• SCHOOL BOARDS
  • BSE/CHSE ODISHA
  • CLASS 6
  • SCIENCE
  • Odia Medium Class 6 Science Chapter 9 Udvidara Bibhina Anshara Gathana O Karjya(ଉଦ୍ଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ) Notes

Odia Medium Class 6 Science Chapter 9 Udvidara Bibhina Anshara Gathana O Karjya(ଉଦ୍ଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ) Notes

Language : Odia

LRNR provides this material totally free

Odia Medium Class 6 Science Chapter 9 Udvidara Bibhina Anshara Gathana O Karjya (ଉଦ୍ଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ) Notes

ଉଦ୍ଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ



ଉଦ୍ଭିଦ ସଜୀବ ଅଟେ | ଉତ୍ପାଦକ ହିସାବରେ ଉଦ୍ଭିଦ ଜୀବଜଗତକୁ ଖାଦ୍ୟ ପ୍ରଦାନ କରିଥାଏ |

ପ୍ରତ୍ୟେକ ଜୀବର ଶାରୀରିକ କାର୍ଯ୍ୟ କରିବା ନିମନ୍ତେ ଶରୀରରେ ବିଭିନ୍ନ ବିଭାଗ ରହିଛି ଏବଂ ପ୍ରତ୍ୟେକ ବିଭାଗରେ ବିଭିନ୍ନ ଅଙ୍ଗ ସବୁ ଜଡ଼ିତ ଅଛି  ଏହି ସବୁ ଅଙ୍ଗ ଦ୍ଵାରା ହିଁ ଜୀବମାନେ ବଞ୍ଚିକି ରହଥାନ୍ତି |


ଉଦାହରଣ:-


  •  ମଣିଷ ଦେହର ଦୁଇ ପ୍ରକାରର ଅଙ୍ଗ ରହିଥାଏ, ଆଭ୍ୟନ୍ତରୀଣ ଅଙ୍ଗ ଏବଂ ବାହ୍ୟ ଅଙ୍ଗ |


  • ଆଭ୍ୟନ୍ତରୀଣ ଅଙ୍ଗ କ’ଣ କ’ଣ – ହୃତପିଣ୍ଡ, ଫୁସଫୁସ, ପାକସ୍ଥଳୀ ଇତ୍ୟାଦି ଏବଂ ବାହ୍ୟ ଅଙ୍ଗ କ’ଣ କ’ଣ – ହାତ, ଗୋଡ, ଆଖି, କାନ ଇତ୍ୟାଦି |


  •  ଏହି ସବୁ ଅଙ୍ଗମାନେ ଯଦି ଠିକ ଭାବରେ କାର୍ଯ୍ୟ କରିବେ ନାହିଁ ,ମଣିଷ ବଞ୍ଚିପାରିବ ନାହିଁ |


  • ପ୍ରତ୍ୟେକ ଅଙ୍ଗର ନିର୍ଦ୍ଧିଷ୍ଟ କାର୍ଯ୍ୟ ରହିଥାଏ |



ଉଦ୍ଭିଦର ବିଭିନ୍ନ ଅଂଶ:-


ମୂଳ:-


. ଉଦ୍ଭିଦର ଯେଉଁ ଅଂଶ ଭୃଣ ମୂଳରୁ ବାହାରି ମାଟି ଭିତରେ ଥାଏ ତାକୁ ମୂଳ କୁହାଯାଏ |


. ଏହା ଆଲୋକର ବିପରୀତ ଦିଗରେ (ମାଧ୍ୟାକର୍ଷଣ ଦିଗରେ) ମୃତ୍ତିକା ଆଡ଼କୁ ବଢିଥାଏ |. ପ୍ରଧାନ ମୂଳରୁ ଶାଖାମୂଳ ଓ ସେଥିରୁ ପ୍ରଶାଖାମୂଳ ବାହାରି ମାଟି ଭିତରେ ବଢିଥାଏ ଏବଂ ଏହା ମାଟିର ବହୁ ତଳକୁ ଯାଇ ମାଟିକୁ ଧରି ରଖେ |

