- SCHOOL BOARDS
- BSE/CHSE ODISHA
- CLASS 6
- SCIENCE
- Odia Medium Class 6 Science Chapter 6 Bastu O Padarthara Paribartana ( ବସ୍ତୁ ଓ ପଦାର୍ଥର ପରିବର୍ତ୍ତନ ) Question & Answer

Odia Medium Class 6 Science Chapter 6 Bastu O Padarthara Paribartana ( ବସ୍ତୁ ଓ ପଦାର୍ଥର ପରିବର୍ତ୍ତନ ) Question & Answer

Language : Odia
LRNR provides this material totally free
Odia Medium Class 6 Science Chapter 6 Bastu O Padarthara Paribartana ( ବସ୍ତୁ ଓ ପଦାର୍ଥର ପରିବର୍ତ୍ତନ ) Question & Answer
ବସ୍ତୁ ଓ ପଦାର୍ଥର ପରିବର୍ତ୍ତନ
1. ନିମ୍ନଲିଖିତ ପରିବର୍ତ୍ତନଗୁଡିକ ଭିତରୁ କେଉଁଟି ପ୍ରତ୍ୟାବର୍ତ୍ତୀ ଓ କେଉଁଟି ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ଲେଖ |
a) ଫୁଲରୁ ଫଳ ହେବା | (ଅପ୍ରତ୍ୟାବର୍ତ୍ତୀ)
b) ଲାଜକୁଳୀ ପତ୍ର ଆଘାତ ପାଇ ନଇଁଯିବା | ( ପ୍ରତ୍ୟାବର୍ତ୍ତୀ )
c) ଲୁହାରେ କଳଙ୍କି ଲାଗିବା | (ଅପ୍ରତ୍ୟାବର୍ତ୍ତୀ )
d) ଲୁହା ଖଣ୍ଡକୁ ଚୁମ୍ବକରେ ପରିଣତ କରିବା | (ପ୍ରତ୍ୟାବର୍ତ୍ତୀ )
2. ନିମ୍ନୋକ୍ତ ପ୍ରକ୍ରିୟା ମଧ୍ୟରୁ କେଉଁଟି ଅସ୍ଥାୟୀ, ପ୍ରତ୍ୟାବର୍ତ୍ତୀ, ଭୌତିକ ବା ରାସାୟନିକ ପ୍ରକ୍ରିୟା ଲେଖ |
a) କିରୋସିନର ଦହନ | (ରାସାୟନିକ)
b) କଳଙ୍କି ଲାଗି ଲୁହାକଣ୍ଟାର ବସ୍ତୁତ୍ୱରେ ବୃଦ୍ଧି | (ରାସାୟନିକ )
c) ବେଶୀ ବେଶୀ ଲୁଣ ଜଳରେ ଦ୍ରବୀଭୂତ କରାଇ ସଂତୃପ୍ତ ଦ୍ରବଣ ତିଆରି କରିବା ପ୍ରକ୍ରିୟା | (ଅସ୍ଥାୟୀ, ପ୍ରତ୍ୟାବର୍ତ୍ତୀ ଓ ଭୌତିକ)
d) ବୁଟକୁ ପାଣିରେ ବତୁରାଇ ଫୁଲାଇବା |(ରାସାୟନିକ)
e) ଚୁମ୍ବକ ଦଣ୍ଡକୁ ଗରମ କରିବା |(ଭୌତିକ)
3.
a) ଲୁହାକଣ୍ଟାକୁ ଉତ୍ତପ୍ତ କରି ଲାଲ କରିବା କେଉଁ ପ୍ରକାର ପରିବର୍ତ୍ତନ ?
ଲୁହାକଣ୍ଟାକୁ ଉତ୍ତପ୍ତ କରି ଲାଲ କରିବା ଏକ ଭୌତିକ ପରିବର୍ତ୍ତନ କାରଣ ଲୁହାକଣ୍ଟା ଥଣ୍ଡା ହେଲା ପରେ ପୁନର୍ବାର ପୂର୍ବ ଅବସ୍ଥାକୁ ଫେରିଆସେ |
b) ଗୋଟିଏ ରାସାୟନିକ ଘଟିଲା ବୋଲି ଜାଣିବା କିପରି ?
ଯଦି ପରିବର୍ତ୍ତନଟି ସ୍ଥାୟୀ, ଅପ୍ରତ୍ୟାବର୍ତ୍ତୀ ଓ ଏକ ନୂତନ ପଦାର୍ଥ ସୃଷ୍ଟି ହୁଏ, ତେବେ ପରିବର୍ତ୍ତନଟି ରାସାୟନିକ ବୋଲି ଜାଣିବ |
c) ମିଶ୍ରଣକୁ ଜଳରେ ମିଳାଇ ସର୍ବତ ପ୍ରସ୍ତୁତ କରିବା କେଉଁ ପ୍ରକାର ପରିବର୍ତ୍ତନ ?
ମିଶ୍ରଣକୁ ଜଳରେ ମିଳାଇ ସର୍ବତ ପ୍ରସ୍ତୁତ କରିବା ଏକ ଅସ୍ଥାୟୀ, ପ୍ରତ୍ୟାବର୍ତ୍ତୀ ଓ ଭୌତିକ ପରିବର୍ତ୍ତନ |
4.
a) ତୁତିଆ ଜଳରେ ଦ୍ରବୀଭୂତ ହୁଏ | ଏହା ତାର କି ପ୍ରକାର ଗୁଣ ?
