- SCHOOL BOARDS
- BSE/CHSE ODISHA
- CLASS 6
- SCIENCE
- Odia Medium Class 6 Science Chapter 7 Jiba O Nirjiba ( ଜୀବ ଓ ନିର୍ଜୀବ ) Notes

Odia Medium Class 6 Science Chapter 7 Jiba O Nirjiba ( ଜୀବ ଓ ନିର୍ଜୀବ ) Notes

Language : Odia
LRNR provides this material totally free
Odia Medium Class 6 Science Chapter 7 Jiba O Nirjiba ( ଜୀବ ଓ ନିର୍ଜୀବ ) Notes
ଜୀବ ଓ ନିର୍ଜୀବ
ଆମ ଚାରିପାଖରେ ଅନେକ ବସ୍ତୁ ଦେଖିଥାନ୍ତି ଯେମିତିକି ଗାଡି ,ଘର ,ଉଦ୍ଭିଦ କିମ୍ବା ଗଛଲତା ,ପ୍ରାଣୀ ,ପାହାଡ ,ନଦୀ ,ଝରଣା ଇତ୍ୟାଦି ବହୁତ କିଛି ଆମେ ଦେଖିଥାନ୍ତି |
ତା ହେଲେ ,ଆମେ ଦେଖୁଥିବା ଏସମସ୍ତ ବସ୍ତୁ କ’ଣ ଏକା ପ୍ରକାରର କି ? ନା’
ସବୁ ବସ୍ତୁ ଅଲଗା ଅଲଗା ପ୍ରକାରର ହୋଇଥାନ୍ତି |କିଏ ବଡ ତ କିଏ ଛୋଟ, କାହାର ଜୀବନ ଅଛି ତ କାହାର ଜୀବନ ନାହିଁ | ସମସ୍ତ ବସ୍ତୁର ରଙ୍ଗ ଆକାର ଗଠନ ଅଲଗା ଅଲଗା ହୋଇଥାଏ |
ତ’ ଆଜିର ବିଷୟରେ ଆମେ ଆମ ଚାରିପାଖରେ ଦେଖୁଥିବା ସମସ୍ତ ବସ୍ତୁ ର କାହାର ଜୀବନ ଅଛି କାହାର ଜୀବନ ନାହିଁ ସେ ସବୁ ପଢିବା |
- ସଜୀବ : ଯେଉଁ ବସ୍ତୁ ଦେହରେ ଜୀବନ ଅଛି ,ତାହାକୁ ସଜୀବ କୁହାଯାଏ | ଉଦାହରଣ – ହାତୀ ,ଗାଈ ,ଓଟ ,ମଣିଷ ଇତ୍ୟାଦି |
- ନିର୍ଜୀବ: ଯେଉଁ ବସ୍ତୁ ଦେହରେ ଜୀବନ ନାହିଁ ,ତାହାକୁ ନିର୍ଜୀବ କୁହାଯାଏ | ଉଦାହରଣ – କାଠ ,ଟେବୁଲ ,ଗାଡି ,ଘର |
ସଜୀବର ଚଳନ:
- ସଜୀବ ନିଜର ଆବଶ୍ୟକତା ପୂରଣ ପାଇଁ ଚଳନ କରିଥାଏ |
- କିନ୍ତୁ ଉଦ୍ଭିଦ ମାନଙ୍କ କ୍ଷେତ୍ରରେ ପ୍ରତ୍ୟେକ୍ଷ ଚଳନ ଦେଖାଯାଇ ନ ଥାଏ |
- କେତେକ ନିମ୍ନ ଶ୍ରେଣୀର ଉଦ୍ଭିଦ ଯଥା ଶୈବାଳ ଓ ବ୍ୟାକ୍ଟେରିଆ ମାନେ ଚଳନ କରିଥାନ୍ତି |