 

. ଫଳରେ ଗଛ ଦୃଢ ହୋଇ ରହେ ଓ ମାଟି ଭିତରେ ଥିବା ଜଳ ସଂଗ୍ରହ କରେ |



ମୂଳର ବିଭିନ୍ନ ଅଂଶ:-


. ମୂଳର ଅଗ୍ରଭାଗରେ ଅତିକ୍ଷୁଦ୍ର ଟୋପିଭଳି ଏକ ଅଂଶ ରହିଥାଏ | ଏହା ମୂଳକୁ ମାଟି ସହ ଘଷି ହୋଇ କ୍ଷୟ ହେବାରୁ ରକ୍ଷା କରେ | ଏହାକୁ ମୂଳତ୍ରାଣ କୁହାଯାଏ |


. ମୂଳତ୍ରାଣ ପଛକୁ କୋଷ ବିଭାଜନ ଓ ତା’ପରେ ଥିବା ବର୍ଦ୍ଧନଶୀଳ ଅଂଶ ମୂଳକୁ ବୃଦ୍ଧିରେ ସାହାଯ୍ୟ କରେ | ତା’ ପଛରେ ଥିବା ମୂଳଗୁଡିକରୁ ମୂଳଲୋମ ବାହାରିଥାଏ |

 

. ଏହି ମୂଳଲୋମ ହିଁ ଜଳଶୋଷଣ କରିବାରେ ସାହାଯ୍ୟ କରେ |



ଉଦ୍ଭିଦର ମୂଳ

 

· ପ୍ରତ୍ୟେକ ଶାଖା ଓ ପ୍ରଶାଖା ମୂଳରେ ମଧ୍ୟ କୋଷ ବିଭାଜନ ଅଂଶ, ବର୍ଦ୍ଦନଶୀଳ ଅଂଶ, ମୂଳଲୋମ ଅଂଶ ରହିଥାଏ |


· ସବୁ ପ୍ରକାର ଗଛର ମୂଳଗୁଡିକ ଏକା ପ୍ରକାର ନୁହନ୍ତି |


· ଏହାର ଗଠନ ଓ କାର୍ଯ୍ୟ ଅନୁସାରେ ଏହାକୁ ପ୍ରଧାନମୂଳ ,ଗୁଛମୂଳ ଓ ରୂପାନ୍ତରିତ ମୂଳ କୁହାଯାଏ |


. ବରଗଛର ଓହଳ ବାହାରି ମାଟି ଭିତରକୁ ଯାଇଥାଏ | ଏହା ବରଗଛକୁ ସଳଖ ଭାବରେ ରଖିଥାଏ |ଏହାକୁ ସ୍ତମ୍ଭମୂଳ କୁହାଯାଏ |


· କିଆଗଛରୁ ବାହାରିଥିବା ମୂଳ କିଆଗଛକୁ ଠେସି ରଖେ, ଏହାକୁ ଠେସମୂଳ କୁହାଯାଏ |


· ଏ ସମସ୍ତ ପ୍ରକାର ମୂଳକୁ ଅସ୍ଥାନିକ ରୂପାନ୍ତରିତ ମୂଳ କୁହାଯାଏ |


· ସେହିଭଳି ମୂଳା ଓ ଗାଜର କ୍ଷେତ୍ରରେ ପ୍ରଧାନମୂଳ ରୂପାନ୍ତରିତ ହୋଇ ଭଣ୍ଡାରମୂଳ ହୋଇଥାଏ |



ମୂଳର କାର୍ଯ୍ୟ?