ତୁତିଆ ଜଳରେ ଦ୍ରବୀଭୂତ ହୁଏ | ଏହା ଏକ ଭୌତିକ ପରିବର୍ତ୍ତନ |
b) ଅତି ସଂତୃପ୍ତ ଦ୍ରବଣ କ’ଣ ?
ସଂତୃପ୍ତ ଦ୍ରବଣକୁ ଗରମ କଲେ, ତାହା ଆଉ କିଛି ଅଧିକ ଦ୍ରାବକୁ ଦ୍ରବୀଭୂତ କରିଥାଏ | ଏପରି ଭାବେ ଯେଉଁ ଦ୍ରବଣ ପ୍ରସ୍ତୁତ ହୁଏ ତାକୁ ଅତି ସଂତୃପ୍ତ ଦ୍ରବଣ କୁହାଯାଏ |
c) ତାପର ପରିବର୍ତ୍ତନରେ ଦ୍ରବଣ କି ପ୍ରକାର ପ୍ରଭାବିତ ହୁଏ ?
ତାପ ପାଇଲେ ଦ୍ରବଣୀୟତା ବଢେ ଓ ତାପ କମିଲେ ଦ୍ରବଣୀୟତା କମେ |
5. ଜଳରେ ଦ୍ରବୀଭୂତ ନ ହେଉଥିବା ଚାରିଗୋଟି ପଦାର୍ଥର ନାମ ଲେଖ |
ବାଲି, ଗୋଡି, ତେଲ ଓ କାଚ ଇତ୍ୟାଦି |
6. କାରଣ ଦର୍ଶାଅ |
a) କ୍ଷୀର ଛିଣ୍ଡି ଛେନା ହେବା ଏକ ରାସାୟନିକ ପରିବର୍ତ୍ତନ |
କ୍ଷୀର ଛିଣ୍ଡି ଛେନା ହେବା ଏକ ରାସାୟନିକ ପରିବର୍ତ୍ତନ କାରଣ ପୁନର୍ବାର ଆମେ ଛେନାରୁ କ୍ଷୀର ପାଇପାରିବା ନାହିଁ |
b) ଲୁଣକୁ ଗୁଣ୍ଡ କରିବା ଏକ ରାସାୟନିକ ପରିବର୍ତ୍ତନ ନୁହେଁ |
ଲୁଣକୁ ଗୁଣ୍ଡ କରିବା ଏକ ରାସାୟନିକ ପରିବର୍ତ୍ତନ ନୁହେଁ କାରଣ ଲୁଣ ଗୁଣ୍ଡ ହେଲେ କେବଳ ତାର ଅବସ୍ଥାରେ ପରିବର୍ତ୍ତନ ଆସେ କିନ୍ତୁ କିଛି ନୂତନ ପଦାର୍ଥ ସୃଷ୍ଟି ହୁଏ ନାହିଁ |
7. ପାର୍ଥକ୍ୟ ଦର୍ଶାଅ |
a) ଭୌତିକ ପରିବର୍ତ୍ତନ :-
· ଏହି ପରିବର୍ତ୍ତନରେ କୌଣସି ନୂତନ ପଦାର୍ଥ ଉତ୍ପନ୍ନ ହୁଏ ନାହିଁ |
· ଏହି ପରିବର୍ତ୍ତନ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ |
· ଏହି ପରିବର୍ତ୍ତନ ଦ୍ଵାରା ପଦାର୍ଥର କେବଳ ଭୌତିକ ଧର୍ମ ଯଥା ଅବସ୍ଥା, ବର୍ଣ୍ଣ, ଗନ୍ଧ ଇତ୍ୟାଦିରେ ପରିବର୍ତ୍ତନ ଘଟିଥାଏ |
ରାସାୟନିକ ପରିବର୍ତ୍ତନ :-
· ଏହି ପରିବର୍ତ୍ତନରେ ସମ୍ପୂର୍ଣ୍ଣ ନୂତନ ପଦାର୍ଥ ଉତ୍ପନ୍ନ ହୁଏ |
· ଏହା ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ |
· ଏହି ପରିବର୍ତ୍ତନରେ ସୃଷ୍ଟି ହୋଇଥିବା ନୂତନ ପଦାର୍ଥ ଉଭୟ ଭୌତିକ ଓ ରାସାୟନିକ ଧର୍ମଯୁକ୍ତ ହୋଇଥାଏ |
b) ସଂତୃପ୍ତ ଦ୍ରବଣ :-
· ଯେଉଁ ଦ୍ରବଣ ଅଧିକ ଦ୍ରାବ ଦ୍ରବୀଭୂତ କରିପାରେ ନାହିଁ, ସେଭଳି ଦ୍ରବଣକୁ ସଂତୃପ୍ତ ଦ୍ରବଣ କୁହାଯାଏ |
· ତାପ ପ୍ରୟୋଗ କଲେ ଏହା ଅତି ସଂତୃପ୍ତ ଦ୍ରବଣରେ ପରିଣତ ହୋଇଥାଏ |
ଅତି ସଂତୃପ୍ତ ଦ୍ରବଣ :-
· ଅଧିକ ଦ୍ରାବକୁ ଦ୍ରବୀଭୂତ କରିଥାଏ |
· ଅଧିକ ଦ୍ରାବକୁ ପକାଇଲେ ଏହା ସଂତୃପ୍ତ ଦ୍ରବଣରେ ପରିଣତ ହୋଇଥାଏ |
Truly Indian Brand
Truly Indian Brand