- SCHOOL BOARDS
- BSE/CHSE ODISHA
- CLASS 6
- SCIENCE
- Odia Medium Class 6 Science (ବିଜ୍ଞାନ) Chapter 8 Paristana (ପରିସ୍ଥାନ) Notes

Odia Medium Class 6 Science (ବିଜ୍ଞାନ) Chapter 8 Paristana (ପରିସ୍ଥାନ) Notes

Language : Odia
LRNR provides this material totally free
Odia Medium Class 6 Science (ବିଜ୍ଞାନ) Chapter 8 Paristana (ପରିସ୍ଥାନ) Notes
ପରିସ୍ଥାନ
ଉଦ୍ଭିଦ ଓ ପ୍ରାଣୀମାନଙ୍କର ବାସସ୍ଥାନ ଓ ତା'ର ଚତୁଃପାର୍ଶ୍ଵକୁ ପରିସ୍ଥାନ କୁହାଯାଏ |
· ଉଦାହରଣ –ମାଛ ,ମାଛ ଯେଉଁ ପରିବେଶରେ ରହେ ତାହା ମାଛର ପରିସ୍ଥାନ ମାନେ ଜଳ ,ତା ହେଲେ ପୋଖରୀ ,ନଦୀ ,ଝରଣା ଏସବୁ ହେଉଛି ମାଛର ପରିସ୍ଥାନ |
· ପ୍ରତ୍ୟେକ ଜୀବ ଏକ ନିର୍ଦ୍ଧିଷ୍ଟ ପରିସ୍ଥାନରେ ବାସ କରିଥାଏ |
· ଯେମିତିକି ବାଘ ,ଭାଲୁ ,ସିଂହ ,ହାତୀ ଏମାନେ ସମସ୍ତେ ଜଙ୍ଗଲରେ ରୁହନ୍ତି |
· ଧଳାଭାଲୁ ,ମେରୁ ଅଞ୍ଚଳ ବା ବରଫାବୃତ ଅଞ୍ଚଳରେ ବାସ କରେ |
· ତା ‘ହେଲେ ଆମେ କ’ଣ ଜାଣିଲେ ପ୍ରତ୍ୟେକ ଜୀବମାନଙ୍କ ନିର୍ଦ୍ଧିଷ୍ଟ ପରିସ୍ଥାନ ରହିଥାଏ |
· ଗୋଟିଏ ପରିସ୍ଥାନରେ ଅନେକ ପ୍ରକାରର ଉଦ୍ଭିଦ ଓ ପ୍ରାଣୀମାନେ ରହିଥାନ୍ତି |
· ଆମର ପରିସ୍ଥାନ ଗୋଟିଏ ହେଲେ ମଧ୍ୟ ସମସ୍ତଙ୍କ ଶାରୀରିକ ଗଠନ ଅଲଗା ହୋଇଥାଏ |ସମସ୍ତେ ସମସ୍ତଙ୍କ ଠାରୁ ଅଲଗା ହୋଇଥାନ୍ତି |
ପରିସ୍ଥାନ ର ଉପାଦାନ:-
ପରିସ୍ଥାନ ହେଉଛି ପରିବେଶରେ ଏକ ଅଂଶ ବିଶେଷ | ଏହା ଭିନ୍ନ ଭିନ୍ନ ଉପାଦାନକୁ ନେଇ ଗଠିତ ପରିସ୍ଥାନ ଦୁଇଟି ଉପାଦାନରେ ଗଠିତ |
ସେଗୁଡିକ ହେଲା –
(କ )ଜୈବିକ –ଉଦ୍ଭିଦ ,ପ୍ରାଣୀ ଏବଂ ଅଣୁଜୀବ
(ଖ )ଅଜୈବିକ – ମୃତ୍ତିକା ,ଶିଳା ,ବାୟୁ ,ଜଳ ,ଆଲୋକ ଓ ତାପ
ପୋଖରୀ ଓ ଗାଡିଆରେ ଏ ଦୁଇଟି କାରକ ରହିଥାନ୍ତି |
କୋଣସି ପରିସ୍ଥାନରେ ଜୀବମାନଙ୍କୁ ତିନି ଭାଗରେ ବିଭକ୍ତ କରାଯାଇଛି |
1. ଉତ୍ପାଦକ ବା ସବୁଜ ଉଦ୍ଭିଦ
2. ଭକ୍ଷକ ବା ପ୍ରାଣୀ
3. ଅପଘଟକ ବା କେତେକ ଜାତିର ଅଣୁଜୀବ |
· ଉଦ୍ଭିଦ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ସହ ଅନ୍ୟ ସବୁ ଜୀବ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାଏ |ସେଥିପାଇଁ ସେମାନଙ୍କୁ ‘ଉତ୍ପାଦକ' କୁହାଯାଏ |
