Odia Medium Class 7 Geography Chapter-1 Ama Paribesa (ଆମ ପରିବେଶ) Question & Answer

Language : Odia

LRNR provides this material totally free

Odia Medium Class 7 Geography Chapter-1 Ama Paribesa (ଆମ ପରିବେଶ) Question & Answer


1. ନିମ୍ନଲିଖିତ ପ୍ରଶ୍ନଗୁଡିକର ଉତ୍ତର ଦିଅ |


a. ପରିସଂସ୍ଥା କ’ଣ ?

କୌଣସି ପରିବେଶରେ ରହିଥିବା ଜୀବ ଓ ସେମାନଙ୍କ ପରିବେଶକୁ ନେଇ ପରିସଂସ୍ଥା ଗଠିତ ହୋଇଥାଏ | ପ୍ରାଣୀ, ଉଦ୍ଭିଦ ଓ ମନୁଷ୍ୟଙ୍କର ପରସ୍ପର ସହିତ ତଥା ସେମାନଙ୍କ ପରିବେଶ ସହିତ ଗଢି ଉଠିଥିବା ନିବିଡ ସମ୍ପର୍କ ତଥା ନିର୍ଭରଶୀଳତାରୁ ପରିସଂସ୍ଥା ସୃଷ୍ଟି ହୋଇଥାଏ | ଉଦାହରଣ ସ୍ୱରୂପ: ଏକ ବିସ୍ତୃତ ଚିରହରିତ ଅରଣ୍ୟ, ଚାରଣ ଭୂମି, ମରୁଭୂମି, ପର୍ବତ, ହ୍ରଦ, ନଦୀ, ,ମହାସାଗର ଏବଂ କ୍ଷୁଦ୍ର ପୁଷ୍କରିଣୀରେ ମଧ୍ୟ ପରିସଂସ୍ଥା ଗଢି ହୋଇଥାଏ |


b. ପ୍ରାକୃତିକ ପରିବେଶ କହିଲେ କ’ଣ ବୁଝାଏ ?

ପ୍ରକୃତି ଦ୍ୱାରା ସୃଷ୍ଟ ପରିବେଶକୁ ପ୍ରାକୃତିକ ପରିବେଶ କୁହାଯାଏ |ଉଦାହରଣ : - ପର୍ବତ, ଝରଣା, ବୃକ୍ଷଲତା ଓ ଜୀବଜନ୍ତୁ |


c. ପରିବେଶର ମୁଖ୍ୟ ଅଂଶଗୁଡିକ କ’ଣ ?

ପ୍ରାକୃତିକ ପରିବେଶ ଓ ମାନବୀୟ ବା ମଣିଷକୃତ ପରିବେଶ ହେଉଛି ପରିବେଶ ମୁଖ୍ୟ ଅଂଶ |


d. ଅଶ୍ମମଣ୍ଡଳ କ’ଣ ?

ପୃଥିବୀର କଠିନ ଭୁତ୍ଵକ ବା ଶକ୍ତ ଉପରିଭାଗକୁ ଅଶ୍ମମଣ୍ଡଳ କୁହାଯାଏ | ଏହା ବିଭିନ୍ନ ଖଣିଜ ଦ୍ରବ୍ୟ ଓ ଶିଳାରେ ଗଠିତ | ଏହାର ଉପରିଭାଗ ମୃତ୍ତିକା ଏକ ପତଳା ଆବରଣ ଦ୍ୱାରା ଆବୃତ | ଏହି ମଣ୍ଡଳ ଜୀବଜଗତକୁ ସମସ୍ତ ଆବଶ୍ୟକୀୟ ଉପାଦାନ ଯୋଗାଇଥାଏ |


e. ଜୈବିକ ପରିବେଶର ଦୁଇଟି ମୁଖ୍ୟ ଅଂଶ କ’ଣ ?

ଜୈବିକ ପରିବେଶର ଦୁଇଟି ମୁଖ୍ୟ ଅଂଶ ହେଲା :- ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ |


f.    ଜୈବମଣ୍ଡଳ କାହାକୁ କୁହାଯାଏ ?

ଉଭୟ ପ୍ରାଣୀ ଓ ଉଦ୍ଭିଦଙ୍କୁ ନେଇ ଜୈବମଣ୍ଡଳ ଗଠିତ | ଏହା ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳ ଅନ୍ତର୍ଗତ ପାରସ୍ପରିକ ସମ୍ବନ୍ଧ ଥିବା ତଥା ଜୀବନଧାରଣ ପାଇଁ ଆବଶ୍ୟକ ଉପାଦାନ ଥିବା ପତଳା ସ୍ତରକୁ ବୁଝାଏ |


2. ଠିକ୍ ଉତ୍ତର ବାଛି ଲେଖ |


a. କେଉଁଟି ଗୋଟିଏ ପ୍ରାକୃତିକ ପରିସଂସ୍ଥା ନୁହେଁ ?

ଆକ୍ଵାରିୟାମ


b. କେଉଁଟି ମାନବୀୟ ପରିବେଶର ଏକ ଅଙ୍ଗ ନୁହେଁ |

ଭୂମି


c. କେଉଁଟି ଏକ ମାନବକୃତ ପରିବେଶ ?

