦ୍ରବୀଭୂତ ହୋଇପାରୁଥିବା ଚିନି ଓ ଲୁଣ ଭଳି ପଦାର୍ଥର ଏହି ଗୁଣକୁ ଦ୍ରବଣୀୟତା କୁହାଯାଏ |


. ଦ୍ରବଣୀୟତା ଏକ ଭୌତିକ ପରିବର୍ତ୍ତନ |

. ଦ୍ରବଣ ତିନି ପ୍ରକାରର |


  1. ଦ୍ରାବକରେ ଯେତେବେଳ ପର୍ଯ୍ୟନ୍ତ ଦ୍ରାବ ଦ୍ରବୀଭୂତ ହେଉଥାଏ, ସେତେବେଳ ପର୍ଯ୍ୟନ୍ତ ଦ୍ରବଣକୁ ଅସଂତୃପ୍ତ ଦ୍ରବଣ କୁହାଯାଏ |
  2. ଯେଉଁ ଦ୍ରବଣ ଅଧିକ ଦ୍ରାବ ଦ୍ରବୀଭୂତ କରିପାରେ ନାହିଁ, ସେହିଭଳି ଦ୍ରବଣକୁ ସଂତୃପ୍ତ ଦ୍ରବଣ କୁହାଯାଏ |
  3. ସଂତୃପ୍ତ ଦ୍ରବଣକୁ ଗରମ କଲେ, ତାହା ଆଉ କିଛି ଅଧିକ ଦ୍ରାବକୁ ଦ୍ରବୀଭୂତ କରିଥାଏ |ଏହି ପରି ଯେଉଁ ଦ୍ରବଣ ପ୍ରସ୍ତୁତ ହୁଏ ତାକୁ ଅତି ସଂତୃପ୍ତ ଦ୍ରବଣ କୁହାଯାଏ |


  • ତାପର ପ୍ରଭାବରେ ଦ୍ରବଣୀୟତା ବଢିଥାଏ ଓ ଥଣ୍ଡା କଲେ ବା ତାପ କମାଇଦେଲେ ଦ୍ରବଣୀୟତା କମିଯାଏ |
Ratings
No reviews yet, be the first one to review the product.