· ମୂଳ ଉଦ୍ଭିଦକୁ ମାଟିରେ ଜାବୁଡି ଧରି ରଖିଥାଏ |


· ମାଟିରେ ଥିବା ଜଳ ଓ ଖଣିଜଲବଣକୁ ଶୋଷଣ କରି ଉଦ୍ଭିଦର ବିଭିନ୍ନ ଅଂଶକୁ ପଠାଇଥାଏ |


·ରୂପାନ୍ତରିତ ମୂଳଗୁଡିକ ଖାଦ୍ୟ ସଞ୍ଚୟ କରି ରଖିବା ସହ କାଣ୍ଡକୁ ଦୃଢ ଭାବରେ ରଖେ |



ଉଦ୍ଭିଦର କାଣ୍ଡ:-


· ଗୋଟିଏ ଉଦ୍ଭିଦର ଯେଉଁ ଅଂଶ ତା’ର ଗଜାର ଭୃଣ କାଣ୍ଡରୁ ବାହାରି ମାଟି ଉପରେ ବଢିଥାଏ, ତାହାକୁ କାଣ୍ଡ କୁହାଯାଏ |


· କାଣ୍ଡର ଯେଉଁ ଅଂଶରୁ ପତ୍ର ବାହାରି ଥାଏ, ତାହାକୁ ଗଣ୍ଠି କୁହାଯାଏ |


· ଦୁଇଟି ଗଣ୍ଠିର ମଧ୍ୟବର୍ତ୍ତୀ ସ୍ଥାନକୁ ପବ କୁହାଯାଏ |


· ଗଣ୍ଠିର ଯେଉଁଠାରୁ ପତ୍ର ବାହାରିଥାଏ ସେହିଠାରେ କାଣ୍ଡ ଓ ପତ୍ର ମଧ୍ୟବର୍ତ୍ତୀ ସ୍ଥାନକୁ କକ୍ଷ କୁହାଯାଏ |


. ଏହି କକ୍ଷରେ କଢି ବା କଳିକା ଥାଏ | ଏହା କକ୍ଷ କଳିକା ଅଟେ |


· ଏହି କକ୍ଷ କଳିକାଗୁଡିକ ଶାଖା, କାଣ୍ଡ ଓ ଫୁଲରେ ପରିଣତ ହୁଅନ୍ତି |



କାଣ୍ଡର ପ୍ରକାର ଭେଦ:-


  •  ଗଠନ ଦୃଷ୍ଟିରୁ କାଣ୍ଡଗୁଡିକ ଦୁଇ ପ୍ରକାରର ଅଟନ୍ତି |


  • ସବଳ କାଣ୍ଡ – ଆମ୍ବ, ପଣସ, ପିଜୁଳି, ବାଇଗଣ ଇତ୍ୟାଦି |



  • ଦୁର୍ବଳ କାଣ୍ଡ – କଖାରୁ, ପୋଇ, କଲରା ଇତ୍ୟାଦି |


  • ମୂଳଭଳି କାଣ୍ଡର ମଧ୍ୟ ରୂପାନ୍ତରଣ ଘଟିଥାଏ |ଅଦା, ଆଳୁ, ପିଆଜ ଓ ଓଲୁଅ ଇତ୍ୟାଦି ଗୋଟିଏ ଗୋଟିଏ ରୂପାନ୍ତରିତ କାଣ୍ଡ |


  •  ଏଗୁଡିକ ରୂପାନ୍ତରଣ ହୋଇ ମାଟିତଳେ ରହିଥାନ୍ତି | ସପ୍ତଫେଣୀ ଓ ନାଗଫେଣୀ କାଣ୍ଡ ମଧ୍ୟ ଏହି ଶ୍ରେଣୀର |


  •  କଖାରୁ ଗଛର ଆକର୍ଷୀ ମଧ୍ୟ ଗୋଟିଏ ରୂପାନ୍ତରିତ ଶାଖା କାଣ୍ଡ | ଏହା ଗଛ ଉପରକୁ ମାଡିବାରେ ସାହାଯ୍ୟ କରେ |



କାଣ୍ଡର କାର୍ଯ୍ୟ:-

 

  • ଉଦ୍ଭିଦର କାଣ୍ଡ ଉଦ୍ଭିଦର ବିଭିନ୍ନ ଅଂଶକୁ ଧରି ରଖିବା ସହ ସେଗୁଡିକୁ ସୂର୍ଯ୍ୟାଲୋକ ପାଇବାରେ ସାହାଯ୍ୟ କରିଥାଏ |