· ଉଦ୍ଭିଦ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ପ୍ରତ୍ୟକ୍ଷରେ କିମ୍ବା ପରୋକ୍ଷରେ ପ୍ରାଣୀମାନେ ଖାଇଥାନ୍ତି | ତେଣୁ ସେମାନେ ଭକ୍ଷକ ନାମରେ ପରିଚିତ |
· ଅନ୍ୟ କେତେକ ଜୀବ ଯଥା ବୀଜାଣୁ ,କବକ ଇତ୍ୟାଦି ଉଦ୍ଭିଦ ଓ ପ୍ରାଣୀଙ୍କ ମୃତ ଶରୀରରୁ ଖାଦ୍ୟ ସଂଗ୍ରହ କରିଥାଆନ୍ତି | ସେମାନେ କେତେକ ଆବଶ୍ୟକ ଉପାଦାନ ଯଥା ଯବକ୍ଷାରଯାନ ପରିବେଶକୁ ଛାଡ଼ନ୍ତି | ସେମାନଙ୍କୁ ‘ଅପଘଟକ ‘କୁହାଯାଏ |ପରିସ୍ଥାନର ଅଜୈବିକ କାରକ :-
· ପରିସ୍ଥାନର ଅଜୈବିକ କାରକ ଗୁଡିକ ହେଲା ଆଲୋକ ,ତାପମାତ୍ରା,ଜଳ ,ବାୟୁ ,ମୃତ୍ତିକା ,ନିଆଁ |
· ସବୁଜ ଉଦ୍ଭିଦମାନେ ଆଲୋକ ଶକ୍ତିକୁ ବ୍ୟବହାର କରି ନିଜର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି |
· ସେମିତି ଜଳ ,ବାୟୁ ଏବଂ ମୃତ୍ତିକା ମିଶି ଏକ ପରିସ୍ଥାନରେ ଜଙ୍ଗଲ ହେବ କି ମରୁଭୁମି ହେବ ନିର୍ଣ୍ଣୟ ହୋଇଥାଏ |
· ସେମିତି ନିଆଁକୁ ବ୍ୟବହାର କରି ପରିସ୍ଥାନରେ ମନୁଷ୍ୟ ମାନେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି |
ବିଭିନ୍ନ ପ୍ରକାର ପରିସ୍ଥାନ :-
ପରିବେଶରେ ଅବସ୍ଥା ଓ ଆବଶ୍ୟକୀୟ ପଦାର୍ଥର ପରିମାଣକୁ ନେଇ ପରିସ୍ଥାନ ସାଧାରଣତଃ ତିନି ପ୍ରକାରର ହୋଇଥାଏ |
· ସ୍ଥଳୀୟ ପରିସ୍ଥାନ – ଜଙ୍ଗଲ ,ମରୁଭୁମି ,ତୃଣଭୂମି ,ପାର୍ବତ୍ୟାଞ୍ଚଳ
· ଜଳୀୟ ପରିସ୍ଥାନ – ନଦୀ ,ହ୍ରଦ ,ପୋଖରୀ ,ସମୁଦ୍ର
· ବାୟବୀୟ ପରିସ୍ଥାନ – ଆକାଶ
ଉଦ୍ଭିଦମାନଙ୍କ ପରିସ୍ଥାନ :-
ପରିସ୍ଥାନରେ ଜଳର ପରିମାଣ ଅନୁସାରେ ଉଦ୍ଭିଦର ଜୀବନ ଶୈଳୀ ଓ ଗଠନରେ ଅନେକ ପରିବର୍ତ୍ତନ ଦେଖାଯାଏ | ଏଠାରେ ଆଲୋକ ,ତାପମାତ୍ରା, ମୃତ୍ତିକା ,ବାୟୁ ଭଳି କାରକମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ |
ପରିସ୍ଥାନ ଅନୁସାରେ ଉଦ୍ଭିଦମାନେ ତିନି ପ୍ରକାରର ;
· ମରୁଜ – ଜଳାଭାବ ଅଞ୍ଚଳ
· ଆର୍ଦ୍ର ମରୁଜ – ଜଳାଭାବ ବା ଜଳାଧିକ୍ୟ ନ ଥିବା ଅଞ୍ଚଳ
· ଜଳଜ – ଜଳାଧିକ୍ୟ ଅଞ୍ଚଳ
ଜୀବ ଓ ସେମାନଙ୍କ ଉପଯୋଜନ :--
· ପରିବେଶ ପରିବର୍ତ୍ତନ ସହ ତାଳ ଦେଇ ପ୍ରତ୍ୟେକ ଜୀବର ଗାଠନିକ ଓ କ୍ରିୟାତ୍ମକ ପରିବର୍ତ୍ତନକୁ ଉପଯୋଜନ କୁହାଯାଏ |