ସଜୀବ ଖାଦ୍ୟ ଖାଏ :-
- ସମସ୍ତ ଜୀବ ବଞ୍ଚି ରହିବା ପାଇଁ ଖାଦ୍ୟ ଆବଶ୍ୟକ କରନ୍ତି |
- ଖାଦ୍ୟ ଜୀବକୁ ଶକ୍ତି ପ୍ରଦାନ କରିବା ସହ ଚଳନ ଓ ବୃଦ୍ଧିରେ ସାହାଯ୍ୟ କରିଥାଏ |
ସଜୀବର ବୃଦ୍ଧି :-
- ଉଦ୍ଭିଦମାନେ ମାଟିରୁ ଜଳ ଓ ଖଣିଜଲବଣ ନେଇ ନିଜେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି |
- କିନ୍ତୁ ପ୍ରଣୀମାନେ ନିଜ ଖାଦ୍ୟ ପାଇଁ ଉଦ୍ଭିଦ ମାନଙ୍କ ଉପରେ ନିର୍ଭର କରନ୍ତି |
ସଜୀବର ଶ୍ଵସନ :
- ଆମେ ପ୍ରଶ୍ଵାସ ଦ୍ୱାରା ବାୟୁ ଶରୀର ଭିତରକୁ ନେଉ | ସେଥିରେ ଥିବା ଅମ୍ଳଜାନ କୁ ବ୍ୟବହାର କରି ପରେ ନିଃଶ୍ୱାସ ଦ୍ୱାରା ଅଙ୍ଗାରକାମ୍ଳ ଯୁକ୍ତ ବାୟୁକୁ ବାହାରକୁ ଛାଡୁ | ଏହି ନିଃଶ୍ୱାସ, ପ୍ରଶ୍ଵାସ କରିବା ପ୍ରକ୍ରିୟାକୁ ଶ୍ଵାସକ୍ରିୟା କୁହାଯାଏ |
ଜୀବର ରେଚନ :
- ସମସ୍ତ ଜୀବ ଖାଦ୍ୟ ଖାଆନ୍ତି | ଖାଦ୍ୟର ସାରାଂଶ ଶରୀର ଗ୍ରହଣ କରିବା ପରେ ଏଥିରୁ କେତେକ ବର୍ଜ୍ୟବସ୍ତୁ ସୃଷ୍ଟି ହୁଏ | ଯେଉଁ ପ୍ରକ୍ରିୟାରେ ଶରୀର ଏହି ବର୍ଜ୍ୟବସ୍ତୁ ଶରୀର ବାହାରକୁ ତ୍ୟାଗ କରେ ତାକୁ ରେଚନ କୁହାଯାଏ |
- ଏହି ପ୍ରକ୍ରିୟା ଦ୍ୱାରା ପ୍ରଣୀମାନେ ମଳ ,ମୂତ୍ର ,ଝାଳ ତ୍ୟାଗ କରିଥାନ୍ତି |
- ସେହିପରି ଉଦ୍ଭିଦମାନଙ୍କର ରେଚନ ମଧ୍ୟ ହୋଇଥାଏ | ସଜନା ଗଛର ଅଠା ସେହି ଗଛର ଶରୀରରୁ ବାହାରୁଥିବା ଏକ ବର୍ଜ୍ୟବସ୍ତୁ |
ସଜୀବମାନଙ୍କ ପ୍ରତିକ୍ରିୟା:
- ସଜୀବମାନେ ପରିବେଶ ସହ ପ୍ରତିକ୍ରିୟା କରିଥାନ୍ତି |
ସଜୀବମାନଙ୍କ ବଂଶ ବୃଦ୍ଧି :-
- ପ୍ରଣୀମାନେ ଭିନ୍ନ ଭିନ୍ନ ଉପାଯରେ ନିଜର ବଂଶ ବୃଦ୍ଧି କରିଥାଆନ୍ତି |
- କିଏ ଅଣ୍ଡା ଦିଏ ତ କିଏ ଛୁଆ ଦେଇଥାଏ |
- ଉଦ୍ଭିଦମାନେ ମଞ୍ଜି କିମ୍ବା ଗଛର ଅନ୍ୟ ଅଂଶକୁ ନିଜର ବଂଶ ବିସ୍ତାର କରିଥାଆନ୍ତି |
Truly Indian Brand