 

  • ମୂଳ ସାହାଯ୍ୟରେ ଶୋଷିତ ଜଳ ଓ ଖଣିଜ ଲବନକୁ କାଣ୍ଡ ପରିବହନ କରି ଉଦ୍ଭିଦର ବିଭିନ୍ନ ଅଂଶକୁ ପଠାଇଥାଏ |

 

  • କାଣ୍ଡ ମଧ୍ୟ ପତ୍ର ଦ୍ୱାରା ପ୍ରସ୍ତୁତ ଖାଦ୍ଯ ପରିବହନ କରି ଉଦ୍ଭିଦର ବିଭିନ୍ନ ଅଂଶକୁ ପଠାଇଥାଏ |


  • ମାଟି ତଳେ ଥିବା ସାରୁ, ଓଲୁଅ ଆଦି ରୂପାନ୍ତରିତ କାଣ୍ଡ ଖାଦ୍ୟ ସଞ୍ଚୟ କରି ରଖିଥାଆନ୍ତି |



ଉଦ୍ଭିଦର ପତ୍ର:-


ପ୍ରାୟ ସମସ୍ତ ଉଦ୍ଭିଦର ଛୋଟ କିମ୍ବା ବଡ ପତ୍ରରେ ଥିବା ଓସାରିଆ ଅଂଶକୁ ଫଳକ କୁହାଯାଏ | ବୃନ୍ତ ଦ୍ୱାରା ଏହା ଉଦ୍ଭିଦ ସହ ଲାଗି ରହିଥାଏ | ବେଳେବଳେ କେତୋଟି ଉଦ୍ଭିଦର ପତ୍ରରେ ବୃନ୍ତ ନ ଥାଏ | 


ବୃନ୍ତର ଉପସ୍ଥିତି ଅନୁଯାୟୀ ପତ୍ର ଦୁଇ ପ୍ରକାରର |


a.   ସବୃନ୍ତକ – ଆମ୍ବ ଓ ପଣସ ଗଛର ପତ୍ର

b.  ଅବୃନ୍ତକ – ରଙ୍ଗଣୀ ଗଛର ପତ୍ର


. ପତ୍ରରେ ଥିବା ବୃନ୍ତ ଆଗରୁ ଏକ ବା ଏକାଧିକ ଶିରା ବାହାରି ଫଳକ ସାର ଖେଳେଇ ହୋଇଥାଏ |

 

. ଆମ୍ବ, ପଣସ ଆଦି ଗଛର ଫଳକ ଗୋଟି ହୋଇ ରହିଥାଏ |

 

. ମାତ୍ର ଶିମ୍ବ, ନିମ୍ବ, ସଜନା ଆଦି ପତ୍ରର ଫଳକ ଗୁଡିକ ଛୋଟ ଛୋଟ ଅଂଶରେ ବିଭକ୍ତ |

 

. ଏହି ଛୋଟ ଅଂଶଗୁଡିକୁ ପତ୍ରକ କହନ୍ତି |


. ପ୍ରତ୍ୟେକ ପତ୍ରକରେ ମଧ୍ୟ ଛୋଟ ଛୋଟ ଡେମ୍ଫ ଥାଏ | 


. ବେଳେବେଳେ ପତ୍ରକଟି ପତ୍ର ଭଳି ଦେଖାଗଲେ ମଧ୍ୟ ଏହା ପତ୍ର ନୁହେଁ |


. ଏହା ଫଳକର ଗୋଟିଏ ଅଂଶ ମାତ୍ର |ଏହି ପତ୍ରକ ଥିବା ପତ୍ରକୁ ଯୌଗିକ ପତ୍ର କୁହାଯାଏ |


. କିନ୍ତୁ ଆମ୍ବ,ପଣସ ଓ ଅମୃତଭଣ୍ଡା ଆଦିର ପତ୍ରକୁ ମୌଳିକ ପତ୍ର କୁହାଯାଏ |



ବିଭିନ୍ନ ପ୍ରକାର ପତ୍ର:-


. ଆମ୍ବ, ପଣସ ,ପିଜୁଳି ଇତ୍ୟାଦି ପତ୍ରର ଧାର ଦନ୍ତୁରିତ ନୁହେଁ | କିନ୍ତୁ ମନ୍ଦାର ପତ୍ରର ଧାର ଦନ୍ତୁରିତ |