ରାସ୍ତା


d. କେଉଁଟି ପରିବେଶନିମନ୍ତେ ବିପଦ ?

ବଢୁଥିବା ଜନସଂଖ୍ୟା


3. ସ୍ତମ୍ଭ ମିଳନ କର |

“କ”ସ୍ତମ୍ଭ                 “ଖ”ସ୍ତମ୍ଭ

ଜୈବମଣ୍ଡଳ         ଜଳ, ସ୍ଥଳ, ବାୟୁ ମଧ୍ୟରେ ପାରସ୍ପରିକ ସମ୍ପର୍କ ଥିବା ପତଳା ସ୍ତର

ବାୟୁମଣ୍ଡଳ         ପୃଥିବୀକୁ ଘେରି ରହିଥିବା ଗ୍ୟାସୀୟ ସ୍ତର

ବାରିମଣ୍ଡଳ         ଜଳରାଶି

ପରିବେଶ          ଆମର ପରିବେଷ୍ଟନୀ

 

4. କାରଣ ଦର୍ଶାଅ |


a. ମଣିଷ ପରିବେଶରେ ପରିବର୍ତ୍ତନ ଆଣିଥାଏ |

ଆଦିମ କାଳରେ ମଣିଷ ପ୍ରଥମେ ପ୍ରକୃତି ସହ ନିଜକୁ ଖାପ ଖୁଆଇ ଚଳୁଥିଲା | ଫଳରେ ତା’ର ଆବଶ୍ୟକତା ଖୁବ୍ କମ୍ ଥିଲା | ସେ ଆବଶ୍ୟକ କରୁଥିବା ପଦାର୍ଥମାନ ସିଧାସଳଖ ତା’ର ଚତୁଃପାର୍ଶ୍ଵରେ ସଂଗ୍ରହ କରୁଥିଲା | ସମୟ ଅନୁସାରେ ମଣିଷର ଆବଶ୍ୟକତା କ୍ରମଶଃ ବୃଦ୍ଧି ପାଇଲା |

ମନୁଷ୍ୟ ପରିବେଶକୁ ବ୍ୟବହାର ଉପଯୋଗୀ ତଥା ପରିବର୍ତ୍ତିତ କରିବାର ନୂତନ ଉପାୟମାନ ବାହାର କରି କୃଷିକାର୍ଯ୍ୟ, ପଶୁପାଳନ, ସ୍ଥାୟୀ ବସତି ସ୍ଥାପନ, ଖାଦ୍ୟଶସ୍ୟ ଉତ୍ପାଦନ, ଯାନବାହାନ ନିର୍ମାଣ ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା କଲା | ଫଳରେ ମଣିଷ ପରିବେଶରେ ଏହିପରି ବହୁ ପରିବର୍ତ୍ତନ ଆଣିଥିଲା |


b. ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶିଳ |

ପ୍ରାଣୀ ବିନା ଉଦ୍ଭିଦ ଜଗତ ଓ ଉଦ୍ଭିଦଜଗତ ବିନା ପ୍ରାଣୀ ଜଗତ ବଞ୍ଚିବା କଷ୍ଟ କରେ | ପ୍ରାଣୀଜଗତ ବଞ୍ଚିବା ପାଇଁ ଉଦ୍ଭିଦଜଗତ ଉପରେ ଏବଂ ଉଦ୍ଭିଦଜଗତ ମଧ୍ୟ ବଞ୍ଚିବା ଓ ବଢିବା ପାଇଁ ପ୍ରାଣୀ ଜଗତ ଉପରେ ନିର୍ଭରଶିଳ ଅଟନ୍ତି |

ପ୍ରକୃତରେ ଉଭୟ ପ୍ରାଣୀ ଓ ଉଦ୍ଭିଦ ଜଗତ ବଞ୍ଚିବା ପାଇଁ ପରିବେଶ ଉପରେ ନିର୍ଭର କରିଥାନ୍ତି |


c. ମଣିଷ ପ୍ରକୃତି ବିନା ସହାୟତାରେ ଚଳିପାରେ ନାହିଁ |

ମଣିଷ ସମ୍ପୂର୍ଣ୍ଣ ରୂପେ ପ୍ରକୃତି ଉପରେ ନିର୍ଭର କରି ଚଳିଥାଏ | ଏପରିକି ତା’ର ସମସ୍ତ ଆବଶ୍ୟକତା ଏହି ପ୍ରାକୃତିକ ପରିବେଶ ଉପରେ ନିର୍ଭରଶୀଳ |

ମଣିଷ ପ୍ରାକୃତିକ ପରିବେଶକୁ ବ୍ୟବହାର କରି ତା’ର ଜୀବନଧାରାରେ ବହୁ ନୂତନ ପରିବର୍ତ୍ତନ ଆଣିପାରିଛି ଏବଂ ସମଗ୍ର ପୃଥିବୀରେ ଯୋଗାଯୋଗା ବ୍ୟବସ୍ଥା ସହଜ ଓ ସରଳ କରିପାରିଛି | ତେଣୁ ପ୍ରକୃତିର ବିନା ସହାୟତାରେ ମଣିଷ ଚଳିପାରେନାହିଁ |


Ratings
No reviews yet, be the first one to review the product.