ଲାଞ୍ଜ
ଗାଲି ଡେଣା
ମରୁଜ ଉଦ୍ଭିଦ ଓ ପ୍ରାଣୀ:-
1. ମରୁଜ ଉଦ୍ଭିଦ :
· ମରୁଭୂମିରେ ଦେଖାଯାଉଥିବା ସପ୍ତଫେଣୀ ,ନାଗଫେଣୀ ,ଖଜୁରୀ ଇତ୍ୟାଦି କଣ୍ଟାଜାତୀୟ ଉଦ୍ଭିଦକୁ ମରୁଜ ଉଦ୍ଭିଦ କୁହାଯାଏ |ସେଗୁଡ଼ିକର ପ୍ରାୟତଃ ପତ୍ର ଦେଖାଯାଏ ନାହିଁ ବା ସେଗୁଡିକ ରୂପାନ୍ତରିତ ହୋଇ କଣ୍ଟାରେ ପରିଣତ ହୋଇଥାଏ |ତେଣୁ ଉଦ୍ଭିଦ ଗୁଡିକ ଉତ୍ସଦନ ପ୍ରକ୍ରିୟାରେ ଅତିକମ ଜଳ ବାୟୁମଣ୍ଡଳକୁ ଛାଡି ଥାଆନ୍ତି |2. ମରୁଜ ପ୍ରାଣୀ :
· ଓଟ ଏକ ମରୁଜ ପ୍ରାଣୀ |ସେମାନଙ୍କ ସ୍ଵେଦ ଗ୍ରନ୍ଥି ଆଦୌ ନ ଥାଏ |ନାକ ପୁଡାରେ ଥିବା ଲୋମ ମରୁଭୂମିରେ ଧୂଳିବାଲିକୁ ଭିତରକୁ ପ୍ରବେଶ କରିବାକୁ ଦିଏ ନାହିଁ |
· ଓଟର ଗୋଟାଳିଆ ଖୁରା ବିହୀନ ମାଂସାଳ ପାଦ ସେମାନଙ୍କୁ ଉତ୍ତପ୍ତ ମରୁବାଲିରେ ଚାଲିବାରେ ସାହାଯ୍ୟ କରେ |
ଜଳଜ ଉଦ୍ଭିଦ ଓ ପ୍ରାଣୀ :-
1 ) ଜଳଜ ଉଦ୍ଭିଦ :-
ଚିଙ୍ଗୁଡ଼ିଆ ଦଳ ,ପଦ୍ମ ,କଇଁ ଇତ୍ୟାଦି ଉଦ୍ଭିଦକୁ ଆମେ ପୋଖରୀ ,ଗାଡିଆରେ ଦେଖିବାକୁ ପାଉ | ସେମାନଙ୍କ ମଧ୍ୟରୁ କେତେକ ଭାସମାନ ଅବସ୍ଥାରେ ଓ ଆଉ କେତେକ ପାଣିରେ ବୁଡ଼ି ରହି ଥାଆନ୍ତି | ସେହି ଉଦ୍ଭିଦଗୁଡିକର କାଣ୍ଡରେ ଅସଂଖ୍ୟ ବାୟୁ କୋଠରୀ ଥାଏ ଯାହା ସେଗୁଡିକୁ ପାଣିରେ ଭାସିବାରେ ସାହାଯ୍ୟ କରେ
2 ) ଜଳଜ ପ୍ରାଣୀ:-
ଜଳରେ ବାସ କରୁଥିବା ପ୍ରାଣୀମାନଙ୍କୁ ଜଳଜପ୍ରାଣୀ ବୋଲି କୁହାଯାଏ | ସେମାନଙ୍କ ଶରୀର ଗଠନର ବିଶେଷତ୍ୱ ସେମାନଙ୍କୁ ଜଳରେ ବାସୋପଯୋଗୀ କରାଇଥାଏ | ଉଦାହରଣ ସ୍ୱରୂପ ମାଛର ପକ୍ଷ ପାଣିରେ ପହଁରିବାରେ ,ଲାଞ୍ଜ ଦିଗ ବଦଳାଇବାରେ ଓ ଗାଲିସି ଜଳରେ ଶ୍ୱାସକ୍ରିୟା କରିବାରେ ସାହାଯ୍ୟ କରେ |
ଲତାଜାତୀୟ (ଦୁର୍ବଳ )ଉଦ୍ଭିଦ :-
ତୁମେ କଲରା ,କଖାରୁ ,କାକୁଡି ଗଛ ଦେଖିଥିବ | ସେଗୁଡ଼ିକର କାଣ୍ଡ ଦୁର୍ବଳ ହୋଇଥିବାରୁ ସେମାନେ ଅନ୍ୟର ସହାୟତାରେ ବଢନ୍ତି | ସେଥିପାଇଁ ସେମାନଙ୍କ କାଣ୍ଡରେ ଆକର୍ଷୀ ଗୁଡିକ ଥାଏ | ପ୍ରତ୍ୟେକ ଜୀବର ପରିସ୍ଥାନ ତାର ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ | ତେଣୁ ଏଥିରେ କିଛି ପରିବର୍ତ୍ତନ ହେଲେ ପରିବେଶରେ ସନ୍ତୁଳନ ହୋଇଯିବ ଏବଂ ଏହାର କୁପ୍ରଭାବ ଜୀବଜଗତ ଉପରେ ପଡିବ |
Truly Indian Brand
Truly Indian Brand