 

. ଅମୃତଭଣ୍ଡା ପତ୍ରର ଧାର ବହୁ ପରିମାଣରେ ଦନ୍ତୁରିତ | 


. ସେହିପରି ବିଭିନ୍ନ ପତ୍ରର ଅଗ୍ରଭାଗ ଭିନ୍ନଭିନ୍ନ ହୋଇଥାଏ | 


. ଅଶ୍ଵତଥ ପତ୍ରର ଅଗ୍ର ଖୁବ ଗୋଜିଆ ହେବା ବେଳେ ପଣସ ପତ୍ରର ଅଗ୍ର ଆଦୌ ଗୋଜିଆ ନୁହେଁ |


. ବହୁ ଜାତିର ପତ୍ର ଅଗ୍ର ଅଳ୍ପ ବହୁତ ଗୋଜିଆ ହୋଇଥାଏ ମାତ୍ର କଞ୍ଚନ ପତ୍ରର ଅଗ୍ରଟି ଦେଖିଲେ ମନେହୁଏ ଯେପରି ତାହା ଭିତରକୁ ପଶିଯାଇଛି |


. ବିଭିନ୍ନ ଜାତିର ପତ୍ର ଫଳକ ମଝିରେ ଗୋଟିଏ ଗୋଟିଏ ମୋଟା ଶିରା ଥାଏ ଏବଂ ସେଥିରୁ ଶାଖା ଓ ପ୍ରଶାଖା ଶିରା ମାନ ବାହାରିଥାଏ |


. ଦୁଇଟି ଶାଖା ଶିରାରୁ ବାହାରିଥିବା ଦୁଇଟି ପ୍ରଶାଖା ଶିରା ପରସ୍ପର ସହିତ ଜଡ଼ିତ ହୋଇ ଫଳକ ଦେହରେ ଜାଲ ପରି ବିଛାଇ ହେବାକୁ ଜାଲକ ଶିରାବିନ୍ୟାସ କୁହାଯାଏ | . ବର ପତ୍ରର ଶିରାବିନ୍ୟାସ ଅଲଗା ପ୍ରକାରର ହୋଇଥାଏ |


. କିନ୍ତୁ ଧାନ ଓ କଦଳୀର ଶିରା ସମାନ୍ତର ହେଲେ ବି ପାର୍ଥକ୍ୟ ଥାଏ | 


. ପତ୍ରର ବୃନ୍ତ ଅଗ୍ରରୁ ଗୁଡିଏ ଶିରା ବାହାରି ଆଗକୁ ଲମ୍ବିଯାଇଥାଏ | 


. ଏହି ଶିରାଗୁଡିକ ସମାନ୍ତର ଥିଲା ପରି ମନେହୁଏ | କୌଣସି ଶିରାରୁ ଶାଖା ଶିରା ବାହାରି ନ ଥାଏ |


. ଏହି ପ୍ରକାର ଶିରା ବିନ୍ୟାସକୁ ସମାନ୍ତରାଳ ଶିରାବିନ୍ୟାସ କୁହାଯାଏ |

 


ପତ୍ରର କାର୍ଯ୍ୟ:-


  •  ପତ୍ର ଉଦ୍ଭିଦର ଅତି ଆବଶ୍ୟକ ଅଂଶ | ପତ୍ର ଆଲୋକ ଶକ୍ତିକୁ ବ୍ୟବହାର କରି ଖାଦ୍ଯ ପ୍ରସ୍ତୁତ କରେ ଓ ଅମ୍ଳଜାନ ନିଷ୍କାସିତ କରେ |

