Odia Medium Class 7 Chapter 1 (Part-1) Geography Ama Paribesa(ଆମ ପରିବେଶ) Notes

Language : Odia

LRNR provides this material totally free

Odia Medium Class 7 Chapter 1 (Part-1) Geography Ama Paribesa(ଆମ ପରିବେଶ) Notes


ଆମ ପରିବେଶ



ପରିବେଶ କ’ଣ ?


·    ଆମେ ଆମ ଚତୁଃପାର୍ଶ୍ଵରେ ଯାହା ଦେଖୁ ତାହାହିଁ ପରିବେଶ |


·    ପରିବେଶ ହିଁ ଜୀବନଧାରଣ ନିମନ୍ତେ ମୌଳିକ ଆଧାର ଯୋଗାଇ ଥାଏ |


·    ଆମେ ଶ୍ଵାସକ୍ରିୟା ପାଇଁ ପବନ, ପିଇବା ପାଇଁ ପାଣି, ଖାଇବା ପାଇଁ ଖାଦ୍ୟ ଏବଂ ଘର ପାଇଁ ଭୂମି ପରିବେଶ ଯୋଗାଇଥାଏ |


ମନୁଷ୍ୟ ପରିବେଶରେ ପରିବର୍ତ୍ତନ ଆଣିଥାଏ କିପରି ?


·    ମଟର ଗାଡ଼ିରୁ ନିର୍ଗତ ଧୂଆଁ ବାୟୁକୁ ଦୂଷିତ କରେ,ମାଠିଆରେ ଜଳ ସଂଗ୍ରହ କରାଯାଏ , ପାତ୍ରରେ ଖାଦ୍ୟ ପରିବେଷଣ ହୁଏ ଏବଂ କଳକାରଖାନା ବସାଇବା ପାଇଁ ଭୂମି ଆବଶ୍ୟକ ହୋଇଥାଏ |

·    ମନୁଷ୍ୟ କାର ତିଆରି କରେ, ବଡ ବଡ କଳକାରଖାନା ଦ୍ୱାରା ଆବଶ୍ୟକ ଜିନିଷ ତିଆରି କରେ, ଜିନିଷକୁ ଧରି ରଖିବା ପାଇଁ ବିଭିନ୍ନ ପାତ୍ର ମଧ୍ୟ ପ୍ରସ୍ତୁତ କରେ |

ଏହିପରି ମନୁଷ୍ୟ ପରିବେଶରେ ପରିବର୍ତ୍ତନ ଆଣିଥାଏ |


ଭୌତିକ ପରିବେଶ


·    ପୃଥିବୀ ଜଳ, ସ୍ଥଳ, ବାୟୁକୁ ନେଇ ଭୌତିକ ପରିବେଶ ଗଠିତ


ଅଶ୍ମମଣ୍ଡଳ କାହାକୁ କୁହାଯାଏ ?


·    ପୃଥିବୀର କଠିନ ଭୂତ୍ୱକ ବା ଶକ୍ତ ଉପରିଭାଗକୁ ଅଶ୍ମମଣ୍ଡଳ କୁହାଯାଏ |


·    ଏହା ବିଭିନ୍ନ ଖଣିଜ ଦ୍ରବ୍ୟ ଓ ଶିଳାରେ ଗଠିତ |


·    ଏହାର ଉପରିଭାଗରେ ମୃତ୍ତିକାର ଏକ ପତଳା ଆବରଣ ରହିଛି |


·    ପୃଥିବୀର ଉପରିଭାଗ ଅସମାନ |


ବାରିମଣ୍ଡଳ କାହାକୁ କୁହାଯାଏ ?


·    ପୃଥିବୀର ସମସ୍ତ ଜଳରାଶିକୁ “ବାରିମଣ୍ଡଳ” କୁହାଯାଏ |


ବାୟୁମଣ୍ଡଳ କାହାକୁ କୁହାଯାଏ ?


·    ପୃଥିବୀକୁ ଚତୁର୍ଦ୍ଦିଗରେ ଘେରି ରହିଥିବା ପତଳା ଗ୍ୟାସୀୟ ଆବରଣକୁ ବାୟୁମଣ୍ଡଳ କୁହାଯାଏ |


ଜୈବମଣ୍ଡଳ କାହାକୁ କୁହାଯାଏ ?


·    ଉଭୟ ପ୍ରାଣୀ ଓ ଉଦ୍ଭିଦଙ୍କୁ ନେଇ ଜୈବମଣ୍ଡଳ ଗଠିତ |


·    ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଜୀବ ଓ ସେମାନଙ୍କ ଦ୍ୱାରା ଗଠିତ ପରିବେଶକୁ “ପରିସଂସ୍ଥା” କୁହାଯାଏ |


·    ପ୍ରତିବର୍ଷ ଜୁନ ମାସ ୫ ତାରିଖରେ ବିଶ୍ଵ ପରିବେଶ ଦିବସ ପାଳନ କରାଯାଏ |


·    ମନୁଷ୍ୟ ତା’ର ଆବଶ୍ୟକତା ମେଣ୍ଟାଇବା ପାଇଁ ପ୍ରାକୃତିକ ପରିବେଶରେ ନିଜର ଜ୍ଞାନ କୌଶଳ ବ୍ୟବହାର କରି ମାନବୀୟ ପରିବେଶ ସୃଷ୍ଟି କରିଥାଏ |


·    ଟଙ୍କାର ବ୍ୟବହାର ବିନା ହେଉଥିବା ବେପାରକୁ “ଦ୍ରବ୍ୟ ବିନିମୟ ବ୍ୟବସ୍ଥା” କୁହାଯାଏ |


·    ରାଜସ୍ଥାନର “ଜୟଶାଲମେର” ସହରରେ ଆଦୌ ବର୍ଷା ହୁଏ ନାହିଁ |

 

 




Ratings
No reviews yet, be the first one to review the product.