 

  • ଏହି ଖାଦ୍ୟ ପ୍ରତ୍ୟେକ୍ଷରେ ବା ପରୋକ୍ଷରେ ସମସ୍ତ ଜୀବଜଗତକୁ ଖାଦ୍ୟ ପ୍ରଦାନ କରିଥାଏ |


  • ପତ୍ର ଦେହରେ ଥିବା ଅସଂଖ୍ୟ ଛିଦ୍ର ଦ୍ୱାରା ଉଦ୍ଭିଦ ବାୟୁମଣ୍ଡଳରୁ ଅମ୍ଳଜାନ ନେଇ ଅଙ୍ଗାରକାମ୍ଳ ତ୍ୟାଗ କରି ଶ୍ଵସନ କରିଥାଏ | 

ଏହି ଛିଦ୍ର ଗୁଡିକ ଦ୍ୱାରା ଉଦ୍ଭିଦ ଶରୀରରୁ ଅତ୍ୟଧିକ ଜଳକୁ ଜଳୀୟ ବାଷ୍ପ ଆକାରରେ ବାହାରକୁ ଛାଡ଼ିଥାଏ | ଏହାକୁଉସ୍ୱେଦାନ କୁହାଯାଏ  



ଫୁଲ:-


  • ଫୁଲ ଉଦ୍ଭିଦର ଏକ ମୁଖ୍ୟ ଅଂଶ | ଫୁଲରୁ ଫଳ ଜାତ ହୁଏ | ଫୁଲର ବିଭିନ୍ନ ଅଂଶ ରହିଥାଏ |


  • ଗୋଟିଏ କୃଷ୍ଣଚୂଡା ଫୁଲର ଭିତରକୁ ଅଛି ଗର୍ଭଚକ୍ର ଏହା ଗୋଟିଏ ଗର୍ଭକେଶରକୁ ନେଇ ଗଠିତ |

 

  • ଗର୍ଭଚକ୍ର ଘେରି ରହଛି ପୁଂକେଶର ଚକ୍ର | ଏଥିରେ ୧୦ ଟି ପୁଂକେଶର ଅଛି |

 

  • ପୁଂକେଶର ଚକ୍ର ଚାରିପାଖରେ ଦଳଚକ୍ର ଘେରି ରହିଛି | ଏଥିରେ ପ୍ରାୟ ୫ ଟି ଦଳ ବା ପାଖୁଡା ଅଛି

 

  • ପାଖୁଡା ଗୁଡିକ ରଙ୍ଗିନ ହୋଇଥାଏ | ଦଳଚକ୍ର ଘେରି ରହିଛି ବୃତ୍ତିଚକ୍ର | ଏଥିରେ ୫ ଟି ବୃତ୍ତ ଅଛି |


        ଫୁଲଟି କଢ ଅବସ୍ଥାରେ ଥିଲେ ବୃତ୍ତିଚକ୍ର ହିଁ ବାହାରକୁ ଦେଖାଯାଏ | ଦ୍ଵିତୀୟ ଚକ୍ରଟି ହେଲା ଦଳଚକ୍ର ଯାହା କଢ ବଡ ହେଲା ପରେ ଦେଖାଯାଏ | ଫୁଲ ଫୁଟିଲେ ଅନ୍ୟ ଚକ୍ର ଦୁଇଟି ଦେଖାଯାଏ | ପୁଂକେଶର ଚକ୍ରକୁ ତୃତୀୟ ଓ ଗର୍ଭକେଶର ଚକ୍ରକୁ ଚତୁର୍ଥ ଚକ୍ର କୁହାଯାଏ |



ଫୁଲର କାର୍ଯ୍ୟ:-


. ଫୁଲର ପ୍ରତ୍ୟେକ ପୁଂକେଶର ଗୋଟିଏ ଦଣ୍ଡ ଓ ତା’ ଆଗରେ ଗୋଟିଏ ପରାଗ ପେଟିକା ଥାଏ |

 

. ପରାଗ ପେଟିକାରେ ପରାଗ ପୂର୍ଣ୍ଣ ହୋଇ ରହିଥାଏ | ପ୍ରତି ପେଟିକାରେ ପରାଗ ପୂର୍ଣ୍ଣ ହୋଇ ରହିଥାଏ |

 

. ପ୍ରତି ଗର୍ଭକେଶର ଅଗ୍ର ଭାଗରେ ଗର୍ଭଶୀର୍ଷ, ମଧ୍ୟ ଭାଗରେ ଗର୍ଭଦଣ୍ଡ ଏବଂ ଟାଳ ଭାଗରେ ଗର୍ଭାଶୟ ଥାଏ |

 

. ପାକଳ ପରାଗ ପରିପକ୍ଵ ଗର୍ଭଶୀର୍ଷରେ ପଡିଲେ ପରାଗ ସଂଗମ ହୁଏ |

 

. ପରାଗ ସଙ୍ଗମର କିଛି ଦିନ ପରେ ଗର୍ଭାଶୟଟି ଫଳରେ ପରିଣତ ହୁଏ |

 

. ଗର୍ଭାଶୟ ମଧ୍ୟରେ ଗୋଟିଏ ବା ଗୁଡିଏ ଡିମ୍ବ କୋଷ ରହିଥାନ୍ତି |

 

. ଫଳ ମଧ୍ୟରେ ଏଗୁଡିକ ବିଜରେ ପରିଣତ ହୁଅନ୍ତି |


        କଖାରୁ, କଲରା ଆଦି ଗଛରେ କେତେକ ଫୁଲରେ ଗର୍ଭ ନ ଥାଏ ଏବଂ ଆଉ କେତେକ ଫୁଲରେ ପୁଂକେଶର ନ ଥାଏ | ତେଣୁ ସେଗୁଡିକୁ ଯଥାକ୍ରମେ ଅଣ୍ଡିରା ଓ ମାଈ ଫୁଲ କୁହାଯାଏ | ଅର୍ଥାତ୍ ଗଛରେ ଉଭୟ ପ୍ରକାର ଫୁଲ ଫୁଟେ | ମାତ୍ର ଆଉ କେତେକ ଜାତିର ଗଛରେ ମାତ୍ର ଗୋଟିଏ ପ୍ରକାର ଫୁଲ ଫୁଟେ ସେମାନଙ୍କୁ ଅଣ୍ଡିରା ଗଛ ମାଈ ଗଛ ବି କୁହାଯାଏ | ଯଥା – ପୋଟଳ, କାଙ୍କଡ, ତାଳ, ଖଜୁରୀ |

 


ଫଳ:-


. ଗର୍ଭାଶୟଟି ପରାଗ ସଙ୍ଗମ ପରେ ଫଳ ହୁଏ | ପ୍ରତ୍ୟେକ ଫଳରେ ଗୋଟିଏ ଆବରଣ ଓ ଏକ କିମ୍ବା ଏକାଧିକ ବୀଜ ବା ମଞ୍ଜି ଥାଏ |


. ବିଜାତି ଫଳ ସହ ନାଭିସୁତ୍ର ସାହାଯ୍ୟରେ ସଂଯୋଗ ହୋଇଥାଏ |


. ଫଳ ଭିତରେ ବୀଜ ନିରାପଦରେ ଗଠିତ ହୁଏ, ବଢେ ଓ ପାକଳ ହୁଏ |


. ବୀଜ ପୁଣି ଆଉ ଠାରେ ନୂତନ ଗଛ ହେବା ପାଇଁ ସାହାଯ୍ୟ କରି ବଂଶ ବିସ୍ତାର କରେ | 


. ତେଣୁ ଫୁଲ ଓ ଫଳକୁ ଉଦ୍ଭିଦର ଜନନ ଅଙ୍ଗ କୁହାଯାଏ |

 

Ratings
No reviews yet, be the first one to review the product.